অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗର୍ଭାବସ୍ଥାରେ ନବରାତ୍ରି ବ୍ରତ କରୁଛନ୍ତି କି ଜାଣନ୍ତୁ କେମିତି ସାବଧାନତା ଅବଲମ୍ବନ କରିବେ

ଗର୍ଭାବସ୍ଥାରେ ନବରାତ୍ରି ବ୍ରତ କରୁଛନ୍ତି କି ଜାଣନ୍ତୁ କେମିତି ସାବଧାନତା ଅବଲମ୍ବନ କରିବେ

ଗର୍ଭାବସ୍ଥା

ଗର୍ଭାବସ୍ଥାରେ ଉପବାସ ବ୍ରତ । ଏହାକୁ ଚିକିତ୍ସକମାନେ ଖୁବ୍ ଗମ୍ଭୀରତାର ସହ ନେଇ କହିଛନ୍ତି .ନବରାତ୍ରିରେ ମହିଳାମାନେ ବ୍ରତ ଉପବାସ ରଖିଥାନ୍ତି । ତାହେଲେ ପ୍ରଶ୍ନ ଉଠେ , ଗର୍ଭାବସ୍ଥାରେ ଥିବା ମହିଳା ଏହି ବ୍ରତ କରିପାରିବେ କି ? ଡାକ୍ତରଙ୍କ କହିବାନୁସାରେ ଏହି ବ୍ରତ ସମୟରେ ଭଲ ମନ୍ଦର ପ୍ରଭାବ କେବଳ ମା’ ଉପରେ ପଡିଥାଏ , ତା ନୁହେଁ ଜନ୍ମ ନେବାକୁ ଥିବା ଶିଶୁ ଉପରେ ବି ପଡିପାରେ । ଏଥିପାଇଁ ସାବଧାନତା ଜରୁରୀ । ଗର୍ଭାବସ୍ଥା ସମୟରେ ଯଦି ଆପଣ ଭିତରେ ସୁସ୍ଥ ଅନୁଭବ କରୁଛନ୍ତି । ତେବେ ଉପବାସ ରଖିବାରେ କୈାଣସି ଅସୁବିଧା ନାହିଁ । କିନ୍ତୁ କିଛି ମାମଲା , ଯେପରି ଶରୀରରେ ଅଳ୍ପ ରକ୍ତ ଥିବା , ଦୁର୍ବଳ ଲାଗିବା , ଉଚ୍ଚ ରକ୍ତଚାପ ବା ପୁଣି ଗର୍ଭକାଳୀନ ମଧୁମେହରେ ଚିକିତ୍ସିତ ଗର୍ଭବତୀ ମହିଳାଙ୍କୁ ଉପବାସ ରଖିବାକୁ କହିନଥାନ୍ତି । କାରଣ ଏଥିରେ ମା’କୁ କେବଳ ବିପଦ ନଥାଏ , ଗର୍ଭରେ ବଢୁଥିବା ଶିଶୁର ବି କ୍ଷତି ହୋଇପାରେ ।

କୋଲକତାର ଆନନ୍ଦପୁର ସ୍ଥିତ ଫୋର୍ଟିସ ହସ୍ପିଟାଲରେ ପରାମର୍ଶଦାତା ପ୍ରସୂତି ବିଶେଷଜ୍ଞ ଡା. ବିକାଶ ବନର୍ଜୀ କହିଛନ୍ତି, ଗର୍ଭାବସ୍ଥାର ପ୍ରଥମ ଓ ତୃତୀୟ ଚତୁର୍ଥମାସରେ ବ୍ରତ ନରଖିବାକୁ ଭଲ । ପ୍ରଥମ ତିନି ମାସ ରେ ଯଦି ଲମ୍ବା ସମୟ ଧରି ଉପବାସରେ ରୁହନ୍ତି ତ ଅସ୍ପଷ୍ଟ ସ୍ୱର ଓ ବାନ୍ତି ସମସ୍ୟା ଉପୁଜିଥାଏ । ତୃତୀୟ ଚତୁର୍ଥ ମାସରେ ଏମିତି କରିବା ଦ୍ୱାରା ମୁଣ୍ଡ ବୁଲାଇବାର ସମସ୍ୟା ଥାଏ । ଗର୍ଭାବସ୍ଥାରେ ହେଉଥିବା ମଧୁମେହ ରକ୍ତର କମି ଆସିବା ବା ଗର୍ଭରେ ଏକରୁ ଅଧିକ ପିଲାଥିଲେ ବ୍ରତ ଉପବାସ କରିବା କ୍ଷତିକାରକ ମଧ୍ୟ ହୋଇଥାଏ ।

ଯଦି ସବୁକିଛି ଠିକ ଅଛି । ନିଜକୁ ଆପଣ ଭଲ ଅନୁଭବ କରୁଛନ୍ତି ଏବଂ ବ୍ରତ ରଖିଛନ୍ତି , ତାହେଲେ ଏହି ସାବଧାନତା ଅବଲମ୍ବନ କରିପାରିବେ –

ଏହି ସାବଧାନତା ଅବଲମ୍ବନ କରିପାରିବେ

  1. ନିର୍ଜଳ ଉପବାସ କରନ୍ତୁ ନାହିଁ । କାରଣ ଗର୍ଭାବସ୍ଥାରେ ମା’ ଓ ଶିଶୁ ଉଭୟଙ୍କୁ ପାଣି ଦରକାର ହୋଇଥାଏ । ଯଦି ଉପବାସ କରୁଚନ୍ତି ତ ଧ୍ୟାନ ରଖିବେ ଯେମିତି ଡିହାଇଡ୍ରେସନର ଲକ୍ଷଣ ନହୁଏ । ନିର୍ଜଳା ଉପବାସ ବେଳେ ନଡିଆ ଜଳ ଦୁଗ୍ଧ ଓ ଜୁସ୍ ବଳି ଜିନିଷକୁ ଗ୍ରହଣ କରିପାରିବେ । ଫଳ , ପନିପରିବା , ଜୁସରେ ଶରୀରରେ ପାଣିର ଜରୁରୀକୁ ପୁରା କରିଥାଏ ।
  2. ଉପବାସରେ କଫି ବା ଚା’ ସେବନ କରନ୍ତୁ ନାହିଁ ।
  3. ଯଦି ପାଗ ଉଷୁମ ଅଛି , ଘର ଭିତରେ ରୁହନ୍ତୁ । ବାହାରକୁ ବାହାରନ୍ତୁ ନାହିଁ ।
  4. ଉପବାସ ସମୟରେ ବ୍ୟାୟାମ ବା କୈାଣସି ଭାରି କାମ କରନ୍ତୁ ନାହିଁ ।
  5. ବ୍ରତ ଭାଂଗିବା ବେଳେ ଆରମ୍ଭରେ ଏକ ଗ୍ଲାସ୍ ଜୁସ୍ ବା ପଇଡ ଜଳ ପିଅନ୍ତୁ । ଏହାପରେ କିଛି ହାଲକା ଖାଦ୍ୟ ଖାଆନ୍ତୁ ।
  6. ବ୍ରତ ସମୟରେ ଗର୍ଭରେ ଭ୍ରୁଣର ଚହଲିବା ଉପରେ ନଜର ରଖନ୍ତୁ । ଏବଂ ସମୟ ସମୟରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଦିଲ୍ଲୀର ଇଣ୍ଟରନ୍ୟାସନାଲ ଫର୍ଟିଲିଟି ସେଣ୍ଟରର ଚେୟାରପର୍ସନ ଡା. ରୀତା ବରଖା କହିଛନ୍ତି, ‘ଗର୍ଭାବସ୍ଥା ସମୟରେ ଉପବାସ ଅନେକ ଅଳ୍ପାବଧି ବା ଦୀର୍ଘକାଳିନ ପ୍ରଭାବ ପକାଇପାରେ । କିଛି ମହିଳା ବିପଦକୁ ଅଣଦେଖା କରି ଉପବାସ କରିଥାନ୍ତି । ଏହାର ତତ୍କାଳ ପ୍ରଭାବ କେବଳ ମା’ ଉପରେ ପଡିଥାଏ , ତାନୁହେଁ ଏହା ଗର୍ଭସ୍ଥ ଶିଶୁ ଉପରେ ବି ପଡିପାରେ ।’

ଆଧାର: କନକ ନ୍ୟୁଜ

Last Modified : 1/12/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate