অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନବୀନ କହିଲେ ମନର କଥା

ନବୀନ କହିଲେ ମନର କଥା

Khabar Odisha: Naveen-celebrate-children--festival-in-a-new-way

କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ୧୦ ମିନିଟ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୪ଟି ବିଦ୍ୟାଳୟର ୪୫୦୦ ଛାତ୍ରଛାତ୍ରୀଙ୍କ ସାମ୍ନାରେ ମନର କଥା କହିଛନ୍ତି । ରାଜ୍ୟ ସ୍ତରୀୟ ଶିଶୁ ଦିବସ ନିଆରା ଢଙ୍ଗରେ ପାଳନ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ନିଜ ଅଧା ଓଡ଼ିଆ ଅଧା ଇଂରାଜୀ ଭାଷଣରେ ପିଲାମାନଙ୍କୁ ଭଲ ପାଠ ପଢ,ପିତାମାତାଙ୍କ ସ୍ୱପ୍ନକୁ ସାକାର କର ଓ ନିଜ ସମାଜ ଓ ଗାଁର ଉନ୍ନତି କରିବା ପାଇଁ ପରାମର୍ଶ ଦେଇଛନ୍ତି ।ଶିଶୁଦିବସର ସୁନ୍ଦର କାର୍ଯ୍ୟକ୍ରମକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ମଧୁବାବୁଙ୍କ ଆଦର୍ଶକୁ ମନେ ପକାଇବା ସହିତ ବିଜୁ ବାବୁଙ୍କ ସାହସିକତାକୁ ସ୍ମରଣ କରିଥିଲେ । ମୋ ରାଜ୍ୟର ସବୁ ପିଲା ସ୍କୁଲକୁ ଆସନ୍ତୁ । ସେମାନେ ସବୁ କ୍ଷେତ୍ରରେ  ଆଗକୁ ବଢନ୍ତୁ ଓ ଓଡ଼ିଶାର ଗୌରବ ବଢାନ୍ତୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ମୋ ରାଜ୍ୟର ପିଲାମାନେ ବଡ଼ ବଡ଼ ସ୍ୱପ୍ନ ଦେଖନ୍ତୁ । ସ୍କୁଲ ସେମାନଙ୍କ ବିକାଶ ପାଇଁ ସୁଯୋଗ ସୃଷ୍ଟି କରୁ ଓ ଜୀବନର ସବୁ ଆହ୍ୱାନକୁ ସେମାନେ ସମ୍ମୁଖୀନ ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ଆଶା ପ୍ରକଟ କରିଥିଲେ । ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ଓଡ଼ିଆରେ ଆରମ୍ଭ କରି ଓଡ଼ିଶା ପିଲାମାନେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରୁଛନ୍ତି । ଟେଲିଭିଜନ ପରଦାରୁ ମୁଁ ଦେଖି ଗର୍ବ ଅନୁଭବ କରେ ବୋଲି କହିଛନ୍ତି ନବୀନ ।

ମୋ ସ୍କୁଲ ଅଭିଯାନ ପାଇଁ ୧୦୦କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରି ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷାରେ ଅଧିକ ନମ୍ବର ରଖୁଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ ବୋଲି ସୂଚନା ଦେଇଥିଲେ । ପ୍ରତ୍ୟେକ ବ୍ଲକର ୧୦ ଜଣ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଇ ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ସେ ସୂଚାଇଥିଲେ । ଭଲ ଫଳ କରିଥିବା ସ୍କୁଲର ଶିକ୍ଷକ ଓ ଅଭିଭାବକଙ୍କୁ  ସମ୍ବର୍ଦ୍ଧିତ କରାଯିବ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ସଂକଳ୍ପର ସହ ଆଗକୁ ବଢ ଓ ମା ମାଟି ମାତୃଭାଷାର ଟେକ ରଖ ବୋଲି କହି ପିଲାଙ୍କ ନିକଟରୁ ବିଦାୟ ନେଇଥିଲେ । ସାରା ରାଜ୍ୟର ଲକ୍ଷ ଲକ୍ଷ ଛାତ୍ର ଏହି କାର୍ଯ୍ୟକ୍ରମକୁ ଟିଭି ପରଦାରୁ ଦେଖିବାର ସୁଯୋଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ୨୦୦ ସେଲିବ୍ରେଟି  ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ସମ୍ଭୋଧିତ କରିବା ପୂର୍ବରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା ।  ୮ ପ୍ଲାଟୁନ୍ ପୋଲିସ ପ୍ରହରା ଦେଇଥିବାବେଳେ ବହୁ ରାଜନେତା, ଅଭିନେତା, କଳାକାର ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଆଧାର :ଖବର ଓଡ଼ିଶା

Last Modified : 11/14/2017



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate