ଶ୍ଵାସ ରୋଗୀଙ୍କର ପାଇଁ ଦହିଅଦା ଆଦି ଖାଦ୍ୟ ବହୁତ ଭଲ ହେଲେ କେତେକ ଖାଦ୍ୟ ଯାହା ସେମାନଙ୍କ ଦେହ ପାଇଁ ବହୁତ କ୍ଷତିକାରକ । ଏଣୁ ଶ୍ଵାସ ରୋଗୀମାନେ ଖାଦ୍ୟ-ପେୟରେ ଟିକେ ସାବଧାନତା ଅବଲମ୍ଭନ କରିବା ଦରକାର ।
ଯଦି ଆପଣ ଆଜ୍ମା ରୋଗୀ ହୋଇଥିବେ, ତେବେ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଜରୁରୀ। କିଛି ଖାଦ୍ୟ ଆଜ୍ମାର ରକ୍ଷା କରିଥାଏ ତ ଆଉ କିଛି ଖାଦ୍ୟ ଆଜ୍ମା ରକ୍ଷା କରିଥାଏ ତ ଆଉ କିଛି ଖାଦ୍ୟ ଆଜ୍ମାକୁ ବଢାଇବାରେ ସହାୟକ ହୋଇଥାଏ । ତେବେ କ’ଣ ଖାଇବେ, କ’ଣ ଣ ଖାଇବେ ଜାଣନ୍ତୁ ।
ପ୍ରୋବାଯୋଟିକ୍ସ
ଯଦି ଆପଣ ପ୍ରାକୃତିକ ରୂପରେ ଆଜ୍ମା ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି, ତେବେ ପ୍ରୋବାୟୋଟିକ୍ସ ଯୁକ୍ତ ଖାଦ୍ୟ ଖାଆନ୍ତୁ । ଦହିରେ ପ୍ରଚୁର ମାତ୍ରାରେ ପ୍ରୋବାୟୋଟିକ୍ସ ରହିଛି । ପ୍ରୋବାୟୋଟିକ୍ସ ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଥାଏ । ପେଟରେ ବ୍ୟାକ୍ଟୋରିଆ ସନ୍ତୁଳିତ କରିଥାଏ । ଏହା ଉତ୍ତମ ବ୍ୟାସକ୍ଟେରିଆ ବଢାଇ ଶରୀରକୁ ସୁସ୍ଥା ରଖିଥାଏ ।
ଓମେଗା-୩ ଫ୍ୟାଟି ଏସିଡ୍
ଆଜ୍ମା ଦୂର କରିବାର ସମସ୍ତ ଗୁଣ ଓ ଭିଟାମିନ୍ ଓମେଗା-୩ ଫ୍ୟାଟି ଏସିଡ୍ ରେ ଭରପୂର ମାତ୍ରାରେ ରହିଛି । ଶ୍ଵାସନଳୀ ଇନଫେକ୍ସନ କୁ ଦୂର କରିବାରେ ଏହା ସହାୟକ ହୋଇଥାଏ ।
ଲୁଣ କମ୍ ଖାଆନ୍ତୁ
ଲୁଣ ଖାଇବା ଦ୍ଵାରା ଶ୍ଵାସକ୍ରିୟା ଭଲ ଭାବେ ହୋଇଥାଏ । ଫଳରେ ଆଜ୍ମାର ରକ୍ଷା ମିଳିଥାଏ। ଖାଦ୍ୟ ପେୟରେ କମ୍ ଲୁଣ ଖାଆନ୍ତୁ । ଅଧିକ ସବୁଜ ପନିପରିବା ଖାଆନ୍ତୁ । ଏହା ଲୁଣରେ ଖାଇହେବ ।
ମ୍ୟାଗ୍ନିସିୟମରେ ଭରପୁର ଖାଦ୍ୟ । ଏପରି ଖାଦ୍ୟ ଖାଇବା ଦ୍ଵାରା ଶ୍ଵାସନଳୀର ମାଂସପେଶୀ ନରମ ହୋଇଥାଏ । ଯାହାଦ୍ଵାରା ଆରାମରେ ଶ୍ଵାସକ୍ରିୟାହୋଇଥାଏ । କାଜୁ କଦଳୀ ଓ ରାଜମାରେ ପ୍ରଚୁର ମାତ୍ରାରେ ମ୍ୟାଗ୍ନେସିୟମ ରହିଛି ।
ରୋଜମେରୀ ପତ୍ର
ଖାଇବା ପ୍ରସ୍ତୁତ କରିବା ସମୟରେ ବିଶେଷ ଯଦି ମାଛ ତିଆରି କରୁଥାନ୍ତି, ତେବେ କିଛି ଶୁଖିଲା ରୋଜମେରୀ ପତ୍ର ପାକାନ୍ତୁ । ଏହା ଖାଦ୍ୟର ସ୍ଵାଦ ବଢାଇବା ସହିତ ଆଜ୍ମାକୁ ଦୂର କରିବାରେ ସହାୟକ ହୋଇଥାଏ । ଏହି ପ୍ରତିରେ ରୋଜମେରୋନିକ ଏସିଡ ଭରପୂର ମାତ୍ରାରେ ରହିଛି, ଯାହା ଫ୍ରି ରାଡିକଲ୍ସକୁ ନଷ୍ଟ କରି ଆଜ୍ମା ରକ୍ଷା କରିବା ପାଇଁ କେମିକାଳ ନିର୍ମାଣ କରେ ।
ଅଲିଭ ଅଏଲ
ଅଲିଭ ଅଏଲ ଚର୍ବି ଯୁକ୍ତ ନୁହେଁ । ଏହାକୁ ଖାଇବା ଦ୍ଵାରା ଶ୍ଵାସନଳୀ ସୁସ୍ଥା ରହେ ମନେରଖନ୍ତୁ ଅଲିଭ ଅଳେକୁ ଅଧିକ ଗରମ କରି ଖାଆନ୍ତୁ ନାହିଁ । ନଚେତ୍ ଏଥିରୁ ପୋଷାକ ତତ୍ତ୍ଵ ନଷ୍ଟ ହୋଇଯିବ ।
ଅଦା
ଅଡାରେ ଆଣ୍ଟି ଇନଫ୍ଲେମେଟ୍ରି ଗୁଣ ରହିଛି । ଯାହା ଶ୍ଵାସ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ । ଶ୍ଵାସନଳୀରେ ହେଉଥିବା ଇନଫେକସନ୍ କୁ ଏହା କମ୍ କରିଥାଏ । ଏହା ଦ୍ଵାରା ଶ୍ଵାସନଳୀ ପରିଷ୍କାର ହୋଇ ଖୋଲିଯାଏ । ଫଳରେ ରୋଗୀକୁ ଶ୍ଵାସକ୍ରିୟାରେ କୌଣସି ଅସୁବିଧା ହୁଏ ନାହିଁ । ଏହାର କୌଣସି ପାର୍ଶ୍ଵପ୍ରତିକ୍ରିୟା ନାହିଁ । ଏହାକୁ ଆପଣ ଭୋଜନାରେ ନିଶ୍ଚିତ ସାମିଲ କରନ୍ତୁ ଦେଖିବେ ଆଜ୍ମା ନିୟନ୍ତ୍ରଣରେ ରହିବ । ଏହିପରି ଖାଦ୍ୟକୁ ଭୋଜନାରେ ସାମିଲ କରନ୍ତୁ । ଯାହା ଆପଣଙ୍କୁ ଆଜ୍ମା ରୋଗରୁ ରକ୍ଷା କରିପାରିବ ଓ ଆପଣ ସୁସ୍ଥା ରହିପାରିବେ ।
ଦୁଗ୍ଧ ଜାତୀୟ ପ୍ରଡକ୍ତ
କେତେକ ଆଜ୍ମା ରୋଗୀଠାରେ ଦୁଗ୍ଧ ଓ ଦୁଗ୍ଧରେ ପ୍ରସ୍ତୁତ ଖାଦ୍ୟା ଖାଇବା ଦ୍ଵାରା ଆଲର୍ଜି ଦେଖାଯାଏ । ଏଣୁ ଏହି ବ୍ୟକ୍ତିମାନେ ଏହାକୁ ଖାଇବା ଅନୁଚିତ୍ । ହେଲେ ଯେଉଁ ଆଜ୍ମା ରୋଗୀଠାରେ ଆଲର୍ଜି ଦେଖାଯାଏ ନାହିଁ, ସେମାନେ ଦୁଗ୍ଧ ଜାତୀୟ ଖାଦ୍ୟ ଖାଇପାରିବେ ।
କଞ୍ଚା ଫଳ ଖାଆନ୍ତୁ ନାହିଁ
କଞ୍ଚା ଫଳ ଯେପରି ଅଧିକ ସେଓ ଖାଆନ୍ତୁ ନାହିଁ । ହେଲେ ପାଚିଲା ଫଳ ଖାଆନ୍ତୁ । ଏହା ଆଜ୍ମା ଦୂର କରିବାରେ ସହାୟକ ହୋଇଥାଏ ।
ଆଡିଟିଭ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ
ଆଡିଟିଭ ଯୁକ୍ତ ଖାଦ୍ୟ କହିଲେ ଯେଉଁ ଖାଦ୍ୟରେ ବିଭିନ୍ନ ଫ୍ଲେବର ଓ ଲୁଣ ଦେଇ ପ୍ୟାକେଟ କରାଯାଉଛି ଓ ଅଧିକ ଦିନ ସାଇତି ରଖାଯାଉଛି, ସେହିଭଳି ଖାଦ୍ୟ ଖାଆନ୍ତୁ ନାହିଁ । କୋଲଡ୍ରିକ୍ସ ପିଆନ୍ତୁ ନାହିଁ । ବିଭିନ୍ନ ପ୍ରକାର ଚିପ୍ପ, ଲୁଣ୍ଡି ଶୁଖୁଆ, ଆଦି ଖାଦ୍ୟ ଖାଆନ୍ତୁ ନାହିଁ । ଏହା ଆଜ୍ମା ବଢାଇବା ସହିତ ଓଜନ ବଢାଇବ ।
ଆଧାର
ପ୍ରମେୟ
Last Modified : 12/11/2019