অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫିଟ୍ ରହିବେ ମା’

ଉପକ୍ରମ

ସାଧାରଣତଃ ମା’ ଘର କାମ କରିବା ସହ ପିଲାଙ୍କର ଯତ୍ନ ନେଇଥାନ୍ତି । ଏଥିସହ ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ସଚେତନ ରହିବାକୁ  ପଡେ । କେତେକ ମା’ କାମ ଭିତରେ ନିଜ ସ୍ୱାସ୍ଥ୍ୟର ଯତ୍ନ ଠିକ୍ ଭାବରେ ନେଇପାରି ନଥାନ୍ତି । ତେବେ ଏମିତି କିଛି ଖାସ୍ ଟିପ୍ ରହିଛି ଯାହାକୁ ଆପଣେଇ ଜଣେ ମା’ ନିଜକୁ କେବଳ ଆକ୍ଟିଭ ତଥା ଫିଟ୍ ନୁହେଁ  ଷ୍ଟାଇଲିସ୍ ବି ରହିପାରିବେ  ।

ଶରୀର ପ୍ରତି ଧ୍ୟାନ

ସବୁବେଳେ ମା’ ନିଜଠୁ ନୁଜ ପିଲାକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି । କିନ୍ତୁ କେବେ ଭାବିଛନ୍ତି ଏହା ଭିତରେ ନିଜର ଶରୀରକୁ ଅନାଦେଖା କରିଥାଆନ୍ତି । ଏହି କାରଣରୁ ଆପଣଙ୍କୁ କେତେ କ୍ଷତି ସହିବାକୁ ପଡିଥାଏ । ଏହାଦ୍ଵାରା ପିଲା ଓ ପରିବାର ଲୋକଙ୍କ ଉପରେ ବି ପ୍ରଭାବ ପଡିଥାଏ । ସେଥିପାଇଁ ନିଜପ୍ରତି ଧ୍ୟାନ ଦେବା ସହ ଠିକ୍ ସମୟରେ ଖାଦ୍ୟପେୟ ଗ୍ରହଣ କରନ୍ତୁ ।

ସାଧାରଣତଃ ଦେଖାଯାଏ ମା’ ହେବାପରେ ମହିଳାଙ୍କ ଶରୀରରେ ଷ୍ଟ୍ରେଚ୍ ମାର୍କ ଦେଖାଯିବା ସହ ଶରୀର ଆବଶ୍ୟକତାଠାରୁ ଅଧିକ ମୋଟାହୋଇଯାଏ । ଯେଉଁ କାରଣରୁ ମହିଳାଙ୍କର ବଡି ପୋଷ୍ଟର ଖରାପ ହୋଇଯାଏ । ଆପେ ଆପେ ଭଲ ହେବ ଚିନ୍ତା ନ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ଚିନ୍ତାକୁ ଦୂର  କରନ୍ତୁ ।

ମର୍ନିଂୱାର୍କ

କୁହାଯାଏ ସକାଳର ଖୋଲା ପବନ ଶରୀର ଲାଗି ଆରାମଦାୟକ ହୋଇଥାଏ ଏବଂ ଏହା ଔଷଧ ପରି କାମ କରେ । ଏହା ଶରୀରକୁ ବିଭିନ୍ନ ରୋଗ ଦାଉରୁ ରକ୍ଷା କରିବା ସହ ତ୍ଵଚାରେ ଚମକ ଆଣିଦିଏ । ତେଣୁ ଏହାକୁ ଅଭ୍ୟାସରେ ପରିଣତ କରନ୍ତୁ ।

ଖାଦ୍ୟ ଓ ବ୍ୟାୟାମ

ଆବଶ୍ୟକ ପରିମାଣରୁ ଖାଦ୍ୟ ଗ୍ରହଣ କରନ୍ତୁ ଯାହା ତ୍ଵଚା ଏବଂ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରି । ଅଧିକ  ପରିମାଣରେ ପାଣି ପିଆନ୍ତୁ । କାରଣ ପାଣି ଅଂର୍କ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ ।

ବ୍ୟାୟାମ

ଯଦି ଆପଣଙ୍କ ପାଖରେ ସମୟ କମ୍ ତେବେ କିଛି ସମୟ ଯୋଗ କରିବା ଲାଗି ବାହାର କରନ୍ତୁ । ଏହା  ଦ୍ଵାରା ଶରୀର ଫୁର୍ତ୍ତି ଲାଗେ । ଏହା ରୋଗ ଦାଉରୁ ବି ରକ୍ଷା କରିଥାଏ ।

ତା’ ସହିତ ଏମିତି କାମ କରନ୍ତୁ, ଯେଉଁଥିପାଇଁ ଆପଣଙ୍କୁ ଅଧିକ ଥର ଉଠାବସ ହେବାକୁ ପଡୁଥିବ । ଏହା ଦ୍ଵାରା ଆପଣଙ୍କର ଭଲ ବ୍ୟାୟାମ  ହୋଇଯିବ । ଫଳରେ ଆପଣ ଫିଟ୍ ଏବଂ ସୁସ୍ଥ ଲାଗିବେ ।

ଆଧାର - ସ୍ୱାସ୍ଥ୍ୟ ଡାଏରୀ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate