অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପଞ୍ଚାୟତିରାଜ ପ୍ରକ୍ରିୟାରେ ମହିଳାଙ୍କ ଭୂମିକା

ସ୍ଵାଧୀନତା ଆନ୍ଦୋଳନରେ ମହିଳାମାନଙ୍କ ସଂଖ୍ୟା ପୁରୁଷମାନଙ୍କ ତୁଳନାରେ କମ୍ ଥିଲେ ମଧ୍ୟ ଆନ୍ଦୋଳନର ବହ୍ନିକୁ ପ୍ରଜ୍ଵଳିତ କରିବାରେ ସେମାନେ ଯେ ଅତ୍ୟନ୍ତ ଗୁରୁଦାୟିତ୍ଵ ବହନ କରିପାରି ଥିଲେ, ତାହା ଇତିହାସ ପୃଷ୍ଟାରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ । ସ୍ଵାଧିନୋତ୍ତର ଭାରତ ବର୍ଷର ସମାଜ ବ୍ୟବସ୍ଥା ମହିଳାମାନଙ୍କୁ ସମାନ ଅଧିକାର ପ୍ରଦାନ କରିଥିଲେ ମଧ୍ୟ ସବୁ କ୍ଷେତ୍ରରେ ପୁରୁଷମାନେ  ଆଗଧାଡିରେ ଦଣ୍ଡାୟମାନ ।

ପୁରୁଷ କେନ୍ଦ୍ରୀୟ ସମାଜର ମୂଳଦୁଆକୁ ଭାଙ୍ଗି ନିଜର ପାରଦର୍ଶିତା ପ୍ରତିପାଦନ କରିପାରିଥିବା ମହିଳାମାନେ ହିଁ ଚିରାନମସ୍ୟ । ଆଉ ସେହି ମହିଳା ମାନଙ୍କ ଦୂରଦୃଷ୍ଟି, କର୍ମପ୍ରବଣତା,ସାହାସ  ସୂଉଚ ସେପାନରେ ପହଞ୍ଚି ପରିବାର ଗୌରବ ।  ଆଜି ମହିଳା ସଶକ୍ତିକରଣ ଦିଗରେ ସୃଷ୍ଟି କରିଛି ନୂତନ ସମ୍ଭାବନା,ଉଦ୍ଦୀପନା ଓ ସମତାପୂର୍ଣ୍ଣ ସମୃଦ୍ଧ ସମାଜ ନିର୍ମାଣ କରିବାର ସ୍ଵପ୍ନ ।

୭୩ ତମ ସମ୍ବିଧାନ ସଂଶୋଧନ ଓ ମହିଳା

  • ୭୩ତମ ସମ୍ବିଧାନ ସଂଶୋଧନ ଆଇନ୍ ଫଳରେ ମହିଳାମାନେ ଯେଉଁ ରାଜନୈତିକ କ୍ଷମତାପ୍ରାପ୍ତ ହେଲେ ତାହା ସମଗ୍ର ବିଶ୍ଵ ରେ ଏକ ଅନ୍ୟାନ ପଦକ୍ଷେପ । ଏହାଦ୍ଵାରା ଯେତେ ସଂଖ୍ୟାରେ ମହିଳାମାନେ ତ୍ରି - ସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା ମଧ୍ୟକୁ ଆସିପାରିଲେ, ତାହା ବିଶ୍ଵର ଏକ ବିରଳ ଘଟଣା ।
  • ଓଡିଶାରେ ୩୬ ହଜାରରୁ ଊର୍ଦ୍ଧ୍ଵ ମହିଳା ତୃଣାମୂଳ ଲୋକ ସାଶନ ପ୍ରକ୍ରିୟାରେ ସାମିଲ ହେବା ସହ ସମଗ୍ର ଭାରତବର୍ଷରୁ ୧୦ ଲକ୍ଷରୁ ଊର୍ଦ୍ଧ୍ଵ ମହିଳା ଏହି ପ୍ରକ୍ରିୟା ରେ ପ୍ରତିନିଧିତ୍ଵ କରୁଛନ୍ତି । ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ।
  • ଭାରତ ବର୍ଷରେ ଗଣତାନ୍ତ୍ରିକ ପ୍ରକ୍ରିୟାର ମୂଳଦୁଆ ହେଉଛି ପଞ୍ଚାୟତିରାଜ ବ୍ୟବସ୍ଥା ।
  • ଭାରତ ବର୍ଷର ମୋଟ ଜନସଂଖ୍ୟାର ପ୍ରାୟ ୪୮ ପ୍ରତିଶତ ହେଉଛନ୍ତି ମହିଳା । ଓଡିଶାର ୨୦୦୨ ଜନଗଣନା ଅନୁସାରେ ପ୍ରତି ଏକ ହଜାର ପୁରୁଷରେ ୯୭୨ ଜଣ ହେଉଛନ୍ତି ମହିଳା ।
  • କ୍ଷମତାର ବିକେନ୍ଦ୍ରୀକରଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଓ ସ୍ଥାନୀୟ ଗଣତନ୍ତ୍ରରେ ମହିଳାମାନେ ଅଧିକ ସଂଖ୍ୟାରେ ଭାଗନେବା ନିମନ୍ତେ ସେମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିବା ଦିଗରେ ଏହି ସମ୍ବିଧାନ ସଂଶୋଧନ ଏକ ମାଇଲ ଖୁଣ୍ଟ ।
  • ଐତିହାସିକ ୭୩ତମ ସମ୍ବିଧାନ ସଂଶୋଧନ ପରେ ପଞ୍ଛାୟତିରାଜ ଅନୁଷ୍ଠାନ ଜରିଆରେ ଦେଶର ସର୍ବାଙ୍ଗୀନ ବିକାଶ ନିମନ୍ତେ କାର୍ଯ୍ୟ କରିବା ପାଇଁ ମହିଳାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ।
  • ମହିଳାମାନଙ୍କ ପିନ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ହେବା ଫଳରେ ବର୍ତ୍ତମାନ ଭାରତରେ ୧୦ ଲକ୍ଷ ମହିଳା ପଞ୍ଚାୟତିରାଜ ପ୍ରକ୍ରିୟାରେ କାର୍ଯ୍ୟରତ । ଏହି ପରିପେକ୍ଷୀରେ ବର୍ତ୍ତମାନ ଓଡିଶାରେ ୧ ଲକ୍ଷ ପଞ୍ଚାୟତ ପ୍ରତିନିଧିଙ୍କ ମଧ୍ୟରୁ ୩୫ ହଜାରରୁ ଊର୍ଦ୍ଧ୍ଵ ହେଉଛନ୍ତି ମହିଳା ।
  • କମ୍ ସମୟ ମଧ୍ୟରେ ଅନେକ ମହିଳା ପ୍ରତିନିଧି ରାଜ୍ୟ ଓ ଜାତୀୟ ସ୍ତରରେ ହେଉଥିବା ସଭାସମିତିରେ ଯୋଗଦାନ କରି ନିଜ ପ୍ରତିଭାର ପରିଚୟ ଦେଉଛନ୍ତି ।
  • ପଲ୍ଲିସଭା, ଗ୍ରାମସଭାରେ ଲୋକଙ୍କ ଭାଗୀଦାରୀତା କମ୍ ହେବା, ପଞ୍ଚାୟତକୁ ଆସୁଥିବା ଅର୍ଥର ବାଟମାରଣା ହେବା, ମହିଳା ପ୍ରତିନିଧୀମାନେ ବିଭିନ୍ନ ସମାସ୍ୟାର ସମୁଖିନ ହେବା, ସରକାରୀ ଅଧିକାରୀମାନଙ୍କ ସହଯୋଗ ନନେଇପାରିବା, ଅଧିକନ୍ତୁ ପଞ୍ଚାୟତରାଜ ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟକୁ ବୁଜି ବିଶ୍ଳେଷନ  କରି ତାର ସମାଧାନ ଦିଗରେ ମହିଳା ପ୍ରତିନିଧିମାନେ ଏକତ୍ରିତ କାମ କରି ପାରିଲେ ସଂରକ୍ଷଣ ଭିତ୍ତିରେ ନଆସି ମହିଳାମାନେ ସ୍ଵତଃ ୫୦ ପ୍ରତିଶତରୁ ଅଧିକ ଆସିପାରିବାର ଯଥେଷ୍ଟ ସମ୍ଭାବନା ଅଛି । ଅବଶ୍ୟ ଏହା ଉପରେ ଖୁବ ଶୀଘ୍ର ଆଇନ୍ ହେବାକୁ ଯାଉଛି ।
  • ଏହାଛଡା ତୃଣାମୂଳ ଗଣତନ୍ତ୍ରକୁ ସଫଳ କରିବା ଓ ଗ୍ରାମ୍ୟ ପୁନଃର୍ନିର୍ମାଣରେ ନିର୍ବାଚିତ ମହିଳା ପ୍ରତିନିଧିମାନଙ୍କ ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ ।
  • ସମ୍ବିଧାନ ସଂଶୋଧନ ମାଧ୍ୟମରେ ମହିଳା ମାନଙ୍କ ପାଇଁ ବହୁ ବିଧ ବ୍ୟବସ୍ଥା କରାଯାଇଅଛି । ପଞ୍ଚାୟତିରାଜର ବିଭିନ୍ନ ସ୍ତରରେ ପ୍ରତକ୍ଷ ନିର୍ବାଚନରେ  ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯାଇଅଛି ।
  • ଶିକ୍ଷା ଓ ସ୍ୱାସ୍ଥ୍ୟ ଅଭିଯାନରେ ଯୋଗଦାନ କରିବା ଓ ଜଳସଚେତନତା ସୃଷ୍ଟି କରିବା ଦିଗରେ ମହିଳା ପ୍ରତିନିଧି ମାନଙ୍କ ଅବଦାନ ବିଶେଷ ଉଲ୍ଲେଖ ଯୋଗ୍ୟ ।
  • ପଞ୍ଚାୟତିରାଜ ବ୍ୟବସ୍ଥାର ୪ ର୍ଥ ସ୍ଥାୟୀ କମିଟି କେବଳ ମହିଳା ମାନଙ୍କ ପାଇଁ ସଂରକ୍ଷିତ ହୋଇ ରହିବାର ବ୍ୟବସ୍ଥା ଅଛି । ଏହି କମିଟିରେ ସଭ୍ୟ ଓ ଅଧ୍ୟକ୍ଷ କେବଳ ମହିଳା ହିଁ ହୋଇଥାନ୍ତି ।
  • ସମ୍ବିଧାନ ସଂଶୋଧନ ପରବର୍ତ୍ତୀ କାଳରେ ପରଦା ଭିତରେ ରହୁଥିବା ଗ୍ରାମ୍ୟ ମହିଳାମାନେ ତୃଣମୂଳ ଗଣତନ୍ତ୍ରରେ ନେତୃତ୍ଵ ନେବାର ସକ୍ଷମ ହୋଇପାରିଛନ୍ତି।
  • ଆଦିବାସୀ ଅଞ୍ଚଳରେ ମହିଳା ମାନେ ମଦମୁକ୍ତି ଅଭିଯାନରେ ଅଂଶ ଗ୍ରହଣ କରି ବହୁ ସ୍ଥାନରେ ସଫଳ ହୋଇ ପାରିଛନ୍ତି ।
  • ଶ୍ରମଭିତ୍ତିକ କାର୍ଯ୍ୟ (ଏନଆରଇଜିଏସ) ରେ ଶ୍ରମିକ ମହିଳାମାନଙ୍କ ପାଇଁ ୩୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି ।
  • ସ୍ଵର୍ଣଜୟନ୍ତୀ ଗ୍ରାମ ସ୍ଵରୋଜଗାର ଯୋଜନାରେ ମଧ୍ୟ ମହିଳାମାନଙ୍କ ପାଇଁ ସମୁଦାୟ ଲକ୍ଷ୍ୟର ୪୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଅଛି ।
  • ବ୍ଲକରେ ଗଠନ କରାଯାଇଥିବା ସମୁଦାଯ ସ୍ଵୟଂ ସହାୟିକା ଦଳ ମଧ୍ୟରୁ ୫୦ ପ୍ରତିଶତ ମହିଳା ଦଳ ହେବା ବିଧେୟ ।
  • ଇନ୍ଦିରା ଆବାସ ଯୋଜନାରେ ହେଉଥିବା ଗୃହନିର୍ମାଣ ପାଇଁ କାର୍ଯ୍ୟାଦେଶ ସ୍ଵାମୀ ଓ ସ୍ତ୍ରୀ ଉଭୟଙ୍କ ନାମରେ ଦିଆଯିବାର ବ୍ୟବସ୍ଥା ଅଛି ।
  • ଗ୍ରାମସଭାରେ ଉପସ୍ଥିତ ହେଉଥିବା ସମୁଦାଯ ସଭ୍ୟଙ୍କ ମଧ୍ୟରୁ ଏକ ତୃତୀୟାଂଶ ମହିଳା ରହିବା ବିଧେୟ ।
  • ସେହିପରି ପଲ୍ଲୀସଭାରେ ଉପସ୍ଥିତ ସଭ୍ୟମାନଙ୍କ ମଧ୍ୟରୁ ୧/୧୦ (ଏକ ଦଶମାଂଶ ) ମହିଳା ରହିବାର ବ୍ୟବସ୍ଥା ଅଛି ।

ମହିଳାଙ୍କ ଅଂଶ  ଗ୍ରହଣର ଫଳ

  • ଏବେ ମହିଳାମାନେ ଗ୍ରାମସଭା,ପଲ୍ଲିସଭା ଓ ଗ୍ରାମପଞ୍ଛାୟତ ବୈଠକରେ ଭାଗନେଇ ପାରୁଛନ୍ତି ।
  • ସରକାରୀ କର୍ମକର୍ତ୍ତାଙ୍କ ସହ ତାଳମେଳ ରକ୍ଷା କରି କାମ କରୁଛନ୍ତି ।
  • ପୁରୁଷ ମାନଙ୍କ ଅପେକ୍ଷା ପ୍ରଭାବୀ ଢଙ୍ଗରେ କାମ କରିପାରୁଛନ୍ତି ।
  • ଗ୍ରାମ ସମାସ୍ୟାକୁ ଭଲଭାବେ ହୃଦୟଙ୍ଗମ କରି ପାରୁଛନ୍ତି ଓ ସେ ଦିଗରେ ଯୋଜନା ପ୍ରସ୍ତୁତ କରିପାରୁଛନ୍ତି ।
  • ମହିଳା ପ୍ରତିନିଧି ମାନଙ୍କ ଦ୍ଵାରା ପ୍ରଭାବିତ ହୋଇ ଗ୍ରାମର ଅନ୍ୟ ମହିଳାମାନେ ନିଜେ ନିଜେ ଏକାଠି ହୋଇ ସମସ୍ୟାର ସଠିକ୍ ସମାଧାନ କରିପାରୁଛନ୍ତି ।
  • ବିକାଶ ପ୍ରକ୍ରିୟାକୁ ଅଧିକ ବେଗଗାମୀ କରାଇବାରେ ମହିଳାମାନଙ୍କ ଅଧିକ ଯୋଗଦାନ ରହୁଛି ।
  • ନିର୍ବାଚନରେ ମହିଳା ପ୍ରାର୍ଥୀମାନଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଯୋଗୁଁ ଭୋଟ ଦାନ କ୍ଷେତ୍ରରେ ମଧ୍ୟ ମହିଳାମାନେ ଅଧିକ ସଂଖ୍ୟାରେ ଯୋଗଦେଇଛନ୍ତି ।

ମହିଳାମାନଙ୍କର  ଅଂଶ ଗ୍ରହଣ କିପରି ବଢାଯାଇପାରିବ

  • ଗ୍ରାମ ଓ ପଞ୍ଚାୟତ ସ୍ତରରେ ମହିଳାମାନଙ୍କର  ସୁବିଧା ଅନୁଯାୟୀ ବୈଠକର ସ୍ଥାନ, ସମୟ ନିରୂପିତ  ହୋଇ ବୈଠକ ଆହ୍ଵାନ କରାଯିବା ଉଚିତ୍ ।
  • ମହିଳା ପଦାଧିକାରୀଙ୍କୁ ତାଙ୍କର ଦାୟିତ୍ଵ ଓ ଅଧିକାରଗତ ସୂଚନା ପ୍ରଦାନ କରାଯିବା ଉଚିତ । ଉପଯୁକ୍ତ  ସମ୍ମାନ ପ୍ରଦର୍ଶନ କରାଯିବା ସହ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବା ଉଚିତ ।
  • ଗ୍ରାମସଭା ବୈଠକ ଓ ସାଧାରଣ  ବୈଠକରେ ମହିଳାମାନଙ୍କୁ ନିଜର କଥା କହିବା, ନିଷ୍ପତି ନେବା ଦିଗରେ ସମୟ ଦେବା ଆବଶ୍ୟକ ।
  • ଏକାକୀ ମହିଳାଙ୍କ ଅପେକ୍ଷା ଦୁଇଜଣ କିମ୍ବା ଅଧିକ ମହିଳାଙ୍କ ସହ ଆଲୋଚନା ବ୍ୟବସ୍ଥା ଦ୍ଵାରା ସେମାନେ ଅଧିକ ସହଜରେ ନିଜର କଥା ଉପସ୍ଥାପନା କରିପାରନ୍ତି । ମହିଳାମାନଙ୍କର କୌଣସି ସମ୍ପର୍କୀୟ ବ୍ୟକ୍ତି ପଞ୍ଚାୟତ ବୈଠକରେ ଭାଗ ନେଇ ପାରିବେ ନାହିଁ କିମ୍ବା ପଞ୍ଚାୟତର ଦୈନିକ କାର୍ଯ୍ୟବଳୀରେ ହସ୍ତକ୍ଷେପ କରିପାରିବେ ନାହିଁ ।
  • ମହିଳାମାନଙ୍କ ସଶକ୍ତିପ୍ରକ୍ରିୟା ପ୍ରକ୍ରିୟାକୁ ସବୁସ୍ତରରେ ପ୍ରୋତ୍ସାହିତ କରାଯିବା ବିଧେୟ । ମହିଳାମାନେ ତ୍ରି – ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଦାୟିତ୍ଵ ନେବା ଦିନଠାରୁ ସେମାନଙ୍କ ମଧ୍ୟରୁ ଅନେକ ନିଜ ଆଞ୍ଚଳର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ସ୍ଵୟଂ ସହାୟିକା ଗୋଷ୍ଠୀର ବିକାଶ, ମଦ ବିରୋଧୀ ଆନ୍ଦୋଳନ, ଜଙ୍ଗଲ ସୁରକ୍ଷା ଆନ୍ଦୋଳନ ପ୍ରଭୃତିରେ ନିଜର ପାରଦର୍ଶିତା ଦେଖାଇ ପାରିଛନ୍ତି ।

ଆଧାର - ସେଣ୍ଟର ଫର ରୁରାଲ ଡେଭଲପମେଣ୍ଟ, ଭୁବନେଶ୍ଵର

Last Modified : 12/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate