অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗର୍ଭାବସ୍ଥାରେ ଉଚ୍ଚରକ୍ତଚାପ

ଉଚ୍ଚରକ୍ତଚାପର ପ୍ରଭାବ

ଗର୍ଭାବସ୍ଥାରେ ଉଚ୍ଚରକ୍ତଚାପ ରହିବା ଖୁବ୍ ବିପଜ୍ଜନକ । ଏହା ଉଭୟ ମା’ ଗର୍ଭସ୍ଥ ଶିଶୁର କ୍ଷତି କରିଥାଏ । ସୁସ୍ଥ ଗର୍ଭବତୀ ମହିଳାଙ୍କ ରକ୍ତଚାପ ୧୦୦-୧୨୦/ ୬୦- ୮୦ ରହିବା ଉଚିତ। ଏହା ୧୩୦-୮୦ କୁ ଟପିଯାଏତେବେ ତୁରନ୍ତ ଏହାର ଚିକିତ୍ସା ଆବଶ୍ୟକ ପଡିଥାଏ ।

ପୂର୍ବରୁ ସ୍ଵାଭାବିକ ରକ୍ତଚାପ ଥିବା ସ୍ତ୍ରୀ ଲୋକଙ୍କ ଗର୍ଭରହିବା ପରେ ରକ୍ତଚାପ ବଢିବାର ବହୁ ସମ୍ଭାବନା ଥାଏ। ଏହାଛଡା ବିଶେଷତଃ ଯେଉଁମାନେ ୧୮ ବର୍ଷରୁ କମ୍ କିମ୍ବା ୩୦ ବର୍ଷରୁ ଅଧିକ ବୟସରେ ଗର୍ଭଧାରଣ କରନ୍ତି ସେମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ବେଶି ପରିମାଣରେ ଦେଖିବାକୁ ମିଳେ । ଅତ୍ୟଧିକ ମୋଟା ହୋଇଥିଲେ ବା ଯେଉଁମାନଙ୍କର ମଧୁମେହ ଥାଏ କିମ୍ବା ପରିବାରରେ ଉଚ୍ଚରକ୍ତଚାପ ଥାଏ,ସେମାନଙ୍କ ଗର୍ଭଧରଣ ସମୟରେ ରକ୍ତଚାପ ବଢିବାର ସମ୍ଭାବନା ଅଧିକ ଥାଏ । ଏହା ବ୍ୟତୀତ ଜେଉନମାନଙ୍କ ପ୍ରଥମ ଗର୍ଭ ବେଳେ ରକ୍ତଚାପ ଅଧିକ ହୋଇଥାଏ, ସେମାନଙ୍କର ଦ୍ଵିତୀୟ ଗର୍ଭବେଳେ ମଧ୍ୟ ରକ୍ତଚାପ ବଢିଥାଏ । ଏହି ରୋଗରେ ହରମୋନ ରେନୀନ୍ ଆନ୍ ଜିଜେନସନ୍ ଭାରସାମ୍ୟ ଠିକ୍ ରହିବାରୁ ଧମନୀ ଗୁଡିକର ଅତ୍ୟଧିକ ସଙ୍କୋଚନ ହୋଇ ରକ୍ତଚାପ ବଢିଥାଏ । ଏହା ଦ୍ଵାରା ଶରୀରର ସମସ୍ତ ଦରକାରୀ ଅଙ୍ଗ ଯଥା ଗର୍ଭାଶୟ, ବୃକକ୍, ମସ୍ତିସ୍କ ଯକୃତ ଏବଂ ଗର୍ଭସ୍ଥ ଶିଶୁକୁ ମଧ୍ୟ ରକ୍ତ ସଞ୍ଚାଳନ କମ୍ ହୋଇ କ୍ଷତି ଘଟାଇଥାଏ ।

ରକ୍ତଚାପ ବଢିବା ଦ୍ଵାରା ପ୍ରି- ଏକଲାମ୍ପସିଆ

ପ୍ରି- ଏକଲାମ୍ପସିଆର  ଲକ୍ଷଣ ଗୁଡିକ ହେଲା ଅତ୍ୟଧିକ ଓଜନ ବଢିବା, ସକାଳୁ ଉଠିବା ବେଳକୁ ପାଦ ଫୁଲିବା ହାତ ମୁଦି ଟାଇଟ୍ ହୋଇଯିବା । ଧୀରେ ଧୀରେ ପେଟ, ମୁହଁ ଏବଂ ସମସ୍ତ ଶରୀର ଫୁଲିଯିବା ସହ ଏହି ସମୟରେ ରକ୍ତଚାପ ପ୍ରାୟ ୧୪୦/୯୦ ରୁ ଅଧିକ ହୋଇଥାଏ । ଯଦି ଏହି ସମୟରେ ଚିକିତ୍ସା କରା ନ ଯାଏ ତେବେ ଅନ୍ୟ ସବୁ ଖରାପ ଉପସର୍ଗ ଦେଖାଯାଇଥାଏ । ଯଥା- ମୁଣ୍ଡ ବିନ୍ଧିବା, ନିଦ ନ ହେବା, ପରିସ୍ରା କମ୍ ହେବା, ପେଟ ଦରଜ ହେବା, ଆଖିକୁ ନ ଦିଶିବା, କାମଳ ହେବା ଆଦି ଲକ୍ଷଣ ପ୍ରକାଶ ପାଇଥାଏ । ଏଗୁଡିକ ବାଟ ମାରିବାର ପୂର୍ବ ଲକ୍ଷଣ । ଉଚ୍ଚରକ୍ତଚାପ ରହିବା ସହିତ ଏହିସବୁ ଲକ୍ଷଣ ଦେଖାଗଲେ ତୁରନ୍ତ ଗର୍ଭବତୀ ମହିଳାଙ୍କୁ ଡାକ୍ତରଦେଖାଇବା ଉଚିତ୍ ।

ତେଣୁ ଗର୍ଭାବସ୍ଥାରେ ରକ୍ତଚାପ ବଢିବା ଦ୍ଵାରା ପ୍ରି- ଏକଲାମ୍ପସିଆ ବା ଏକଲାମ୍ପସିଆ ହେବାର ସମ୍ଭାବନା ରହେ । ଏହାଦ୍ଵାରା ପେଟ ଭିତରେ ରକ୍ତସ୍ରାବ ବା ବୃକକ୍ ଖରାପ ହେବା ଦ୍ଵାରା ଆଖିକୁ ନ ଦିଶିବା ଭଳିପରିସ୍ଥିତି ଉପୁଜେ । ପ୍ରସବ ପରେ ପ୍ରବଳ ରକ୍ତସ୍ରାବ ଯୋଗୁଁ ରୋଗୀଟି ମୃତ୍ୟୁ ମୁଖରେ ପଡିପାରେ । ମସ୍ତିଷ୍କରେ ମଧ୍ୟା ରକ୍ତକ୍ଷରଣ ହେବାସହ ଛାତିରେ ପାଣି ଜମି ରୋଗୀ ଅଣନିଃଶ୍ଵାସ ହୋଇପଡେ ।

ଗର୍ଭସ୍ଥ ଶିଶୁଟି ମଧ୍ୟ ଠିକ୍ ଭାବରେ ବଢିପାରେ ନାହିଁ । ରୋଗ ବେଶୀ ବଢିଯାଇଥିଲେ ଅନେକ ସମୟରେ ମା’କୁ  ବିପଦରୁ ରକ୍ଷା କରିବାପାଇଁ ଆମକୁ ଅପରିପକ୍ଵ ଶିଶୁକୁ ପ୍ରସବ କରାଇବାକୁ ପଡିଥାଏ । ଯାହାଦ୍ଵାରା ଶିଶୁର ଅନେକ ଜଟିଳତା ଦେଖାଦେଇଥାଏ । ବେଳେବେଳେ ଶିଶୁଟି ଗର୍ଭରେ ନଷ୍ଟ ହୋଇଯାଏ କିମ୍ବା ଶ୍ଵାସରୋଧ ଅବସ୍ଥାରେ ଜନ୍ମଗ୍ରହଣ କରି ଭବିଷ୍ୟତରେ ମାନସିକ ଅନଗ୍ରସର ହୋଇଥାଏ ।

ଉପୟୁକ୍ତ ଚିକିତ୍ସା

ଏହି ବିପଦରୁ ଉଭୟ ମା’ ଏବଂ ଶିଶୁକୁ ରକ୍ଷା କରିବା ପାଇଁ  ଗର୍ଭାବସ୍ଥାରେ ନିୟମିତ ବ୍ୟବଧାନରେ ରକ୍ତଚାପ ମାପିବା ସହିତ ଯଦି ଏହା ଅଧିକ ଥାଏ ତୁରନ୍ତ ନିକଟସ୍ଥ ଡାକ୍ତରଙ୍କ ଦ୍ଵାରା ଉପୟୁକ୍ତ ଚିକିତ୍ସା କରିବା ଆବଶ୍ୟକ । ତଥାପି ଯଦି ରକ୍ତଚାପ ନିୟନ୍ତ୍ରିତ ଣ ହୁଏ, ତେବେ ଯେଉଁ ଡାକ୍ତରଖାନାରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଏବଂ ଶିଶୁ ବିଶେଷଜ୍ଞଛନ୍ତି ଏଠାକୁ ଯାଇ ପରାମର୍ଶ ଅନୁସାରେ ସଠିକ୍ ସମୟରେ ଡାକ୍ତରଖାନାରେ ରହି ଚିକିତ୍ସିତ ହେବା ଆବଶ୍ୟକ । ଠିକ୍ ସମୟରେ ରକ୍ତଚାପ ଔଷଧ, ଲୌହ ବଟିକା, କାଲସିଅମ୍ ୧୦୦୦ ଗ୍ରାମ୍ ବଟିକା ଆସ୍ ପିରିନ  ବଟିକା ଖାଇବା ଉଚିତ୍ । ଏହା ସହିତ କମ୍ ଲୁଣ ବିଶିଷ୍ଟ ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଯଥା ଗଜାମୁଗ, କଦଳୀ ମାଛ, ମାଂସ ଅଣ୍ଡା, କ୍ଷୀର ପାଳଙ୍ଗ ସଜନା ଶାଗ ଚିନାବାଦାମ ଆଦି ଗର୍ଭବତୀଙ୍କୁ ଦିଅନ୍ତୁ । ଦୈନିକ ରାତିରେ ୮ ଘଣ୍ଟା ଏବଂ ଖାରବେଳେ ୨ ଘଣ୍ଟା ବିଶ୍ରାମ ନେଲେ ଗର୍ଭାଶୟକୁ ରକ୍ତ ସଞ୍ଚାଳନ ହୋଇ ରକ୍ତଚାପ କମିଥାଏ ।

ଆଧାର - ସ୍ୱାସ୍ଥ୍ୟ ଡାଏରୀ

Last Modified : 1/5/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate