ମହିଳା ମାନଙ୍କର ସୁରକ୍ଷା ପାଇଁ ଯଦିଓ ବିଭିନ୍ନ ଆଇନ କାନୁନ ତିଆରି ହୋଇଛି ଏବଂ ଭାରତୀୟ ସମ୍ବିଧାନରେ ମଧ୍ୟ ବହୁ ବ୍ୟବସ୍ଥା ଥିବା ସତ୍ତ୍ୱେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି । ପ୍ରତ୍ୟେକ ସ୍ତରରେ, ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଏବଂ ସମାନ ଅଧିକାର ଓ ସୁବିଧା ଯୋଗାଇଦେଇ ମହିଳାଙ୍କ ପାଇଁ ଥିବା ଯୋଜନା ଗୁଡିକୁ ଠିକ ରୂପେ କାର୍ଯ୍ୟକାରୀ କରିବା ପାଇଁ ସର୍ବଭାରତୀୟ ସ୍ତରରେ ଜାତୀୟ ମହିଳା କମିଶନ ଗଠନ କରାଯାଇଛି । ନାରୀର ଉନ୍ନତି ବିନା ଦେଶ ପ୍ରଗତି କରିବା ଅସମ୍ଭବ । ସମସ୍ତଙ୍କୁ ସଚେତନତା କରିବା କମିଶନ ଗଠନର ଅନ୍ୟ ଏକ ଉଦ୍ଦେଶ୍ୟ ଅଟେ । ଜାତୀୟ ମହିଳା କମିଶନ ବିଭିନ୍ନ ବିବରଣୀ ଓ ସୁପାରିସ ସରକାରଙ୍କୁ ଦେବେ । ମହିଳା ମାନଙ୍କ ସୁରକ୍ଷା ବ୍ୟବସ୍ଥାର କାର୍ଯ୍ୟକାରିତା ସମ୍ପର୍କରେ କମିଶନ କେନ୍ଦ୍ର ସରକାରଙ୍କୁ ଜଣାଇବେ । ବିଭିନ୍ନ ଆଇନ୍ କାନୁନ୍ କୁ ସମୀକ୍ଷା କରି ସେ ସବୁରେ ଥିବା ତ୍ରୁଟିକୁ ଠିକ୍ କରିବା ପାଇଁ କମିଶନ୍ ସୁପାରିଶ କରିପାରିବେ । ଆଇନ୍ କାନୁନ୍ ର ଉଲଂଘନ କରାଯାଇ ମହିଳା ମାନଙ୍କର ଉନ୍ନତିରେ ବାଧା ସୃଷ୍ଟି ହୋଇଥିଲେ କମିଶନର ସେସବୁ ମାମଲାକୁ ହାତକୁ ନେଇ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଲଢି ପାରିବେ । ମହିଳା ମାନଙ୍କର ସୁରକ୍ଷା ଓ ସେମାନଙ୍କର ଉନ୍ନତି ପାଇଁ ଥିବା ନିୟମ ବା ନିର୍ଦେଶ ଇତ୍ୟାଦି ଯଦି କାର୍ଯ୍ୟକାରୀ ନହୁଏ ସେ ସଂକ୍ରାନ୍ତୀୟ ଅଭିଯୋଗରେ, କମିଶନ ହସ୍ତକ୍ଷେପ କରିବେ ।
ନାରୀମାନଙ୍କର ସାମାଜିକ ତଥା ଅର୍ଥନୈତିକ ଉନ୍ନତି ପାଇଁ ଉଦ୍ଧିଷ୍ଟ ଯୋଜନା ପ୍ରକ୍ରିୟାରେ ଅଂଶ ଗ୍ରହଣ କରି ବିଭିନ୍ନ ପରାମର୍ଶ ଦେବେ ଏବଂ ସମଗ୍ର ଦେଶ ତଥା ବିଭିନ୍ନ ରାଜ୍ୟରେ ମହିଳା ବିକାଶ କାର୍ଯ୍ୟକ୍ରମ କିଭଳି ଚାଲିଛି, ତାହା ସମୀକ୍ଷା କରି ଦେଖିବେ । ମହିଳା ମାନଙ୍କ ପ୍ରତି ହେଉଥିବା ପାତର ଅନ୍ତର ଓ ଅତ୍ୟାଚାର ସମ୍ପର୍କରେ ସ୍ଵତନ୍ତ୍ରଭାବେ ଅନୂଧ୍ୟାନ କରି କମିଶନ ସମାଧାନ ପାଇଁ ସୁପାରିସ କରିବା ସାଙ୍ଗକୁ, ସମାଜରେ ମହିଳାମାନଙ୍କର ଯେପରି ଉପଯୁକ୍ତ ପ୍ରତିନିଧିତ୍ଵ ରହିବ ସେଥିପାଇଁ ଉଚିତ ପଦକ୍ଷେପ ନେବେ । କେଉଁ ବ୍ୟବସ୍ଥା କଲେ ମହିଳା ମାନଙ୍କ ଉତ୍ପାଦନ କ୍ଷମତା ବୃଦ୍ଧିପାଇବା ସାଙ୍ଗକୁ ସେମାନେ ସର୍ବନିମ୍ନ ସୁବିଧା ସୁଯୋଗରୁ ବଞ୍ଚିତ ନହେବେ ତାହା କମିଶନ ଦର୍ଶାଇବେ । ଜେଲ, ରିମାଣ୍ଡହୋମ୍, ମହିଳା ଅନୁଷ୍ଠାନ ଏବଂ ଅନ୍ୟାନ୍ୟ ସ୍ଥାନଗୁଡିକରେ ରହୁଥିବା ମହିଳାମାନଙ୍କୁ କମିଶନ ନିଜେ ଯାଇ ପରିସ୍ଥିତି ତଦାରଖ କରିଆସିବେ କିମ୍ବା ଅନ୍ୟକାହାଦ୍ଵାରା ଏହି ତଦାରଖ କରାଇବେ । ସେସବୁ ସ୍ଥାନରେ ମହିଳା ମାନଙ୍କର ସମସ୍ୟା ଥିବାର ଦେଖିଲେ ତାହାର ପ୍ରତିକାର ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବେ । ବହୁ ସଂଖ୍ୟକ ମହିଳାଙ୍କ ସ୍ଵାର୍ଥ ଥିବା ଭଳି କୌଣସି ମାମଲା ଥିଲେ ସେଥିପାଇଁ କମିଶନ ପାଣ୍ଠି ବ୍ୟବସ୍ଥା କରିବେ ଏବଂ ମହିଳାମାନଙ୍କ ବିକାଶ ସଂକ୍ରାନ୍ତରେ ସରକାରଙ୍କୁ ବିଭିନ୍ନ ସମୟରେ ରିପୋଟ ପ୍ରଦାନ କରିବେ ।
କ୍ଷମତା
କୌଣସି ବିଷୟରେ ତଦନ୍ତ ବେଳେ ଜେରା ପାଇଁ କାହାରିକୁ ଡାକରା, ସାକ୍ଷ୍ୟ ଗ୍ରହଣ, କୌଣସି କୋର୍ଟ କିମ୍ବା ଅଫିସରୁ ନଥିପତ୍ର ମଗାଇବା ଇତ୍ୟାଦି କ୍ଷେତ୍ରରେ ଦେୱାନୀ ଅଦାଲତର କ୍ଷମତା କମିଶନଙ୍କ ନିକଟରେ ରହିଛି । ଯେକୌଣସି ମହିଳା କୌଣସି ବିଷୟରେ ଅଭିଯୋଗ କରିବାର ଥିଲେ ଏକ ଲିଖିତ ଅଭିଯୋଗ ମାଧ୍ୟମରେ ମହିଳା କମିଶନଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ । କମିଶନ୍ ଙ୍କ ଦୃଷ୍ଟିରେ କୌଣସି ଆଇନ୍ ର ଉଲ୍ଲଂଘନ ଘଟଣା ପଡେ ତେବେ ସେ ନିଜ ଆଡୁ କାର୍ଯ୍ୟାନୁଷ୍ଠାନ କରିପାରିବେ ।
ଦାୟିତ୍ଵ
କମିଶନ ବିଭିନ୍ନ ରିପୋର୍ଟ ଓ ସୁପାରିଶ ଗୁଡିକ ଉପରେ କେଉଁ ପଦକ୍ଷେପ ମାନ ନିଆଯାଉଛି ଏବଂ କେଉଁ କାରଣରୁ ପ୍ରତ୍ୟାଖାନ ହୋଇଛି ସେ ସଂକ୍ରାନ୍ତ ବିବୃତ୍ତି ସହ ସରକାର ରିପୋର୍ଟ ଓ ସୁପାରିଶ୍ ଗୁଡିକ ପାର୍ଲାମେଣ୍ଟର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ଉପସ୍ଥାପନା କରିବେ । ମହିଳାମାନଙ୍କ ପାଇଁ ଯେ କୌଣସି ଗୁରୁତ୍ବପୂର୍ଣ ନିଷ୍ପତି ନିଆଯିବାବେଳେ କେନ୍ଦ୍ର ସରକାର ଜାତୀୟ ମହିଳା କମିଶନ ସହ ପରାମର୍ଶ କରିବେ ।
ସମଗ୍ର ଓଡିଶା ରାଜ୍ୟ ପାଇଁ ମହିଳା ମାନଙ୍କର ସମସ୍ୟାକୁ ତଦାରଖ କରିବା ଏବଂ ତାହାର ସମାଧାନ କରି ସେମାନଙ୍କୁ ଥଇଥାନ କରିବା ପାଇଁ ଓଡିଶା ମହିଳା କମିଶନ ୧୯୯୩ ମସିହାରେ ଗଠନ କରାଯାଇଛି ।
ରାଜ୍ୟ ସରକାରଙ୍କ ଦ୍ଵାରା ମନୋନୀତ ହୋଇଥିବା ଜଣେ ମଧ୍ୟକ୍ଷା ଓ ୬ ଜଣ ମେମ୍ବର ରହିବେ । ମହିଳା ମାନଙ୍କ ଉପରେ ହେଉଥିବା ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଉପରେ କମିଶନ ବିଭିନ୍ନ ସମୟରେ ତଥ୍ୟ ସଂଗ୍ରହ କରିବେ । ବିବାହ ଜନିତ ସମସ୍ୟା,ଯୌତୁକ ସମସ୍ୟା, ଯୌତୁକ ନିର୍ଯ୍ୟାତନା, ଅପହରଣ, ଅଶ୍ଳୀଳ ଇଙ୍ଗିତ, ଯୁବତୀ ଚୋରା ଚାଲାଣ, ଡାକ୍ତରୀ ଅବହେଳା ପ୍ରଦର୍ଶନ ଇତ୍ୟାଦି ବିଷୟରେ ତଥ୍ୟ ସଂଗ୍ରହ କମିଶନଙ୍କ ପକ୍ଷରୁ ହେବ । ନାରୀ ନିର୍ଯ୍ୟାତନା ସମ୍ବନ୍ଧରେ ବିଭିନ୍ନ ଅଭିଯୋଗ ଯଥା -
କ୍ଷମତା
କୌଣସି ବିଷୟରେ ତଦନ୍ତ ବେଳେ ଜେରାପାଇଁ କାହାରୀକୁ ଡାକରା, ଦଲିଲ ଉପସ୍ଥାପନା, ସାକ୍ଷ୍ୟଗ୍ରହଣ, କୌଣସି କୋର୍ଟ କିମ୍ବା ଅଫିସରୁ କୌଣସି ନଥିପତ୍ର ମଗାଇବା ଇତ୍ୟାଦି କ୍ଷେତ୍ରରେ ଦେୱାନୀ ଅଦାଲତର କ୍ଷମତା କମିସନଙ୍କ ନିକଟରେ ରହିଛି । ମହିଳା ମାନଙ୍କ ପାଇଁ ଯେ କୌଣସି ଗୃରୁତ୍ଵପୂର୍ଣ୍ଣ ନିଷ୍ପତି ନିଆଯିବାବେଳେ ସରକାର ମହିଳା କମିଶନଙ୍କ ସହ ପରାମର୍ଶ କରିବେ । କମିଶନ ଅପେକ୍ଷା ଏବଂ ଏହାର ମେୟର, ଅଫିସର ଓ କର୍ମଚାରୀମାନେ, ସରକାରୀ କର୍ମଚାରୀ ଭାବେ ପରିଗଣିତ ହେବେ । ମହିଳା କମିଶନ ଆଇନର ବ୍ୟବସ୍ଥା ଗୁଡିକ ଯେପରି କାର୍ଯ୍ୟକାରୀ ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶନ ମାଧ୍ୟମରେ ନିୟାମାବଳୀ ପ୍ରଣୟନ କରିପାରିବେ ।
ଆଧାର - ମହିଳା କମିଶନ
Last Modified : 3/24/2020