অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଲିଙ୍ଗ ଓ କୈଶୋର ପ୍ରଜନନ

ଶାରୀରିକ ଗଠନ ଏବଂ ପ୍ରକୃତି ଦୃଷ୍ଠିରୁ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଥିବା ଶାରୀରିକ ଗଠନ ଭେଦ ଦୃଷ୍ଠିରୁ ସ୍ତ୍ରୀ ଓ ପୁରୁଷ ମଧ୍ୟରେ ଆବଶ୍ୟକୀୟ ଜୀବରସର କାର୍ଯ୍ୟକାରିତା ଓ ଗୁଣ ଇତ୍ୟାଦିକୁ ବିଚାର କରି ଆମେ ଜଣକୁ ପୁରୁଷ ବା ନାରୀ  । ଯାହା ପୁରୁଷ ଓ ମହିଳା ମଧ୍ୟରେ ପ୍ରକୃତ୍ତିଗତ ଗଠନ ମୂଳକ ଶାରୀରିକ ପ୍ରଭେଦ ଅଟେ ।

ଲିଙ୍ଗଭେଦ

ସାମାଜିକ ଦୃଷ୍ଠିକୋଣରୁ ନାରୀ ଓ ପୁରୁଷର ଦାୟିତ୍ଵ ଓ କର୍ତ୍ତବ୍ୟକୁ ବିଚାରକୁ ନେଇ ଯେଉଁ ପ୍ରଭେଦ ସୃଷ୍ଟି କରାଯାଇଛି , ତାହାକୁ ଲିଙ୍ଗ ଭେଦ କୁହାଯାଏ । କୌଣସି ଏକ ସାମାଜିକ ଦୃଷ୍ଟି ଭଙ୍ଗୀରେ ନାରୀ ଓ ପୁରୁଷମାନଙ୍କ ଠାରୁ କି ପ୍ରକାର କାର୍ଯ୍ୟ ଆଶା କରାଯାଉଛି ଏବଂ ସେମାନେ କେଉଁସବୁ ଭୂମିକା ଗ୍ରହଣ କରୁଛନ୍ତି  ତାହା ଲିଙ୍ଗଭେଦର ସମ୍ପୂର୍ଣ ଚିତ୍ର ପ୍ରକାଶ କରିଥାଏ । ଭୂମିକା, ଦାୟିତ୍ଵ ଏବଂ କର୍ତ୍ତବ୍ୟ ଗୁଡିକୁ ଯେ କେବଳ ନାରୀ ଓ ପୁରୁଷର ଶାରୀରିକ ଗଠନ ଓ ପ୍ରକୃତିକୁ ନେଇ ଭାଗ କରାଯାଇଛି  ତାହା ନୁହେ , ବରଂ ଏହା ମହିଳା  ଏବଂ ପୁରୁଷଙ୍କର ସାମାଜିକ ସ୍ଥିତିକୁ ସୁଚାଇ ଦେବାର ଏକ ପ୍ରକ୍ରିୟା ।

ଲିଙ୍ଗଗତ ସମାନତା

ଶାରୀରିକ ଦୃଷ୍ଟି ଲିଙ୍ଗଭେଦକୁ ବିଚାରକୁ ନ ନେଇ ଉଭୟ ପୁରୁଷ ଓ ମହିଳାଙ୍କୁ ପ୍ରତେକ କ୍ଷେତ୍ରରେ ସମାନ ସୁବିଧା ସୁଯୋଗ ଓ ସମ୍ବଳର ଉପଯୋଗ କରିବା ପାଇଁ ସୁଯୋଗ ଦେବାକୁ ଲିଙ୍ଗଗତ ସମାନତା କୁହାଯାଏ ।

ଲିଙ୍ଗଗତ ଯଥାର୍ଥତା

ସାଧାରଣତଃ ଲିଙ୍ଗଭେଦ ବିଚାରକରି ପୁରୁଷ ଓ ମହିଳାଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଓ ପ୍ରାପ୍ୟ ଇତ୍ୟାଦି ରେ ପାତରଅନ୍ତର କରାଯାଇଥାଏ । ଆମେ ଜାଣି ରଖିବା ଦରକାର ଯେ ପୁରୁଷ ଓ ମହିଳା ମଧ୍ୟରେ ଏପରି ପାତରଅନ୍ତର କରିବା ଉଚିତି ନୁହେ । ତେଣୁ ପ୍ରୟୋଜନ ଅନୁଯାୟୀ ଜଣେ ପୁରୁଷ ବା ଜଣେ ମହିଳାଙ୍କର ଆବଶ୍ୟକତା ପୂରଣ ହେବା ଦରକାର । ସମାଜରେ ପୁରୁଷ ଓ ମହିଳା ଭିନ୍ନ ଭିନ୍ନ କ୍ଷମତାରେ ରହିଛି । ଶାରୀରିକ କ୍ଷମତା ଦୃଷ୍ଟିରୁ ଉଭୟ ମଧ୍ୟ ଭିନ୍ନ । ତେଣୁ ଆବଶ୍ୟକତା ଓ ପ୍ରୟୋଜନ ବି ଭିନ୍ନ । ଅତଏବ ବ୍ୟକ୍ତି ବିଶେଷ ପୁରୁଷ ହୁଅନ୍ତୁ ବା ମହିଳା ହୁଅନ୍ତୁ ତାଙ୍କର ସାମାଜିକସ୍ଥିତି ଓ ଶାରୀରିକ କ୍ଷମତା ଅନୁଯାୟୀ ତାଙ୍କୁ ଆବଶ୍ୟକ ସୁବିଧା ଯୋଗାଇ ଦେବାକୁ ଲିଙ୍ଗଗତ ଯଥାର୍ଥତା କୁହାଯାଏ ।

ପୁରୁଷ କୈନ୍ଧ୍ରିକ

ପୁରୁଷ କୈନ୍ଧ୍ରିକ କହିଲେ ପୁରୁଷ ପ୍ରଧାନ ପରିବାର ଏବଂ  ପୁରୁଷ ପ୍ରଧାନ ସମାଜକୁ ବୁଝାଏ , ଏହା ମଧ୍ୟ ପୁରୁଷ ଏବଂ ନାରୀ ମଧ୍ୟରେ ରହିଥିବା ଉଚ୍ଚନୀଚ୍ଚ ଭେଦଭାବ କୁ ଦର୍ଶାଏ । ଏହା ପୁରୁଷ କୈନ୍ଧ୍ରିକ ଶବ୍ଦଟି ମହିଳା ଉପାରେ ପୁରୁଷର ବିଭିନ୍ନ ପ୍ରକାର ପ୍ରଭାବଶାଳୀ ସମ୍ପର୍କ ଏବଂ ଅଧିକାରକୁ ବୁଝାଉଛି । ଏ କ୍ଷେତ୍ରରେ ପ୍ରଜନନ ସ୍ୱାସ୍ଥ୍ୟକୁ  ବିଚାରକୁ ନେଲେ ଜଣେ ମହିଳା ତା’ର  ପ୍ରଜନନ ଅଧିକାର ଏବଂ ଏ ସମ୍ପର୍କିତ ବିଭିନ୍ନ ନିଷ୍ପତି ନେବାରେ ନିଜସ୍ୱ କ୍ଷମତା ନଥାଏ ବା ଏଥିରୁ ବଞ୍ଚିତ ହୁଏ । ଫଳରେ ବିଭିନ୍ନ ସମସ୍ୟା ସାମଗ୍ରିକ ଭାବେ ମହିଳାଙ୍କ ପ୍ରଜାନ୍ନ ସ୍ୱାସ୍ଥ୍ୟ ଉପରେ କୁ ପ୍ରଭାବ ପକାଇଥାଏ ।

କୈଶୋର କ'ଣ?

କିଶୋର ବା କିଶୋରୀ କାହାକୁ କହିବା :୧୦-୧୯ବର୍ଷ ବୟସର ବାଳିକା ଓ ବାଳକଙ୍କୁ କିଶୋର ବା କିଶୋରୀ କାହାଯାଏ ।

କିଶୋର ବା କିଶୋରୀଙ୍କ ସ୍ୱାସ୍ଥ୍ୟ ରେ କୁପ୍ରଭାବ ପକାଉଥିବା ବିଭିନ୍ନ କାରଣ -

ଖାଦ୍ୟ ଓ ପୃଷ୍ଟିର ଅଭାବ

ଉପଯୁକ୍ତ ଶିକ୍ଷାର ଅଭାବ

କାମର ଚାଷ

ରକ୍ତ ହୀନତା ଏବଂ ଅପପୃଷ୍ଟି ଶରୀର ବୃଦ୍ଧି ନ ହେବା ଏବଂ ଓଜନ ବିଶିଷ୍ଟ ହେବା ବସ୍ତିଗହ୍ଵର ସଙ୍କୁଚିତ ହେବାରୁ ସଂକଟାପନ୍ନ ପ୍ରସବ ଅଧିକ ରକ୍ତସ୍ରାବ କମ ଓଜନ ବିଶିଷ୍ଟ ଶିଶୁ ଜନ୍ମ ହେବା

ନିରକ୍ଷରତା ଏବଂ ସଚେତନତା ର ଅଭାବ ଦାରିଦ୍ର୍ୟ ସ୍ୱାସ୍ଥ୍ୟ ସଚେତନତାର ଅଭାବ ନିଷ୍ପତି ନେବା ଦକ୍ଷତାର ଅଭାବ ।

ପାରିବାରି କାମରେ ବିଶେଷ ଅଭିଜ୍ଞତା ନ ଥାଏ ବିଭିନ୍ନ ଉପଚାର ଓ ଶିକ୍ଷାଦିଗରୁ ଦୂରେଇ ରହିବା କଳକାରଖାନା  ଓ ରାସ୍ତାଘାଟରେ କାମ କରିବାର ସ୍ୱାସ୍ଥ୍ୟ ଗତ ବିପଦ

ଯୌନ କ୍ରିୟା ଏବଂ ଯୌନତ୍ଵ

  • ସକାରାତ୍ମକ ମନେଭାବ  ଏବଂ ସମ୍ପୂର୍ଣ ଜ୍ଞାନର ଅଭାବ
  • ଯୌନ କ୍ରିୟା ବିଷୟରେ ଥିବା ଅନ୍ଧବିଶ୍ଵାସ ଏବଂ ଭ୍ରାନ୍ତ ଧାରଣ
  • ଯୌନ ବ୍ୟଭିଚାର
  • କୈଶୋର ସମୟରେ ଗର୍ଭଧାରଣ
  • ବିବାହ ପୂର୍ବରୁ ଯୌନ ଏବଂ ପରକ୍ରିୟା ପ୍ରୀତି

ସଅଳ ବିବାହ ଏବଂ ଗର୍ଭଧାରଣ

  • ଶାରୀରିକ ଏବଂ ମାନସିକ ଅପରିପକ୍ଵତା
  • ମା’ ଓ ଶିଶୁ ଉଭୟଙ୍କ ମୃତ୍ୟୁ ଆଶଙ୍କା
  • ଗର୍ଭର ଜଟିଳତା ଓ ମୃତ ଶିଶୁ ଜନ୍ମ ହେବାର ଅଧିକ ସମ୍ଭାବନା
  • ଜନ୍ମରୁ ୨୮ଦିନ ମଧ୍ୟରେ ଶିଶୁ ମୃତ୍ୟୁ ଅଧିକ
  • ସାମାଜିକ କୌଶଳ ହାସଲ କରିବାରେ ପଛୁଆ
  • ବାରମ୍ବାର ସଂକ୍ରମଣ, ଗର୍ଭପାତ, ଓ ମୃତଶିଶୁ ଜଣ
  • ମହିଳାଙ୍କ ଉପରେ ହେଉଥିବା ଦୁଃବ୍ୟବହାର

ଯୌନ ସ୍ୱାସ୍ଥ୍ୟ ଏବଂ ଏଥିଜନିତ ଅଧିକାର ସମ୍ବନ୍ଧୀୟରେ କିଶୋର

କିଶୋରୀମାନଙ୍କୁ ସାହାଯ୍ୟ କରିବା ଗୁରୁତ୍ଵ ପୂର୍ଣ୍ଣ କାହିଁକି -

କୈଶୋର ସମୟରେ ଜଣକର ଶାରୀରକ, ସାମାଜିକ ଓ ମାନସିକ ଯୌନ ଆବେଗର ଦ୍ରୁତ ଅଗ୍ରଗତି ହୁଏ । ବିଭିନ୍ନ ଭାବେ ଗଣ ମଧ୍ୟ ଆସିଥାଏ । ଏହି ସମୟରେ ପୁଅ ଝିଅଙ୍କଠାରେ ଥିବା ପ୍ରଭେଦ ଏବଂ ଏଥି ସମ୍ବନ୍ଧୀୟ କାର୍ଯ୍ୟକ୍ଷମତା ବିଷୟରେ ଜାଣିବାକୁ ଇଚ୍ଛା କରିବାର ସମୟ । ଏହା ସମାଜରେ ଏବଂ ଜୀବନର ଲକ୍ଷ୍ୟ ସାଧନ ଓ ଇଚ୍ଛା ପ୍ରକାଶ କରିବାର ସମୟ । ସାଙ୍ଗସାଥି , ଗଣମାଧ୍ୟମ, ଦାରିଦ୍ର୍ୟ ଅନେକ ସମୟରେ କିଶୋର/କିଶୋରୀ ମାନଙ୍କୁ ଅପରିପକ୍ଵ ଯୌନ କ୍ରିୟା ପାଇଁ ପ୍ରଭାବିତ କରୁଛି ।

ସୁସ୍ଥତା ଏବଂ ଉତ୍ତମ ଯୌନତ୍ଵ ବଜାୟୀ ରଖିବା ପାଇଁ ଏମାନଙ୍କୁ ସଠିକ ଶାରୀରିକ, ସାମାଜିକ, ମାନସିକ ଶିକ୍ଷା, ସଚେତନ ଓ ସହଯୋଗ ମିଳିବା ଦରକାର କିଶୋରୀମାନଙ୍କ ସମାନତା ଅଧିକାର ସମ୍ବନ୍ଧୀୟ ଦେଇ ସେଥିରେ ସାମିଲ କରିବା ଦରକାର ।

ବିବାହିତ ହୁଅନ୍ତୁ ବା ନହୁଅନ୍ତୁ ପ୍ରତେକ କିଶୋର ବା କିଶୋରୀଙ୍କୁ ନିଜର ଅଧିକାର ସ୍ୱରୂପ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଉପଯୁକ୍ତ ତଥ୍ୟ ଓ ଶିକ୍ଷା ସହିତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପ୍ରୟୋଜନ । ଯୌନତା ବିଷୟକ ଦ୍ଵାରା ସେମାନେ ନିଜ ନିଜର ଯୌନ ସ୍ୱାସ୍ଥ୍ୟର ଯତ୍ନ ନେଇପାରିବେ । ଫଳରେ ସେମାନେ ଯୌନତ୍ଵ କୁ କ୍ରିୟାଶୀଳ କରିବେ କି ନାହି , ଏହି ନିସ୍ପତି ନେବେ । ଏହାଦ୍ଵାରା ସେମାନେ ଅବାଞ୍ଛିତ ଗର୍ଭଧାରଣ ଓ ଯୌନରୋଗ ସଂକ୍ରମଣରୁ ସୁରକ୍ଷା ପାଇପାରିବେ ।

ପଦକ୍ଷେପ

କେଉଁସବୁ ପଦକ୍ଷେପ ନିଆଯିବ

କାଇରୋ ଏବଂ ବେଜିଂ ସମାରୋହ ଅନୁଯାୟୀ ଶିଶୁ ସ୍ୱାସ୍ଥ୍ୟର ଉର୍ନ୍ନତି, ଯୁବଗୋଷ୍ଟିର ଯୌନଶିକ୍ଷା ତଥା ସ୍ୱାସ୍ଥ୍ୟସେବା ପାଇଁ ବ୍ୟବସ୍ଥା କରିବା ସହିତ ଏ ସମସ୍ତର ଗୋପନୀୟତା ଏବଂ ସ୍ଵାଧୀନତା ପ୍ରତି ଦୃଷ୍ଟି ଦେବା ଦରକାର । ଏହା ଦ୍ଵାରା ଯୁବଗୋଷ୍ଠୀକାର୍ଯ୍ୟକ୍ରମ ରୁପାୟନ, ମହିଳାମାନଙ୍କ ଉତଥାନ ଓ ଅଧିକାର ଏବଂ ଯୌନତ୍ଵ ବିଷୟରେ ଜ୍ଞାନ ଆହରଣ କରି ଉତ୍ତମ ମାର୍ଗରେ ଜୀବନ ବିତାୟ ପାରିବେ। ଭାଗଦାନ ମାଧ୍ୟମରେ ଶିକ୍ଷା ଓ ସେବା କାର୍ଯ୍ୟକ୍ରମ ଏହାର ଅନ୍ତର୍ଭୁକ୍ତ।

ଆଧାର - ଓଡିଶା ଭଲ୍ୟୁମଟାରୀ ହେଲଥ ଆସୋସିଏସନ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate