অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆତ୍ମରକ୍ଷା କୌଶଳ

ଆତ୍ମରକ୍ଷା କୌଶଳ

ଉପକ୍ରମ

ଆଜିକାଲି ପ୍ରାୟ ଅଧିକାଂଶ ମହିଳା ବାହାରେ ଚଳପ୍ରଚଳ କରିବା ସମୟରେ ହେଉ ବା ଏକୁଟିଆ ରହୁଥିଲେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ସେଥିପାଇଁ ଆତ୍ମରକ୍ଷା କୌଶଳ ଜାଣିବା ଜରୁରୀ।

ଆତ୍ମରକ୍ଷା କୌଶଳ

ଏଥିପାଇଁ ସେମାନେ ନିମ୍ନୋକ୍ତ ଟିପ୍ସ ଆପଣେଇ ପାରନ୍ତି ।

  • ବାହାରକୁ ଯିବା ପୂର୍ବରୁ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରନ୍ତୁ । ଯଦି ବାଟରେ କିଛି ଅଘଟଣ ଘଟେ ତାହାର ଯେମିତି ନିଜ ସାମର୍ଥ୍ୟ ଅନୁସାରେ ମୁକାବିଲା କରିପାରିବେ ।
  • ଆଜିକାଲି ଗହଣାଚୋରି, ଅସଦାଚରଣ ଭଳି ଘଟଣା ଅନେକ ସ୍ଥାନରେ ଦେଖିବାକୁ ମିଳୁଛି । ତେଣୁ ଏଥିରୁ ନିଜକୁ ରକ୍ଷା କରିବା ପାଇଁ ସତର୍କତାର ସହ ଯିବା ଆସିବା କରନ୍ତୁ । ରାସ୍ତାରେ ଯିବା ସମୟରେ ନିଜର ଆଗପଛ ଏବଂ ଦୁଇ ପଟକୁ ନଜର ରଖନ୍ତୁ । ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ଅନୁସରଣ କରୁଛି ବୋଲି ହୃଦୟଙ୍ଗମ ହୁଏ ତେବେ ଭୟ ନ କରି ଆଖପାଖ ଲୋକଙ୍କୁ ସାହାଯ୍ୟ ପାଇଁ ଡାକନ୍ତୁ । ଆଜିକାଲି ମୋବାଇଲ୍ ର ବ୍ୟବହାର ସାଧାରଣ ହୋଇଗଲାଣି। ତେଣୁ ତୁରନ୍ତ ପୋଲିସ୍ ହେଲପ ଲାଇନ ନମ୍ବର ଡାଏଲ କରି ଘଟଣା ସମ୍ପର୍କରେ ସେମାନଙ୍କୁ ଜଣାଇ ଦିଅନ୍ତୁ ।
  • ନିଜକୁ କିପରି ଶତ୍ରୁ କବଳରୁ ରକ୍ଷା କରିବେ ସେଥିପାଇଁ କେତେକ ୱେବ୍ ସାଇଟ୍ ରହିଛି । ସେ ବିଷୟରେ ଅବଗତ ହୋଇ ସେଥିରେ ଉପଲବ୍ଧ ଟିପ୍ସକୁ ଆପଣାନ୍ତୁ ।
  • ଯଦି ସମୟ ମିଳୁଛି ସେଲ୍ଫ ଡ଼ିଫେନ୍ସର ଏକ କୋର୍ସ କରି ନିଅନ୍ତୁ ।
  • ଯଦି ଆପଣ କୌଣସି ଆପାର୍ଟମେଣ୍ଟରେ ରହୁଛନ୍ତି ଏବଂ ଅକସ୍ମାତ କୌଣସି ଅସୁବିଧାରେ ପଡିଛନ୍ତି ତେବେ ଫ୍ଲୋରର ବଟନ୍ ଗୁଡିକୁ ଟିପି ଦିଅନ୍ତୁ । ଯାହାଦ୍ୱାରା ଆପାର୍ଟମେଣ୍ଟରେ ରହୁଥିବା ବ୍ୟକ୍ତି ଆପଣଙ୍କୁ ମୁକୁଳାଇବା ପାଇଁ ସେମାନେ ଚେଷ୍ଟା କରିବେ ।
  • ହାତରେ ଏପରି ଏକ ମୁଦି ପିନ୍ଧନ୍ତୁ ଯାହା ସେଲ୍ଫ ଡ଼ିଫେନ୍ସ ପରି କାମ କରିପାରିବ ।
  • ଯଦି ଆପଣଙ୍କୁ କିଏ ହଇରାଣ କରିବାକୁ ଚେଷ୍ଟା କରୁଛି ତେବେ ସେଠାରେ ସ୍ଥିର ଭାବରେ ଠିଆ ଣ ହୋଇ ପ୍ରଥମେ ସେହି ବ୍ୟକ୍ତିଠାରୁ ନିର୍ଦ୍ଦିଷ୍ଟ ଦୂରତାରେ ରହିବାକୁ ଚେଷ୍ଟା କରନ୍ତୁ । ଯଦି ସେ ବ୍ୟକ୍ତି ଆପଣଙ୍କୁ ଆକ୍ରମଣ କରନ୍ତି ତେବେ ନିଜସ୍ୱ ବୁଦ୍ଧି ଖଟାଇ ପ୍ରତିଆକ୍ରମଣ କରିପାରିବେ ।
  • ମୋବାଇଲ୍ ଫୋନ୍ ରେ କେତୋଟି ଆପ୍ ଡାଇନ୍ଲୋଡ୍ କରନ୍ତୁ । ଯାହାକୁ ବ୍ୟବହାର କରି ନିଜେ ସୁରକ୍ଷିତ ରହିପାରିବେ । ଏପରି କିଛି ଆପ୍ସ ରହିଛି ଯାହାକୁ ଟବ୍ କରିବା ମାତ୍ରେ ତାହା ସାଇରନ୍ ପରି ବାଜିଉଠିବ । ଏହାଦ୍ଵାରା କେହି କେହି ଆପଣଙ୍କୁ ସାହାଯ୍ୟ କରିପାରିବେ ।
  • ଯିଏ ଆପଣଙ୍କୁ ଆକ୍ରମଣ କରୁଛି ଉପସ୍ଥିତ ବୁଦ୍ଧି ଖଟାଇ ତାହାର ଦୁର୍ବଳତାକୁ ଜାଣିନିଅନ୍ତୁ ।
  • ମୋବାଇଲ୍ ରେ ଏଭଳି କିଛି ବ୍ୟକ୍ତିଙ୍କ ନମ୍ବର ରଖନ୍ତୁ ଯେଉଁମାନେ ଆପଣଙ୍କୁ ଅଘଟଣ ସମୟରେ ସାହାଯ୍ୟ କରିପାରିବେ।

ଆଧାର- ଦୈନିକ ଧରିତ୍ରୀ

Last Modified : 1/16/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate