অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିବାହ ପରେ କାହିଁକି ବଢ଼େ ମହିଳାଙ୍କ ଓଜନ

ବିବାହ ପରେ କାହିଁକି ବଢ଼େ ମହିଳାଙ୍କ ଓଜନ

କାହିଁକି ବଢ଼େ ମହିଳାଙ୍କ ଓଜନ

ଏକ ଅନୁସନ୍ଧାନରୁ ଜଣାଯାଇଛି ଯେ ବିବାହର ୫ ବର୍ଷ ମଧ୍ୟରେ ୮୨% ଦମ୍ପତିଙ୍କର ଓଜନ ୫ ରୁ ୧୦ କିଲୋ ବୃଦ୍ଧି ପାଇଥାଏ।  ଏଥିରେ ମହିଳାଙ୍କ ଓଜନ ବହୁତ ଶୀଘ୍ର ବଢ଼ୁଥିବା ଲକ୍ଷ୍ୟ କରାଯାଇଥାଏ । ତେବେ ଏହା କେବଳ ହରମୋନ୍‌ରେ ପରିବର୍ତ୍ତନ କାରଣରୁ ହୋଇନଥାଏ । ବିଶେଷ କରି ଭାରତୀୟ ମହିଳା ମାନଙ୍କ କ୍ଷେତ୍ରରେ ଓଜନ ବୃଦ୍ଧି ଏକ ସମସ୍ୟା ଜଟିଳ ଭାବେ ଦେଖା ଦେଇଥାଏ ।

କାରଣ ସ୍ୱରୂପ

  1. ନିଦ ପୁରା ନହେବା: ବିବାହ ପରେ ଅନେକ ମହିଳାଙ୍କ କ୍ଷେତ୍ରରେ ଶୋଇବା ଏବଂ କାର୍ୟ୍ୟକରିବାର ସମୟସୀମା ବଦଳି ଯାଇଥାଏ । ଫଳରେ ବହୁତ ଥର ନୀଦ ପୁରା ହୋଇନଥାଏ । ଦିନରେ ଅତି କମ୍‌ରେ ୭ ଘଣ୍ଟା ନଶୋଇବା ଓଜନ ବୃଦ୍ଧିର ଏକ ପ୍ରମୁଖ କାରଣ ।
  2. ହରମୋନ୍‌ ବଦଳିବା: ବିବାହ ପରେ ବଦଳିଥିବା ଜୀବନଚର୍ୟ୍ୟା ଯୋଗୁଁ ମହିଳାମାନଙ୍କର ଶରୀରରେ ବିଗିନ୍ନ ପ୍ରକାରର ହରମୋନ୍‌ରେ ପରିବର୍ତ୍ତନ ଦେଖା ଦେଇଥାଏ । ଯାହାକି ଓଜନ ବୃଦ୍ଧିର କାରଣ ହୋଇଥାଏ ।
  3. ବୟସ ଜନିତ ପ୍ରଭାବ: ଅନୁସନ୍ଧାନ ଅନୁସାରେ ବିବାହ ପରେ ବଢ଼ୁଥିବା ବୟସ ସହ ମହିଳା ମାନଙ୍କର ଖାଦ୍ୟ ପାଚନ ପ୍ରକ୍ରୀୟା ଧିର ହୋଇଯାଇଥାଏ । ଯାହାଦ୍ୱାରା ଶରୀରର ମୋଟାପଣ ହ୍ରାସ ପାଇନଥାଏ । ଫଳରେ ଓଜନ ବୃଦ୍ଧି ହୋଇଥାଏ ।
  4. ଓଜନ କମ୍‌କୁ ନେଇ ଚାପ କମ୍‌ ହେବା: ବିବାହ ପୂର୍ବରୁ ଭଲ ଦେଖାଯିବା ଏବଂ ଓଜନ କମ୍‌ କରିବାକୁ ସଂମ୍ପର୍କୀୟମାନେ ତାଗିଦ୍‌ କରିଥାନ୍ତି । ମାତ୍ର ବିବାହ ପରେ ଏହି ପ୍ରେସର କମି ଯାଇଥାଏ । ଯାହା ଫଳରେ ମହିଳା ମାନେ ନିଜର ଫିଟ୍‌ନେସ୍‌ର ଧ୍ୟାନ ରଖନ୍ତି ନାହିଁ ।
  5. ବେଶି ଟିଭି ଦେଖିବା: ବିବାହ ପରେ ନୂଆ ପରିବାର ସହ ମିଶି ବସି କଥା ହେବା ଅଥବା ଟିଭି ଦେଖିବା ସାଧାରଣ ପ୍ରକ୍ରୀୟା । ଏହା ଦ୍ୱାରା ମେଦବୃଦ୍ଧି ଭଳି ବହୁ ସମସ୍ୟା ଦେଖା ଦେଇଥାଏ ।
  6. ଚିନ୍ତା ବଢ଼ିବା: ବିବାହ ପରେ ମହିଳାମାନଙ୍କ ପାଇଁ ନୂଆ ମାହୋଲରେ ଢ଼ଳିବା କଷ୍ଟକର ହୋଇପଡ଼େ । ଏହାଦ୍ୱାରା ଚିନ୍ତା ବଢ଼ିଥାଏ । ଯାହା ଫଳରେ ଓଜନ ବୃଦ୍ଧି ପାଇଥାଏ ।
  7. ମା’ ହେବା: ବହୁତ ଦମ୍ପତି ବିବାହର ୧ ଅଥବା ୨ ବର୍ଷ ଭିତରେ ପରିବାର ସଂପ୍ରସାରଣ ନେଇ ସ୍ଥିର କରିଥାନ୍ତି । ତେବେ ମା’ ହେବା ପରେ ହରମୋନ୍‌ରେ ପରିବର୍ତ୍ତନ ଏବଂ ଖାଦ୍ୟରେ ପରିବର୍ତ୍ତନ ଯୋଗୁଁ ଓଜନ ବୃଦ୍ଧି ପାଇଥାଏ ।
  8. ଖାମ୍‌ଖିଆଲୀ ଭାବ: ବିବାହ ପରେ ମହିଳାମାନେ ନିଜର ସ୍ବାସ୍ଥ୍ୟକୁ ଧ୍ୟାନ ଦିଅନ୍ତି ନାହିଁ । ମାତ୍ର ବିବାହ ପରେ ବ୍ୟସ୍ତ ଜୀବନଚର୍ୟ୍ୟା ଯୋଗୁଁ ମହିଳାମାନେ ନିଜ ପ୍ରତି ଦିଅନ୍ତି ନାହିଁ । ଫଳରେ ଏହ ଓଜନ ବୃଦ୍ଧିର କାରଣ ହୋଇଥାଏ ।
  9. ଖାଦ୍ୟରେ ପରିବର୍ତ୍ତନ: ଯଦି ସ୍ୱାମୀଙ୍କ ଘରର ଲୋକେ ଅତ୍ୟଧିକ କ୍ୟାଲୋରି ଯୁକ୍ତ ଖାଦ୍ୟ ଖାଉଥାନ୍ତି ତେବେ ମହିଳାମାନଙ୍କ ମଧ୍ୟ ସେହିପରି ଖାଦ୍ୟ ଖାଇବାକୁ ପଡ଼ିଥାଏ । ଫଳରେ ଓଜନ ବୃଦ୍ଧି ହୋଇଥାଏ ।

ଆଧାର - ସ୍ୱାସ୍ଥ୍ୟ ଡାଏରୀ

Last Modified : 6/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate