ନାମ – ସନ୍ଧ୍ୟା ମହାନ୍ତି ଗ୍ରାମ – ପ୍ଲଟ ନମ୍ବର – ୧୮, ମଧୁସୁଦନ ନଗର, ୟୁନିଟ – ୪ ବ୍ଲକ – ଭୁବନେଶ୍ଵର ଡିଷ୍ଟିକ – ଖୋର୍ଦ୍ଧା ଷ୍ଟେଟ – ଓଡିଶା ଅକୁପେସନ – ଚାକିରୀ ବୟସ – ୩୭ ଲିଙ୍ଗ – ମହିଳା ଫୋନ ନମ୍ବର – ୯୬୯୨୮୩୫୯୭୦ ବିକାଶପିଡିଆ ସମ୍ବନ୍ଧରେ କେମିତି ଜାଣିଲେ ? ବିକାଶପିଡିଆ ଦ୍ଵାରା ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯେଉଁଥିରେ ମୁଁ ଭାଗନେଇଥିଲି । ସେବେ ଠାରୁ ବିକାଶପିଡିଆ ସମ୍ବନ୍ଧରେ ମୁଁ ଜାଣିଲି । ମିଳିମିଳା ଏବଂ ରୁବେଲା ପରି ସଂକ୍ରମିତ ରୋଗରୁ ଶିଶୁଙ୍କୁ ରକ୍ଷା କରିବା ପାଇଁ ପୃଥିବୀର ସବୁଠାରୁ ବଡ କାର୍ଯ୍ୟକ୍ରମ ଭାରତରେ ଅନୁଷ୍ଠିତ ହୋଇଥିଲା । ୮୫ ମିଲିୟନ ଶିଶୁ ଯେଉଁମାନଙ୍କ ବୟସ ୯ ରୁ ୧୫ ବର୍ଷ ବୟସ ମଧ୍ୟରେ ହୋଇଥିବ ସେମାନଙ୍କୁ ମିଜିଲସ ରୁବେଲା ଟିକାକରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହାକୁ କିପରି ବ୍ୟବହାର କରାଯିବ ? ମୁଁ ଜଣେ କର୍ମଜୀବି ମା ତେଣୁ ମୋତେ ଅନେକ ପ୍ରକାର ସୂଚନା ରଖିବାକୁ ପଡେ । ଯେତେ ବେଳେ ଓଡ଼ିଶାରେ MR କ୍ୟାମ୍ପେନ କରାଗଲା ସେତେବେଳେ ଏହା କେତେ ସୁରକ୍ଷିତ ବୋଲି ଜାଣିବାକୁ ଚାହିଁଲି । ପୃଥିବୀରେ କେତେକ ଦେଶରେ ୪୦ ବର୍ଷରୁ ଊର୍ଦ୍ଧ୍ଵ ହେବ ଏହି ଟିକା ସୁରକ୍ଷିତ ଏବଂ ଫଳପ୍ରଦ ଭାବରେ କାର୍ଯ୍ୟ କରିଛି । ଏହି ଇଞ୍ଜେକ୍ସନ ଭାରତରେ ତିଆରି କରାଯାଇଛି ଏବଂ WHO ଦ୍ଵାରା ଏହାର ଗୁଣବର୍ତ୍ତାକୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ଏହି ଟିକା ନିୟମିତ ଟିକାକରଣରେ ଶିଶୁଙ୍କୁ ଭାରତ, ବାଙ୍ଗାଲାଦେଶ, ନେପାଳ ଓ ମିୟାମାଁରେ ଦିଆଯାଏ । ମୁଁ MR ଟିକାକରଣ ସମ୍ବନ୍ଧରେ ଅନେକ ତଥ୍ୟ ବିକାଶପିଡିଆ ଓଡିଆ ପୋର୍ଟାଲରୁ ଜାଣିପାରିଲି । କେବଳ MR ନୁହେଁ ଅନ୍ୟାନ୍ୟ ଟୀକା ସମ୍ବନ୍ଧରେ ମଧ୍ୟ ଏତେ ତଥ୍ୟ ରହିଥିଲା ଯେ ମୁଁ ଅଭିତ୍ତ୍ଵତ ହୋଇପଡିଲି । ସେବେ ଠାରୁ ଯେତେବେଳେ ମୋର କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦରକାର ପଡେ ମୁଁ ବିକାଶପିଡିଆ ଓଡ଼ିଆ ପୋର୍ଟାଲରୁ ଖୋଜି ନିଏ । ମୋର ସମସ୍ତ ପରିଚିତ ମାନଙ୍କୁ ମୁଁ ବିକାଶପିଡିଆ ଦେଖିବାକୁ ପରାମର୍ଶ ଦିଏ । ତୁମକୁ ଏହା କେତେ ପ୍ରଭାବିତ କରିଛି ? ଏହି ପୋର୍ଟାଲ ମତେ MR ଟିକା ସମ୍ବନ୍ଧରେ ଅନେକ ତଥ୍ୟ ପ୍ରଦାନ କରିଛି । ସେଥିପାଇଁ ବିକାଶପିଡିଆକୁ ଧନ୍ୟବାଦ । କିପରି ଏହାକୁ ବ୍ୟବହାର କରି ତମେ ତମର ଓ ଅନ୍ୟ ମାନଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିବ ? ଯେବେ ଠାରୁ ମୁଁ ବିକାଶପିଡିଆ ସମ୍ବନ୍ଧରେ ଜାଣିଲି, ସେବେ ଠାରୁ ଏହାର ପ୍ରଶଂସିକା ପାଲଟିଗଲି, ଏହା ପୂର୍ବରୁ ଅନ୍ୟ କୌଣସି ସାଇଟରେ ଓଡ଼ିଶାରେ ଏତେ ସୂଚନା ମିଳୁନଥିଲା । ଲୋକମାନଙ୍କ ପାଇଁ କୌଣସି ବାର୍ତ୍ତା ? ଏହା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଦରକାରୀ । ଏହା ଦେଖିବାକୁ ମୁଁ ସମସ୍ତଙ୍କ କହୁଛି । ଏହି ପୋର୍ଟାଲରେ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅନେକ ତଥ୍ୟ ରହିଛି ।