অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡ଼ିଶା ଉଚ୍ଚ ଶିକ୍ଷା କାର୍ଯ୍ୟକ୍ରମ (ଓଏଚଇପିଇଇ) ଲାଗି ବିଶ୍ୱ ବ୍ୟାଙ୍କ ସହ ଚୁକ୍ତି

ଓଡ଼ିଶା ଉଚ୍ଚ ଶିକ୍ଷା କାର୍ଯ୍ୟକ୍ରମ (ଓଏଚଇପିଇଇ) ଲାଗି ବିଶ୍ୱ ବ୍ୟାଙ୍କ ସହ ଚୁକ୍ତି

 

ଓଡ଼ିଶାରେ ଉଚ୍ଚ ଶିକ୍ଷାର ବିକାଶ ପାଇଁ ବିଶ୍ୱ ବ୍ୟାଙ୍କ ଋଣ ସହାୟତା ଯୋଗାଇଦେବ । ଭାରତ ଏବଂ ବିଶ୍ୱବ୍ୟାଙ୍କ ମଧ୍ୟରେ ଉତ୍କର୍ଷତା ଓ ନିରପେକ୍ଷତା ପାଇଁ ଓଡ଼ିଶା ଉଚ୍ଚ ଶିକ୍ଷା କାର୍ଯ୍ୟକ୍ରମ (ଓଏଚଇପିଇଇ) ପ୍ରକଳ୍ପ ନିମନ୍ତେ ଆଜି 119 ନିୟୁତ ଆମେରିକୀୟ ଡଲାରର ଏକ ଆଇବିଆରଡି ଋଣ ଲଗାଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଭାରତ ସରକାରଙ୍କ ପକ୍ଷରୁ ଅର୍ଥନୈତିକ ବ୍ୟାପାର ବିଭାଗ ଯୁଗ୍ମ ସଚିବ ସମୀର କୁମାର ଖାରେ ଏବଂ ବିଶ୍ୱ ବ୍ୟାଙ୍କ ପକ୍ଷରୁ ବିଶ୍ୱ ବ୍ୟାଙ୍କ (ଭାରତ)ର କାର୍ଯ୍ୟକାରୀ ରାଷ୍ଟ୍ର ନିର୍ଦ୍ଦେଶକ ହିଶାମ ଏ ଆବଡୋ କାହିନ ଏହି ଆର୍ଥôକ ଚୁକ୍ତିରେ ସ୍ୱାକ୍ଷର କରିଥିଲେ । ଏହାପରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜିଭିଭି ଶର୍ମା ଏବଂ ବିଶ୍ୱ ବ୍ୟାଙ୍କ (ଭାରତ)ର କାର୍ଯ୍ୟକାରୀ ରାଷ୍ଟ୍ର ନିର୍ଦ୍ଦେଶକ ହିଶାମ ଏ ଆବଡୋ କାହିନଙ୍କ ମଧ୍ୟରେ ପ୍ରକଳ୍ପ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।

ଓଡ଼ିଶାରେ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ମାନରେ ଉନ୍ନତି ଆଣିବା ତଥା ଛାତ୍ରଛାତ୍ରୀଙ୍କୁ ବଛା ବଛା ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିବା ଲାଗି ସମାନ ସୁଯୋଗ ଦେବା ଏବଂ ରାଜ୍ୟରେ ଉଚ୍ଚ ଶିକ୍ଷା ବ୍ୟବସ୍ଥା ପ୍ରଶାସନକୁ ବିକଶିତ କରିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ ।

ପ୍ରକଳ୍ପର ଉପାଦାନ : (କ) ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନରେ ଉନ୍ନତି ଆଣିବା ଏବଂ ସେମାନଙ୍କୁ ବଛା ବଛା ଶିକ୍ଷାନୁଷ୍ଠାନରେ ଉଚ୍ଚ ଶିକ୍ଷା ପାଇଁ ସମାନ ସୁଯୋଗ ପ୍ରଦାନ କରିବା (ଖ) ଉଚ୍ଚ ଶିକ୍ଷା କ୍ଷେତ୍ରରେ ପ୍ରଶାସନକୁ ବିକଶିତ କରିବା

-କଲେଜ ପରିଚାଳନାରେ ଉନ୍ନତି (ଗ)ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ କଲେଜର ଆର୍ଥିକ ଏବଂ ସଂଗ୍ରହ ବ୍ୟବସ୍ଥା ଏବଂ ଏକାଉଣ୍ଟିଂରେ ଉନ୍ନତି ।

ଏହି ପ୍ରକଳ୍ପର ଶେଷ ହେବାର ଅବଧି 30 ନଭେମ୍ବର, 2022କୁ ଧାର୍ଯ୍ୟ କରାଯାଇଛି ।

ଆଧାର : PIB

Last Modified : 11/11/2017



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate