অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମହିଳାଙ୍କ ପାଇଁ ଉପକାରୀ କଖାରୁ

ମହିଳାଙ୍କ ପାଇଁ ଉପକାରୀ କଖାରୁ

ଉପକ୍ରମ

ସାଧାରଣତଃ ଦେଖାଯାଏ କେବଳ ଡାଲମା କିମ୍ବା କୌଣସି ନିର୍ଦ୍ଦିଷ୍ଟ ତରକାରୀ ଲାଗି ହିନ କଖାରୁ ବ୍ୟବହାର କରାଯାଇଥାଏ । ହେଲେ ଆପଣ ଜାଣନ୍ତି କି, ଏହା ଏଭଳି ଏକ ପାରିବା ଯେଉଁଥିରେ ଆଇରନ୍, ଜିଙ୍କ୍ ପୋଟାସିଅମ୍, ମାଗ୍ନେସିଅମ୍ ଏବଂ ଫାଇବାର ଭଳି ଅନେକ ପୋଷାକ ତତ୍ତ୍ଵ ଭିରି ରହିଛି । ଯାହାଳି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ।

କଖାରୁର ଉପକାରିତା

  • ଆମେରିକାସ୍ଥିତ ନ୍ୟାଶନାଲ୍ ଇନଷ୍ଟିଟ୍ୟୁଟ୍ ଅଫ୍ ହେଲଥ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ମହିଳାମାନଙ୍କୁ ପ୍ରତିଦିନ ଖାଦ୍ୟରେ ୮ ଗ୍ରାମ୍ ଜିଙ୍କର ଆବଶ୍ୟକତା ହୋଇଥାଏ । ଯାହାକି ସେମାନଙ୍କ ରୋଗ ପ୍ରତିରୋଧ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ତେଣୁ କଖାରୁ ମଞ୍ଜିରେ ପ୍ରଚୁର ପରିମାଣରେ ଜିଙ୍କ୍ ରହିଥିବାରୁ ପ୍ରତିଦିନ ଏହାକୁ ଖାଦ୍ୟ ତାଲିକାରେ ସାମିଲ କରିବା ବେଶ୍ ଉପକାରୀ ।
  • ଡାଇବେଟିସ୍ ରୋଗୀ ନିୟମିତ କଖାରୁ ଜୁସ ପିଇବା ଦ୍ଵାରା ରକ୍ତରେ ଶର୍କରା ବା ବ୍ଲଡ୍ ସୁଗାର ପରିମାଣ ନିୟନ୍ତ୍ରିତ ରହିଥାଏ ।
  • ଅମ୍ଳପିତ୍ତ ଜନିତ କଷ୍ଟ ଭୋଗୁଥିଲେ କଖାରୁ ରସରେ ଅଳ୍ପ ଚିନି ମିଶାଇ ପିଅନ୍ତୁ, ତୁରନ୍ତ ଉପଶମ ମିଳିବ ।
  • ମହିଳାମାନେ ସାଧାରଣତଃ ଅଧିକ କାମର ଚାପରେ ସମୟ ସମୟ ଚିନ୍ତା ବା ଅବସାଦଗ୍ରସ୍ତ ହୋଇପଡନ୍ତି । ଯାହାକି ଅପରପକ୍ଷେ ସେମାନଙ୍କଠାରେ ନିଦ୍ରାହୀନତା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା କାରଣ ସାଜିଥାଏ । ଯଦି ଆପଣ ବି ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ପ୍ରତିଦିନ ଖାଦ୍ୟ ତାଲିକାରେ କଖାରୁକୁ ସାମିଲ କରନ୍ତୁ । ଆପଣ ଚାହିଁଲେ କଖାରୁ ମଞ୍ଜିକୁ ଭାଜି ମଧ୍ୟ ଖାଇପାରିବେ । କାରଣ ଏଥିରେ ଥିବା ଏଲ୍ – ଟ୍ରିପ୍ଟୋଫାନ୍ ନାମକ ଉପାଦାନ ଆପଣଙ୍କୁ ଅବସାଦଠାରୁ ଦୂରେଇ ରଖିବା ସହ ମନକୁ ଖୁସିରେ ରଖିବାରେ ସାହାଯ୍ୟ କରିଥାଏ ।

ଆଧାର - ସ୍ୱାସ୍ଥ୍ୟ ଡାଏରୀ

Last Modified : 6/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate