অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ଶିଶୁ ଶ୍ରମିକ (ନିଷେଧ ଓ ନିୟନ୍ତ୍ରଣ) ନିୟମାବଳୀ, ୧୯୯୪

ସଂକ୍ଷିପ୍ତ ନାମ ଓ ପ୍ରାରମ୍ଭ

  1. ଏହି ନିୟମାବଳିକୁ ‘ଓଡିଶା ଶିଶୁ ଶ୍ରମିକ (ନିଷେଧ ଓ ନିୟନ୍ତ୍ରଣ ) ନିୟମାବଳୀ, ୧୯୯୪’ ନାମରେ କଥିତ ହେବ ।
  2. ଓଡିଶା ରାଜପତ୍ରରେ ଏହି ନିୟମାବଳୀ ପ୍ରକାଶନ ହେବା ତାରିଖରୁ ପ୍ରବର୍ତ୍ତିତ ହେବ ।

ସଂଜ୍ଞା

  1. ଏହି ନିୟମାବଳୀରେ, ପ୍ରସଙ୍ଗ ଅନ୍ୟଥା ଆବଶ୍ୟକ ନହେଲେ
    • ‘ଅଧିନିୟମ’ -  ଶିଶୁ ଶ୍ରମିକ ( ନିଷେଧ ଓ ନିୟନ୍ତ୍ରଣ ) ଅଧିନିୟମ, ୧୯୮୬ ( ୧୯୮୬ ର ୬୧)
    • ‘କମିଟି’ - ଧାରା ୫ର ଉପଧାରା (୧) ଅନୁଯାୟୀ ଗଠିତ ହୋଇଥିବା ଶିଶୁ ଶ୍ରମିକ ବୈଷୟିକ ଉପଦେଷ୍ଟା କମିଟି ।
    • ‘ଅଧ୍ୟକ୍ଷ’ - ଧାରା ୫ର ଉପଧାରା (୨) ଅନୁଯାୟୀ ନିଯୁକ୍ତି ହୋଇଥିବା କମିଟିର ଅଧ୍ୟକ୍ଷ
    • ‘ଫର୍ମ’  - ଏହି ନିୟମାବଳୀ ଅନୁଯାୟୀ ନିର୍ଦ୍ଧିଷ୍ଟ ହୋଇଥିବା ଏକ ଫର୍ମ ।
    • ‘ରେଜିଷ୍ଟର’ - ଧାରା ୧୧ ଅନୁଯାୟୀ ରକ୍ଷଣାବେକ୍ଷଣ ବା ପରିଚାଳନା ନିମନ୍ତେ ଆବଶ୍ୟକ ହୋଇଥିବା ରେଜିଷ୍ଟର
    • ‘ଅନୁସୂଚିତ’  - ଏହି ଅଧିନିୟମର ଅନୁସୂଚୀ ।
    • ‘ଧାରା’ -  ଏହି  ଅଧିନିୟମର ଏକ ଧାରା ।
  2. ଏହି ନିୟମାବଳୀରେ ବ୍ୟାଖ୍ୟା କରାଯାଇ ନଥିବା ଓ ବ୍ୟବହୃତ ଅନ୍ୟାନ୍ୟ ସମସ୍ତ ଶଦ୍ଦ ତଥା ଅଭିବ୍ୟକ୍ତି ଗୁଡିକ ଏହି ଅଧିନିୟମରେ କ୍ରମ  ଅନୁସାରେ ନିରୂପଣ କରାଯାଇଥିବା ଅର୍ଥ ସହ ସମାନ ହେବ ।

କାର୍ଯ୍ୟର ସମୟସୀମା

ଏହି ଅଧିନିୟମର ଧାରା ୭ର ଉପଧାରା (୧) ଅନୁଯାୟୀ ସାଧାରଣ ଭାବେ କାର୍ଯ୍ୟ ଦିବସ କହିଲେ, ୪ ଘଣ୍ଟା ୩୦ ମିନିଟ ପର୍ଯ୍ୟନ୍ତ  ସମୟ ସୀମା ଏବଂ ପ୍ରଥମ ୩ ଘଣ୍ଟା କାର୍ଯ୍ୟ ପରେ ଏକଘଣ୍ଟା ବିଶ୍ରାମ ସମୟକୁ ବୁଝାଇବ ।

ଅନୁଯାୟୀ ରେଜିଷ୍ଟର ନିର୍ବାହ

  1. ପ୍ରତ୍ୟେକ ପ୍ରତିଷ୍ଠାନର ଦଖଳକାରୀ କାର୍ଯ୍ୟ କରିବା ପାଇଁ ଅନୁମତି ପାଇଥିବା କିମ୍ବା ନିଯୁକ୍ତି ପାଇଥିବା ଶିଶୁମାନଙ୍କୁ ସମ୍ବନ୍ଧରେ ଫର୍ମ (କ) ରେ ଏକ ରେଜିଷ୍ଟର ନିର୍ବାହ କରିବେ ।
  2. ପ୍ରତିବର୍ଷ (ବାର୍ଷିକ ଭିତ୍ତିରେ ) ରେଜିଷ୍ଟର ନିର୍ବାହ କରାଯିବ,କିନ୍ତୁ ରେଜିଷ୍ଟରରେ ଶେଷଏଣ୍ଟ୍ରି ଯେଉଁ ତାରିଖରେ ଦରଜ ହୋଇଥିବା, କଥିତ ତାରିଖ ପରଠାରୁ ରେଜିଷ୍ଟରଟି ୩ ବର୍ଷ ପର୍ଯ୍ୟନ୍ତ ନିଯୁକ୍ତି ଦାତାଙ୍କ ପାଖରେ ରଖାଯିବ ।

ବୟସ ପ୍ରମାଣ ପତ୍ର

  1. ପ୍ରଚଳିତ ଅନୁସୂଚୀର ଭାଗ – ‘କ’ରେ ଦିଆଯାଇଥିବା ଯେକୌଣସି କରଜ୍ୟ ବା ଧନ୍ଦାରେ କୌଣସି କର୍ମଶାଳାରେ ନିଯୁକ୍ତ ଥିବା ବା ନିଯୁକ୍ତ ଖୋଜୁଥିବା ଯୁବକମାନେ, ଯେଉଁଠାରେ  ଅନୁସୂଚିତ ଭାଗ – ‘ଖ’ରେ ପ୍ରଦାନ କରାଯାଇଥିବା  କାର୍ଯ୍ୟ ପ୍ରକ୍ରିୟା ଚାଲୁ ରହିଥାଏ, ଜଣେ ଇନ୍ସପେକ୍ଟରଙ୍କ ଆବଶ୍ୟକ ମୁତାବକ, ଉପଯୁକ୍ତ ଡାକ୍ତରୀ ପ୍ରାଧିକାରୀ (କର୍ତ୍ତୁପକ୍ଷ) ଙ୍କ ଠାରୁ ବୟସଗତ ପ୍ରମାଣପତ୍ର ଆଣି ଉପସ୍ଥାପନ କରିବେ ।
  2. ଉପନିୟମ (୧) ଅନୁଯାୟୀ ଯଥାଯୋଗ୍ୟ ‘ଡାକ୍ତରୀ କର୍ତ୍ତୁପକ୍ଷ’ କହିଲେ ଏକ ଜିଲ୍ଲାର ଜଣେ ସହାୟକ ଶଲ୍ୟ ଚିକିତ୍ସକ ପାହ୍ୟାରୁ ନିମ୍ନ ପାହ୍ୟାର ହୋଇ ନଥିବା କିମ୍ବା କର୍ମଚାରୀ ରାଜ୍ୟ ବୀମା ଚିକିତ୍ସାଳୟ ଗୁଡିକରେ ନିଯୁକ୍ତ ଥିବା ଜଣେ ନିୟମିତ ଡାକ୍ତରଙ୍କ ପଦବୀ ସହ ସମକକ୍ଷ ହୋଇଥିବା ଜଣେ ସରକାରୀ ଡାକ୍ତରଙ୍କୁ ବୁଝାଇବ ।
  3. ଉପନିୟମ (୧) ରେ ସୂଚୀତ ହୋଇଥିବା ବୟସଗତ ପ୍ରମାଣପତ୍ର ଫର୍ମ – ‘ଖ’ରେ ପ୍ରଦାନ କରାଯିବା ଏବଂ ଏଥିନିମନ୍ତେ କୌଣସି ଦେୟ ଦେବାକୁ ପଡିବ ନାହିଁ ।

ବିପଦପୂର୍ଣ୍ଣ କାର୍ଯ୍ୟରେ ଶିଶୁ ଶ୍ରମିକ ନିଯୁକ୍ତି ନିଷିଦ୍ଧ

ନିମ୍ନଲିଖିତ ସ୍ଥାନଗୁଡିକ ବିପଦଶଙ୍କୁଳ ଭାବେ ବିବେଚିତ ହେବ, ଯେଉଁ କ୍ଷେତ୍ରରେ ଶିଶୁ ଶ୍ରମିକ ନିଯୁକ୍ତି ନିଷିଦ୍ଧ କରାଯିବ, ଯଥା –

  • ବିପଦପୂର୍ଣ୍ଣ ଯନ୍ତ୍ରପାତି ଏବଂ ଏଥିସହ ବିନା ହୋଇଡ୍ରୋଲିକ୍ କାର୍ଯ୍ୟ ପ୍ରକ୍ରିୟାରେ ଶକ୍ତି ପ୍ରକ୍ରିୟା, ଧାତୁ ବ୍ୟବସାୟରେ ବ୍ୟବହୃତ ମିଲିଂ ଯନ୍ତ୍ରଗୁଡିକ, କ୍ଵିଲୋଟାଇନ୍ ଯନ୍ତ୍ରପାତିଗୁଡିକ,ବୃତ୍ତାକାର କରତ ପ୍ଲେଟ୍ ଗୁଡିକ ଏବଂ ମୁଦ୍ରଣ ଯନ୍ତ୍ରଗୁଡିକ ।
  • କାର୍ଯ୍ୟ ପାଇଁ ବ୍ୟବହୃତ ଗତିଶୀଳ ଯନ୍ତ୍ରପାତି ।
  • ସ୍ଵୟଂଚାଳିତ ଜନ୍ତ୍ର ।
  • ବାଳକମାନଙ୍କ କ୍ଷେତ୍ରରେ ୧୬ କି.ଗ୍ରା. ଓଜନଠାରୁ ଅଧିକ ଓଜନ ବହନ କରିବା ଏବଂ ବାଳିକାମାନଙ୍କ  କ୍ଷେତ୍ରରେ ୧୩ କି.ଗ୍ରା.ରୁ ଅଧିକ ଓଜନ ବହନ କରିବା ।
  • ବିସ୍ଫୋରକ ଦ୍ରବ୍ୟଗୁଡିକ
  • ଜ୍ଵଳନୀୟ ଗୁଣ୍ଡ, ଗ୍ୟାସ ଇତ୍ୟାଦି
  • ଅନାବରଣ ରାସାଯନିକ ଓ ବିକ୍ଷାକ୍ତ ପଦାର୍ଥ ଏବଂ
  • ତୁଳାରୁ ମଞ୍ଜି କାଢିବା / ତୁଳା ଭିଣିବା

ଶିଶୁ ଶ୍ରୀମିକମାନଙ୍କର ସୁରକ୍ଷା

  1. ଶିଶୁ ଶ୍ରୀମିକମାନଙ୍କୁ ନିଯୁକ୍ତ କରୁଥିବା ପ୍ରତିଷ୍ଠାନଗୁଡିକ ନିମ୍ନଲିଖିତ କାର୍ଯ୍ୟଗୁଡିକରେ ଶିଶୁ ଶ୍ରମିକମାନଙ୍କ ପାଇଁ ନିମ୍ନଲିଖିତ ସୁରକ୍ଷାମାନ ଯୋଗାଇ ଦେବ, ଯଥା –
  2. ଚକ୍ଷୁର ସୁରକ୍ଷା – ନିମ୍ନଲିଖିତ କାର୍ଯ୍ୟ ପ୍ରକ୍ରିୟା ଗୁଡିକରେ ଚଷୁର ସୁରକ୍ଷା ନିମନ୍ତେ କାର୍ଯ୍ୟକ୍ଷମା ପରଦା / ଚାଲୁଣି ଓ ଉପଯୁକ୍ତ ଚଷମା ଯୋଗାଇ ଦିଆଯିବ, ଯଥା –

    • ଏକ ବୈଦୁତିକ  ଓ. ଜେଡ୍. ୱେଇ ଆକ୍ସିଲେନସ ସାହାଯ୍ୟରେ ବା ସମ ପ୍ରକାର ପ୍ରକ୍ରିୟା ଦ୍ଵାରା ଧାତୁଗୁଡିକ କାଟିବା ବା ଝାଳେଇ କରିବା ।
    • ଭାଟି / ଚୁଲା ସମ୍ବନ୍ଧୀୟ ସମସ୍ତ ପ୍ରକାର କାର୍ଯ୍ୟ ଯେଉଁଠାରେ ଅତ୍ୟଧିକ ଆଲୋକ ଉଭାସିତ ହେବାର ଆଶଙ୍କା ରହିଥାଏ ।
    • ଧାତୁଗୁଡିକ ତିଆରି କରିବା ବା କାଟିବା ସମ୍ବନ୍ଧୀୟ କାର୍ଯ୍ୟ ପ୍ରକ୍ରିୟାଗୁଡିକ ଏବଂ

    ଅନ୍ୟାନ୍ୟ ଯେକୌଣସି କାର୍ଯ୍ୟ ପ୍ରକ୍ରିୟା ଯେଉଁଥିରେ କି ଆଖି ପ୍ରତି ବିପଦ ରହିଥିବା

    • ଯନ୍ତ୍ରପାତି ଗୁଡିକରେ ବାଡ ଦେବା ।
    • ଅଗ୍ନି ଓ ବିସ୍ଫୋରକଦ୍ରବ୍ୟଗୁଡିକର ବିପଦରୁ ସୁରକ୍ଷା ।
    • ଜ୍ଵଳନୀୟ ତରଳ ପଦାର୍ଥ ନିର୍ଗତ ନହେବା ପେଇଁ ସୁରକ୍ଷା ଏବଂ
    • ନିବୁଜ ଥିବା ନୌକା / ଭେଳା / ଜାହାଜଗୁଡ଼ିକ ନିମସ୍ତେ ଥିବା ନିରାପଦ ଭାଲଭ୍ ଯେଉଁଥିରେ  କି ଗ୍ୟାସ୍ ପ୍ରଭାବିତ ହେଉଥାଏ ଏବଂ ଏଥିରେ ଚାପ ହେତୁ ଭୟାନକ ବିପଦର ଆଶଙ୍କା ଥାଏ ।
  3. ନିର୍ଗତ ହେଉଥିବା ବର୍ଯ୍ୟବସ୍ତୁ ଯାହାକି ବିପଦପୂର୍ଣ୍ଣ ବା ବିଷାକ୍ତ ଅଟେ, ତହିଁର ପ୍ରତିରୋଧ ପାଇଁ  ଉପୟୁକ୍ତ ସତର୍କତା ଅବଲମ୍ବନ କରାଯିବା ଉଚିତ ।
  4. ଯେଉଁ କାର୍ଯ୍ୟମାନଙ୍କରୁ ବିପଦ୍ ଜନକ ଗ୍ୟାସ୍ ବା ଧୂଆଁ ବାହାରକୁ ଚାଲିଯିବାର ଆଶଙ୍କା ଥାଏ, ସେ କ୍ଷେତ୍ରରେ କାର୍ଯ୍ୟ ସମ୍ପାଦନ ନିମନ୍ତେ ଶ୍ଵାସ ଉପକରଣ ଯୋଗାଇ ଦିଆଯିବ ।

ସ୍ୱାସ୍ଥ୍ୟଜନିତ ପଦକ୍ଷେପ

  1. ପ୍ରତ୍ୟେକପ୍ରତିଷ୍ଠାନ ପରିଷ୍କାର ପରିଚ୍ଛନ ରଖାଯିବ ଏବଂ ଏହାକୁ ନାଳ, ପାଇଖାନା ବା ଅନ୍ୟ ପ୍ରକାର ବିରକ୍ତିଜନକ ପଦାର୍ଥରୁ ନିର୍ଗତ ଦୁର୍ଗନ୍ଧରୁ ମୁକ୍ତ ରଖାଯିବ।
  2. ନିମ୍ନଲିଖିତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇ କାର୍ଯ୍ୟଗୃହ ମଧ୍ୟରେ ସ୍ଵାସ୍ଥ୍ୟକର ତଥା ନିରାପଦ ପରିବେଶ ନିମନ୍ତେ ଉପଯୁକ୍ତ ଓ ଫଳପ୍ରଦ ବ୍ୟବସ୍ଥା କରାଯିବ, ଯଥା  -
    • ବିଶୁଦ ବାୟୁ ସଂଚାଳନ ନିମନ୍ତେ ଉପଯୁକ୍ତବାୟୁ ଚଳାଚଳ ବ୍ୟବସ୍ଥା
    • ଶିଶୁ ଶ୍ରମିକମାନଙ୍କର ସ୍ଵାସ୍ଥ୍ୟର ହାନୀ ନ ଘଟାଇବା ପାଇଁ ଓ ସେମାନଙ୍କର ଆରାମ ନିମନ୍ତେ ଆବଶ୍ୟକ ହୋଇଥିବା ତାପମାତ୍ରା ।
  3. ପ୍ରତ୍ୟେକ ପ୍ରତିଷ୍ଠାନରେ ନିଯୁକ୍ତ ହୋଇଥିବା ସମସ୍ତେ ଶିଶୁ ଶ୍ରମିକମାନଙ୍କୁ ଯଥେଷ୍ଟ ପରିମାଣରେ ବିଶୁଦ୍ଧ ପାନୀୟଜଳ ଯୋଗାଇ ହେବା ନିମନ୍ତେ ଫଳପ୍ରଦ ବ୍ୟବସ୍ଥା ଓ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ।ପ୍ରତ୍ୟେକ ପ୍ରତିଷ୍ଠାନରେ ଯଥେଷ୍ଟ ଶୌଚାଗାରର ବ୍ୟବସ୍ଥା କରାଯିବ ।

ଆଧାର - କ୍ଲପ ସଂସ୍ଥା

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate