অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରାଜ୍ୟର ୫ଟି ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୧୮ କୋଟି ମଞ୍ଜୁର

ରାଜ୍ୟର ୫ଟି ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୧୮ କୋଟି ମଞ୍ଜୁର

ଆଗାମୀ ଶିକ୍ଷା ବର୍ଷ ୨୦୧୭-୧୮ରେ ରାଜ୍ୟର ୫ଟି ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ସରକାର ଚିନ୍ତା କରିଛନ୍ତି । ଏଥି ପାଇଁ ଉଚ୍ଚ ଶିକ୍ଷା ବିଭାଗ ୧୮ କୋଟି ୬୦ ଲକ୍ଷ ୨୭ ହଜାର ୩୦୦ ଟଙ୍କା ମଞ୍ଜୁର କରିଛନ୍ତି । ଏହି ଟଙ୍କାରୁ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ୯କୋଟି ଟଙ୍କା ଓ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟକୁ ୬୬ ହଜାର ୩୦୦ ଟଙ୍କା ମିଳିଛି । ସେହିଭଳି ରମାଦେବୀ ବିଶ୍ୱବିଦ୍ୟାଳୟର ୨ୟ କ୍ୟାମ୍ପସ କଥା ୩ ବର୍ଷ ହେଲା ଶୁଣାଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜମି ଚିହ୍ନଟ ହୋଇ ପାରି ନାହିଁ ।

ରେଭେନ୍ସା ବିଶ୍ୱବିଦ୍ୟାଳୟର ୨ୟ କ୍ୟାମ୍ପସ ୧୪ କୋଟି ୪୬ ଲକ୍ଷ ଟଙ୍କାରେ ନିର୍ମାଣ ହେବାକୁ ଥିବା ବେଳେ କ୍ୟାମ୍ପସର ପ୍ରଶାସନିକ କୋଠା ଲାଗି ୩ କୋଟି ମଞ୍ଜୁର ହୋଇ ସାରିଛି । ସେହିଭଳି ଛାତ୍ରାବାସ ଓ ଛାତ୍ରୀନିବାସ ନିର୍ମାଣ ପାଇଁ ୧୪ କୋଟି ୪୧ ଟଙ୍କା ଲେଖାଏଁ ଖର୍ଚ୍ଚ ହେବ । ଉଭୟ ହଷ୍ଟେଲ ପାଇଁ ୨ କୋଟି ଲେଖାଏଁ ଟଙ୍କା ମିଳି ସାରିଛି । ଉତ୍କଳ ବିଶ୍ୱବିଦ୍ୟାଳୟର ୨ୟ କ୍ୟାମ୍ପସ ପାଇଁ ୭କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ପ୍ରଶାସନିକ କୋଠା ପାଇଁ ୬କୋଟି ୫୬ଟଙ୍କା ବଜେଟ ଥିବା ବେଳେ ୨ କୋଟି ମଞ୍ଜୁର ହୋଇଛି । ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱବିଦ୍ୟାଳୟର ୪ର୍ଥ ବ୍ଲକ ପାଇଁ ୨କୋଟି, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜନସ୍ୱାସ୍ଥ୍ୟ କାର୍ଯ୍ୟ ପାଇଁ ୯ଲକ୍ଷ ୬୧ ହଜାର ଏବଂ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟକୁ ପାଲୁର ହିଲରେ ଡିଜିଟାଲ ସାଇଟ ସର୍ଭେ ଅଫ ଅଫ ଲ୍ୟାଣ୍ଡ ପାଇଁ ୬୬ ହଜାର ୩୦୦ ଟଙ୍କା ମଞ୍ଜୁର ହୋଇଛି ।

ଆଧାର :ଖବର ଓଡ଼ିଶା

Last Modified : 12/19/2017



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate