ନାମ – ଦେବବ୍ରତ ପ୍ରଧାନ ଗ୍ରାମ – ସମେଇଗଡିଆ ବ୍ଲକ – ମଞ୍ଚେଶ୍ଵର ଡିଷ୍ଟିକ – ଖୋର୍ଦ୍ଧା ଷ୍ଟେଟ – ଓଡିଶା ଅକୁପେସନ – ଛାତ୍ର ବୟସ – ୧୫ ଲିଙ୍ଗ – ପୁରୁଷ ଫୋନ ନମ୍ବର – ୭୬୮୨୦୬୪୯୯୪ (ବାପାଙ୍କ ନମ୍ବର) ବିକାଶପିଡିଆ ସମ୍ବନ୍ଧରେ କେମିତି ଜାଣିଲେ ? ମୁଁ DM ସ୍କୁଲରେ ୧୦ମ ଶ୍ରେଣୀରେ ପାଠ ପଢୁଛି । ଗତବର୍ଷ ମୁଁ ୯ମ ଶ୍ରେଣୀରେ ପଢୁଥିବା ବେଳେ ଓଡିଶାର ପ୍ରସିଦ୍ଧ କବି ମାନଙ୍କୁ ନେଇ ଏକ ପ୍ରୋଜେକ୍ଟ କରିବା ପାଇଁ ସ୍କୁଲରେ ଦିଆଗଲା । ଯେହେତୁ ମୋର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଏଥି ପାଇଁ ମତେ ଅସୁବିଧା ହେଲା । ତେଣୁ ମୁଁ ଇଣ୍ଟରନେଟର ସାହାଯ୍ୟ ନେଲି ହେଲେ ଦୁର୍ଭାଗ୍ୟ ବଶତଃ ସମସ୍ତ ତଥ୍ୟ ଇଂରାଜୀରେ ଉପଲବ୍ଧ ଥିଲା । ଏହି ସମୟରେ ମୁଁ ଓଡିଆ ବିକାଶପିଡିଆ ସମ୍ବନ୍ଧରେ ଜାଣିବାକୁ ପାଇଲି, ଏବଂ ଏହା ମୋର ଆବଶ୍ୟକତାକୁ ପୂରଣ କରିଲା । ମୁଁ ସମସ୍ତ ଓଡିଆ କବିଙ୍କସମ୍ବନ୍ଧରେ ଶିକ୍ଷା ବିଭାଗରୁ ତଥ୍ୟ ସଂଗ୍ରହ କଲି । କେମିତି ତୁମେ ଏହାକୁ ବ୍ୟବହାର କରୁଛ ? ପ୍ରଥମେ ବିକାଶପିଡିଆ ଜାଣିବା ପରେ ମୋ ପାଖରେ ଏତେ ସମୟ ନଥିଲା । ଏହାକୁ ଭଲ ରୂପେ ଦେଖିବାକୁ, ଯେତେବେଳେ ମୋର ଖରା ଛୁଟି ହେଲା, ସେତେବେଳେ ମୁଁ ସମ୍ପୂର୍ଣ୍ଣ ପୋର୍ଟାଲକୁ ଭଲ ଭାବରେ ଦେଖିଲେ । ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗରେ ଥିବା ସମସ୍ତ ତଥ୍ୟ ଅନେକ ଦରକାରୀ । ଏହା ତୁମକୁ କେତେ ପ୍ରଭାବିତ କରିଛି ? ମୁଁ ନିୟମିତ ଭାବରେ ବିକାଶପିଡିଆ ଓଡିଆ ଓ ଇଂରାଜୀ ପୋର୍ଟାଲକୁ ନିଜର ଦରକାର ପାଇଁ ବ୍ୟବହାର କରେ । ବିକାଶପିଡିଆକୁ ବ୍ୟବହାର କରି ନିଜର ତଥା ଅନ୍ୟ ମାନଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିବ ? ମୋ ସାଙ୍ଗ ମାନଙ୍କୁ ବିକାଶପିଡିଆ ସମ୍ବନ୍ଧରେ କହୁଛି ଏବଂ ଏବେ ସମସ୍ତଙ୍କୁ ବିକାଶପିଡିଆ ଶିକ୍ଷା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟକୁ କାର୍ଯ୍ୟରେ ଲଗାଇବାକୁ କହୁଛି ।