ଯୋଜନାର ଉଦ୍ଦେଶ୍ୟ
୨୦୦୨ -୦୩ ଓ ୨୦୦୩ -୦୪ ବର୍ଷରେ ଯୋଜନାରେ ଆୟୋଗ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଆରମ୍ଭ କରିଥିବା ଏହି ଯୋଜନାକୁ ଭାରତ ସରକାର ୨୦୦୫ -୦୬ ବର୍ଷରୁ କାର୍ଯ୍ୟକାରୀ କରୁଛନ୍ତି ।
୧୧ ରୁ ୧୫ ବର୍ଷ ବୟସ୍କା ୩୦ କି.ଗ୍ରାରୁ କମ୍ ଓଜନ ପୁଷ୍ଟିହିନା କିଶୋରୀମାନେ ଏବଂ ୧୫ ରୁ ୧୯ ବର୍ଷ ବୟସ୍କା ୩୫ କି.ଗ୍ରାରୁ କମ୍ ଓଜନ କିଶୋରୀମାନେ ଏହି ଯୋଜନାରେ ଅନ୍ତର୍ଭୃକ୍ତ । କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାରେ ହିତାଧିକାରୀମାନେ ମାସିକ ୬ କି.ଗ୍ରା ଖାଦ୍ୟ ମାଗଣା ପାଇଥାନ୍ତି।
ହିତାଧିକାରୀଙ୍କ ପାଇଁ ସୂଚନା
- ହିତାଧିକାରୀଙ୍କ ଯୋଗ୍ୟତା -୧୧ ରୁ ୧୫ ରୁ ୧୯ ବର୍ଷ ବୟସ୍କା ପୁଷ୍ଟିହୀନା କିଶୋରୀ ।
- ଆବେଦନ ପ୍ରଣାଳୀ – ଆବଶ୍ୟକ ନାହିଁ ।
- ଚିହ୍ନଟ ପ୍ରକ୍ରିୟା - ଅଙ୍ଗନୱାଡି କର୍ମୀଙ୍କ ଦ୍ଵାରା ଚିହ୍ନଟ କରାଯିବ ।
- ସାହାଯ୍ୟକାରୀ ଅଧିକାରୀ – ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ
- ସାହାଯ୍ୟର ପରିମାଣ – ମାସିକ ୬ କିଗ୍ରା ପୁଷ୍ଟିକର ଖାଦ୍ୟ ହିତାଧିକାରୀଙ୍କୁ ଦିଆଯାଇଥାଏ ।
ଆଧାର – ସେଣ୍ଟର ଫର୍ ରୁରାଲ୍ ଡେଭେଲ୍ପମେଣ୍ଟ
Last Modified : 1/28/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.