অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗର୍ଭାବସ୍ଥାରେ ପ୍ରଥମ ତିନି ମାସରେ ଖାଦ୍ୟ ପରାମର୍ଶ

ଗର୍ଭାବସ୍ଥାରେ ପ୍ରଥମ ତିନି ମାସରେ ଖାଦ୍ୟ ପରାମର୍ଶ

ଉପକ୍ରମ

ଗର୍ଭାବସ୍ଥା ସମୟରେ ପ୍ରତ୍ୟେକ ମହିଳାଙ୍କୁ ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ ।କାରଣ ଏହି ସମୟରେ ମହିଳାଙ୍କ ଶରୀରରେ ବହୁତ କିଛି ପରିବର୍ତ୍ତନ  ଦେଖା ଦେଇଥାଏ ।

ଗର୍ଭାବସ୍ଥାରେ ପ୍ରଥମ ତିନିମାସ ନିହାତି ଗୁରୁତ୍ଵପୂର୍ଣ୍ଣ ଥିବାରୁ ଏଥି ପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି ।

ପ୍ରତ୍ୟେକ ମହିଳା ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖାଦ୍ୟ ଖାଇବା ଉଚିତ୍ । ଗର୍ଭ ସଞ୍ଚାରର ପ୍ରଥମ ତିନି ମାସରେ କ’ଣ ଖାଦ୍ୟ ଖାଇବା ଆବଶ୍ୟକ ଆସନ୍ତୁ ସେଥିନେଇ ଜାଣିବା ।

କ’ଣ ଖାଦ୍ୟ ଖାଇବା ଆବଶ୍ୟକ

ଭିଟାମିନ୍ ବି-୬ ଯୁକ୍ତ ଖାଦ୍ୟ

ଗର୍ଭାବସ୍ଥାରେ ତୃତୀୟ ମାସରେ ମହିଳାଙ୍କୁ ଭିଟାମିନ୍ ବି-୬ ଯୁକ୍ତ ଖାଦ୍ୟ ଖାଇବାକୁ ଦିଅନ୍ତୁ । ଯେମିତିକି ଖଟା ଫଳ, ଥଣ୍ଡା, ସବୁଜ ପନିପାରିବା ଆଳୁଆଦି । ଏହା ଖାଇବା ଦ୍ଵାରା ମହିଳାମାନେ ଥକ୍କାପଣ କମ୍ ଅନୁଭବ କରିବା ସହିତ ବାନ୍ତି ମଧ୍ୟ କରି ନ’ଥାନ୍ତି ।

ଫଳ

ନିଜ ସ୍ୱାସ୍ଥ୍ୟ ସଠିକ୍ ହେଲେ ଗର୍ଭବତୀ ମହିଳାମାନେ ଦିନରେ ଅତିକମ୍ ରେ ଦୁଇଟି ଫଳ ଖାଇବା ନିହାତି ଆବଶ୍ୟକ। କାହିଁକି ନା ସତେକ ଫଳରେପ୍ରାକୃତିକ ମିଠା ଅଂଶ ଫାଇବର ଏବଂ ଆଣ୍ଟିଏକ୍ସିଡେଣ୍ଟର ମାତ୍ରା ଆଦି ମିଳିଥାଏ ।

କାର୍ବୋହାଇଡ୍ରେଟସ୍

ଗର୍ଭାବସ୍ଥା ସମୟରେ କାର୍ବୋହାଇଡ୍ରେଟସ୍ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ ଯେମିତିକି ପାଉଁରୁଟି ଚାଉଳ ଏବଂ ଆଳୁ ନିହାତି ଖାଆନ୍ତୁ । ଏହା ଶରୀରରେ ହେବାକୁ ଥିବା ବିକାଶରେ ସାହାଯ୍ୟ କରିଥାଏ ।

କ୍ଷୀର ଉତ୍ପାଦିତ ସାମଗ୍ରୀ

ଗର୍ଭାବସ୍ଥା ସମୟରେ ମା’ ଏବଂ ଶିଶୁ ଉଭୟକ ପାଇଁ କ୍ଷୀରରୁ ପ୍ରସ୍ତୁତ ସାମଗ୍ରୀ ବହୁତ ଉପକାରୀ ହୋଇଥାଏ । କାରଣ କ୍ଷୀରରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ୍ ଏବଂ ଖଣିଜପଦାର୍ଥ ରହିଥାଏ । ତେଣୁ ଗର୍ଭସ୍ଥ ମହିଳାକୁ ଦହି ଏବଂ ଲହୁଣି କହିବାକୁ ଦେବା ଆବଶ୍ୟକ ।

ଆଧାର -ସ୍ୱାସ୍ଥ୍ୟବ୍ୟୁରୋ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate