অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ

ପ୍ରଜନନ ଓ ଶିଶୁ ସ୍ଵାସ୍ଥ୍ୟର ସଂଜ୍ଞା

ପ୍ରଜନନକ୍ଷମ ଦମ୍ପତିମାନେ ସନ୍ତାନ ପ୍ରସବ କରିବା ସହିତ ସନ୍ତାନ ଉତ୍ପାଦିକା  ଶକ୍ତି ନିୟନ୍ତ୍ରଣ କରିବାରେ ସମର୍ଥ ହେବେ । ମହିଳାମାନେ ନିରାପଦରେ ଗର୍ଭଧାରଣ ଓ ପ୍ରସବ କରିପାରିବେ । ଗର୍ଭଧାରଣ ଫଳାଫଳ ଅନୁକୂଳ ହେବା ଫଳରେ ମା’ ଓ ଶିଶୁ ମୃତ୍ୟୁକୁ ରୋକାଯାଇପାରିବ ।  ଦମ୍ପତିମାନେ ଗର୍ଭଧାରଣ ଓ ଯୌନ ସଂଚାରିତ ରୋଗର ଭୟ ନଥାଇ ନିରାପଦରେ ଯୌନ-ସମ୍ପର୍କ ସ୍ଥାପନ କରିପାରିବେ ।

ଏହି କାର୍ଯ୍ୟକ୍ରମର ମୌଳିକ ଲକ୍ଷ ହେଲା ଲୋକମାନଙ୍କର ସହଯୋଗୀତାରେ ଓ ସହଭାଗିତାରେ ମା’ ଓ ଶିଶୁସ୍ଵାସ୍ଥ୍ୟର ବିକାଶ କରିବା । ପୂର୍ବର ସମସ୍ତ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ସହିତ ଏହି ପରିବର୍ତ୍ତିତ କାର୍ଯ୍ୟକ୍ରମରେ ଏଚ․ଆଇ․ଭି / ଏଡ୍ ସ ଓ ଯୌନ ସଂଚାରିତ ରୋଗକୁ ସାମିଲ କରାଯାଇଛି । ବିଶେଷ କରି ଏହି କାର୍ଯ୍ୟକ୍ରମର ଏକ ବିଶେଷତ୍ଵ ହେଲା ଗୋଷ୍ଠୀର ଆବଶ୍ୟକତା ନିର୍ଦ୍ଦାରଣ କରି ମା’ ଶିଶୁଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଯାହା ପ୍ରକାରାନ୍ତରେ ମା’ ଓ ଶିଶୁଙ୍କ ସ୍ଵାସ୍ଥ୍ୟରେ ପ୍ରଭୂତ ବିକାଶ ଆଣିପାରିବ ।

ଜାତୀୟ ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ରହିଥିବା ଭିନ୍ନ ଉପାଦାନ


  • ଗର୍ଭଧାରଣ , ପ୍ରସାବ ପର ଯତ୍ନ ଏବଂ ଶିଶୁ ଜନ୍ମ ସୁରକ୍ଷିତ ହେବ ।
  • ଉପଯୁକ୍ତ ଗର୍ଭାନିରୋଧକର ବ୍ୟବହାର ( ବିନା ଲକ୍ଷ୍ୟ ଧାର୍ଯ୍ୟରେ ପରିବାର ନିୟୋଜନ ) ।
  • ସୁରକ୍ଷିତ ଗର୍ଭପାତ ।
  • ପ୍ରଜନନ ମାର୍ଗ ସଂକ୍ରମଣ, ଯୌନ ସଂଚାରିତ ରୋଗ  ଏବଂ ଏଚ.ଆଇ.ଭି / ଏଡ୍ ସ ର ଉତ୍ତମ ପରିଚାଳନା ।
  • କୈଶୋର ସ୍ୱାସ୍ଥ୍ୟ  ।
  • ପୁରୁଷମାନଙ୍କର ଦାୟିତ୍ଵ ବୃଦ୍ଧି ।

ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟର ବିଭିନ୍ନ ସୋପାନ

ଗର୍ଭ ଧାରଣ ଓ ପ୍ରସବ

  • ଜନ୍ମ ପୃବାରୁ ଗର୍ଭ ନଷ୍ଟ ନ କରିବା ବା ଭ୍ରୁଣ ଲିଙ୍ଗଭେଦ ବେଚାର ନ କରିବା ଏବଂ ଜନ୍ମ ସମୟରେ ଝିଅଟିଏ ଜନ୍ମ ନେଲାବୋଲି କୌଣସି ବାଛାବିଚାର ନକରିବା
  • ସୁରକ୍ଷିତ ପ୍ରସବ ଏବଂ ଶିଶୁ ବଞ୍ଚି ରହିବାର ଉପଯୁକ୍ତ ପରିବେଶ ।

ଶୈଶବ

  • ଶିଶୁକନ୍ୟା /ଭ୍ରୁଣହତ୍ୟା ବନ୍ଦ ।
  • କେବଳ ସ୍ତନ୍ୟ ପାନ ।
  • ଦୁଗଧ ସଂଚାର ଓ ଖାଦ୍ୟାଭାସ ।
  • ଉପଯୁକ୍ତ ପୋଷଣ ଓ ଖାଦ୍ୟ ।
  • ଶୈଶବ କାଳୀନ ଅସୁସ୍ତତାର ସୁରକ୍ଷା ।
  • ବାଳକ ଓ ବାଳିକାମାନଙ୍କର ପାଇଁ ଶିକ୍ଷା ସହିତ ସେମାନଙ୍କୁ ସମାନ ଦୃଷ୍ଟିରେ ଦେଖିବା ।

କୈଶୋର

  • ଉପଯୁକ୍ତ ଶୋଷଣ ପ୍ରତି ଦୃଷ୍ଟି ଦେବା ।
  • ଧର୍ଷଣ, ହିଂସାକାଣ୍ଡ ଏବଂ ମଦ୍ୟପାନରୁ ମୁକ୍ତି ।
  • ଉପଯୁକ୍ତ ବୟସରେ ବିବାହ ।
  • ଜୀବନ ଶୈଳୀରେ ଶିକ୍ଷା ।
  • ଆତ୍ମସମ୍ମାନବୃଦ୍ଧି ।
  • ସମସ୍ତ ପ୍ରକାର ହିଂସାକାଣ୍ଡର ପ୍ରତିରୋଧ ବ୍ୟବସ୍ଥା ।

ପ୍ରଜନନକ୍ଷମ ବୟସ

  • ସୁରକ୍ଷିତ ଭାବେ ଗର୍ଭଧାରଣ ଏବଂ ଉପଯୁକ୍ତ ଡାକ୍ତରୀ ସେବା ସହିତ ପ୍ରସବ ।
  • ପ୍ରଜନନ ମାର୍ଗ ସଂକ୍ରମଣ, ଯୌନ ସଂଚାରିତ ରୋଗ /ଏ.ଚ.ଆ.ଭି./ଏଡସରୁ ରକ୍ଷା ।
  • ଗର୍ଭ ନିରୋଧକ ବ୍ୟବହାର କରି ଦୁଇଟି ଗର୍ଭ ଭିତରେ ବ୍ୟବଧାନ ରକ୍ଷାକରିବା ।
  • ଉନ୍ନତ ମାନର  ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହ ଅନ୍ୟାନ୍ୟ ସୁବିଧା ଯୋଗାଇଦେବା
  • ବନ୍ଧ୍ୟାତ୍ଵ ଦୁରିକରଣ କରିବା ଏବଂ ବନ୍ଧ୍ୟାମାନଙ୍କର ଉପଯୁକ୍ତ ପରିଚାଳନା କରିବା ।
  • ଗର୍ଭନଷ୍ଟ ର ଉପଯୁକ୍ତ ସମୀକ୍ଷା କରିବା ।
  • ମହିଳା ଏବଂ କିଶୋରୀ ମାନଙ୍କର ଗର୍ଭଧାରଣ ଜନିତ ଜଟିଳତା ଜଟିଳତା ହେତୁ ହେଉଥିବା ମୃତ୍ୟୁ ଏବଂ ଜଟିଳତାର ପ୍ରତିକାର ବ୍ୟବସ୍ଥା

ବୃଦ୍ଧାବସ୍ଥା

  • ଋତୁ ସ୍ରାବ ବନ୍ଦ ସମ୍ବନ୍ଧୀୟ ସମସ୍ୟା ଉପଯୁକ୍ତ ପରିଚାଳିନା
  • ସ୍ତନ ଏବଂ ଗର୍ଭାଶୟ କର୍କଟ ରୋଗର ସଅଳ ଚିହ୍ନଟ
  • ରୁଗୁଣ କରାଯାଉଥିବା ଅସୁସ୍ଥତା , ରୁଗୁଣ ଏବଂ ଚାଲିବାରେ ଅକ୍ଷମତା ଏବଂ ଆସ୍ତି  ଆବକ୍ଷୟ ଜନିତ ସମସ୍ୟାର ଯତ୍ନନେବା

ଓଡିଶାରେ ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟର ସ୍ଥିତି

ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟର ବିଭିନ୍ନ ଦିଗକୁ ବିଚାରକୁ ନେଲେ ଏହା କେବଳ ମା’ଓ ଶିଶୁଙ୍କର ସ୍ଥିତିକୁ ବୁଝାଏ ତାହା ନୁହେ , ଅନେକ ଆନୁଷଙ୍ଗିକ କାରଣ ବା ପରିସ୍ଥିତି ଏଥିପାଇଁ ଦାୟୀ ରହିଥାଏ । ଏହି ପୁସ୍ତିକାରେ ଆମେ କେତୋଟି ମୁଖ୍ୟ ଦିଗ ଉପରେ ଆଲୋକପାତ କରିଛୁ । ଏହା କିଛି ମାତ୍ରାରେ ବୈଷୟିକ ଜ୍ଞାନ ବିଶିଷ୍ଟ ହୋଇଥିଲେ ବୋଧଗମ୍ୟ ହେବାଭଳି କରାଯାଇଛି ।

ସର୍ବପ୍ରଥମେ ହେଉଛି ଲୋକମାନଙ୍କର ଆର୍ଥିକ ଓ ସାମାଜିକ ସ୍ଥିତି । ୧୯୯୩-୯୪ ମସିହାରେ ଯୋଜନା ଆୟୋଗ ଦ୍ଵାରା ହୋଇଥିବା ହିସାବ ଅନୁଯାୟୀ ଗ୍ରାମାଚଳର ୫୦% ଏବଂ ସହରରେ ୪୨% ଦାରିଦ୍ର୍ୟ ସୀମାରେଖା ତଳେ ବାସକରୁଥିବା ଜଣାପଡୁଥିଲା । ଲୋକମାନଙ୍କର ଶିକ୍ଷାଗତ ଯୋଗ୍ୟତାକୁ ବିଚାରକୁ ନେଲେ ୧୫ରୁ ୪୯ ବର୍ଷ ଭିତରେ ମହିଳାମାନଙ୍କର ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ପ୍ରାୟ ୬୦%ଅଶିକ୍ଷିତ । ୧୫-୧୯ ବର୍ଷ ଭିତରେ ଝିଅମାନଙ୍କର ୬୦.୩% ନିରକ୍ଷର ଥିଲାବେଳେ ୪୫-୪୯ ବର୍ଷର ମହିଳାମାନଙ୍କର ଭିତରେ ୬୬.୫% ନିରକ୍ଷର ଥିବାର ଜଣାପଡେ । ଏହି ସମୟରେ ସେମାନେ ନିଜର ପ୍ରଜନନ ସ୍ୱାସ୍ଥ୍ୟ ବିଷୟରେ ସଚେତନ ନ ଥାନ୍ତି । ଏହି ବୟସରେ ବି  ସେମାନଙ୍କ ଭିତରେ ପ୍ରାୟ 60%  ଅଶିକ୍ଷିତ ଥାଆନ୍ତି ।   ମହିଳାଙ୍କ ଉପରେ ଅତ୍ୟାଚାର ବିଶେଷ କରି ସ୍ତ୍ରୀ ଙ୍କୁ ମାଡ ମାରିବା କଥା ବିଚାରକୁ ନେଲେ ଏହା ବି ପରୋକ୍ଷ ଭାବେ ଜଣେ ମହିଳାର ପ୍ରଜନନ  ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ପ୍ରାୟ 50% ମହିଳାଙ୍କ ମତ ଅନୁଯାୟୀ ସେମାନେ ବିଭିନ୍ନ ଭାବେ ସ୍ଵାମୀଙ୍କ ଠାରୁ ମାଡ ଖାଇଥାନ୍ତି ।

କେତେକ ସ୍ୱାସ୍ଥ୍ୟ ସୂଚକ ଅନୁଯାୟୀ ପ୍ରଜନନ ସ୍ୱାସ୍ଥ୍ୟ ର ସ୍ଥିତି ଜାଣିହୁଏ । ଉଦାହରଣ ସ୍ୱରୂପ ଜନ୍ମ ବ୍ୟବଧାନ, ମାତୃମୃତ୍ୟୁ ହାର, ଶିଶୁ  ମୃତ୍ୟୁହାର, ନବଜାତ ଶିଶୁ ମୃତ୍ୟୁ ଇତ୍ୟାଦି ।

ଉତ୍ପାଦିକା ଶକ୍ତି  - ଗୋଟିଏ ସ୍ଥାନରେ ଏକ ବର୍ଷ ଭିତରେ ସମୁଦାଯ ଜୀବିତ ଶିଶୁ ଜନ୍ମ ହାର ସେ ବର୍ଷ ସମୟରେ ୧୫-୪୯ ବର୍ଷ  ଭିତରର ସମୁଦାଯ ମହିଳାଙ୍କ ସଂଖ୍ୟା ଓଡିଶାରେ ଜନ୍ମ ହାର- ୨.୯, ଅର୍ଥ ଏକ ପ୍ରଜନନକ୍ଷମ ଦମ୍ପତି ୨.୯ ସନ୍ତାନଙ୍କର ପିତାମାତା ।

ଜନ୍ମ ବ୍ୟବଧାନ – ଏହା ପ୍ରାୟ -୩ ବର୍ଷ । ଏହା ଦ୍ଵାରା ମା ପୁନର୍ବାର ଗର୍ଭଧାରଣ କରି ସୁସ୍ତ ଶିଶୁ ଜନ୍ମ କରିବାରେ ସକ୍ଷମ ହୋଇଥାଏ ।

ଜନ୍ମ ହାର – ବାର୍ଷିକ ଜନ୍ମହାର ପ୍ରାୟ ୨୩ ଏବଂ ଗ୍ରାମାଞ୍ଚଳରେ ପ୍ରାୟ ୧୯.୪ । ଏଥିରୁ ଜଣାପଡେ ଗ୍ରାମାଞ୍ଚଳର ସଚେତନା କମ ଥିବାରୁ ଜନ୍ମହାର ସେଠାରେ ଅଧିକ ହେଇଛି । ଏହା ସାଙ୍ଗକୁ ଅନ୍ୟାନ୍ୟ କାରଣ  ଯଥା –ଶିକ୍ଷା , ସଂସ୍କୃତି, ଇତ୍ୟାଦି ବି ଦାୟୀ ରହିଛି ।

ଶିଶୁ  ମୃତ୍ୟୁହାର- ଆମ ରାଜ୍ୟରସ୍ଥିତି ୮3 ପ୍ରତି ବର୍ଷ ଜନ୍ମ ହେଉଥିବା 1000 ଶିଶୁଙ୍କ ଭିତରୁ ପ୍ରାୟ ୮୩ଜଣ ୧ବର୍ଷ ନପୁରୁଣୂ ପ୍ରାଣ ହାରାଇଥାଆନ୍ତି, ଯାହା ସର୍ବଭାରତୀୟ ସ୍ତରରେ ମାତ୍ର ୬୦। ଏଥିରୁ ଜଣାପଡେ ଆମ ରାଜ୍ୟର ଶିଶୁମାନଙ୍କରସ୍ଥିତି ଖୁବ ତଳେ ।

ମାତୃମୃତ୍ୟୁ ହାର - ଏହା ଆମ ରାଜ୍ୟରେ ଏକ ଲକ୍ଷ ଗର୍ଭବତୀ ମହିଳାଙ୍କ ଭିତରୁ ୩୬୭ । ଗର୍ଭ ଓ ପ୍ରସବ ଜନିତ କାରଣରୁ ଅଧିକ ସଂଖ୍ୟକ ମା’ ପ୍ରାଣ ହରାଉଛନ୍ତି ।

ଗଣନା - ଗର୍ଭାବସ୍ଥାର ପ୍ରଥମ ଦିନରୁ ପିଲା ଜନ୍ମ ହେବାର ୪୨ ଦିନ ଭିତରେ କୌଣସି ସ୍ଥାନରେ ପ୍ରତି ବର୍ଷ ଗର୍ଭ ଓ ପ୍ରସବଜନିତ ଜଟିଳତା ହେତୁ  ହେଉଥିବା bମାତୃ ମୃତ୍ୟୁକୁ ଗଣନା କରାଯାଇ ଏହା ଜାଣି ହୋଇଥାଏ ।

ମାତୃମୃତ୍ୟୁ ହାର – ଗର୍ଭ ଓ ପ୍ରସବଜନିତ କାରଣରୁ ମୃତ୍ୟୁ   x୧୦୦୦୦୦

ତେବେ ଏସବୁକୁ ଅନୁଧ୍ୟାନ କାଲେ ଜଣାଯାଏ , ମା ଓ ଶିଶୁ ମୃତ୍ୟୁ ହାର ଆମ ରାଜ୍ୟ ରେ ସର୍ବାଧିକ । ତେଣୁ ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଏହାର କାରଣ ଗୁଡିକୁ ଜାଣି ପ୍ରତିକାର କରାଯିବା ବିଧେୟ ।

ମନେ ରଖନ୍ତୁ –ପ୍ରତେକ ସ୍ୱାସ୍ଥ୍ୟ କର୍ମୀ ନିଜ ଅଞ୍ଚଳର ମା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା  ଜାଣି ଆବଶ୍ୟକ ପଦକ୍ଷେପ ନେବା ନିହାତି ଆବଶ୍ୟକ।

ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ଅଧୀନରେ ସେବା

ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟର ଜୀବନ ଚକ୍ର ତଥା ଏହାର ଉପାଦାନକୁ ଲକ୍ଷ୍ୟ କଲେ ଜାଣିହୁଏ ଯେ , ଏହି କାର୍ଯ୍ୟକ୍ରମରେ ଅନେକ ସେବା ବ୍ୟବସ୍ଥା ଅନ୍ତର୍ଭୁତ । ଲୋକେ ପାଇପାରୁଥିବା ଭଳି ଉତ୍ତମ ମାନର ଫଳପ୍ରଦ ସେବା  ଯୋଗାଣ ଏହି କାର୍ଯ୍ୟକ୍ରମରେ ନିମ୍ନଲିଖିତ ଉପାୟରେ କରାଯାଉଛି ।

  • ପ୍ରାଧାନ୍ୟକୁ ଦୃଷ୍ଟି ଦେଇ ଗୋଷ୍ଟୀ ସହାୟତାରେ ସେବା ପାଇବାର ଯୋଜନା ।
  • ସେବା ଗ୍ରହୀତାଙ୍କ ଆବଶ୍ୟକତା ଅନୁଯାୟୀ ସେବା ଯୋଗାଣ ।
  • ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଉଚ୍ଚମାନର ସେବା ଏବଂ ତାମିଲ ବ୍ୟବସ୍ଥା ।
  • ଉତ୍ତମ ମାନର ସେବା ପାଇ ଗୁରୁତ୍ଵ ଦେବା ।
  • ସେବା ଯୋଗାଇ ଦେବାରେ ଲିଙ୍ଗଭେଦ ନ ରଖିବା ।
  • କାର୍ଯ୍ୟକ୍ରମ ରୂପାଯନ ଏବଂ ଆଲୋଚନାରେ ସମସ୍ତଙ୍କୁ ଭାଗୀଦାର କରିବା ।

ଉତ୍ତମ ମାନର ଯତ୍ନ କ'ଣ?

ଉତ୍ତମ ମାନର ଯତ୍ନ କହିଲେ ଆନେ ନିଜ ଏବଂ ପରିବାର ଆବଶ୍ୟକ ହେଉଥିବା ଯତ୍ନ ବ୍ୟବସ୍ଥା । ଜଣେ ସେବାଗ୍ରହିତାଙ୍କୁ କିଭଳି ଭାବରେ ସେବା ଯୋଗାଇ ଦିଆଯାଉଛି ସେଥିରୁ ସେବାର ମାନ ନିଦ୍ଧାରଣ କରିହେବ ।

ସେବା ଗୋଗାଣ କ୍ଷେତ୍ରରେ ଉତ୍ତମ ମାନର ଯତ୍ନ କ’ଣ ହୋଇପାରେ ତାହା ନିମ୍ନରେ ବର୍ଣ୍ଣନା କରାଯାଇଛି

  • ଆବଶ୍ୟକତା ଭିତ୍ତକରୀ ସେବା ଯୋଗାଇ ଦେବା ।
  • ଉପଯୁକ୍ତ ତଥ୍ୟ ଜଣାଇ ସେବା ଗ୍ରାହୀତାଙ୍କ ପସନ୍ଦରେ ଉନ୍ନତି ଆଣିବା ।
  • ସେବା ପରିବର୍ତୀ ଉପଦେଶ ଯୋଗାଇ ଦେବା ।
  • ସେବା ଗ୍ରାହିତାଙ୍କର ବ୍ୟକ୍ତିତ୍ୱ ଏବଂ ସମ୍ମାନ ପ୍ରତି ଯତ୍ନଶୀଳ ହେବା ।
  • ସେବାଗ୍ରାହୀ ବୁଝି ପାରୁଥିବା ଭାଷାରେ ବାର୍ତାଳାପ କରିବା ।
  • ଉତ୍ତମ ମାନର ଯନ୍ତ୍ରପାତି ଏବଂ ଔଷଧ ବ୍ୟବହାର କରିବା ।
  • ନିୟମିତ ଭାବେ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେବା ।
  • ସର୍ବୋଚ ମାନର ପରିଛନ୍ନତା ରକ୍ଷା କରିବା ସହିତ ଏହାର ସୁପରିଚାଳନା କରିବା ।
  • ସେବା ଯୋଗାଣରେ ଲିଙ୍ଗଭେଦ ନ ରଖିବା ।
  • ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ବ୍ୟକ୍ତି ମାନଙ୍କର ସହଯୋଗୟ ବନ୍ଧୁତ୍ଵ ଭାବ ବ୍ୟବହାର କରିବା ।
  • ମହିଳାମାନେ ଅନୁଭବ କରୁଥିବା ସେମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ଗୁରୁତ୍ଵ ଦେବା ।
  • ନିଜର ସୁବିଧାନୁଯାୟୀ ମହିଳାମାନେ କିପରି ଚିକିତ୍ସା କେନ୍ଦ୍ର ଗୁଡିକୁ ଯାଇପାରିବେ, ସେହି ଅନୁଯାୟୀ ଚିକିତ୍ସା କେନ୍ଦ୍ର ଖୋଲା ରଖିବା ।
  • ଲିଙ୍ଗ ଭେଦରୁ ଉପରେ ରହି ସ୍ୱାସ୍ଥ୍ୟ କର୍ମୀମାନେ କିପରି ସେବା ଯୋଗାଇପାରିବେ ସେଥିପାଇଁ ତାଲିମ ଦେବା
  • ପ୍ରଜନନ କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ କୁ ସାମିଲ କରିବା ।
  • ଏବେ ଆସନ୍ତୁ ଆଲୋଚନା କରିବା କେଉଁ ସବୁ ମୁଖ୍ୟ ବିଷୟଗୁଡିକ ଉପରେ
  • ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ନିର୍ଭର କରିଥାଏ ।

ଆଧାର - ଓଡିଶା ଭଲ୍ୟୁନଟାରୀ ହେଲଥ ଆସୋସିଏସନ, ଭୁବନେଶ୍ଵର

Last Modified : 8/8/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate