অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରସବ ପରେ ଘିଅ ଖାଇବା ଜରୁରୀ

ଉପକ୍ରମ

ଗର୍ଭଧାରଣ ପୂର୍ବରୁ ଓ ପରେ ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତିଧ୍ୟାନ ରଖିବାକୁ ପଡିଥାଏ । ଗର୍ଭଧରଣ ବେଳେ ଫଳ, ପୁଷ୍ଟିସାର ଆହାର ଖାଇବା ପାଇଁ କୁହାଯାଇଥାଏ । ଏହାସହ ଡାକ୍ତର ମାନେ ପ୍ରସବ ପରେ ଦେଶୀ ଘିଅ ଖାଇବା ପାଇଁ ମଧ୍ୟ କହିଥାନ୍ତି ।

କ’ଣ ପାଇଁ ଖାଇବେ ଘିଅ ?

ଘିଅରେ ପନିପରିବା ତୁଳନାରେ ଅଧିକ ଘୋଷକ ତତ୍ତ୍ଵ ରହିଛି । ଏହି କାରଣ ଯୋଗୁଁ ଦିନରେ ଗୋଟିଏ ଥର ଘିଅ ଖାଇବା ଆବଶ୍ୟକ । ଅଲିଭ୍ ଅଏଲ ପରି ଘିଅ ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ। ଆବଶ୍ୟକ ଠାରୁ ଅଧିକ ଘିଅ ଖାଇଲେ ସ୍ୱାସ୍ଥ୍ୟ ପାଇଁ ହାନିକାରକ ମଧ୍ୟ ହୋଇଥାଏ ।

ଅଧିକ କ୍ୟାଲୋରୀ ଥିବା  ଖାଦ୍ୟ

ପ୍ରସବ ପରେ ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଆହାର କରିବା ଅନୁଚିତ୍ । ହେଲେ ପ୍ରସବ ପରେ ଅଧିକ ତୈଳ ଜାତୀୟ ଖାଦ୍ୟ ଖାଇବା ମହିଳାଙ୍କ ପାଇଁ ବହୁତ ଭଲ । ଏଣୁ ପ୍ରସବ ପରେ ଘିଅ ଖାଇବାକୁ ଡାକ୍ତରମାନେ କହିଥାନ୍ତି ।

ଘିଅ ଖାଇବାର ଲାଭ

ପ୍ରସବ ପରେ ମହିଳାଙ୍କ ଗଣ୍ଠିରେ ଥିବା ରସ କମିଯାଇଥାଏ । ଏଥିପାଇଁ ପ୍ରସବ ପରେ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । ଘିଅରେ ପ୍ରସ୍ତୁତ ଖାଦ୍ୟରୁ ପୋଷଣ ମିଳିଥାଏ ।  ଏଥିପାଇଁ ଡାକ୍ତରମାନେ ଏହା ଖାଇବା ପାଇଁ ଅନୁମତି ଦେଇଥାନ୍ତି ।

ମାଇଗ୍ରେନ୍ ସମସ୍ୟା

ମାଇଗ୍ରେନ୍ ରେ ପିଡିତ ଥିଲେ ପ୍ରସବ ପରେ ଘିଅ ନିହାତି ଖାଇବା ଦରକାର ।

ପ୍ରସବ  ମହିଳାଙ୍କ ପାଇଁ ଘିଅ

ଘିଅରେ ପ୍ରଚୁର ମାତ୍ରାରେ ଶକ୍ତି ରହିଛି । ପ୍ରସବ ମହିଳାଙ୍କ ପାଖରେ ଶକ୍ତି କମିଯାଇଥାଏ । ଏଥିପାଇଁ ଘିଅ ଖାଇବା ଆବଶ୍ୟକ ।

ଦରଜରୁ ମୁକ୍ତ ପ୍ରସବ ପରେ ଗଣ୍ଡି ଦରଜ ହୋଇଥାଏ । ଏଥିପାଇଁ ଘିଅ ଦରଜରୁ ମୁକ୍ତି ମିଳିଥାଏ । ଏହାସହ ମା’କ୍ଷୀର ମାଧ୍ୟମରେ ପିଲାକୁ ପୋଷଣ ତତ୍ତ୍ଵ ମିଳିଥାଏ । ଏଣୁ ପ୍ରସବ ପରେ ମହିଳା ଘିଅ ଖାଇବା ଦ୍ଵାରା ଉଭୟ ମା’ ଓ ପିଲା ପାଇଁ ବହୁତ ଭଲ ।

ଆଧାର - ସ୍ୱାସ୍ଥ୍ୟ ଡାଏରୀ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate