ଉପକ୍ରମ ଗର୍ଭାବସ୍ଥା ସମୟରେ ପ୍ରତ୍ୟେକ ମହିଳାଙ୍କୁ ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ ।କାରଣ ଏହି ସମୟରେ ମହିଳାଙ୍କ ଶରୀରରେ ବହୁତ କିଛି ପରିବର୍ତ୍ତନ ଦେଖା ଦେଇଥାଏ । ଗର୍ଭାବସ୍ଥାରେ ପ୍ରଥମ ତିନିମାସ ନିହାତି ଗୁରୁତ୍ଵପୂର୍ଣ୍ଣ ଥିବାରୁ ଏଥି ପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି । ପ୍ରତ୍ୟେକ ମହିଳା ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖାଦ୍ୟ ଖାଇବା ଉଚିତ୍ । ଗର୍ଭ ସଞ୍ଚାରର ପ୍ରଥମ ତିନି ମାସରେ କ’ଣ ଖାଦ୍ୟ ଖାଇବା ଆବଶ୍ୟକ ଆସନ୍ତୁ ସେଥିନେଇ ଜାଣିବା । କ’ଣ ଖାଦ୍ୟ ଖାଇବା ଆବଶ୍ୟକ ଭିଟାମିନ୍ ବି-୬ ଯୁକ୍ତ ଖାଦ୍ୟ ଗର୍ଭାବସ୍ଥାରେ ତୃତୀୟ ମାସରେ ମହିଳାଙ୍କୁ ଭିଟାମିନ୍ ବି-୬ ଯୁକ୍ତ ଖାଦ୍ୟ ଖାଇବାକୁ ଦିଅନ୍ତୁ । ଯେମିତିକି ଖଟା ଫଳ, ଥଣ୍ଡା, ସବୁଜ ପନିପାରିବା ଆଳୁଆଦି । ଏହା ଖାଇବା ଦ୍ଵାରା ମହିଳାମାନେ ଥକ୍କାପଣ କମ୍ ଅନୁଭବ କରିବା ସହିତ ବାନ୍ତି ମଧ୍ୟ କରି ନ’ଥାନ୍ତି । ଫଳ ନିଜ ସ୍ୱାସ୍ଥ୍ୟ ସଠିକ୍ ହେଲେ ଗର୍ଭବତୀ ମହିଳାମାନେ ଦିନରେ ଅତିକମ୍ ରେ ଦୁଇଟି ଫଳ ଖାଇବା ନିହାତି ଆବଶ୍ୟକ। କାହିଁକି ନା ସତେକ ଫଳରେପ୍ରାକୃତିକ ମିଠା ଅଂଶ ଫାଇବର ଏବଂ ଆଣ୍ଟିଏକ୍ସିଡେଣ୍ଟର ମାତ୍ରା ଆଦି ମିଳିଥାଏ । କାର୍ବୋହାଇଡ୍ରେଟସ୍ ଗର୍ଭାବସ୍ଥା ସମୟରେ କାର୍ବୋହାଇଡ୍ରେଟସ୍ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ ଯେମିତିକି ପାଉଁରୁଟି ଚାଉଳ ଏବଂ ଆଳୁ ନିହାତି ଖାଆନ୍ତୁ । ଏହା ଶରୀରରେ ହେବାକୁ ଥିବା ବିକାଶରେ ସାହାଯ୍ୟ କରିଥାଏ । କ୍ଷୀର ଉତ୍ପାଦିତ ସାମଗ୍ରୀ ଗର୍ଭାବସ୍ଥା ସମୟରେ ମା’ ଏବଂ ଶିଶୁ ଉଭୟକ ପାଇଁ କ୍ଷୀରରୁ ପ୍ରସ୍ତୁତ ସାମଗ୍ରୀ ବହୁତ ଉପକାରୀ ହୋଇଥାଏ । କାରଣ କ୍ଷୀରରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ୍ ଏବଂ ଖଣିଜପଦାର୍ଥ ରହିଥାଏ । ତେଣୁ ଗର୍ଭସ୍ଥ ମହିଳାକୁ ଦହି ଏବଂ ଲହୁଣି କହିବାକୁ ଦେବା ଆବଶ୍ୟକ । ଆଧାର -ସ୍ୱାସ୍ଥ୍ୟବ୍ୟୁରୋ