অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶୀତଦିନିୟା ରୋଗ

ଶୀତଦିନେ ସ୍ଵାସ୍ଥ୍ୟର ଯତ୍ନ

ସାଧାରଣତଃ ଅନ୍ୟଦିନ ଅପେକ୍ଷା ଶୀତଦିନେ ସ୍ଵାସ୍ଥ୍ୟର ଯତ୍ନ ଅଧିକ ନେବାକୁ ପଡିଥାଏ । ବିଶେଷକରି ଆଜ୍‌ମା, ହାର୍ଟ ରୋଗୀ ଓ ଆଣ୍ଠୁ ଗଣ୍ଠି ଦରଜ ହେଉଥିବା ରୋଗୀଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡେ । ତେବେ ଏହିଦିନେ ସୁସ୍ଥ ରହିବା ଲାଗି ଜାଣନ୍ତୁ କେତୋଟି କଥା ..

  • ସାଧାରଣତଃ ଶୀତଦିନେ ଶୋଷ କମ୍ ଲାଗିଥାଏ । ତେଣୁ ପଣି କମ ପିଇବା ଯୋଗୁ ଶରୀରରେ ଜଳୀୟଅଂଶର ଅଭାବ ଦେଖାଦିଏ । କିନ୍ତୁ ଏହିଦିନେ ମଧ୍ୟ ଯଥେଷ୍ଟ ପରିମାଣରେ ପାଣି ଶରୀରକୁ ଆବଶ୍ୟକ । ତେଣୁ ପ୍ରତିଦିନ ଅନ୍ୟୂନ ୩-୪ ଲିଟର ପାଣି ପିଅନ୍ତୁ ।
  • ପ୍ରତିଦିନ ଖାଦ୍ୟ ତାଲିକାରେ ଭିଟାମିନ ସି, ଡି, ଓମେଗା ୩ଯୁକ୍ତ ଖାଦ୍ୟକୁ ସାମିଲ କରନ୍ତୁ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଆଶଙ୍କକୁ ଦୂରେଇ ରଖିଥାଏ ।
  • ଥଣ୍ଡାରୁ ରକ୍ଷା ପାଇବା ପାଇଁ ତଥା ଘରକୁ ଗରମ ରଖିବା ଲାଗି ରୁମ ହିଟର ବ୍ୟବହାର କରିପାରନ୍ତି ।
  • ଏହି ଦିନେ ତଟକା ସବୁଜ ପନିପରିବା ଖାଇବା ସହ ମସଲା ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରହିବା ଭଲ ।
  • ସକାଳେ ସୂର୍ଯ୍ୟଦେୟ ପରେ ବ୍ୟାୟାମ କରିବାକୁ ଯାଆନ୍ତୁ । ଏହା ଦ୍ଵାରା ଶରୀରକୁ ଭିଟାମିନ ‘ଡି’ ପ୍ରଚୁର ପରିମାଣରେ ମିଳିପାରିବ ।
  • ହାର୍ଟ ରୋଗୀ ଯଥା ସମ୍ଭବ ନିଜ ହାତ ଓ ଗୋଡକୁ ଉଷୁମ ରଖିବାକୁ ଚେଷ୍ଟା କରନ୍ତୁ । ଏହା ଦ୍ଵାରା ଶରୀରରେ ରକ୍ତ ସଂଚାଳନ ସୂଚାରୁ ରୂପେ ହୋଇଥାଏ ।
  • ସିତ ଦିନେ ସକାଳୁ ଘର ବାହାରକୁ ବାହାରିବ ପୂର୍ବରୁ ଶରୀର, ମୁହଁ ଓ ହାତ କୁ ଏଭଳି ଘୋଡାଇ ରଖନ୍ତୁ ଯେମିତି ସିତାରା ପ୍ରଭାବ ଶରୀର ଉପରେ ପଡିବ ନାହିଁ ।

ଶରୀର ପକ୍ଷେ କ୍ଷତିକାରକ ଶୀତଦିନିୟା କୁହୁଡି

ସାଧାରଣତଃ ଶୀତଦିନେ ଚାରିଆଡେ କୁହୁଡି – କାକରରେ ପରିପୂର୍ଣ୍ଣ ହୋଇଥାଏ । ହେଲେ ଜାଣିଛନ୍ତି, କୁହୁଡି ମୟ ଏହି ପରିବେଶ ସକାଳେ ଦେଖିବାକୁ ସୁନ୍ଦର ଲାଗୁଥିଲେ ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ନିକଟରେ ଆମେରିକାରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି । ସାଧାରଣତଃ ଏହି କୁହୁଡି ବିଷାକ୍ତ ଗ୍ୟାସ ଓ ଜଳକଣିକା ରୁ ସୃଷ୍ଟି । ବିଶେଷ କରି ସହରରେ ଏହା ଅଧିକ ବିଷାକ୍ତହୋଇଯାଇଥାଏ । ଯାନବାହାନରୁ ନିର୍ଗତ ହେଉଥିବା ପ୍ରଦୂଷିତ ଧୂଆଁ, କଳାକାରଖାନା ରୁ ନିର୍ଗତ ବିଷାକ୍ତଧୂଆଁ ବାୟୁ ମଣ୍ଡଳକୁ ପ୍ରଦୂଷିତ କରି ଦେଇଥାଏ । ଶୀତଦିନେ ଦେଖାଯାଉଥିବା କୁହୁଡି ହେଉଛି ଏହି ବିଷାକ୍ତବାୟୁ ଓ ପାଣିର ସମ୍ମିଶ୍ରଣ । ଅଧିକାଂଶ ସମୟ ଏହାର ସଂସ୍ପର୍ଶରେ ଆସିଲେ ତାହା ଅନେକ ସ୍ୱାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ ବୋଲି ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ବିଶେଷ ଭାବରେ ଏଥି  ଯୋଗୁଁ ଆଜ୍‌ମା ରୋଗୀ ଅଧିକ ପ୍ରଭାବିତ ହୋଇଥାନ୍ତି ବୋଲି ବିଶେଷଜ୍ଞ ମାନେ ସତର୍କ କରିଛନ୍ତି । ସକାଳର ଏହି ପରିବେଶ ଆଜ୍‌ମା ରୋଗୀଙ୍କ ଶ୍ଵାସକ୍ରିୟାକୁ ଆହୁରି କଷ୍ଟକର କରିଦିଏ । ତେବେ ଶୀତଦିନେ ବ୍ୟାୟାମ ପାଇଁ ଯାଉଥିଲେ କୁହୁଡି ପଡୁଥିବା ବେଳେ ଯିବା ପରିବର୍ତ୍ତେ ସକାଳର କଅଁଳିଆ ଖରାରେ ବ୍ୟାୟାମ କରିବା ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ।

ଶୀତଦିନିୟା ନିଦ୍ରାହୀନତା

ଜଣେ ବ୍ୟକ୍ତି ଦିନକୁ ଅତି କମରେ ୬-୭ ଘଣ୍ଟା ଶୋଇବା ଦରକାର କିନ୍ତୁ ଅନେକଙ୍କ କ୍ଷେତ୍ରରେ ଏହା ସମ୍ଭବହୋଇ ନ ଥାଏ । ଏଭଳି କେତେକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଦିନକୁ ୩-୪ ଘଣ୍ଟା ସୋଇଥାନ୍ତି ।

ସମୟକ୍ରମେ ସେମାନେ ନିଦ୍ରାହୀନତା ପରି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଭଳି ସମସ୍ୟା ପରବର୍ତ୍ତୀ ସମୟରେ ମସ୍ତିଷ୍କ ରୋଗ ସୃଷ୍ଟି କରିବାର ଆଶଙ୍କା ରହିଛି ବୋଲି ସତର୍କ କରାଇ ଦେଇଛନ୍ତି ଆମେରିକୀୟ ବିଶେଷଜ୍ଞ ମାନେ ।

ଆବଶ୍ୟକ ମୁତାବକ ନ ଶୋଇଲେ ତାହାର ପ୍ରଭାବ ସ୍ମରଣ ଶକ୍ତି ଉପରେ ପଡେ । ଏପରିକି ଏହି ସମସ୍ୟା ଦୀର୍ଘ ମାସ ଧରି ଲାଗି ରହିଲେ ତାହା ଦ୍ଵାରା ମସ୍ତିଷ୍କ ରୋଗ ହୋଇଥାଏ । ତେଣୁ ଜଣେ ବ୍ୟକ୍ତି ପ୍ରତିଦିନ ଆବଶ୍ୟକ ମୁତାବକ ବିଶ୍ରାମ ନେବା ଆବଶ୍ୟକ ।

ଶୀତଦିନିୟା ପେଟ ରୋଗ

ଶୀତଦନରେ ସାଧାରଣତଃ ଖାଇବା ପିଇବାରେ ଏପଟ ସେପଟ ହେଲେ ଶରୀର ଖରାପ ହୋଇପାରେ । ସୂର୍ଯ୍ୟ କିରଣର ତାପ କମ ଥିବାରୁ ହଜମ ଶକ୍ତି କମିଯାଏ । ତେଣୁ ପେଟ ଖରାପ ହୋଇ ତରଳ ଝାଡା ହେବାର ଆଶଙ୍କା ରହିଥାଏ । ସାଧାରଣତଃ ଜଣେ ସୁସ୍ଥ ମଣିଷର ଦିନକୁ ଦୁଇଥର ଝାଡା ହୋଇଥାଏ କିନ୍ତୁ ବ୍ୟତିକ୍ରମ ହୋଇଥିଲେ ଦୁଇରୁ ଅଧିକ ଥର ଝାଡା ହୁଏ ଏବଂ ତାହା ପତଳା ହୋଇଥାଏ । ଏଥିରୁ ବୁଝିବାକୁ ପଡେ ଯେ ପେଟ ଖରାପ ହୋଇ ତରଳ ଝାଡା ହୋଇଛି । ଏହା ବାରମ୍ବାର ହେଲେ ଦେହରେ ଜଳିୟ  ଅଂସ  ହ୍ରାସ ପାୟେ, ଚର୍ମର ନମନୀୟତା କମିଯାଏ, ପରିସ୍ରା ର ମାତ୍ରା କମିଯାଏ, ଚର୍ମ ସେତା ଦେଖାଯାଏ, ନାଡି ଦ୍ରୁତ ହୁଏ, ପରିସ୍ଥିତି ଗମ୍ଭୀର ହେଲେ ରୋଗୀ ଅଚେତ ହୋଇଯାଏ ।  ଭୁତାଣୁ, ଜୀବାଣୁ, ପରଜୀବୀ କିମ୍ବା ଗାସ୍ଟ୍ରୋଏଣ୍ଟେରାଇଟିସ ରୋଗ ଯୋଗୁ ଅନ୍ତନଳୀରେ ପ୍ରଦାହ ସୃଷ୍ଟି ହୋଇ ତରଳ ଝାଡ଼ା ହୁଏ । ମଳ ଅପମିଶ୍ରିତ ଖାଦ୍ୟ ବା ଜଳ ଗ୍ରହଣ କଲେ ଏହି ସଂକ୍ରମଣ ହୁଏ । ଏହି ରୋଗକୁ ତିନି ଭାଗରେ ବିଭକ୍ତ କରାଯାଏ ଯଥା ସ୍ୱଳ୍ପକାଳୀନ ଜଳୀୟ ଝାଡ଼ା, ସ୍ୱଳ୍ପ କାଳୀନ ରକ୍ତ ମିଶ୍ରିତ ପତଳା ଝାଡ଼ା ଓ ଦୁଇ ସପ୍ତାହରୁ ଅଧିକ ହେଲେ ଲଗାଏତ ଝାଡ଼ା । ସ୍ୱଳ୍ପ କାଳୀନ ଜଳୀୟ ଝାଡ଼ା କଲେରା ଯୋଗୁ ହୋଇପାରେ । ଝାଡ଼ାରେ ରକ୍ତ ପଡ଼ିଲେ ଡିସେଣ୍ଟେରି କୁହାଯାଏ ।

ସଂକ୍ରମଣ-ବିହୀନ କାରଣ ମଧ୍ୟରେ ହାଇପରଥାଇର‌ଡିଜ୍ମ, ଲାକ୍ଟୋଜ ଇନ୍‌ଟୋଲେରାନ୍ସ, ଇନଫ୍ଲାମେଟରି ବାୱେଲ ଡିଜିଜ, ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ ଓ କେତେକ ଔଷଧ ଉଲ୍ଲେଖ‌ଯୋଗ୍ୟ ।  ନିର୍ଦ୍ଦିଷ୍ଟ କାରଣ ଜାଣିବା ନିମନ୍ତେ ଝାଡ଼ା କଲଚର ଆବଶ୍ୟକ ନୁହେଁ ।

ଉନ୍ନତ ପରିମଳ ବ୍ୟବସ୍ଥା, ବିଷୁଦ୍ଧ ପାନୀୟ ଜଳ ଓ ହସ୍ତ ପ୍ରକ୍ଷାଳନ ସାହାଯ୍ୟରେ ସଂକ୍ରମଣକ୍ଷମ ତରଳ ଝାଡ଼ା ପ୍ରତିଷେଧ କରାଯାଏ । ଶିଶୁ ମାନଙ୍କୁ ୬ ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରେଇବା ଓ ରୋଟା ଭୁତାଣୁ ଟିକା ଦେବା ଆବଶ୍ୟକ । ପାଟିବାଟେ ପୁନଃଜଳ‌ଯୋଜନ ଦ୍ରବଣ (Oral rehydration solution ବା ORS), ଅର୍ଥାତ ପରିଷ୍କାର ଜଳରେ କିଛି ଲୁଣ ଓ ଚିନି ବା ଗ୍ଲୁକୋଜ ମିଶେଇ ପିଇବାକୁ ଦେବା ପସନ୍ଦ ଯୋଗ୍ୟ ଉତ୍ତମ ଚିକିତ୍ସା । ଜିନ୍କ ଥିବା ବଟିକା ବା ଖାଦ୍ୟ (Zinc tablets) ଖାଇବାକୁ ପରାମର୍ଶ ଦିଆଯାଏ ।  ବିଗତ ୨୫ ବର୍ଷ ମଧ୍ୟରେ ଏହି ଚିକିତ୍ସାଦ୍ୱାରା ୫୦ ନିୟୁତ ପିଲାଙ୍କୁ ବଞ୍ଚେଇ ଦିଆଯାଇପାରିଛି । ରୋଗ ସମୟରେ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଇବାକୁ ଓ ପିଲାଙ୍କୁ ସ୍ତନ୍ୟପାନ କରେଇବାକୁ ଉପଦେଶ ଦିଆଯାଏ ।  ବ୍ୟବସାୟିକ ଓ ଆର ଏସ ନ ମିଳିଲେ ଘରୋଇ ଦ୍ରବଣ କରି ବ୍ୟବ‌ହାର କରିବା କଷ୍ଟକର ନୁହେଁ ।  ସାଂଘାତିକ ନିର୍ଜଳନ ବା ଡିହାଇଡ୍ରେସନ ଥିଲେ ଶିରାମାଧ୍ୟମ ତରଳପଦାର୍ଥ ଦରକାର ହୁଏ । ଅଧିକାଂଶ କେଶରେ ପାଟିରେ ଏହି ତରଳ ପଦାର୍ଥ ଦେଇ ଚିକିତ୍ସା କରିହେବ । ଆଣ୍ଟିବାୟୋଟିକ କ୍ୱଚିତ ଦରକାର ହୁଏ, ବିଶେଷତଃ ଝାଡ଼ାରେ ରକ୍ତ ପଡ଼ିଲେ, ଉଚ୍ଚମାତ୍ରା ଜ୍ୱର ଥିଲେ, ପରିଭ୍ରମଣ ବେଳେ ଝାଡ଼ା ହେଲେ ବା କେତେକ ନିର୍ଦ୍ଦିଷ୍ଟ ଜୀବାଣୁ ଓ ପରଜୀବୀ ମଳ ପରୀକ୍ଷାରେ ବାହାରିଲେ । ଲୋପେରାମାଇଡ ଔଷଧ ଦେଲେ ଝାଡ଼ା ଯିବା ସଂଖ୍ୟା କମିଯାଏ, କିନ୍ତୁ ଏହା ଗମ୍ଭୀର ରୋଗରେ ଦେବାକୁ ଉପଦେଶ ଦିଆଯାଏ ନାହିଁ ।

ବାର୍ଷିକ ୧.୭ ରୁ ୫ ବିଲିଅନ ତରଳ ଝାଡ଼ା ରୋଗ ହୁଏ । ବିକାଶଶୀଳ ଦେଶମାନଙ୍କରେ ଏ ରୋଗ ଅତି ସାଧାରଣ ଯେଉଁଠି ପିଲା ମାନଙ୍କୁ ପ୍ରତି ବର୍ଷ ପ୍ରାୟ ୩ ଥର ଏହି ରୋଗ ହୁଏ ।  ୨୦୧୨ରେ ପୃଥିବୀରେ ୫ ବର୍ଷ ବୟସରୁ କମ ପିଲାଙ୍କ ମୃତ୍ୟୁ ସଂଖ୍ୟାରେ (deaths in children) ଏହା ୨ୟ ସ୍ଥାନ (0.୭୬ ନିୟୁତ ବା ୧୧%) ଅଧିକାର କରିଥିଲା ।  ବାରମ୍ବାର ତରଳ ଝାଡ଼ା ହେଲେ ଅପ‌ପୁଷ୍ଟି ବା ମାଲନୟୁଟ୍ରିସନ ହୁଏ ଓ ଏହା ୫ ବର୍ଷ ବୟସରୁ କମ୍ ପିଲାଙ୍କ କ୍ଷେତ୍ରରେ ଅତି ସାଧାରଣ କାରଣ । ଶାରୀରିକ ଓ ବୌଦ୍ଧିକ ବିକାଶ ବାଧାପ୍ରାପ୍ତ ହେବା ସମ୍ଭାବନା ଥାଏ ।

ଆଧାର - ସ୍ୱାସ୍ଥ୍ୟ ବ୍ୟୁରୋ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate