অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଟେଷ୍ଟଟ୍ୟୁବ୍ ବେବି

ଟେଷ୍ଟଟ୍ୟୁବ୍ ବେବି

ବନ୍ଧ୍ୟାଦୋଷ ଆଉ ମହିଳାଙ୍କ ପାଇଁ ଆଗ ଭଳି ବଡ ସମସ୍ୟା ହୋଇ ରହି ନାହିଁ । ଆଜିର ଅତ୍ୟାଧୁନିକ ଚିକିତ୍ସାବିଦ୍ୟାରେ ଏ ସବୁର ସରଳ ସମାଧାନ ହୋଇପାରୁଛି । ଯଦି ସ୍ଵାଭାବିକ ପ୍ରକ୍ରିୟାରେ ମହିଳା ଜଣକ ଗର୍ଭଧରଣ ନ କରି ପାରନ୍ତି, ତେବେ ଟେଷ୍ଟଟ୍ୟୁବ୍ ବେବି ତାହାର ସମାଧାନ ବାଟ ହୋଇପାରିଛି । ଚିକିତ୍ସା ବିଦ୍ୟାର ଉପଯୋଗ କରାଯାଇ ଗର୍ଭଧାରଣ କରାଯାଇ ପାରୁଛି । ଏହି ଟେଷ୍ଟଟ୍ୟୁବ୍ ବେବି କ’ଣ ଓ ଏହା କିପରି ହୁଏ, ଏହା ଜାଣିବା ପାଇଁ ଆଇଏମ୍ଏସ୍ ଏବଂ ସମ୍ ହସ୍ପିଟାଲର ବନ୍ଧ୍ୟାକୋଷ ନିରୂପଣ ଓ ଆଇଭିଏଫ୍ ସେଣ୍ଟର ବିଭାଗ ମୁଖ୍ୟ ପ୍ରଫେସର କବିତା ପଣ୍ଡାଙ୍କ ସହ ସ୍ଵତନ୍ତ୍ର ସାକ୍ଷାତକାର ।

ସାଧାରଣତଃ  ସ୍ଵାଭାବିକ ପ୍ରକ୍ରିୟାରେ ପୁରୁଷ ଶରୀରରୁ ଶୂକ୍ରାଣୁ ଆସି ସ୍ତ୍ରୀ ଶରୀରର ଡିମ୍ବାଣୁ ସହ ମିଶ୍ରଣ ଫଳରେ ଭ୍ରୁଣ ସୃଷ୍ଟି ହୋଇଥାଏ । ଏହି ଭ୍ରୁଣ ମା’ ଗର୍ଭାଶୟରେ ଧୀରେ ଧୀରେ ବିକଶିତ ହୋଇ ଶିଶୁରେ ପରିଣତ ହୋଇଥାଏ । କିନ୍ତୁ କୌଣସି କାରଣରୁ ଯଦି ଏହି ପ୍ରକ୍ରିୟା ମା’ ଶରୀର ବାହାରେ ଲାବୋରଟାରିରେ ଏହି ପ୍ରକ୍ରିୟା ଦ୍ଵାରା ଭ୍ରୁଣ ସୃଷ୍ଟି କରନ୍ତି ଓ ଏହି ଭ୍ରୁଣକୁ ମା’ ଗର୍ଭାଶୟକୁ ସ୍ଥାନାନ୍ତର କରିଥାନ୍ତି । ଏହି ପ୍ରକ୍ରିୟା କୌଣସି ଟେଷ୍ଟଟ୍ୟୁବ୍ ରେ ହୋଇ ନ ଥାଏ । ମା’ ଶରୀର ଭିତରେ ଏହି ପ୍ରକ୍ରିୟା ଫେଲୋଫିଆନ ଟ୍ୟୁବ୍ ମଧ୍ୟରେ ହୋଇଥିବାରୁ ଲାବୋରଟାରିରେ ହେଉଥିବା ଏହି ପ୍ରକ୍ରିୟାକୁ ବା ଏହି ପ୍ରକ୍ରିୟାରେ ଜନ୍ମିତ ଶିଶୁକୁ ଟେଷ୍ଟଟ୍ୟୁବ୍ ବେବି ବୋଲି ନାମକରଣ କରାଯାଇଛି । ଡାକ୍ତରୀ ଭାଷାରେ ଏହାକୁ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (ଆଇଭିଏଫ୍) ମଧ୍ୟ କୁହାଯାଇଥାଏ ।

ଟେଷ୍ଟଟ୍ୟୁବ୍ ବେବି କରିବାର କାରଣ ଓ ପ୍ରକ୍ରିୟା


ଫାଲୋଫିଆନ ଟ୍ୟୁବ୍ ନଷ୍ଟ ବା କୌଣସି କାରଣରୁ ବ୍ଲକେଜ  ହୋଇଯାଇଥିଲେ, ପୁରୁଷ ଶରୀରରେ ଶୁକ୍ରାଣୁର ପରିମାଣ ବହୁତ କମ୍ ଟେଷ୍ଟଟ୍ୟୁବ୍ ବେବି କରାଯାଇଥାଏ । ପୁଣି ପିସିଓଡି ଓ ଏଣ୍ଡ୍ରୋମେଟ୍ରିଓସିସ୍ ରୋଗୀମାନଙ୍କ କେସ୍ ରେ ବି ଏହା କରାଯାଇଥାଏ । ବେଳେବେଳେ ପୁରୁଷ ଓ ମହିଳା ଶରୀରରେ ସବୁ କିଛି ଠିକ୍ ଥିଲେ ମଧ୍ୟ ଭ୍ରୁଣ ତିଆରି ହୋଇପାରି ନଥାଏ । ସେଭଳି ପରିସ୍ଥିତିରେ ମଧ୍ୟ ଡାକ୍ତରମାନେ ଟେଷ୍ଟଟ୍ୟୁବ୍ ବେବି ପାଇଁ ପରାମର୍ଶ ଦେଇଥା’ନ୍ତି ।

ପ୍ରକ୍ରିୟା

ଟେଷ୍ଟଟ୍ୟୁବ୍ ବେବି କରିବା ପୂର୍ବରୁ ଡାକ୍ତରମାନେ ପୁରୁଷ ଓ ମହିଳା ଉଭୟଙ୍କର ରକ୍ତ ଓ ହରମୋନ ପରୀକ୍ଷା କରିଥାନ୍ତି । ମହିଳାମାନକର ଗୋଟିଏ ରୃତୁଚକ୍ରରେ ଗୋଟିଏ ହିଁ ଡିମ୍ବାଣୁ ତିଆରି ହୋଇଥାଏ । ତେଣୁ ଏହି ପ୍ରକ୍ରିୟା ଆରମ୍ଭରେ ମହିଳାଙ୍କ ରୃତୁସ୍ରାବର ଦ୍ଵିତୀୟ ଦିନରୁ ତାଙ୍କୁ ହରମୋନ୍ ଇଞ୍ଜେକ୍ସନ ଦିଆଯାଇଥାଏ । ଏହା ପରେ ମା’ ଶରୀରରେ ଏକାଧିକ ଡିମ୍ବାଣୁ ତିଆରି ହେବାକୁ ଲାଗେ । ଡାକ୍ତର ସେହି ସମୟରେ ଡିମ୍ବାଣୁର ବୃଦ୍ଧି ହାର ମାପିଥା’ନ୍ତି ଏବଂ ଭଲ ଓ ପରିପକ୍ଵ ଡିମ୍ବାଣୁ ହେବାପରେ ସେଗୁଡିକୁ ମା’ ଶରୀରରୁ କାଢି ଦିଆଯାଏ । ସେହିପରି ପୁରୁଷଙ୍କ ଶରୀରରୁ ମଧ୍ୟ ଶୂକ୍ରାଣୁ ସଂଗ୍ରହ କରାଯାଇଥାଏ । ସଂଗୃହିତ ଡିମ୍ବାଣୁ ଓ ଶୂକ୍ରାଣୁ ଲାବୋରଟାରିରେ ମାକ୍ରୋସ୍କୋପ ଜରିଆରେ ଫର୍ଟିଲାଇଜେସନ୍ ପାଇଁ ଛାଡି ଦିଆଯାଏ । ୧୬ ରୁ ୧୮ ଘଣ୍ଟା ପରେ କେତୋଟି ଭ୍ରୁଣ ସୃଷ୍ଟି ହୋଇଛି ଓ ତା’ ର ଆକାର ଦେଖି ସେଗୁଡିକର ବିକାଶ ପାଇଁ ନୂଆ କଲ୍ଚର ମିଡିଆକୁ ଛଡ଼ାଯାଏ । ୩/୪ ଦିନ ପରେ ସେଗୁଡିକ ଭଲଭାବେ ବିକଶିତ ହେବ ପରେ ମା’ ଗର୍ଭାଶୟ ମଧ୍ୟକୁ ଭ୍ରୁଣମାନଙ୍କୁ ଛଡ଼ାଯାଇଥାଏ । କାଳେ ଗୋଟିଏ ଭ୍ରୁଣ ନଷ୍ଟ ହୋଇଯିବ ସେହି ଆଶଙ୍କାରେ ସାଧାରଣତଃ ଦୁଇଟି ଭ୍ରୁଣ ମା’ ଗର୍ଭାଶୟ ଭିତରକୁ ଛଡାଯାଇଥାଏ ।

ମା ବା ନବଜାତ ଶିଶୁ ଉପରେ କୁପ୍ରଭାବ ରହିଛି କି

ନା ସେମିତି କିଛି ନାହିଁ । ସାଧାରଣତଃ ଲୋକମାନଙ୍କ ଧାରଣା ଯେ, ଟେଷ୍ଟଟ୍ୟୁବ୍ ବେବି ମାନକ ଆୟୁଷ କମ ଥାଏ । କିନ୍ତୁ ଏହା ଏକ ଭୁଲ ଧାରଣା । ଲ୍ୟାବରେ କେବଳ ରକ୍ତ ଶିଶୁର ଭ୍ରୁଣ ସୃଷ୍ଟି କରାଯାଇଥାଏ । ପରେ ସେ ମା’ ଗର୍ଭାଶୟକୁ ସ୍ଥାନାନ୍ତର ହେବାପରେ ମା’ ଶରୀରରେ ଖାଦ୍ୟ, ପାନୀୟ ଓ ରକ୍ତ ଦ୍ଵାରା ହିଁ ତା’ର ସମସ୍ତ ବିକାଶ ହୋଇଥାଏ । ତେଣୁ ଟେଷ୍ଟଟ୍ୟୁବ୍ ବେବି ଠାରେ ସେମିତି କିଛି ଅସ୍ଵାଭାବିକତା ଦେଖାଯାଇ ନଥାଏ । ଏହି ପ୍ରକ୍ରିୟା ସମୟରେ ବେଳେ ବେଳେ ତଳିପେଟ ଦରଜ, ମୁଣ୍ଡ ବୁଲାଇ ଦେବା ଓ ବାନ୍ତି ହେବା ଆଦି ସମସ୍ୟା ମା’ ଠାରେ ଦେଖାଯାଇପାରେ । ତେଣୁ ଏହି ସବୁ ହରମୋନ୍ ଡାକ୍ତରଙ୍କ ତତ୍ଵା ବଧାନରେ ନେବା ଉଚିତ । ସେହି ସମୟରେ ପ୍ରଚୁର ଜଳୀୟ ପଦାର୍ଥ ଖାଇବା ସହ ପାଣି ପିଇବା ଭଲ ।

ଚିକିତ୍ସାର ସଫଳତା

ମା’ ର ବୟସ ୩୫ -୪୦ ବର୍ଷ ଭିତରେ ହୋଇଥିଲେ, ଡିମ୍ବାଣୁ ଓ ଶୁକ୍ରାଣୁର ଗୁଣାବତ୍ତା ଭଲ ଥିଲେ ଟେଷ୍ଟଟ୍ୟୁବ୍ ବେବିର ସଫଳତା ୪୫-୫୦% ପର୍ଯ୍ୟନ୍ତ ରହିଛି । ସାଧାରଣତଃ ଲୋକମାନେ ସନ୍ତାନ ହୋଇ ନ ଥିଲେ ସବୁ ପ୍ରକାର ଚେଷ୍ଟା କରିସାରିବା ପରେ ଅଧିକ ବୟସରେ ଟେଷ୍ଟଟ୍ୟୁବ୍ ବେବି ପାଇଁ ଆସିଥା’ନ୍ତି । ଏହି ଭଳି କ୍ଷେତ୍ରରେ ମା’ ଗର୍ଭାଶୟକୁ ଭ୍ରୁଣ ସ୍ଥାନାନ୍ତର ପରେ ଏହା ନଷ୍ଟ ହୋଇ ଯିବାର ବହୁ ଆଶଙ୍କା ରହିଛି ।

ଆଧାର - ସ୍ୱାସ୍ଥ୍ୟ ଡାଏରୀ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate