অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବେଟି ବଂଚାଅ, ବେଟି ପଢାଅ

କନ୍ୟା ସନ୍ତାନର ସୁରକ୍ଷା ଅଭିଯାନ

‘ପୁଅ ଝିଅ, ଏକା ସମାନ’ ଆମର ମନ୍ତ୍ର ହେବା ଉଚିତ୍ ଆସନ୍ତୁ ଝିଅ ଜନ୍ମ ହେଲେ ଉତ୍ସବ ପାଳନ କରିବା । ଆମେ ଆମ ଝିଅମାନଙ୍କୁ ନେଇ ସମାନଭାବେ ଗର୍ବ କରିବା । ମୋର ଆପଣମାନଙ୍କୁ ଅନୁରୋଧ ଘରେ ଝିଅଟିଏ ଜନ୍ମ ହେଲେ ପାଞ୍ଚଟି ଗଛ ଲଗାଇ ଉତ୍ସବ ପାଳନ କରନ୍ତୁ । ପ୍ରଧାନମନ୍ତ୍ରୀ ତାଙ୍କ ପୋଷ୍ୟ ଗ୍ରାମ ଜୟପୁରବାସୀଙ୍କୁ ଏହି ଆହ୍ୱାନ ଦେଇଥିଲେ ।

ବେଟି ବଂଚାଅ, ବେଟି ପଢାଅ (ବିବିବିପି) ଯୋଜନାର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ହରିଆନାର ପାନିପଥରେ ଗତ ବର୍ଷ ୨୨ ଜାନୁଆରୀରେ କରିଥିଲେ । ଏହା ଶିଶୁ ଲିଙ୍ଗ ଅନୁପାତ (ସିଏସଆର)ରେ ହ୍ରାସ ଏବଂ ମହିଳାମାନଙ୍କ ନିରବଚ୍ଛିନ୍ନ ଜୀବନଚକ୍ର ସଶକ୍ତିକରଣ କ୍ଷେତ୍ରରେ ବିଭିନ୍ନ ସମସ୍ୟାଗୁଡିକ ଉପରେ ଗୁରୁତ୍ୱ ପ୍ରଦାନ କରୁଛି । ଏହି ଅଭିଯାନ ମହିଳା ଏବଂ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ପ୍ରଚେଷ୍ଟାରେ ଆରମ୍ଭ କରାଯାଇଛି ।

ଏହାର ମୌଳିକ ଉପାଦାନଗୁଡିକ ମଧ୍ୟରେ ପିସି ଆଣ୍ଡ ପିଏନଡିଟି ଆଇନ ଲାଗୁ କରାଯିବା, ଦେଶବ୍ୟାପୀ ସଚେତନତା ଏବଂ ପ୍ରଥମ ପର୍ଯ୍ୟାୟରେ ଜାତୀୟ ସ୍ତରରେ କମ ଶିଶୁ ଲିଙ୍ଗ ଅନୁପାତ ଥିବା ୧୦୦ଟି ଜିଲାରେ ସଚେତନତା ସହିତ ବହୁମୁଖୀ କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରଶିକ୍ଷଣ ଜରିଆରେ ଲୋକମାନଙ୍କ ମାନସିକତାରେ ପରିବର୍ତ୍ତନ, ସଚେତନତା ବୃଦ୍ଧି ଏବଂ ଗୋଷ୍ଠୀଗତ ଭାବେ ସଚେତନତା କାର୍ଯ୍ୟକ୍ରମ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି ।

କନ୍ୟା ସନ୍ତାନକୁ ନେଇ ସମାଜିକ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ପାଇଁ ଏନଡିଏ ସରକାର ପ୍ରଚେଷ୍ଟା କରୁଛନ୍ତି । ମନ୍ କି ବାତ୍ ରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ହରିଆନାର ବିବିପୁର ସରପଂଚଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ସେଲଫି ୱିଥ ଡଟର’ ପଦକ୍ଷେପକୁ ଖୁବ୍ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଲୋକମାନଙ୍କୁ ସେଲଫି ୱିଥ ଡଟର ପାଇଁ ଅନୁରୋଧ କରିଥିଲେ ଯାହା ବିଶ୍ୱସ୍ତରରେ ବେଶ୍ ଆଦୃତ ହୋଇଥିଲା । ଭାରତ ଏବଂ ବିଶ୍ୱର କୋଣ ଅନୁକୋଣରୁ ଫଟୋ ଆସିଥିଲା ଯାହା କନ୍ୟା ସନ୍ତାନର ଜନକ ଜନନୀଙ୍କ ପାଇଁ ଗର୍ବର ବିଷୟ ପାଲଟିଥିଲା ।

ବେଟି ବଂଚାଅ, ବେଟି ପଢାଅ ବହୁମୁଖୀ ଜିଲା ଆକ୍ସନ ପ୍ଲାନ ପାଖାପାଖି ସମସ୍ତ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଛି । ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଏବଂ ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ଜିଲାସ୍ତରୀୟ ଅଧିକାରୀ ଏବଂ ଆଗ ଧାଡିର କର୍ମକର୍ତ୍ତାମାନଙ୍କୁ ଏହି କ୍ଷେତ୍ରରେ ଅଧିକ ସଚେତନ କରିବା ନେଇ କାର୍ଯ୍ୟ କରାଯାଉଛି । ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଏପ୍ରିଲରୁ ଅକ୍ଟୋବର ୨୦୧୫ ମଧ୍ୟରେ ନଅଟି ସେଟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳମାନଙ୍କରେ କରାଯାଇଛି ।

କନ୍ୟା ସନ୍ତାନ ସୁରକ୍ଷା ଏବଂ ଶିକ୍ଷା ପାଇଁ ବିଭିନ୍ନ ପଦକ୍ଷେପ

ବେଟି ବଂଚାଅ, ବେଟି ପଢାଅ ଯୋଜନାରେ ପିଥୋରାଗଡ ଜିଲାରେ କନ୍ୟା ସନ୍ତାନମାନଙ୍କ ସୁରକ୍ଷା ଏବଂ ଶିକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଜିଲା ଏବଂ ବ୍ଲକ ସ୍ତରରେ ଟାସ୍କ ଫୋର୍ସ ଗଠନ କରାଯାଇଛି । ଏହି ଫୋରମଗୁଡିକର ବୈଠକ ଅନୁଷ୍ଠିତ କରାଯାଇ ବିସ୍ତୃତ ରୋଡ ମ୍ୟାପ ପ୍ରସ୍ତୁତ କରାଯାଇଛି । ଏହି ଯୋଜନାର ବିସ୍ତାର ପାଇଁ ଗୋଷ୍ଠୀ ସମୂହ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ବିଭିନ୍ନ ସ୍କୁଲ, ଆର୍ମୀ ସ୍କୁଲ, ସରକାରୀ ବିଭାଗର କର୍ମଚାରୀମାନଙ୍କୁ ନେଇ ର୍ୟାଲିର ଆୟୋଜନ କରାଯାଉଛି ।

ବେଟି ବଂଚାଅ, ବେଟି ପଢାଅ ସଚେତନତା ବୃଦ୍ଧି କରିବା ପାଇଁ ପିଥୋରାଗଡର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକର ଆୟୋଜନ କରାଯାଇଛି । ପଥପ୍ରାନ୍ତ ନାଟକଗୁଡିକ ଗାଁରେ କରାଯିବା ସହିତ ଜନଗହଳି ପୂର୍ଣ୍ଣ ବଜାରରେ କରାଯିବା ଫଳରେ ଅଧିକ ସଂଖ୍ୟାରେ ଜନ ସଚେତନତା କରାଯାଇପାରୁଛି । ଲିଙ୍ଗ ଚୟନ କରି ଗର୍ଭପାତ କରିବା ଫଳରେ ସମସ୍ୟାଗୁଡିକ ବିଷୟରେ ଲୋକମାନେ ସଚେତନ ହୋଇପାରିଛନ୍ତି । କନ୍ୟା ସନ୍ତାନର ଜନ୍ମଠାରୁ ନେଇ ଜୀବନସାରାର ଜଟିଳତାକୁ ପଥପ୍ରାନ୍ତ ନାଟକ ଜରିଆରେ ପ୍ରଦର୍ଶୀତ କରାଯିବା ଦ୍ୱାରା ଲୋକମାନେ ସଚେତନ ହୋଇପାରିଛନ୍ତି । ହସ୍ତାକ୍ଷର ଅଭିଯାନ, ଶପଥଗ୍ରହଣ ଉତ୍ସବ, ଜରିଆରେ ପିଜି କଲେଜର ୭୦୦ ଛାତ୍ରଛାତ୍ରୀ ଏବଂ ଅନେକ ଆର୍ମୀ ଅଧିକାରୀଙ୍କ ପାଖରେ ବିବିବିପିର ବାର୍ତ୍ତା ପହଂଚି ପାରିଛି।

ପଞ୍ଜାବର ମଂସା ଜିଲାରେ ଝିଅମାନଙ୍କୁ ଶିକ୍ଷିତ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରାଯାଇଛି । ‘ଉଡାନ-ସପନେୟା ଦୀ ଦୁନିଆ ଦେ ରୁବରୁ’(ଉଡାନ- ତୁମ ସ୍ୱପ୍ନ ପାଇଁ ଦିନେ ବଂଚ) ଯୋଜନା ମଂସା ଜିଲାର ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଝିଅମାନଙ୍କ ପାଇଁ ଆରମ୍ଭ କରାଯାଇଛି । ଏହି ଝିଅମାନେ ଭବିଷ୍ୟତରେ ଡାକ୍ତର, ପୋଲିସ ଅଧିକାରୀ, ଇଂଜିନିୟର, ଆଇଏସ ଏବଂ ପିପିଏସ ଅଧିକାରୀ ଆଦି ହେବା ପାଇଁ ଯେଉଁ ସ୍ୱପ୍ନ ରଖିଛନ୍ତି ତାଙ୍କୁ ଏଥିପାଇଁ ଏହି ପେଶାରେ ଥିବା ଲୋକମାନଙ୍କ ସହିତ ଗୋଟିଏ ଦିନ ବିତାଇବା ପାଇଁ ସୁଯୋଗ ପ୍ରଦାନ କରାଯାଉଛି । ଏହାକୁ ବେଶ୍ ସଫଳତା ମିଳିଛି । ଏହା ଜରିଆରେ ୭୦ରୁ ଅଧିକ ଜଣ ଛାତ୍ରଛାତ୍ରୀ ଗୋଟିଏ ଦିନର ସୁଯୋଗ ପାଇସାରିଛନ୍ତି । ଏହାଦ୍ୱାରା ଝିଅମାନେ ନିଜ ଉତ୍ତମ ଭବିଷ୍ୟତ ଚୟନ ପାଇଁ ନିଷ୍ପତ୍ତି ନେଇପାରିବେ ।

ଆଧାର -"ଭାରତ ସରକାର"

Last Modified : 5/11/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate