ହୋମ / ସ୍ଵାସ୍ଥ୍ୟ / ମହିଳା ସ୍ଵାସ୍ଥ୍ୟ / ଗର୍ଭାବସ୍ଥା ରେ ସ୍ଵାସ୍ଥ୍ୟ / ଗର୍ଭବତୀ ଓ ସ୍ତନ୍ୟପାନ ମା'ଙ୍କ ନିମନ୍ତେ (କରୋନା ଭାଇରସ୍) ଉପଦେଶାବଳୀ
ସେଆର କରନ୍ତୁ

ଗର୍ଭବତୀ ଓ ସ୍ତନ୍ୟପାନ ମା'ଙ୍କ ନିମନ୍ତେ (କରୋନା ଭାଇରସ୍) ଉପଦେଶାବଳୀ

ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମା ଙ୍କ ନିମନ୍ତେ କୋଭିଡ-୧୯ ସମ୍ବନ୍ଧୀୟ ଉପଦେଶାବଳୀ ବିଷୟରେ ସୂଚନା I

କୋଭିଡ-୧୯

କୋଭିଡ-୧୯ (କରୋନା ଭାଇରସ) ହେଉଛି ଏକ ନୂତନ ରୋଗ ଏବଂ ଏହା ଗର୍ଭବତୀ ମହିଳାମାନଙ୍କୁ କିପରି କ୍ଷତି ପହଞ୍ଚାଉଛି ସେ ବିଷୟରେ ସ୍ଵାସ୍ଥ୍ୟ ବିଶେଷଜ୍ଞ ମାନେ ଅନୁଧ୍ୟାନ କରୁଛନ୍ତି ।

ବାରମ୍ବାର ପଚରାଯାଉଥିବା ପ୍ରଶ୍ନ

ଗର୍ଭବତୀ ମହିଳାମାନେ କୋଭିତ-୧୯ (କରୋନା ଭାଇରସ)ରେ ଆକ୍ରାନ୍ତ ହେବାର ଅଧିକ । ସମ୍ଭାବନା ରହିଛି କି? ଯଦି ସେମାନେ ଆକ୍ରାନ୍ତ ହୁଅନ୍ତି, ତେବେ ଅନ୍ୟ ଲୋକ ମାନଙ୍କ ଠାରୁ ସେମାନେ ଅଧିକ  ରୋଗଗ୍ରସ୍ତ ହୋଇପାରନ୍ତି କି ?

ଗର୍ଭାବସ୍ଥାରେ ମହିଳାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ, ତେଣୁ ସେମାନଙ୍କଠାରେ ରୋଗ ସଂକ୍ରମଣ ହେବାର ସମ୍ଭାବନା ଅଧିକ  ରହିଛି । ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ, ସାଧାରଣ ଲୋକଙ୍କଠାରୁ ଗର୍ଭବତୀ ମହିଳାମାନେ ଅଧିକ  ସଂଖ୍ୟାରେ କୋଭିଡ-୧୯ (କରୋନା ଭାଇରସ)ରେ ଆକ୍ରାନ୍ତ ହେବାର କୌଣସି ପ୍ରମାଣ ନାହିଁ । ଅର୍ଥାତ୍, ସେମାନେ ଅସୁସ୍ଥ ହୋଇଥିବାର ସମ୍ଭାବନା କମ୍ ରହିଛି ।

ଗର୍ଭବତୀ ମହିଳାମାନେ ଶରୀରରେ ଅନ୍ୟାନ୍ୟ ପରିବର୍ଭନ ଅନୁଭବକରିଥାନ୍ତି ଯାହା ସେମାନଙ୍କଠାରେ ରୋଗ ସଂକ୍ରମଣ କରିବାର ଆଶଙ୍କା ବଢାଇପାରେ । ଗର୍ଭବତୀମହିଳାମାନଙ୍କ ପାଇଁ ନିଜକୁ ରୋଗ କବଳରୁ ରକ୍ଷା କରିବା ଓ ସମ୍ଭାବ୍ୟ ଲକ୍ଷଣ ଦେଖାଦେଲେ (ଜ୍ଵର, କାଶଶ୍ଵାସକ୍ରିୟାରେ କଷ୍ଟ ଅନୁଭବ କଲେ) ନିଜ ସ୍ଵାସ୍ଥ୍ୟପ୍ରଦାନକାରୀଙ୍କୁ ଅବଗତ କରାଇବାସର୍ବଦା ଗୁରୁତ୍ଵପୂର୍ଣ୍ଣ ଅଟେ ।

ଗର୍ଭବତୀ ମହିଳାମାନେ ନିଜକୁ କୋଭିଡ-୧୯ (କରୋନା ଭାଇରସ) ସଂକ୍ରମଣରୁ କିପରିସୁରକ୍ଷିତ ରଖିପାରିବେ ?

ସଂକ୍ରମଣରୁ ବର୍ତ୍ତିବା ପାଇଁ ଗର୍ଭବତୀ ମହିଳାମାନେ ସାଧାରଣ ଲୋକଙ୍କ ପରି ସମ ଧରଣର ସାବଧାନତା ଅବଲମ୍ବନ କରିବେ । ଗର୍ଭବତୀ ମହିଳାମାନଙ୍କ ଜ୍ବର ବା କାଶ ନ ହୋଇ, କୌଣସି କୋଭିଡ-୧୯ (କରୋନା ଭାଇରସ୍)ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ନ ଆସି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ନିମ୍ନଲିଖିତ ପ୍ରତିଷେଧାତ୍ମକ ପଦକ୍ଷେପ ଅବଲମ୍ବନ କରିପାରିବେ।

ସାଧାରଣ ଉପଦେଶ :-

  • ସାବୁନ ଏବଂ ପାଣିରେ ହାତ ବାରମ୍ବାର ଧୋଇବେ ।
  • କାଶିବା ବା ଛିଙ୍କିବା ସମୟରେ ନିଜ ମୁହଁ ଏବଂ ନାକକୁ ରୁମାଲ୍ ବା ଟିସୁ ପେପର କିମ୍ବା ନିଜ କହୁଣୀ ଦ୍ଵାରା ଘୋଡ଼ାଇ ରଖିବେ । ରୁମାଲ୍ ବ୍ୟବହାର କରୁଥିଲେ, ଏହାକୁ ବାରମ୍ବାର ସଫା କରନ୍ତୁ ଏବଂ ଟିସୁ ପେପର ବ୍ୟବହାର କରୁଥିଲେ, ବ୍ୟବହାର ପରେ ସଙ୍ଗେ ସଙ୍ଗେ ଏହାକୁ ନଷ୍ଟ କରିଦିଅନ୍ତୁ ।
  • ସାମାଜିକ ଦୂରତ୍ୱ ବଜାୟ ରଖିବେ, ଜନଗହଳିପୂର୍ଣ୍ଣ ଜାଗାକୁ ନଯିବା ସହ ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ । ପରିବହନ ସେବାରୁ ଦୂରେଇ ରହିବେ ।
  • ଜ୍ଵର ବା କାଶରେ ପୀଡିତ ଲୋକମାନଙ୍କ ସଂସ୍ପର୍ଶରେ ନ ଆସିବା ସହ କାଶୁଥିବା ବା ଛିଙ୍କୁଥିବା ଲୋକମାନଙ୍କ ଠାରୁ ଦୂରେଇ ରହିବେ ।
  • ବାରମ୍ବାର ନିଜ ଆଖୁ, ନାକ ବା ମୁହଁକୁ ସ୍ପର୍ଶ କରିବେ ନାହିଁ ।
  • ଧୂଳିମଳି ଲାଗିଥିବା ବା ଜୀବାଣୁ ସଂକ୍ରମିତ ବସ୍ତୁ ଯେପରିକି ଟେବୁଲ, କବାଟ ନବା କ୍ୟାଣ୍ଡେଲ, ମୋବାଇଲ୍ ଫୋନ ତଥା ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଗୁଡ଼ିକୁ ସଫା ରଖିବେ ।
  • ଯଦି ଆପଣ ଜ୍ୱର, କାଶରେ ପୀଡିତ ହୁଅନ୍ତି ବା ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ କରନ୍ତି, ତେବେ ତୁରନ୍ତ । ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ । ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ପୂର୍ବରୁ ୧୦୪ ରେ ଯୋଗାଯୋଗ କରନ୍ତୁ , ଏବଂ ଆଦେଶ ପାଳନ କରନ୍ତୁ ।

ପ୍ରସବ ପୂର୍ବକାଳୀନ ଯତ୍ନ

  • ପ୍ରସବ ପୂର୍ବକାଳୀନ ସେବା ସଂପର୍କରେ ସୂଚନା ପାଇବା ପାଇଁ ନିଜ ଡାକ୍ତର ନର୍ସି ଏଏନଏମ ଦିଦିଙ୍କ ଉପଦେଶଗୁଡ଼ିକୁ ପାଳନ କରନ୍ତୁ । ଅତି କମ୍‌ରେ ପରସ୍ପର ମଧ୍ୟରେ ୧ ମିଟର ଦୂରତ୍ୱ ରକ୍ଷା କରନ୍ତୁ ।

କୋଭିଡ-୧୯ (କରୋନା ଭାଇରସ୍) ରୋଗରୁ ସୁରକ୍ଷିତ ରହିବା ରେ ଅଧିକ  ସୂଚନାରିବେ ।

ଗର୍ଭବତୀ ମହିଳାମାନେ ନିୟମିତ ପ୍ରସବକାଳୀନ ସେବା ନିମନ୍ତେ ସ୍ଵାସ୍ଥ୍ୟକେନ୍ଦ୍ରକୁ ଯିବା ଉଚିତ୍ ନାସ୍ଵାସ୍ଥ୍ୟକେନ୍ଦ୍ର ଯିବାରୁ ଦୂରେଇ ରହିବେ ?

ଗର୍ଭବତୀ ମହିଳାମାନେ ନିଜର ପ୍ରସବକାଳୀନ ସେବା ଓ ଆନୁଷ୍ଠାନିକ ପ୍ରସବ ନିମନ୍ତେ ସ୍ଵାସ୍ଥ୍ୟକେନ୍ଦ୍ରକୁ ଯିବା ଉଚିତ୍ ।

ଯଦିବା କରୋନା ମହାମାରୀ ସମୟରେ ଅଯଥା ସ୍ଵାସ୍ଥ୍ୟକେନ୍ଦ୍ରଯିବାରୁ ଦୂରେଇ ରହିବା ଉଚିତ, ମାତ୍ର ମହିଳାମାନେ ପ୍ରସବକାଳୀନ ସେବା ଓ ଆନୁଷ୍ଠାନିକ ପ୍ରସବଏବଂ ନିଜର ତଥା ନିଜ ଶିଶୁ ନିମନ୍ତେ ଉପଯୁକ୍ତ ସେବା ପାଇବା ପାଇଁ ସ୍ଵାସ୍ଥ୍ୟକେନ୍ଦ୍ରକୁ ଯିବାଉଚିତ୍ ।

ଯଦି କୌଣସି ଗର୍ଭବତୀ ମହିଳା ଜ୍ୱର,କାଶ କିମ୍ବା ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ କରନ୍ତି ତେବେସେ କ’ଣ କରିବା ଉଚିତ୍ ?

ଗର୍ଭବତୀ ମହିଳାମାନେ ବାହ୍ୟ କାରକର ସଂସ୍ପର୍ଶରେ ଆସିଲେ କିମ୍ବା ତାଙ୍କଠାରେ କୋଭିଡ-୧୯ (କରୋନା ଭାଇରସ୍) ସଂକ୍ରମଣର ଲକ୍ଷଣ ଦେଖାଦେଲେ ୧୦୪ ନମ୍ବରରେ ଯୋଗାଯୋଗ କରନ୍ତୁ ।

  1. ସେମାନେ ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ପରିବହନ ସେବା ଠାରୁ ଦୂରେଇ ରହିବା ସହ ୧୦୮/୧୦୪ ଆମ୍ବୁଲାନ୍ସ କିମ୍ବା ବ୍ୟକ୍ତିଗତ ଯାନ ବ୍ୟବହାର କରିବା ଉଚିତ୍ । ଆମ୍ବୁଲାନ୍ସ ଡ୍ରାଇଭରକୁ ତୁରନ୍ତ ସୂଚିତ କରନ୍ତୁ । ଯାହାଫଳରେ ସେ ଉଚିତ୍ର ପ୍ରତିଷେଧାତ୍ମକ ପଦକ୍ଷେପ ଗ୍ରହଣ କରିପାରିବେ ଏବଂ ଯିବା ପୂର୍ବରୁ ସ୍ଵାସ୍ଥ୍ୟକେନ୍ଦ୍ରକୁ ସୂଚନା ଦିଅନ୍ତୁ ।
  2. ଆମ୍ବୁଲାନ୍ସ ଡ୍ରାଇଭର, ଡାକ୍ତରଖାନାର କୌଣସି ଷ୍ଟାଫଙ୍କ ସହ କଥା ହେବା ସମୟରେ ଗର୍ଭବତୀ ମହିଳାମାନେ ମାସ୍କ ପିନ୍ଧିବା କିମ୍ବା ସେମାନଙ୍କ ନାକ ଏବଂ ମୁହଁ ଘୋଡ଼ାଇବା ଜରୁରୀ ଅଟେ ।
  3. ଯଦି ସମ୍ଭବ, ଆସିବା ପୂର୍ବରୁ ସ୍ଵାସ୍ଥ୍ୟକେନ୍ଦ୍ର ଅଥବା ଡାକ୍ତରଖାନାକୁ ସୂଚିତ କରାନ୍ତୁ । ଯଦ୍ଵାରା, ସେମାନଙ୍କ ଆସିବା ପୂର୍ବରୁ ସ୍ଵାସ୍ଥ୍ୟକେନ୍ଦ୍ର ଦ୍ଵାରା ଉପଯୁକ୍ତ ସଂକ୍ରମଣ ନିୟନ୍ତ୍ରଣ ଜନିତ ସମସ୍ତ ସୁବିଧା ପ୍ରସ୍ତୁତି କରାଯାଇପାରିବ ।
  4. ସେମାନେ ତୁରନ୍ତ ରିସେପସନ୍ ବା ଅଭ୍ୟର୍ଥନା କକ୍ଷ କିମ୍ବା ସ୍ଵାସ୍ଥ୍ୟସେବା ପ୍ରଦାନକାରୀ ସଦସ୍ୟଙ୍କୁ ଲକ୍ଷଣା ବାହ୍ୟ ସଂସ୍ପର୍ଶଜନିତ ବିପଦା ସମ୍ପର୍କ ବିଷୟରେ ଜଣାଇବା ଉଚିତ ।
  5. ସେମାନେ ଅନ୍ୟ ରୋଗୀ ଏବଂ ସେମାନଙ୍କ ସହ ଆସିଥିବା ସହଯୋଗୀଙ୍କ ସହ ମିଳାମିଶା କରିବା ଉଚିତ ନୁହେଁ ଏବଂ କେଉଁଠି ଅପେକ୍ଷା କରିବା ଓପିଡିରେ ଦେଖାଇବା ଆପାତକାଳୀନ ଲୋକଙ୍କ ଅଥବା ସ୍ଵାସ୍ଥ୍ୟ କର୍ମଚାରୀଙ୍କ ପରାମର୍ଶ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ।
  6. ଯଦି ଏହା ଏକ ଜରୁରୀକାଳୀନ ପରିସ୍ଥିତି ( ମହିଳାଙ୍କୁ ପ୍ରସବକାଳୀନ ଯନ୍ତ୍ରଣା / ରକ୍ତସ୍ରାବ ଜନିତ ସମସ୍ୟା କମ୍ପ ହେବା ଆଦି ଦେଖାଦିଏ) ତେବେ ସେମାନେ ଏ ବିଷୟରେ ତୁରନ୍ତ ସ୍ଵାସ୍ଥ୍ୟକର୍ମୀଙ୍କୁ ସୂଚନା ଦିଅନ୍ତୁ ।

ଗର୍ଭଧାରଣ ସମୟରେ କୋଭିଡ-୧୯ (କରୋନା ଭାଇରସ୍) କୌଣସି ସମସ୍ୟା ସୃଷ୍ଟି କରିପାରେକି ?

ଗର୍ଭଧାରଣ ସମୟରେ କୋଭିଡ-୧୯ (କରୋନା ଭାଇରସ୍) କୌଣସି ବିଶେଷ ସମସ୍ୟା ସୃଷ୍ଟି ଅଥବା ଶିଶୁ ଜନ୍ମ ହେବା ପରେ ଶିଶୁ ଉପରେ ଏହାର ପ୍ରଭାବ ପଡ଼ିବା ଭଳି କୌଣସି ବଳିଷ୍ଠ ପ୍ରମାଣ ଉପଲବ୍ଧ ନାହିଁ ।

ଜଣେ ଗର୍ଭବତୀଙ୍କ ମହିଳାଙ୍କ ଠାରୁ ତାଙ୍କ ଭୃଣ ବା ନବଜାତଶିଶୁକୁ ଏହି କୋଭିଡ-୧୯(କରୋନା ଭାଇରସ୍) ବ୍ୟାପିବାର ସମ୍ଭାବନା ଅଛି କି ?

କୌଣସି କୋଭିଡ-୧୯ (କରୋନା ଭାଇରସ୍)ରେ ଆକ୍ରାନ୍ତ ଗର୍ଭବତୀ ମହିଳାଙ୍କଠାରୁ ଗର୍ଭଧାରଣ କିମ୍ବା ପ୍ରସବ ସମୟରେ ତାଙ୍କ ଭୃଣ ବା ନବଜାତ ଶିଶୁକୁ ଏହି ଭାଇରସ୍ ବ୍ୟାପିବା ସମ୍ବନ୍ଧରେ ଆମ ନିକଟରେ ଏ ପର୍ଯ୍ୟନ୍ତ କୌଣସି ସୂଚନା ନାହିଁ କିମ୍ବା (ଆମେ ଜାଣି ନାହୁଁ) । ଏ ପର୍ଯ୍ୟନ୍ତ ଆମିନିଓଟିକ ଫ୍ଳୁଏଡ୍ କିମ୍ବା ମା' କ୍ଷୀରରେ ଏହି ଭାଇରସ୍ ଥିବାର କୌଣସି ପ୍ରମାଣ ମିଳିନାହିଁ ।

କୋଭିଡ-୧୯(କରୋନା ଭାଇରସ୍) ସନ୍ଦିଗ୍ଧ କିମ୍ବା ନିଶ୍ଚିତ ହୋଇଥିବା ଗର୍ଭବତୀ ମହିଳାମାନେସିଜରିଆନ୍ ବା ଅସ୍ତ୍ରୋପଚାର ଦ୍ଵାରା ପ୍ରସବ କରିବା ଆବଶ୍ୟକ କି ?

ନା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲ୍ୟୁଏଚ୍ଓର ପରାମର୍ଶ ଅନୁଯାୟୀ, ସିଜରିଆନ୍ ବା ଅସ୍ତ୍ରୋପଚାର ମାଧ୍ୟମରେ ପ୍ରସବ କେବଳ ଡାକ୍ତରଖାନା ଦ୍ଵାରା ସୂଚୀତ କରାଗଲେ ହିଁ କରିବା ଉଚିତ୍ । କୋଭିଡ-୧୯ (କରୋନା ଭାଇରସ୍) ସଂକ୍ରମଣ ପ୍ରସବରେ କୌଣସି ଫରକ ପକାଏ ନାହିଁ ।

କୋଭିଡ-୧୯ (କରୋନା ଭାଇରସ୍)ରେ ସନ୍ଦିଗ୍ଧ କିମ୍ବା ନିଶ୍ଚିତ ଥିବା ଜଣେ ମା’ ନିଜ ଶିଶୁକୁ ତନ୍ୟପାନ କରାଇପାରିବେ କି ?

କୋଭିଡ-୧୯ (କରୋନା ଭାଇରସ୍) କିପରି ବିସ୍ତାର ହୁଏ, ସେ ବିଷୟରେ ବେଶି କିଛି ଜଣାପଡ଼ିନାହିଁ । ବ୍ୟକ୍ତିରୁ ବ୍ୟକ୍ତିକୁ ବିସ୍ତାର ମୁଖ୍ୟତଃ ଶ୍ଵାସକ୍ରିୟାରେ ଉତ୍ପନ ବୁନ୍ଦା ମାଧ୍ୟମରେ ହୁଏ ବୋଲି ଅନୁମାନ କରାଯାଏ; ଯେତେବେଳେ ସଂକ୍ରମିତ ବ୍ୟକ୍ତି କାଶନ୍ତି କିମ୍ବା ଛିଙ୍କନ୍ତି, ସେତେବେଳେ ଶ୍ଵାସକ୍ରିୟାରେ ସଂକ୍ରମଣ ବିସ୍ତାର ହୋଇଥାଏ ।

ସ୍ତନ୍ୟପାନ ଅଧିକାଂଶ ଶିଶୁଙ୍କ ପାଇଁ ପୋଷଣର ସର୍ବୋତ୍ତମ ଉତ୍ସ ଏବଂ ଅନେକ ରୋଗରୁ ସୁରକ୍ଷା ଦେଇଥାଏ । ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ସେମାନଙ୍କ ନବଜାତ ଶିଶୁଠାରୁ ଅଲଗା କରାଯିବା ଉଚିତ୍ ନୁହେଁ, କାରଣ ସ୍ତନ କ୍ଷୀର ମାଧ୍ୟମରେ ଶ୍ଵାସକ୍ରିୟା ଦ୍ଵାରା ବ୍ୟାପୁଥିବା ଭାଇରସ୍ ସଂକ୍ରମିତ ହେବାର କୌଣସି ପ୍ରମାଣ ନାହିଁ ।" ଯେପର୍ଯ୍ୟନ୍ତ ନିମ୍ନ ପ୍ରତିଷେଧାତ୍ମକ ପଦକ୍ଷେପଗୁଡ଼ିକ ଅବଲମ୍ବନ କରାଯାଉଥିବ, ସେ ପର୍ଯ୍ୟନ୍ତ ମା’ ସ୍ତନ୍ୟପାନ ଜାରି ରଖିପାରିବେ :-

  • ସ୍ତନ୍ୟପାନ କରାଇବା ପାଇଁ କରୋନା ଭାଇରସ୍ ଲକ୍ଷଣ ଥିବା ମା’ମାନେ ସ୍ତନ୍ୟପାନ କରାଇବା ସମୟରେ ନିମ୍ନଲିଖିତ ସତର୍କତା ଅବଲମ୍ବନ କରିବା ଉଚିତ :-
    1. ଶିଶୁକୁ ଧରିବା ଏବଂ ଶିଶୁକୁ ସ୍ତନ୍ୟପାନ କରାଇବା ସମୟରେମାସ୍କ ପିନ୍ଧନ୍ତୁ ।
    2. ଶିଶୁକୁ ଛୁଇଁବା ପୂର୍ବରୁ ହାତ ଧୁଅନ୍ତୁ ।
    3. ସମସ୍ତ ପୃଷ୍ଠକୁ ସଫା ରଖନ୍ତୁ ।
  • ଯଦି ଜଣେ ମା’ ସ୍ତନ୍ୟପାନ କରାଇବା ନିମନ୍ତେ ଅତ୍ୟଧିକ ଅସୁସ୍ଥ ବା ଅକ୍ଷମ, ତେବେ ତାଙ୍କୁ କ୍ଷୀର ବାହାର କରିବାକୁ ଉତ୍ସାହିତ କରାଯିବା ଉଚିତ୍; ଯାହାକି ଉପରୋକ୍ତ ସମସ୍ତ ସତର୍କତା ଅବଲମ୍ବନ କରି ଶିଶୁକୁ ଦିଆଯାଇପାରିବ ଏବଂ ବାହାର କରାଯାଇଥିବା କ୍ଷୀର ଦେବା ପାଇଁ ଏକ ସଫା କପ୍ ଓ ଚାମଚ ବ୍ୟବହାର କରନ୍ତୁ ।

କୋଭିଡ-୧୯ (କରୋନା ଭାଇରସ୍)ରେ ଆକ୍ରାନ୍ତ ଜଣେ ମା’ ନିଜର ନବଜାତ ଶିଶୁକୁ ସ୍ପର୍ଶ କରି ଧରି ପାରିବେ କି ?

ହଁ,ଘନିଷ୍ଠ ସମ୍ପର୍କ, ଶୀଘ୍ର ଏବଂ ବିଶେଷ ସ୍ତନ୍ୟପାନ ଏକ ଶିଶୁର ଅଭିବୃଦ୍ଧିରେ ସାହାଯ୍ୟ କରେ । ଆପଣଙ୍କୁ ଏଗୁଡ଼ିକୁ ସମର୍ଥନ କରିବାକୁ ପଡିବ ।

  • ସୁଗମ ଶ୍ଵାସକ୍ରିୟା, ସ୍ୱଚ୍ଛତା ସହିତ ନିରାପଦରେ ସ୍ତନ୍ୟପାନ କରାନ୍ତୁ
  • ଚର୍ମକୁ ଚର୍ମ ସ୍ପର୍ଶ କରି ନିଜର ନବଜାତ ଶିଶୁକୁ ଧରି ରଖନ୍ତୁ
  • ନିଜ ଶିଶୁ ସହ ଏକ କୋଠରୀରେ ରୁହନ୍ତୁ

ନିଜ ନବଜାତ ଶିଶୁକୁ ସ୍ପର୍ଶ କରିବା ପୂର୍ବରୁ ଏବଂ ପରେ ହାତ ଧୋଇବା ଉଚିତ୍ ଏବଂ ସମସ୍ତ ପୃଷ୍ଠକୁ ସଫା ରଖିବା ଉଚିତ୍ ।

ଆଧାର - unfpa

3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top