ନାମ – ରୂପଶ୍ରୀ ଡୋରା ଗ୍ରାମ – ଜଟଣୀ ବ୍ଲକ – ଜଟଣୀ ଡିଷ୍ଟିକ – ଖୋର୍ଦ୍ଧା ଷ୍ଟେଟ – ଓଡିଶା ଅକୁପେସନ – କାଉନ୍ସିଲର ବୟସ – ୨୮ ଲିଙ୍ଗ – ମହିଳା ଫୋନ ନମ୍ବର – ୯୮୬୧୩୨୫୮୦୬ ମୁଁ ମହିଳା ସହାୟକା କେନ୍ଦ୍ର ମାଧ୍ୟମରେ ଜଣେ ପରାମର୍ଶ ଦାତ୍ରୀ ଭାବରେ କାର୍ଯ୍ୟ କରେ । ମହିଳାଙ୍କ ଜୀବନ ଅନେକ ନୀତି ନିୟମରେ ବନ୍ଧା ଘରେ ସମସ୍ତଙ୍କ ଭଲ ମନ୍ଦ ବୁଝିବା, ପିଲାଙ୍କୁ ମଣିଷ କରିବା, ଘରେ, ବାହାରେ ଅନେକ କାର୍ଯ୍ୟ କରିବାକୁ ପଡେ । ମହିଳାଙ୍କ ବିରୋଧରେ ହିଂସା ବିଶେଷତଃ ନିଜର ଅନ୍ତରଙ୍ଗ ସମ୍ପର୍କୀୟଙ୍କ ଦ୍ଵାରା ନିର୍ଯ୍ୟାତନା ପାଇବା ବୃଦ୍ଧି ପାଇଛି । ଯେତେବେଳେ ମୁଁ ମହିଳା ମାନେ ସମ୍ମୁଖୀନ ହେଉଥିବା ହିଂସା ଉପରେ ପରାମର୍ଶ ଦିଏ, ମୁଁ ଅନେକ ସୂଚନା ଦରକାର କରେ । ଯେପରି ହିଂସା ବିରୋଧରେ ହେଉଥିବା ଆଇନ, ମହିଳାଙ୍କ ଅଧିକାର ସମ୍ପର୍କିତ ଆଇନ ଇତ୍ୟାଦି । ମୁଁ ଗୁଗୁଲ ସର୍ଚ୍ଚରେ ମହିଳାଙ୍କ ପାଇଁ ଥିବା ଆଇନ ଖୋଜୁଥିବା ସମୟରେ ବିକାଶପିଡିଆ ସମ୍ବନ୍ଧରେ ଜାଣିଲି । ବହୁତ ସୁନ୍ଦର ପୋର୍ଟାଲ, ବ୍ୟବହାରକାରୀ ଓଡିଆ ଭାଷାର ପୋର୍ଟାଲ । ମୁଁ ଏହା ଦ୍ଵାରା ବହୁତ ପ୍ରଭାବିତ ହୋଇଛି ଏବଂ ଏହାକୁ କାର୍ଯ୍ୟରେ ଲଗାଇଛି । ଏହା ଏକ ବିଶ୍ଵସନୀୟ ସୂଚନା ପୋର୍ଟାଲ । ଏହା ମୋ ଉପରେ ଏବଂ ମୋ ପରାମର୍ଶ ଉପରେ ଅନେକ ପ୍ରଭାବ ପକାଉଛି । ଏହା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଦରକାରୀ, ବ୍ୟବହାର କରିବା ସହଜ । ମୁଁ ଏହାର ସଫଳତା କାମନା କରୁଛି ।