অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମହିଳା ଓ ବାଳିକା ଚାଲାଣ

ମହିଳା ଓ ବାଳିକା ଚାଲାଣ

ସମାଜରେ ମହିଳାଟିଏ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ବାଛ ବିଚାରର ସମ୍ମୁଖୀନ ହୋଇଥାଏ । ଯାହା ଫଳରେ ସେ ବିଭିନ୍ନ ପ୍ରକାର ର ହିଂସାର ସମ୍ମୁଖୀନ ହେବା ସହ ତାର ମାନବିକ ଅଧିକାର କ୍ଷୁର୍ଣ୍ଣ ହୋଇଥାଏ । ବ୍ୟକ୍ତି ଚାଲାଣ ସେହିଭଳି ଏକ ଲିଙ୍ଗଗତ ବିଭେଦ ଜନିତ ହିଂସା, ଯେଉଁଥିରେ ଜଣେ ବ୍ୟକ୍ତିକୁ ବସ୍ତୁ ଭାବରେ ବ୍ୟବହାର କରିବା ସହ ତାର ବିଭିନ୍ନ ଅଧିକାର କ୍ଷୁର୍ଣ୍ଣ କରାଯାଇଥାଏ । ବ୍ୟକ୍ତି ଚାଲାଣ ଉଭୟ ପୁରୁଷ ମହିଳାଙ୍କର ସମସ୍ୟା ହୋଇଥିଲେ  ମଧ୍ୟ ମହିଳା ଓ ବାଳିକାମାନେ ବିଶେଷ ଭାବରେ ଏହି ସମସ୍ୟା ର ସମ୍ମୁଖୀନ ହୋଇଥାନ୍ତି  । ମହିଳା ଓ ବାଳିକା ଚାଲାଣ ସମସ୍ୟା ଓ ତାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଛି ।

ଚାଲାଣ  କ'ଣ ?

“ ବ୍ୟକ୍ତି ଚାଲାଣ” ର ସଂଜ୍ଞା, ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ  ସ୍ତରରେ ଭିନ୍ନଭିନ୍ନ ଭାବରେ ନିରୂପିତ ହୋଇଥିଲେ ମଧ୍ୟ ଜାତିସଙ୍ଗର “ଚାଲାଣ ପ୍ରଟୋକୋଲ 2000” ରେ ବ୍ୟକ୍ତି ଚାଲାଣ ର ଯେଉଁ ସଂଜ୍ଞା ନିରୂପିତ ହୋଇଛି, ତାହାକୁ ଭାରତ ସମେତ ବିଭିନ୍ନ ଦେଶ ଗ୍ରହଣ କରିଛନ୍ତି । ତେଣୁ ଜାତିସଂଘର ସେହି ଚାଲାଣ ପ୍ରଟୋକୋଲ ଅନୁସାରେ ଯେ କୌଣସି ବ୍ୟକ୍ତିଙ୍କୁ ଭୟଭୀତ କରି, କ୍ଷମତାର ଅପ ବ୍ୟବହାର କରି କିମ୍ବା ବାଧ୍ୟତା ମୂଳକ ଶ୍ରମିକ ବା ଦାସତ୍ଵ ଉଦ୍ଦେଶ୍ୟରେ ଗୋଟିଏ ସ୍ଥାନରୁ ଆଉଗୋଟିଏ ସ୍ଥାନକୁ ନେଉଥିଲେ, ନିଯୁକ୍ତି ଦେଉଥିଲେ ବା ରଖୁଥିଲେ, ତାହାକୁ ଆମେ ବ୍ୟକ୍ତି ଚାଲାଣ କହି ପାରିବା  । ସଂକ୍ଷେପରେ କହିଲେ ବ୍ୟକ୍ତି ଚାଲାଣ ଏମିତି ଏକ ସମସ୍ୟା ଯେଉଁଥିରେ କେତେକ ମଧ୍ୟସ୍ଥ ଥିବେ, ଗୋଟିଏ ସ୍ଥାନରୁ ଆଉଗୋଟିଏ ସ୍ଥାନକୁ ସ୍ଥାନାନ୍ତରଣ ହେଉଥିବେ, କୌଣସି ଶୋଷଣ ଉଦ୍ଦେଶ୍ୟ ଥିବ ଏବଂ ବ୍ୟକ୍ତିତିର ମାନବିକ ଅଧିକାର ଉଲ୍ଲଂଘନ ହେଉଥିବ । ତେଣୁ ମହିଳା ଓ ବାଳିକା ଚାଲାଣ ସମସ୍ୟାଟିକୁ ମାନବିକ ଅଧିକାରର ଉଲ୍ଲଂଘନ ପରିପ୍ରେକ୍ଷୀରେ ବୁଝିବାକୁ ପଡିବ ।  ସେହିଭଳି ଭାବରେ ସ୍ଥାନାନ୍ତର  ଏବଂ ଚାଲାଣକୁ ପୃଥକ ପୃଥକ ଭାବରେ ବୁଝିବାକୁ ପଡିବ । ‘ସ୍ଥାନାନ୍ତର’ ହେଉଥିବା ବ୍ୟକ୍ତି ସାମାଜିକ, ଅର୍ଥନୈତିକ କାରଣରୁ ନିଜ ଇଚ୍ଛାରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇଥାନ୍ତି । କିନ୍ତୁ ତାକୁ ଯଦି ସେଜାଗାରେ ଜବରଦସ୍ତି ଅଟକ ରଖି ଅଧିକ ସମୟ କାମ  କରାଇ ଅଳ୍ପ ମଜୁରି ଦିଅ ଯାଏ ତେବେ ସେ କ୍ଷେତ୍ରରେ ବ୍ୟକ୍ତି ଜଣକ ଚାଲାଣର ଶିକାର ହୋଇଛି ବଳି ବୁଝାପଡେ । ସମୟେ ସମୟେ ସ୍ଥାନାନ୍ତର ବ୍ୟକ୍ତି ମଧ୍ୟ ଚାଲାଣର ଶିକାର ହୋଇଥାନ୍ତି । ସେଇପରି ଚାଲାଣର ଶିକାର ହୋଇଥିବା ବ୍ୟକ୍ତି ମିଥ୍ୟା ପ୍ରଲୋଭନ ଦ୍ଵାରା ବାହାଘର ହେଉ କିମ୍ବା ବାହାନାରେ ଚାଲାଣର ଶିକାର ହୋଇଥାନ୍ତି ଏବଂ ବିଭିନ୍ନ ଶୋଷଣର ଶିକାର ହେବ ସହିତ ସେମାନଙ୍କର ମାନବିକ ଅଧିକାରର ଉଲ୍ଲଂଘନ ହୋଇଥାଏ ବୋଲି ବୁଝାପଡେ ।

ଓଡିଶାରେ  ଚାଲାଣର ସ୍ଥିତି

ଓଡିଶାରେ ସରକାରୀ ସ୍ତରରେ ମହିଳା ଓ ବାଳିକା ଚାଲାଣ ସମସ୍ୟା ଉପରେ ଅନେକ ପଦକ୍ଷେପ ନିଆ ଯାଇଥିଲେ ମଧ୍ୟ ତାହା ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରେ ନହିଁ । ଏଥିପାଇଁ ନିୟମିତ ଯେଉଁ ଆଲୋଚନା, ପର୍ଯ୍ୟଆଲୋଚନା ହେବାକଥା ତାହା ହେଉନାହିଁ । ସରକାରୀ ସ୍ତରରେ ଅନେକ ତଥ୍ୟ ମଧ୍ୟ ଉପଲବ୍ଧ ନହିଁ କିନ୍ତୁ ବେସରକାରୀ ସ୍ତରରେ ମହିଳା ଓ ବାଳିକା ଚାଲାଣ ନେଇ ବିଭିନ୍ନ ଆଲୋଚନା ତଥା ଗବେଷଣା ମାନ  ହୋଇଛି ଏବଂ ସମ୍ପ୍ରତି ଏ ଦିଗରେ ସରକାରୀ ସ୍ତରରେ ମଧ୍ୟ ବିଭିନ୍ନ କାର୍ଯ୍ୟ କ୍ରମ ଆରମ୍ଭ ହୋଇଛି । ଏ ସବୁଥିରୁ ଜଣା ପଡିଛିଯେ,  ଓଡିଶାରେ ଉଭୟ ଉପକୂଳ ଅଞ୍ଚଳ ଓ ଆଦିବାଶୀ ବହୁଳ ଅଞ୍ଚଳରୁ ମହିଳା ଓ ବାଳିକାମାନେ ଚାଲାଣର ସିକାର ହୋଇଥାନ୍ତି  । ଓଡିଶାରେ ମୁଖ୍ୟତଃ ଅନ୍ତଃ ରାଜ୍ୟ ଚାଲାଣର ଶିକାର ହୋଇଛନ୍ତି । ଓଡିଶାରେ ମୁଖ୍ୟତଃ ଆନ୍ତଃ ରାଜ୍ୟ ଚାଲାଣ ବା ରାଜ୍ୟ ବାହାରକୁ ଦେଶର ବିଭିନ୍ନ ରାଜ୍ୟକୁ ମହିଳା ଓ ବାଳିକା ମାନଙ୍କୁ ଚାଲାଣ କରି ନିଆଯାଇଥାଏ । ଦେଖାଯାଇଛି ଯେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ପଞ୍ଜାବ, ହରିୟଣା, ଆନ୍ଧ୍ର, କେରଳ  ପ୍ରଭୃତି ରାଜ୍ୟକୁ ଯାଇଥାନ୍ତି  । ଏହା ବ୍ୟତୀତ ରାଜ୍ୟ ଭିତରେ ମଧ୍ୟ ଭୁବନେଶ୍ଵର ଓ ପୁରୀ ଭଳି ସହରକୁ ବିଭିନ୍ନ ଜିଲ୍ଲାକୁ ଚାଲାଣର ଶିକାର ହୋଇଥିବା ମହିଳା ମାନଙ୍କୁ ବିଶେଷତଃ ବିଭିନ୍ନ ଅନସଙ୍ଗଠିତ କ୍ଷେତ୍ର ଯଥା ଇଟା ଭାଟି ଘରୋଇ ସହଜୟକାରୀ, ପଥର କାଟିବା କିମ୍ବା ଲୁଗା କଳ ଇତ୍ୟାଦିରେ ନିଯୁକ୍ତି ଦିଆଯାଇଥାଏ । ଏତଦ ବ୍ୟତୀତ ଅନେକଙ୍କୁ ମଧ୍ୟ ବାହାଘର ନା ରେ ଆଣି ବିଭିନ୍ନ ଅନୈତିକ କାର୍ଯ୍ୟରେ ଲଗାଇଥାନ୍ତି । କନ୍ଧମାଳ ପରି ଜିଲ୍ଲାରୁ ଅସହ୍ୟ ଦାରିଦ୍ର୍ୟ ଯୋଗୁଁ ପେଟପାଟଣା ଦାୟରେ ମହିଳାମାନେ ଚାଲାଣର ଶିକାର ହୋଇଥାନ୍ତି ।

ଚାଲାଣର କାରଣ

ମହିଳା ଓ ବାଳିକା ଚାଲାଣ ସମସ୍ୟାତିକୁ ଲିଙ୍ଗଗତ ଭେଦଭାବ ଜନିତ ହିଂସା ପରିପ୍ରେକ୍ଷୀରେ ଦେଖିଲେ ଏହାହିଁ ମୁଖ୍ୟ କାରଣ ଭାବେ ଜଣାପଡେ । ମାତ୍ର ଓଡିଶାରେ ବ୍ୟକ୍ତି ଚଲାଣର ଅନେକ ପ୍ରମୁଖ କାରଣ ଗୁଡିକ ହେଲା -

  • ଦାରିଦ୍ର୍ୟ ଦୂରୀକରଣ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ସରକାରୀ ଯୋଜନାର ରୂପାୟନରେ ବିଫଳତା ।
  • ବନ୍ୟା, ମରୁଡି ପରି ପ୍ରକୃତିକ ଦୁର୍ବିପାକ ।
  • ଅନ୍ୟ ରାଜ୍ୟରେ କାମ ମଜୁରୀରେ ଶ୍ରମିକ ଚାହିଦା ବୃଦ୍ଧି ।
  • ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପ ପାଇଁ ହେଉଥିବା ଉଚ୍ଛେଦ ।
  • କୃଷି ଉପରେ ମାତ୍ରାଧିକ ନିର୍ଭରଶୀଳତା ।
  • ସର୍ବପରି ସଚେତନତାର ଅଭାବ ।

ଏତଦଭିନ୍ନ ମହିଳା ମାନେ ଶିକାର ହେଉ ଥିବ ବିଭିନ୍ନ ପ୍ରକାର ହିଂସା ଯଥା ଯୌତୁକ ସମେତ ଅନ୍ୟାନ୍ୟ ପାରିବାରିକ ହିଂସା ଓ ପୁଅ ଝିଅର ଅନୁପାତରେ ବିଷମତା ଇତ୍ୟାଦି ଚାଲାଣର ପ୍ରମୁଖ କାରଣ ବଳି ଜଣାପଡେ ।

କେଉଁ ମାନେ ଚାଲାଣରେ ସାହାଯ୍ୟ କରନ୍ତି ?

ବିଭିନ୍ନ ସ୍ତରର ଆଲୋଚନା ତଥା କ୍ଷେତ୍ର ଅଭିଜ୍ଞତାରୁ ଜଣାପଡେ ଯେ ମୁଖ୍ୟତଃ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ମହିଳା ଓ ବାଳିକା ତଥା ଯୁବତୀ ମାନେ ଚାଲାଣର ଶିକାର ହୋଇଥାନ୍ତି । ତେବେ ଚାଲାଣର ମାଧ୍ୟମ ଭାବରେ ଯେଉଁ ମାନେ ସହଯୋଗ କରନ୍ତି ସେମାନଙ୍କୁ ସବୁବେଳେ ଚିହ୍ନଟ ସହଜ ହୁଏନହିଁ । ନିଜର ନୀତି ଦିନିଆ କାର୍ଯ୍ୟରେ ହିଁ ସେମାନେ ଚାଲାଣରେ ସହଯୋଗ କରିଥାନ୍ତି । ସେହିପରି ସମ୍ଭାବନା ଥିବା  ବ୍ୟକ୍ତି ମାନେ ହେଲେ :

  • ଶ୍ରମିକ ନିଯୁକ୍ତି ଦେଉଥିବା କଣ୍ଟ୍ରାକ୍ଟର
  • ନିଯୁକ୍ତି ପ୍ରଦାନ କରିବାରେ ସହଯୋଗ କରୁଥିବା ସଂସ୍ଥା
  • ବିବାହ ଉପଯୋଗୀ ପୁରୁଷ ଏବଂ ତାଙ୍କର ପରିବାର ତଥା ବନ୍ଧୁ ବର୍ଗ
  • ସମ୍ପର୍କୀୟ ଭାଇ, ମାମୁଁ, ଦାଦା ଇତ୍ୟାଦି

ଯେହେତୁ ନିକଟରୁ ଯାଇଥିବା ବ୍ୟକ୍ତି ମାନେ ଚାଲାଣ କରିବାରେ ସହଯୋଗ କରନ୍ତି । ସେମାନଙ୍କୁ ଚିହ୍ନଟ କରିବା ସହ ହୋଇନଥାଏ ।

କେଉଁ ମାନବିକ ଅଧିକାର ଉଲ୍ଲଂଘନ ହୋଇଥାଏ?

ଚାଲାଣର ଶିକାର ହୋଇଥିବା ବ୍ୟକ୍ତିତିର ବିଭିନ୍ନ ମୌଳିକ ଅଧିକାର କ୍ଷୁର୍ଣ ହୁଏ । ଯଥା :

  • ଚାଲାଣ ପୀଡିତ ମହିଳା ଶାରୀରିକ ଓ ଯୌନଗତ ହିଂସାର ଶିକାର ହୋଇଥାଏ ।
  • ସଠିକ ମଜୁରି ପାଆନ୍ତି ନାହିଁ ।
  • ଅମାନବୀୟ ଏବଂ ଦୁଷ୍ଟ ପରିବେଶରେ କାର୍ଯ୍ୟ କରନ୍ତି ।
  • ଜୀବ ଆସିବାର କଟକଣା ।
  • କାର୍ଯ୍ୟସ୍ଥଳୀରେ ସୁସ୍ଥ ପରିବେଶର ଅଭାବ
  • ସ୍ୱାସ୍ଥ୍ୟ ସୁବିଧା ପାଇବାରୁ ବଞ୍ଚିତ ।
  • ଶିକ୍ଷା ସୁବିଧା ପାଇବାରୁ ବଞ୍ଚିତ ।

ଏତଦ ବ୍ୟତିତ ଚାଲାଣ ପୀଡିତା ମହିଳା ଓ ବାଳିକା ମାନେ ସମାଜରେ ସାମାଜିକ ବାସନ୍ଦର ଶିକାର ମଧ୍ୟ ହୋଇଥାନ୍ତି ।

ଚାଲାଣର ଫଳାଫଳ

ଚାଲାଣ ପରବର୍ତ୍ତୀ ସମୟରେ ପୀଡ଼ିତା  ମହିଳା ଓ ବାଳିକା ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏହା ଫଳରେ ପୀଡ଼ିତା ମହିଳା ମାନଙ୍କର କେବଳ ଯେ ମାନବିକ ଅଧିକାର ଉଲ୍ଲଂଘନ ହୋଇଥାଏ ତାହା ନୁହେଁ, ସେମାନେ ନାନାବିଧ ଶାରୀରିକ, ମାନସିକ ଏବଂ ନୈତିକ ଚାପର ସମ୍ମୁଖୀନ ହୋଇଥାନ୍ତି । ଏତଦ ଭିନ୍ନ ପୀଡ଼ିତାମାନେ ବିଭିନ୍ନ ପ୍ରକାର ରୋଗ ବା ସ୍ଵାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଚାଲାଣ ପରବର୍ତ୍ତୀ ସମୟରେ ଉଭୟ ପରିବାର ଓ ସମାଜ ସେମାନଙ୍କୁ ଗ୍ରହଣ କରନ୍ତି ନାହିଁ, ଫଳରେ ପୀଡ଼ିତାଟି ମାନସିକ ଭାରସାମ୍ୟ ହରାଇ ଥାଏ । ଯଦିବା କୌଣସି ପ୍ରକାରେ ଗାଁକୁ ବା ପରିବାରକୁ ଫେରିଥାଏ ତେବେ ସେମାନଙ୍କୁ କୌଣସି ପ୍ରକାର ଜୀବିକାର୍ଜନର ସୁଯୋଗ ବା କାମ ମିଳେ ନାହିଁ ।

ପରିବାରରେ ଥିବ ଅବିବାହିତ ଭଉଣୀ ବା ଭାଇଙ୍କର ବାହାଘରରେ ସମସ୍ୟା ସୃଷ୍ଟିହେବା ଦ୍ଵାହି ଦେଇ ପରିବାର ସଦସ୍ୟମାନେ ତାଙ୍କୁ ଗ୍ରହଣ କରନ୍ତି ନାହିଁ । ଏପରି ପରିସ୍ଥିତିରେ ଯେଉଁ ପରିବାର ପାଇଁ ସେମାନେ ନିଜର ସ୍ଵପ୍ନ, ସୁଖ ଓ ନିରାପତ୍ତାକୁ ବିପନ୍ନ କରିଦିଅନ୍ତି, ସେହିମାନେ ପରିଶେଷରେ ସେମାନଙ୍କୁ ଗ୍ରହଣ କରନ୍ତି ନହିଁ । ଏହି ପରିପ୍ରେକ୍ଷୀରେ ଚାଲାଣ ଏପରି ଏକ ସମସ୍ୟା, ଯାହା ଖୁବ ଜଟିଳ ।

ବିଶେଷ ସୂଚନା : ଯଦି କୌଣସି ମହିଳା ଅସହାୟ ଅବସ୍ଥାରେ ଥାଇ, ଆଶ୍ରୟ ଆବଶ୍ୟକ କରୁଥାନ୍ତି, ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଵେଚ୍ଛାସେବୀ ଅନୁଷ୍ଠାନମାନଙ୍କ ଦ୍ଵାରା ପରିଚାଳିତ ‘ସ୍ଵଧାର’ , ‘ଉଜ୍ଜାଲା’ ଆଶ୍ରୟ ଗୃହମାନଙ୍କରେ ରହି ପାରିବେ । ଏଥିପାଇଁ ଜିଲ୍ଲାରେ ଥିବା ସମାଜ ମଙ୍ଗଳ ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ ।

କିପରି ଆମେ ଚାଲାଣ ରୋକିପାରିବା

ଚାଲାଣ ପରି ଏକ ଘୃଣ୍ୟ ସମସ୍ୟା ଦୂର କରିବାରେ ଆମ ସମସ୍ତଙ୍କର ସାମାଜିକ ଦାୟିତ୍ଵ ରହିଛି । ବିଶେଷ କରି କାମ ଅନ୍ଵେଷଣରେ ବା ଅନ୍ୟ ଉଦ୍ଦେଶ୍ୟରେ ସ୍ଥାନାନ୍ତର ହେଉଥିବା ବ୍ୟକ୍ତି କେତୋଟି ସତର୍କତା ମୂଳକ ପଦକ୍ଷେପ ନେଇପାରିବେ । ସେଗୁଡିକ ହେଲା –

  1. ଜିଲ୍ଲା ଶ୍ରମ ଅଧିକାରୀଙ୍କ ପାଖରେ ନାମ ପଞ୍ଜୀକୃତ କରିବା ଆବଶ୍ୟକ ।
  2. କାମ ପାଇଁ ବାହାରକୁ ଶ୍ରମିକ ନେଉଥିବା ବ୍ୟକ୍ତି ରେଜିଷ୍ଟ୍ରୀଭୁକ୍ତ କଣ୍ଟ୍ରାକ୍ଟର କି ନୁହଁ ତାହା ଜାଣିନେବା ଆବଶ୍ୟକ ।
  3. ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଥିବ ଆଇ. ଏ. ଏଚ. ଟି. ୟୁ ବା “ସମନ୍ଵିତ ମାନବ ଚାଲାଣ ବିରୋଧ କେନ୍ଦ୍ର” ସହିତ ଯୋଗାଯୋଗ କରିବା ଆବଶ୍ୟକ ।
  4. ଚାଲାଣ ବିଷୟରେ କାର୍ଯ୍ୟ କରୁଥିବା ସ୍ଵେଚ୍ଛାଚାରୀ ସଂଗଠନ ସହ ଯୋଗାଯୋଗ କରିବା ଆବଶ୍ୟକ ।

ଚାଲାଣ ରୋକିବା ପାଇଁ ସରକାରୀ ବ୍ୟବସ୍ଥା

ଭାରତୀୟ ସମ୍ବିଧାନର ବିଭିନ୍ନ ଧାରାରେ ବ୍ୟକ୍ତି ଚାଲାଣ ବିଶେଷତଃ ମହିଳା ଚାଲାଣ ବନ୍ଦ କରିବା ପାଇଁ ବ୍ୟବସ୍ଥା ଅଛି । ଏଥି ସହିତ ଚାଲାଣ ରୋକିବାରେ ପୋଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଓଡିଶାରେ ସଂପ୍ରତି ୧୨ଟି ଜିଲ୍ଲାରେ ଏ. ଏଚ. ଟି. ୟୁ ବା “ସମନ୍ଵିତ ମାନବ ଚାଲାଣ ବିରୋଧ କେନ୍ଦ୍ର” ରହିଛି । ଯେକୌଣସି ମହିଳା ବା ତାଙ୍କ ତରଫରୁ ପରିବାର ଲୋକ ସିଧା ସଳଖ ଭାବରେ ଏହି କେନ୍ଦ୍ର ଗୁଡିକର ସହାୟତା ନେଇପାରିବେ ।

ଓଡିଶାରେ ଥିବ ୧୨ଟି ସମନ୍ଵିତ ମାନବ ଚାଲାଣ ବିରୋଧ କେନ୍ଦ୍ର (IAHUT) ର ଠିକଣା ନିମ୍ନରେ ଦିଆଯାଇଛି ।

ଜିଲ୍ଲାର ନାମ

ଆଇ. ଏ. ଏଚ. ଟି. ୟୁ ର ଠିକଣା

ଭରପ୍ରାପ୍ତ ଅଧିକାରୀଙ୍କ ଫୋନ ନମ୍ବର

ଭୁବନେଶ୍ଵର

କମିଶନରେଟ ଅଫିସ

ଶ୍ରୀମତୀ ବିଳସିନୀ ନାୟକ

୯୪୩୯୨୬୩୬୪୬

କଟକ

କ୍ରାଇମ ବ୍ରାଞ୍ଚ, ଆଇ. ଜି. ଅଫିସ

ଶ୍ରୀ ବିଜୟାନନ୍ଦ ମହାନ୍ତି

୦୮୮୯୫୫୫୩୩୪୪

କଟକ

କେନ୍ଦ୍ରାଞ୍ଚଳ ଡ଼ି.ଆଇ. ଜି. ପୋଲିସ, କଟକ

ଶ୍ରୀମତୀ ମମତାରାଣୀ ପଣ୍ଡା

୮୭୬୩୪୭୬୧୦୨

କଟକ

ଆଇ. ଜି. ପୋଲିସ, ରେଳବାଇ

ଶ୍ରୀ ଅଜିତ କୁମାର ମହାନ୍ତି

୦୬୭୧ – ୨୩୦୬୬୧୫

ତାଳଚେର

ଉତ୍ତରକେନ୍ଦ୍ରାଞ୍ଚଳ ଡି. ଆଇ. ଜି  ପୋଲିସ ଅଫିସ

ଗୀତାଞ୍ଜଳି ସାହୁ

୦୬୭୬୦ – ୨୪୧୦୦୬

ସୁନ୍ଦରଗଡ

ଡି. ଆଇ. ଜି. ଅଫିସ ରାଉରକେଲା

ଶ୍ରୀ ଦୁପନ ରଞ୍ଜନ ଗରିଆ

୦୬୬୧ – ୨୬୪୦୪୪୫

ସମ୍ବଲପୁର

ଡି. ଆଇ. ଜି. ଅଫିସ ସମ୍ବଲପୁର

୦୬୭୩ – ୨୪୦୦୦୧୬

ଗଞ୍ଜାମ

ଡି. ଆଇ. ଜି. ଅଫିସ ବ୍ରହ୍ମପୁର

୦୬୮୦ – ୨୨୯୨୦୦୦

ବାଲେଶ୍ଵର

ଡି. ଆଇ. ଜି. ଅଫିସ ବାଲେଶ୍ଵର

୦୬୭୮୨ – ୨୬୨୮୨

କନ୍ଧମାଳ

ଏସ. ପି ଅଫିସ ଫୁଲବାଣୀ

ଶ୍ରୀମତୀ ବୈଦେହୀ କୁମାରୀ ବେହେରା

ସୁନ୍ଦରଗଡ

ଏସ. ପି ଅଫିସ

୦୬୬୨୨ – ୨୭୩୫୩୫

କୋରାପୁଟ

ଦକ୍ଷିଣ ପଶ୍ଚିମ ରେଞ୍ଜ ପୋଲିସ ଅଫିସ

ଏସ. ଜେଆଇ. ମାର୍ଗ

୦୯୪୩ – ୨୨୨୦୧୧

ଆଧାର - ଅକ୍ସଫାମ

Last Modified : 3/31/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate