ପ୍ରଜନନ ଓ ଶିଶୁ ସ୍ଵାସ୍ଥ୍ୟର ସଂଜ୍ଞା ପ୍ରଜନନକ୍ଷମ ଦମ୍ପତିମାନେ ସନ୍ତାନ ପ୍ରସବ କରିବା ସହିତ ସନ୍ତାନ ଉତ୍ପାଦିକା ଶକ୍ତି ନିୟନ୍ତ୍ରଣ କରିବାରେ ସମର୍ଥ ହେବେ । ମହିଳାମାନେ ନିରାପଦରେ ଗର୍ଭଧାରଣ ଓ ପ୍ରସବ କରିପାରିବେ । ଗର୍ଭଧାରଣ ଫଳାଫଳ ଅନୁକୂଳ ହେବା ଫଳରେ ମା’ ଓ ଶିଶୁ ମୃତ୍ୟୁକୁ ରୋକାଯାଇପାରିବ । ଦମ୍ପତିମାନେ ଗର୍ଭଧାରଣ ଓ ଯୌନ ସଂଚାରିତ ରୋଗର ଭୟ ନଥାଇ ନିରାପଦରେ ଯୌନ-ସମ୍ପର୍କ ସ୍ଥାପନ କରିପାରିବେ । ଏହି କାର୍ଯ୍ୟକ୍ରମର ମୌଳିକ ଲକ୍ଷ ହେଲା ଲୋକମାନଙ୍କର ସହଯୋଗୀତାରେ ଓ ସହଭାଗିତାରେ ମା’ ଓ ଶିଶୁସ୍ଵାସ୍ଥ୍ୟର ବିକାଶ କରିବା । ପୂର୍ବର ସମସ୍ତ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ସହିତ ଏହି ପରିବର୍ତ୍ତିତ କାର୍ଯ୍ୟକ୍ରମରେ ଏଚ․ଆଇ․ଭି / ଏଡ୍ ସ ଓ ଯୌନ ସଂଚାରିତ ରୋଗକୁ ସାମିଲ କରାଯାଇଛି । ବିଶେଷ କରି ଏହି କାର୍ଯ୍ୟକ୍ରମର ଏକ ବିଶେଷତ୍ଵ ହେଲା ଗୋଷ୍ଠୀର ଆବଶ୍ୟକତା ନିର୍ଦ୍ଦାରଣ କରି ମା’ ଶିଶୁଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଯାହା ପ୍ରକାରାନ୍ତରେ ମା’ ଓ ଶିଶୁଙ୍କ ସ୍ଵାସ୍ଥ୍ୟରେ ପ୍ରଭୂତ ବିକାଶ ଆଣିପାରିବ । ଜାତୀୟ ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ରହିଥିବା ଭିନ୍ନ ଉପାଦାନ ଗର୍ଭଧାରଣ , ପ୍ରସାବ ପର ଯତ୍ନ ଏବଂ ଶିଶୁ ଜନ୍ମ ସୁରକ୍ଷିତ ହେବ । ଉପଯୁକ୍ତ ଗର୍ଭାନିରୋଧକର ବ୍ୟବହାର ( ବିନା ଲକ୍ଷ୍ୟ ଧାର୍ଯ୍ୟରେ ପରିବାର ନିୟୋଜନ ) । ସୁରକ୍ଷିତ ଗର୍ଭପାତ । ପ୍ରଜନନ ମାର୍ଗ ସଂକ୍ରମଣ, ଯୌନ ସଂଚାରିତ ରୋଗ ଏବଂ ଏଚ.ଆଇ.ଭି / ଏଡ୍ ସ ର ଉତ୍ତମ ପରିଚାଳନା । କୈଶୋର ସ୍ୱାସ୍ଥ୍ୟ । ପୁରୁଷମାନଙ୍କର ଦାୟିତ୍ଵ ବୃଦ୍ଧି । ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟର ବିଭିନ୍ନ ସୋପାନ ଗର୍ଭ ଧାରଣ ଓ ପ୍ରସବ ଜନ୍ମ ପୃବାରୁ ଗର୍ଭ ନଷ୍ଟ ନ କରିବା ବା ଭ୍ରୁଣ ଲିଙ୍ଗଭେଦ ବେଚାର ନ କରିବା ଏବଂ ଜନ୍ମ ସମୟରେ ଝିଅଟିଏ ଜନ୍ମ ନେଲାବୋଲି କୌଣସି ବାଛାବିଚାର ନକରିବା ସୁରକ୍ଷିତ ପ୍ରସବ ଏବଂ ଶିଶୁ ବଞ୍ଚି ରହିବାର ଉପଯୁକ୍ତ ପରିବେଶ । ଶୈଶବ ଶିଶୁକନ୍ୟା /ଭ୍ରୁଣହତ୍ୟା ବନ୍ଦ । କେବଳ ସ୍ତନ୍ୟ ପାନ । ଦୁଗଧ ସଂଚାର ଓ ଖାଦ୍ୟାଭାସ । ଉପଯୁକ୍ତ ପୋଷଣ ଓ ଖାଦ୍ୟ । ଶୈଶବ କାଳୀନ ଅସୁସ୍ତତାର ସୁରକ୍ଷା । ବାଳକ ଓ ବାଳିକାମାନଙ୍କର ପାଇଁ ଶିକ୍ଷା ସହିତ ସେମାନଙ୍କୁ ସମାନ ଦୃଷ୍ଟିରେ ଦେଖିବା । କୈଶୋର ଉପଯୁକ୍ତ ଶୋଷଣ ପ୍ରତି ଦୃଷ୍ଟି ଦେବା । ଧର୍ଷଣ, ହିଂସାକାଣ୍ଡ ଏବଂ ମଦ୍ୟପାନରୁ ମୁକ୍ତି । ଉପଯୁକ୍ତ ବୟସରେ ବିବାହ । ଜୀବନ ଶୈଳୀରେ ଶିକ୍ଷା । ଆତ୍ମସମ୍ମାନବୃଦ୍ଧି । ସମସ୍ତ ପ୍ରକାର ହିଂସାକାଣ୍ଡର ପ୍ରତିରୋଧ ବ୍ୟବସ୍ଥା । ପ୍ରଜନନକ୍ଷମ ବୟସ ସୁରକ୍ଷିତ ଭାବେ ଗର୍ଭଧାରଣ ଏବଂ ଉପଯୁକ୍ତ ଡାକ୍ତରୀ ସେବା ସହିତ ପ୍ରସବ । ପ୍ରଜନନ ମାର୍ଗ ସଂକ୍ରମଣ, ଯୌନ ସଂଚାରିତ ରୋଗ /ଏ.ଚ.ଆ.ଭି./ଏଡସରୁ ରକ୍ଷା । ଗର୍ଭ ନିରୋଧକ ବ୍ୟବହାର କରି ଦୁଇଟି ଗର୍ଭ ଭିତରେ ବ୍ୟବଧାନ ରକ୍ଷାକରିବା । ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହ ଅନ୍ୟାନ୍ୟ ସୁବିଧା ଯୋଗାଇଦେବା ବନ୍ଧ୍ୟାତ୍ଵ ଦୁରିକରଣ କରିବା ଏବଂ ବନ୍ଧ୍ୟାମାନଙ୍କର ଉପଯୁକ୍ତ ପରିଚାଳନା କରିବା । ଗର୍ଭନଷ୍ଟ ର ଉପଯୁକ୍ତ ସମୀକ୍ଷା କରିବା । ମହିଳା ଏବଂ କିଶୋରୀ ମାନଙ୍କର ଗର୍ଭଧାରଣ ଜନିତ ଜଟିଳତା ଜଟିଳତା ହେତୁ ହେଉଥିବା ମୃତ୍ୟୁ ଏବଂ ଜଟିଳତାର ପ୍ରତିକାର ବ୍ୟବସ୍ଥା ବୃଦ୍ଧାବସ୍ଥା ଋତୁ ସ୍ରାବ ବନ୍ଦ ସମ୍ବନ୍ଧୀୟ ସମସ୍ୟା ଉପଯୁକ୍ତ ପରିଚାଳିନା ସ୍ତନ ଏବଂ ଗର୍ଭାଶୟ କର୍କଟ ରୋଗର ସଅଳ ଚିହ୍ନଟ ରୁଗୁଣ କରାଯାଉଥିବା ଅସୁସ୍ଥତା , ରୁଗୁଣ ଏବଂ ଚାଲିବାରେ ଅକ୍ଷମତା ଏବଂ ଆସ୍ତି ଆବକ୍ଷୟ ଜନିତ ସମସ୍ୟାର ଯତ୍ନନେବା ଓଡିଶାରେ ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟର ସ୍ଥିତି ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟର ବିଭିନ୍ନ ଦିଗକୁ ବିଚାରକୁ ନେଲେ ଏହା କେବଳ ମା’ଓ ଶିଶୁଙ୍କର ସ୍ଥିତିକୁ ବୁଝାଏ ତାହା ନୁହେ , ଅନେକ ଆନୁଷଙ୍ଗିକ କାରଣ ବା ପରିସ୍ଥିତି ଏଥିପାଇଁ ଦାୟୀ ରହିଥାଏ । ଏହି ପୁସ୍ତିକାରେ ଆମେ କେତୋଟି ମୁଖ୍ୟ ଦିଗ ଉପରେ ଆଲୋକପାତ କରିଛୁ । ଏହା କିଛି ମାତ୍ରାରେ ବୈଷୟିକ ଜ୍ଞାନ ବିଶିଷ୍ଟ ହୋଇଥିଲେ ବୋଧଗମ୍ୟ ହେବାଭଳି କରାଯାଇଛି । ସର୍ବପ୍ରଥମେ ହେଉଛି ଲୋକମାନଙ୍କର ଆର୍ଥିକ ଓ ସାମାଜିକ ସ୍ଥିତି । ୧୯୯୩-୯୪ ମସିହାରେ ଯୋଜନା ଆୟୋଗ ଦ୍ଵାରା ହୋଇଥିବା ହିସାବ ଅନୁଯାୟୀ ଗ୍ରାମାଚଳର ୫୦% ଏବଂ ସହରରେ ୪୨% ଦାରିଦ୍ର୍ୟ ସୀମାରେଖା ତଳେ ବାସକରୁଥିବା ଜଣାପଡୁଥିଲା । ଲୋକମାନଙ୍କର ଶିକ୍ଷାଗତ ଯୋଗ୍ୟତାକୁ ବିଚାରକୁ ନେଲେ ୧୫ରୁ ୪୯ ବର୍ଷ ଭିତରେ ମହିଳାମାନଙ୍କର ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ପ୍ରାୟ ୬୦%ଅଶିକ୍ଷିତ । ୧୫-୧୯ ବର୍ଷ ଭିତରେ ଝିଅମାନଙ୍କର ୬୦.୩% ନିରକ୍ଷର ଥିଲାବେଳେ ୪୫-୪୯ ବର୍ଷର ମହିଳାମାନଙ୍କର ଭିତରେ ୬୬.୫% ନିରକ୍ଷର ଥିବାର ଜଣାପଡେ । ଏହି ସମୟରେ ସେମାନେ ନିଜର ପ୍ରଜନନ ସ୍ୱାସ୍ଥ୍ୟ ବିଷୟରେ ସଚେତନ ନ ଥାନ୍ତି । ଏହି ବୟସରେ ବି ସେମାନଙ୍କ ଭିତରେ ପ୍ରାୟ 60% ଅଶିକ୍ଷିତ ଥାଆନ୍ତି । ମହିଳାଙ୍କ ଉପରେ ଅତ୍ୟାଚାର ବିଶେଷ କରି ସ୍ତ୍ରୀ ଙ୍କୁ ମାଡ ମାରିବା କଥା ବିଚାରକୁ ନେଲେ ଏହା ବି ପରୋକ୍ଷ ଭାବେ ଜଣେ ମହିଳାର ପ୍ରଜନନ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ପ୍ରାୟ 50% ମହିଳାଙ୍କ ମତ ଅନୁଯାୟୀ ସେମାନେ ବିଭିନ୍ନ ଭାବେ ସ୍ଵାମୀଙ୍କ ଠାରୁ ମାଡ ଖାଇଥାନ୍ତି । କେତେକ ସ୍ୱାସ୍ଥ୍ୟ ସୂଚକ ଅନୁଯାୟୀ ପ୍ରଜନନ ସ୍ୱାସ୍ଥ୍ୟ ର ସ୍ଥିତି ଜାଣିହୁଏ । ଉଦାହରଣ ସ୍ୱରୂପ ଜନ୍ମ ବ୍ୟବଧାନ, ମାତୃମୃତ୍ୟୁ ହାର, ଶିଶୁ ମୃତ୍ୟୁହାର, ନବଜାତ ଶିଶୁ ମୃତ୍ୟୁ ଇତ୍ୟାଦି । ଉତ୍ପାଦିକା ଶକ୍ତି - ଗୋଟିଏ ସ୍ଥାନରେ ଏକ ବର୍ଷ ଭିତରେ ସମୁଦାଯ ଜୀବିତ ଶିଶୁ ଜନ୍ମ ହାର ସେ ବର୍ଷ ସମୟରେ ୧୫-୪୯ ବର୍ଷ ଭିତରର ସମୁଦାଯ ମହିଳାଙ୍କ ସଂଖ୍ୟା ଓଡିଶାରେ ଜନ୍ମ ହାର- ୨.୯, ଅର୍ଥ ଏକ ପ୍ରଜନନକ୍ଷମ ଦମ୍ପତି ୨.୯ ସନ୍ତାନଙ୍କର ପିତାମାତା । ଜନ୍ମ ବ୍ୟବଧାନ – ଏହା ପ୍ରାୟ -୩ ବର୍ଷ । ଏହା ଦ୍ଵାରା ମା ପୁନର୍ବାର ଗର୍ଭଧାରଣ କରି ସୁସ୍ତ ଶିଶୁ ଜନ୍ମ କରିବାରେ ସକ୍ଷମ ହୋଇଥାଏ । ଜନ୍ମ ହାର – ବାର୍ଷିକ ଜନ୍ମହାର ପ୍ରାୟ ୨୩ ଏବଂ ଗ୍ରାମାଞ୍ଚଳରେ ପ୍ରାୟ ୧୯.୪ । ଏଥିରୁ ଜଣାପଡେ ଗ୍ରାମାଞ୍ଚଳର ସଚେତନା କମ ଥିବାରୁ ଜନ୍ମହାର ସେଠାରେ ଅଧିକ ହେଇଛି । ଏହା ସାଙ୍ଗକୁ ଅନ୍ୟାନ୍ୟ କାରଣ ଯଥା –ଶିକ୍ଷା , ସଂସ୍କୃତି, ଇତ୍ୟାଦି ବି ଦାୟୀ ରହିଛି । ଶିଶୁ ମୃତ୍ୟୁହାର- ଆମ ରାଜ୍ୟରସ୍ଥିତି ୮3 ପ୍ରତି ବର୍ଷ ଜନ୍ମ ହେଉଥିବା 1000 ଶିଶୁଙ୍କ ଭିତରୁ ପ୍ରାୟ ୮୩ଜଣ ୧ବର୍ଷ ନପୁରୁଣୂ ପ୍ରାଣ ହାରାଇଥାଆନ୍ତି, ଯାହା ସର୍ବଭାରତୀୟ ସ୍ତରରେ ମାତ୍ର ୬୦। ଏଥିରୁ ଜଣାପଡେ ଆମ ରାଜ୍ୟର ଶିଶୁମାନଙ୍କରସ୍ଥିତି ଖୁବ ତଳେ । ମାତୃମୃତ୍ୟୁ ହାର - ଏହା ଆମ ରାଜ୍ୟରେ ଏକ ଲକ୍ଷ ଗର୍ଭବତୀ ମହିଳାଙ୍କ ଭିତରୁ ୩୬୭ । ଗର୍ଭ ଓ ପ୍ରସବ ଜନିତ କାରଣରୁ ଅଧିକ ସଂଖ୍ୟକ ମା’ ପ୍ରାଣ ହରାଉଛନ୍ତି । ଗଣନା - ଗର୍ଭାବସ୍ଥାର ପ୍ରଥମ ଦିନରୁ ପିଲା ଜନ୍ମ ହେବାର ୪୨ ଦିନ ଭିତରେ କୌଣସି ସ୍ଥାନରେ ପ୍ରତି ବର୍ଷ ଗର୍ଭ ଓ ପ୍ରସବଜନିତ ଜଟିଳତା ହେତୁ ହେଉଥିବା bମାତୃ ମୃତ୍ୟୁକୁ ଗଣନା କରାଯାଇ ଏହା ଜାଣି ହୋଇଥାଏ । ମାତୃମୃତ୍ୟୁ ହାର – ଗର୍ଭ ଓ ପ୍ରସବଜନିତ କାରଣରୁ ମୃତ୍ୟୁ x୧୦୦୦୦୦ ତେବେ ଏସବୁକୁ ଅନୁଧ୍ୟାନ କାଲେ ଜଣାଯାଏ , ମା ଓ ଶିଶୁ ମୃତ୍ୟୁ ହାର ଆମ ରାଜ୍ୟ ରେ ସର୍ବାଧିକ । ତେଣୁ ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଏହାର କାରଣ ଗୁଡିକୁ ଜାଣି ପ୍ରତିକାର କରାଯିବା ବିଧେୟ । ମନେ ରଖନ୍ତୁ –ପ୍ରତେକ ସ୍ୱାସ୍ଥ୍ୟ କର୍ମୀ ନିଜ ଅଞ୍ଚଳର ମା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଜାଣି ଆବଶ୍ୟକ ପଦକ୍ଷେପ ନେବା ନିହାତି ଆବଶ୍ୟକ। ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ଅଧୀନରେ ସେବା ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟର ଜୀବନ ଚକ୍ର ତଥା ଏହାର ଉପାଦାନକୁ ଲକ୍ଷ୍ୟ କଲେ ଜାଣିହୁଏ ଯେ , ଏହି କାର୍ଯ୍ୟକ୍ରମରେ ଅନେକ ସେବା ବ୍ୟବସ୍ଥା ଅନ୍ତର୍ଭୁତ । ଲୋକେ ପାଇପାରୁଥିବା ଭଳି ଉତ୍ତମ ମାନର ଫଳପ୍ରଦ ସେବା ଯୋଗାଣ ଏହି କାର୍ଯ୍ୟକ୍ରମରେ ନିମ୍ନଲିଖିତ ଉପାୟରେ କରାଯାଉଛି । ପ୍ରାଧାନ୍ୟକୁ ଦୃଷ୍ଟି ଦେଇ ଗୋଷ୍ଟୀ ସହାୟତାରେ ସେବା ପାଇବାର ଯୋଜନା । ସେବା ଗ୍ରହୀତାଙ୍କ ଆବଶ୍ୟକତା ଅନୁଯାୟୀ ସେବା ଯୋଗାଣ । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଉଚ୍ଚମାନର ସେବା ଏବଂ ତାମିଲ ବ୍ୟବସ୍ଥା । ଉତ୍ତମ ମାନର ସେବା ପାଇ ଗୁରୁତ୍ଵ ଦେବା । ସେବା ଯୋଗାଇ ଦେବାରେ ଲିଙ୍ଗଭେଦ ନ ରଖିବା । କାର୍ଯ୍ୟକ୍ରମ ରୂପାଯନ ଏବଂ ଆଲୋଚନାରେ ସମସ୍ତଙ୍କୁ ଭାଗୀଦାର କରିବା । ଉତ୍ତମ ମାନର ଯତ୍ନ କ'ଣ? ଉତ୍ତମ ମାନର ଯତ୍ନ କହିଲେ ଆନେ ନିଜ ଏବଂ ପରିବାର ଆବଶ୍ୟକ ହେଉଥିବା ଯତ୍ନ ବ୍ୟବସ୍ଥା । ଜଣେ ସେବାଗ୍ରହିତାଙ୍କୁ କିଭଳି ଭାବରେ ସେବା ଯୋଗାଇ ଦିଆଯାଉଛି ସେଥିରୁ ସେବାର ମାନ ନିଦ୍ଧାରଣ କରିହେବ । ସେବା ଗୋଗାଣ କ୍ଷେତ୍ରରେ ଉତ୍ତମ ମାନର ଯତ୍ନ କ’ଣ ହୋଇପାରେ ତାହା ନିମ୍ନରେ ବର୍ଣ୍ଣନା କରାଯାଇଛି ଆବଶ୍ୟକତା ଭିତ୍ତକରୀ ସେବା ଯୋଗାଇ ଦେବା । ଉପଯୁକ୍ତ ତଥ୍ୟ ଜଣାଇ ସେବା ଗ୍ରାହୀତାଙ୍କ ପସନ୍ଦରେ ଉନ୍ନତି ଆଣିବା । ସେବା ପରିବର୍ତୀ ଉପଦେଶ ଯୋଗାଇ ଦେବା । ସେବା ଗ୍ରାହିତାଙ୍କର ବ୍ୟକ୍ତିତ୍ୱ ଏବଂ ସମ୍ମାନ ପ୍ରତି ଯତ୍ନଶୀଳ ହେବା । ସେବାଗ୍ରାହୀ ବୁଝି ପାରୁଥିବା ଭାଷାରେ ବାର୍ତାଳାପ କରିବା । ଉତ୍ତମ ମାନର ଯନ୍ତ୍ରପାତି ଏବଂ ଔଷଧ ବ୍ୟବହାର କରିବା । ନିୟମିତ ଭାବେ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେବା । ସର୍ବୋଚ ମାନର ପରିଛନ୍ନତା ରକ୍ଷା କରିବା ସହିତ ଏହାର ସୁପରିଚାଳନା କରିବା । ସେବା ଯୋଗାଣରେ ଲିଙ୍ଗଭେଦ ନ ରଖିବା । ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ବ୍ୟକ୍ତି ମାନଙ୍କର ସହଯୋଗୟ ବନ୍ଧୁତ୍ଵ ଭାବ ବ୍ୟବହାର କରିବା । ମହିଳାମାନେ ଅନୁଭବ କରୁଥିବା ସେମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ଗୁରୁତ୍ଵ ଦେବା । ନିଜର ସୁବିଧାନୁଯାୟୀ ମହିଳାମାନେ କିପରି ଚିକିତ୍ସା କେନ୍ଦ୍ର ଗୁଡିକୁ ଯାଇପାରିବେ, ସେହି ଅନୁଯାୟୀ ଚିକିତ୍ସା କେନ୍ଦ୍ର ଖୋଲା ରଖିବା । ଲିଙ୍ଗ ଭେଦରୁ ଉପରେ ରହି ସ୍ୱାସ୍ଥ୍ୟ କର୍ମୀମାନେ କିପରି ସେବା ଯୋଗାଇପାରିବେ ସେଥିପାଇଁ ତାଲିମ ଦେବା ପ୍ରଜନନ କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ କୁ ସାମିଲ କରିବା । ଏବେ ଆସନ୍ତୁ ଆଲୋଚନା କରିବା କେଉଁ ସବୁ ମୁଖ୍ୟ ବିଷୟଗୁଡିକ ଉପରେ ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ନିର୍ଭର କରିଥାଏ । ଆଧାର - ଓଡିଶା ଭଲ୍ୟୁନଟାରୀ ହେଲଥ ଆସୋସିଏସନ, ଭୁବନେଶ୍ଵର