କିଶୋର ସ୍ୱାସ୍ଥ୍ୟ କହିଲେ ସାଧାରଣତଃ ଯୌବନାରମ୍ଭରୁ ହେଉଥିବା ମାନସିକ ଓ ଶାରୀରିକ ପରିବର୍ତ୍ତନ ସମ୍ବନ୍ଧୀୟ ତଥ୍ୟ । ମାନସିକ ସ୍ୱାସ୍ଥ୍ୟ ନିଶା ସେବନ ଅନିଚ୍ଛାକୃତ ଖଣ୍ଡିଆଖବରା ହିଂସାବୃତ୍ତି ପୋଷଣ ଯୌନ ଏବଂ ପ୍ରଜନନ ସ୍ୱାସ୍ଥ୍ୟ ଏଚ.ଆଇ.ଭି କିଶୋର ସ୍ୱାସ୍ଥ୍ୟ ବିଶ୍ଵ ସ୍ୱାସ୍ଥ୍ୟ ସଂସ୍ଥାଦ୍ଵାରା କିଶୋରାବସ୍ଥାର ପରିଭାଷା, ଉଭୟ ବୟସ (୧୦ ରୁ ୧୯ ମଧ୍ୟରେ) ଏବଂ କିଛି ବିଶେଷ ଗୁଣମାନ ସହ ଜଡିତ ଜୀବନପର୍ଯ୍ୟାୟ ମାଧ୍ୟମରେ କରାଯାଇଛି। କ୍ଷିପ୍ର ଶାରୀରିକ ପରିବର୍ଦ୍ଧନ ଓ ପରିବର୍ତ୍ତନ ଶାରୀରିକ, ମାନସିକ ଓ ସାମାଜିକ ପରିପକ୍ଵତା (କିନ୍ତୁ ଏକାସାଙ୍ଗରେ ନୁହେଁ) ଯୌନ ପରିପକ୍ଵତା ଯୌନତା ସମ୍ବନ୍ଧୀୟ କାର୍ଯ୍ୟକଳାପ ବିଭିନ୍ନପ୍ରକାରର ପରୀକ୍ଷଣ ପ୍ରାପ୍ତବୟସ୍କ ମାନସିକ ପରିଚୟ ସାମାଜିକା ତଥା ଆର୍ଥିକ ନିର୍ବାରଶୀଳତାଠାରୁ ଆପେକ୍ଷିକ ଆତ୍ମନିର୍ଭରସିଳତା ଭାରତରେ ପାଖାପାଖି ୨୨ ରୁ ୨୩ ପ୍ରତିଶତ ହାଉଛନ୍ତି କିଶୋର। ଏହା ଅଧିକା ଝିଅପିଲାଙ୍କ କ୍ଷେତ୍ରରେ ଅଧିକା ପ୍ରଯୁଜ୍ୟ, କାରଣ ଏହି ଅବସ୍ଥାରୁ ସେମାନେ ତାଙ୍କ ଭବିଷ୍ୟତ୍ୟରେ ପ୍ରଜନନ ବ୍ୟବସ୍ଥାକୁ ପ୍ରଭାବିତ କରିଥାଏ। ପ୍ରତ୍ୟେକ କିଶୋର ବା କିଶୋରୀ ବିଭିନ୍ନ ପ୍ରକାରର ବାତାବରଣ ଓ ପରିସ୍ଥିତି ମଧ୍ୟରେ ରହିଥାନ୍ତି ଓ ସେମାନଙ୍କର ସ୍ଵାସ୍ଥ୍ୟଗତ ଚାହିଦା ମଧ୍ୟ ସେହି ଅନୁସାରେ ହୋଇଥାଏ। ସେମାନେ ସ୍ମୃତି, ଅବେଗରେ ପରିପୂର୍ଣ୍ଣ ଏବଂ ନୂଆ ନୂଆ ଚିନ୍ତାଧାରାରା ଆବାହକ। ଯଦିଓ ଏହି ବୟସ ସୀମା ମଧ୍ୟରେ, ମୃତ୍ୟୁବହୁତ କମ, ସେମାନଙ୍କର ପୋଷକତତ୍ତ୍ଵଟା, ସ୍ଵାସ୍ଥ୍ୟଗତ ସମସ୍ୟା ଇତ୍ୟାଦି ଅନେକ ପରିମାଣରେ ରହିଥାଏ। ବଡ ପରିବର୍ତ୍ତନ ଓ ବଡ ସମସ୍ୟା ଯୌବନାରମ୍ଭ, ଯାହାକି ପ୍ରାୟତଃ ୧୦ ରୁ ୧୬ ଭିତରେ ଆରମ୍ଭହୁଏ, ଶିଶୁ ଅବସ୍ଥାରୁ ପୂର୍ଣ୍ଣ ଯୌବନ ପର୍ଯ୍ୟନ୍ତ ଏକ ଅନ୍ତରୀଣ ଅବସ୍ଥା। ପ୍ରତ୍ୟେକ ବ୍ୟଥୀ ଭିନ୍ନ ଭିନ୍ନ ସମୟରେ ଏହି ଅବସ୍ଥାକୁ ପାର କରିଥାନ୍ତି, ଏହି ଅବସ୍ଥାରେ ଶାରୀରିକ, ମାନସିକ ଏବଂ ବ୍ୟବହାରିକ ପରିବର୍ତ୍ତନ ଆସିଥାଏ। ପରିବର୍ତ୍ତନ ଗୁଡିକ ହେଲା: - ହାତ, ବାହୁ, ପଦ, ଗୋଦା,ତଳ ଅଣ୍ଟା ଏବଂ ଛାତି ଇତ୍ୟାଦିର ପରିବର୍ଦ୍ଧନ। ଶରୀରର ହରମୋନ କ୍ଷରଣ ଏସବୁକୁ ନିୟନ୍ତ୍ରିତ କରିଥାଏ। ଯୌନାଙ୍ଗ ଗୁଡିକ ପରିପକ୍ଵ ହୋଇଥାଏ ଏବଂ ହରମୋନ କ୍ଷରଣ କରିବା ଆରମ୍ଭ କରିଥାଏ। ଚର୍ମ ତୈଳାକ୍ତ ହୋଇଥାଏ। ଖାତଳ, ଗୋଡ ଏବଂ ଯୌନ ସମ୍ବେଦନଶୀଳ ସ୍ଥାନରେ କେଶ ଉଠିଥାଏ। ମୌଳିକ ଶାରୀରିକ ସ୍ୱାସ୍ଥ୍ୟ ଏହି ଅବସ୍ଥାରେ ନିଜର ଶରୀରର ଯତ୍ନ ନେବା ପାଇଁ କେତେକ ଟିପ୍ପଣୀ ନିମ୍ନରେ ଦିଆଗଲା: - ଯୌବନାବସ୍ଥାର ପ୍ରାରମ୍ଭରେ ଝାଳ ଅଧିକା ବାହାରେ, ତେଣୁ ଭଲ ଭାବରେ ଗାଧୋଇବା ଦରକାର, ଏହା ଦେହକୁ ଥଣ୍ଡା ରଖିବା ବା ଦେହରୁ ଦୁର୍ଗନ୍ଧ ଦୂର କରାଏ। ଦିନକୁ ଦୁଇଥର ଦନ୍ତ ଘଷିବା ଦରକାର। ଏହା ନିଶାସ ଦୁର୍ଗନ୍ଧ ଦୂର କରେ। ଯେହେତୁ ଗ୍ରନ୍ଥି ଗୁଡିକରୁ ଅଧିକା ସେବମ (ଏକ ପ୍ରକାର ତୈଳାକ୍ତ କ୍ଷରଣ)ଅଧିକା ନିସୃତ ହୁଏ, ବ୍ରଣ ବାହାରିପାରନ୍ତି। ଯୌବନପ୍ରାରମବସ୍ଥାରେ ବ୍ରଣ ସାଧାରଣତଃ ଅଧିକା ବାହାରେ, ତେଣୁ ଚମ ସଫା ରଖିବା ସବୁଠୁ ଭଲ ଉପାୟ। ସକାରାତ୍ମକ ଚିନ୍ତା କରନ୍ତୁ, ଏହା ସୁନ୍ଦର ସ୍ଵାସ୍ଥ୍ୟ ପାଇ ସହାୟକ ହେବ। ପିତାମାତାଙ୍କ ସହ ଉତ୍ତମ ସମ୍ପର୍କ କୈଶୋର ଏମିତି ଏକ ଅବସ୍ଥା ଯେତେବେଳେ ପିଲାମାନେ ସାଧାରଣତଃ ବାପାମାଙ୍କ ସହ ବହୁତ ବିଷୟରେ ଅପଡ ହୋଇଥାନ୍ତି। କିଶୋରମାନେ କିଛି କଥା ବୁଝିବା ଦରକାର। : - ପରିବାରକୁ ସମ୍ମାନ ଦବା ଓ ଭଲପାଇବା । ବାପା ମାଙ୍କ ନୀତି, ବିଶ୍ଵାସ ଓ ମୂଲ୍ୟବୋଧକୁ ସମ୍ମାନ ଦେବା। ବାପା ମାଙ୍କ ସହ ଖୋଲାଖୋଲି ଓ ସଚ୍ଚୋଟ ଭାବେ ଭାବଗତ ଆଦାନ ପ୍ରଦାନ କରିବା । ବାପା ମା ସଦାବେଳେ ଛୁଆଙ୍କର ଭଲହିଁ ଚାହାନ୍ତି। ବାପା ମାଙ୍କ ଯତ୍ନ ନେବା । କୈଶୋର ସ୍ୱାସ୍ଥ୍ୟ ମାନସିକ ସ୍ୱାସ୍ଥ୍ୟ: ପ୍ରାୟତଃ ଅଧିକାଂଶ ମାନସିକ ସମସ୍ୟା ଉତ୍ତର ଶୈଶବ ଏବଂ ପୂର୍ବ କୈଶୋରାବସ୍ଥାରେହିଁ ଆରମ୍ଭ ହୋଇଥାଏ। ସାମାଜିକ, ସମସ୍ୟା ସମାଧାନ କୌଶଳ ଓ ଆତ୍ମବିଶ୍ଵାସ; ଏସବୁ ମାନସିକ ସ୍ୱାସ୍ଥ୍ୟକୁ ସୁଦୃଢ କରିଥାଏ ଏବଂ ମାନସିକ ସ୍ୱାସ୍ଥ୍ୟ ସମସ୍ୟା (ଯଥା ଆବେଗ, ଉତ୍କଣ୍ଠା, ଅବନମନ ଏବଂ ଖାଦ୍ୟପାନୀଯ ସମସ୍ୟା ଇତ୍ୟାଦି) ଦୂର କରିବାରେ ସାହାଯ୍ୟ କରିଥାଏ। ଏହା ଅନ୍ୟାନ୍ୟ ଅନେକ ପ୍ରକାରର ସମସ୍ୟା ଯଥା ବିପଦଶଙ୍କୁଳ ବ୍ୟବହାର, ଯୌନ ବ୍ୟବହାର, ନିଶା ସେବନ ଓ ହିଂସ୍ର ବ୍ୟବହାର ଇତ୍ୟାଦିକୁ ମଧ୍ୟ ନିୟନ୍ତ୍ରିତ କରିଥାଏ। ନିଶା ସେବନ: ପ୍ରଚଳିତ ଆଇନ ବ୍ୟବସ୍ଥା ଛଡା ନିଶାଦ୍ରବ୍ୟ ର ଉପଲବ୍ଧି ହେତୁ, ଉପରୋକ୍ତ ମାନସିକ ଅବସ୍ଥା ମଧ୍ୟ ନିଶାଦ୍ରବ୍ୟ ର ବ୍ୟବହାର କମାଇପରିବ। ଅନିଚ୍ଛାକୃତ ଖଣ୍ଡିଆଖାବରା: ଏଥିପାଇଁ ସଡକ ଦୁର୍ଘଟଣା ରୁ କିଶୋର ମାନଙ୍କୁ ବଞ୍ଚାଇବାପାଇଁ ରାସ୍ତାରେ ଗତି ନିରୋଧକ, ଗତି ସୀମା ସତ୍ୟାଦ୍ୟ ଧରୟା କରାଯାଇପାରେ। ହିଂସା: ଜୀବନ କୌଶଳ ଏବଂ ଅନ୍ୟାନ୍ୟ ସମାଜକଲ୍ୟାଣ କାର୍ଯ୍ୟକ୍ରମ ଇତ୍ୟାଦି କିଶୋର ମାନଙ୍କର ହିଂସାତ୍ମକ ପ୍ରବୃତିକୁ କମ କରିବାରେ ସାହାଯ୍ୟ କରିଥାଏ। ଏଥିରେ ବାପା, ମା ଏବଂ ଶିକ୍ଷକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବାପା ମା ତଥା ଶିକ୍ଷକମାନେ କିଶୋରମାନଙ୍କୁ ହିଂସକ ପ୍ରବୃତିରୁ ଦୂରେଇରହିବାପାଇଁ ସାହାଜ୍ୟ କରିପାରିବେ। ଯଦି ହିଂସାହୁଏ, ତେବେ, କିଶୋରମାନଙ୍କର ସ୍ଵାସ୍ଥ୍ୟ ପ୍ରଣାଳିକୁ ସୁଦୃଢ କରିବାପାଇଁ ସେମାନଙ୍କୁ ସହାନୁଭୁତି ସହ ବ୍ୟବହାର କରିବା ତଥା ସେବପ୍ରଦାନକାରୀ ମାନଙ୍କର କ୍ଷମତା ବର୍ଧନ କରିବା ମଧ୍ୟ ଏହିଦିଗରେ ବହୁତ ଜରୁରୀ। ପୋଷଣ : ପିଲାଦିନେ ଯଦି ଲଗାତାର କୁପୋଷଣ ରୁହେ, ତେବେ ବଡହେଲାପରେ ତାହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକଇଥାଏ। ଏହାକୁ ପିଲାବେଳେହିଁ ସମାଧାନ କରାଯାଇପାରିବ। ଖାଦ୍ୟ ପାଖରେ ପହଞ୍ଚିବା, ଖାଦ୍ୟ ସୁରକ୍ଷା ଇତ୍ୟାଦି ଭବିଷ୍ୟତ ଜୀବନ ପାଇଁ ସୁସ୍ଥତା ଆଣିଥାଏ। ସୁସ୍ଥ ଖାଦ୍ୟ ଏକ ସୁସ୍ଥ ମାନସିକତା ମଧ୍ୟ ଆଣିଥାଏ।. ଯୌନ ଏବଂ ପ୍ରଜନନ ସ୍ୱାସ୍ଥ୍ୟ: ଯୌନ ଏବଂ ପ୍ରଜନନ ଶିକ୍ଷା ଅନ୍ୟ କାର୍ଯ୍ୟକ୍ରମସହ ଯୋଡି ସେମାନଙ୍କୁ ଯାହା ଶିଖିଛନ୍ତି, ସେସବୁକୁ କାର୍ଯ୍ୟରେ ଲଗାଇବାପାଇଁ ଯୋଗ୍ୟ କରାଯିବ ଉଚିତ। ଏହା ସହ, ସେମାନେ ଯେପରି ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ଠାରୁ ଉପଯୁକ୍ତ ଶିକ୍ଷା ପାଇପାରିବେ, ସେଦିଗ ପ୍ରତି ମଧ୍ୟ ଯତ୍ନବାନ ହେବା ଦରକାର। ଏଚ ଆଇ ଭି: ଯୌବନପ୍ରାରମ୍ଭରେହିଁ ଏଚ ଆଇ ଭି ସଂକ୍ରମଣ ହେବାର ସମ୍ଭାବନା ଅଧିକଥାଏ। ଯୌନକର୍ମୀକ ଠାରୁ ଦୂରରେ ରହିବା ଏହି ଶିକ୍ଷା ତଥା ସଂକ୍ରମଣରୁ ରକ୍ଷା ପାଇବାର ଏକ ଉପାୟ। ଯୌନ ସାଥି ସଂଖ୍ୟା କମ ରଖିବା, ସ୍ବାସ୍ଥ୍ୟସେବା ଓ ପରାମର୍ଶ ଯେତେ ଅଧିକା ହେବା ଇତ୍ୟାଦି ଏହି ସଂକ୍ରମଣଠାରୁ ରକ୍ଷା କରିଥାଏ। କିଶୋର ଶାରୀରିକ ବୃଦ୍ଧି ପ୍ରକ୍ରିୟା ଉଚ୍ଚତାରେ ବୃଦ୍ଧି ଶରୀରର ସଂପୂର୍ଣ୍ଣ ଉଚ୍ଚତା ପାଇବା ପାଇଁ ପୁଷ୍ଟିକର ଖାଦ୍ୟ ଆବଶ୍ୟକ । ଲମ୍ବା ବା ଗେଡା ହେବା କଥା । ଆବଶ୍ୟକ ପୁଷ୍ଟିକର ଖାଦ୍ୟ ଯଥା- ସବୁଜ ପନିପରିବା, ସବୁ ଜାତୀୟ ଡାଲି, କ୍ଷୀର, ମାଂସ ଅଣ୍ଡା ଇତ୍ୟାଦି । କେତେକ ବ୍ୟାୟାମ ଉଚ୍ଚତା ବୃଦ୍ଧିରେ ମଧ୍ୟ ସାହାଯ୍ୟ କରେ । ଓଜନରେ ବୃଦ୍ଧି ସଠିକ୍ ପରିମାଣରେ ଉତ୍ତମ ପୁଷ୍ଟି ଦ୍ଵାରା ଶରୀରର ଓଜନ ବୃଦ୍ଧି ହୋଇଥାଏ । ଶାରିରୀକ ବୃଦ୍ଧି ଦ୍ଵାରା ଶରୀରର ଓଜନରେ ବୃଦ୍ଧି ଘଟେ । ଉଚ୍ଚତା ଅନୁସାରେ ଉପୟୁକ୍ତ ଓଜନ ହେବା ଆବଶ୍ୟକ । ମୁହଁ ତେଲିଆ ହୁଏ, ମୁଖ ବ୍ରଣ ବାହାରିପାରେ ଏହି ସମୟରେ ମୁହଁରେ ବ୍ରଣ ହୋଇ ପାରେ, ମୁହଁକୁ ସଫା ରଖନ୍ତୁ ବା ସାବୁନରେ ଭଲ ଭାବରେ ମୁହଁ ଧୁଅନ୍ତୁ । ବଜାରରେ ମିଳୁଥିବା ପ୍ରସାଧାନ ସାମଗ୍ରୀ ମୁହଁରେ ଲଗାନ୍ତୁ ନାହିଁ । ଏହା ଦ୍ଵାରା ବିଭିନ୍ନ ମୁଖ ବ୍ରଣ ହୋଇପାରେ । ଶରୀରରେ ବାଳ ଉଠେ, ନିଶ- ଦାଢି ଉଠେ, ଗୁପ୍ତାଙ୍ଗ, କାଖ ଓ ଛାତିରେ ବାଳ ଉଠେ ଏ ପ୍ରକାର ପରିବର୍ତ୍ତନ ଦ୍ଵାରା ସେମାନେ ଲଜ୍ଜାଶୀଳ ହୋଇଥାଆନ୍ତି ଓ ମାନସିକ ସ୍ତରରେ ଚଞ୍ଚଲତା ଦେଖାଦିଏ । ଏଥିପାଇଁ ବିଚଳିତ ହେବାର ଆବଶ୍ୟକତା ନାହିଁ । ଶରୀରରେ ଅଧିକ ମାଂସପେଶୀ ବଢିଥାଏ ଏହି ସମୟରେ ଶାରୀରିକ ପରିଶ୍ରମ, ଖେଳକୁଦ ବା ବ୍ୟାୟାମ କଲେ ଶରୀରରେ ମାଂସପେଶୀ ଠିକ୍ ରୂପେ ହୋଇ ପାରେ । କଣ୍ଠ ସ୍ଵରରେ ପରିବର୍ତ୍ତନ ଏହି ସମୟରେ କଣ୍ଠସ୍ଵରରେ ପରିବର୍ତ୍ତନ ହେବା ସ୍ଵାଭାବିକ । ଏହି ପରିପେକ୍ଷୀରେ କିଶୋର ଅନ୍ୟମାନଙ୍କଠାରୁ ଅଲଗା ଅନୁଭବ କରେ । ଏହି ସମୟରେ ସ୍ଵପ୍ନଦୋଷ / ଧାତୁକ୍ଷୟ ଏଥିପାଇଁ ବିଚଳିତ ହୁଅନ୍ତି ନାହିଁ । ଅଣ୍ଡ ଓ ଲିଙ୍ଗର ଆକାର ବୃଦ୍ଧି ଘଟେ ଦୁଇଟି ଅଣ୍ଡରେ ଆକାରରେ ସାମାନ୍ୟ ଭିନ୍ନତା ହୋଇପାରେ । ବାମ ଅଣ୍ଡଟି ଡାହାଣ ଅଣ୍ଡ ଠାରୁ ଛୋଟ ହୋଇପାରେ, ଯାହାକି ସ୍ଵାଭାବିକ । ଆଧାର - ୟୁନିସେଫ ନ୍ୟାସନାଲ ରୁରାଲ ହେଲଥ ମିଶନ