অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶିଶୁ ମାନଙ୍କ ସୁରକ୍ଷା ପାଇଁ ଆଇନ ସହାୟତା

ମୁଖବନ୍ଧ

ଆମ ଦେଶରେ ଶିଶୁ ମାନଙ୍କ ପାଇଁ ଅନେକ ଆଇନ୍ ପ୍ରଣୟନ କରାଯାଇଛି । ଯେ କୌଣସି ସମସ୍ୟାର ସମ୍ମୁଖୀନ  ହେଉଥିବା ପ୍ରତ୍ୟେକ ଶିଶୁ  ଏହି ଥିରେ ଅନ୍ତର୍ଭୁକ୍ତ ଭିନ୍ନ  ଭିନ୍ନ ବର୍ଗର ଶିଶୁ ମାନଙ୍କ ପାଇଁ ବିଭିନ୍ନ ସମୟରେ ନୂତନ ଆଇନ୍ ସୃଷ୍ଟି କରାଯାଉଛି । ମିଳିତ ଜାତିସଂଘର  ଶିଶୁ ଅଧିକାର ସମାବେଶ ୧୯୮୯ ରେ, ଶିଶୁ ମାନଙ୍କ ଅଧିକାର ନିମନ୍ତେ ଏକ ଆନ୍ତର୍ଜାତୀୟ ସମାବେଶରେ ସମସ୍ତ ରାଷ୍ଟ୍ର ଏକ ଅଧିକାର ଭିତ୍ତିକ ଡାଞ୍ଚାରେ ପ୍ରତିଶ୍ରୂତି ବଦ୍ଧ ହୋଇଥିଲା । ଏହି ଶିଶୁ ଅଧିକାର ଗୁଡିକ ଚାରୋଟି ବିଷୟ କୁ ଦର୍ଶାଏ ଯଥା –

  1. ବଞ୍ଚିବାର ଅଧିକାର
  2. ବିକାଶର ଅଧିକାର
  3. ଅଂଶ ଗ୍ରହଣ କରିବାର ଅଧିକାର
  4. ସୁରକ୍ଷାର ଅଧିକାର

ଯେଉଁ ସବୁ ଚୁକ୍ତି ଗୁଡିକୁ ଭାରତ ଅନୁମୋଦନ କରିଛି ଯେପରିକି ଶିଶୁ ଅଧିକାର ଚୁକ୍ତି, ସେହି ସବୁ ଅଧିକାର ଭାରତର ସମ୍ବିଧାନରେ    ସ୍ଥାନ ପାଇଛି । ଭାରତର ସମ୍ବିଧାନ ଧାରା ୩୯ (ଏଫ୍) ଅନୁସାରେ ଶିଶୁ ମାନଙ୍କର ବିକାଶ ପାଇଁ ସମସ୍ତ ସୁବିଧା ଓ ସୁଯୋଗ ସୁନିଶ୍ଚିତ କରାଇବା ଉଚିତ, ଯେପରେକି ସେମାନେ ସୁସ୍ଥ ଭାବରେ, ସ୍ଵାଧୀନ ଭାବରେ, ମର୍ଯ୍ୟାଦାର ସହ ବଞ୍ଚିବେ ଏବଂ ସମସ୍ତ ଶିଶୁଙ୍କୁ ସବୁ ପ୍ରକାରର ଶୋଷଣରୁ ଯଥା ନୈତିକ, ଭୌତିକ କିମ୍ବା ପରିତ୍ୟାଗ କରିବା ଠୁ ରକ୍ଷା କରିବା । ଉପରୋକ୍ତ ଧାରାରେ ବର୍ଣ୍ଣନା  କରାଯାଇଥିବା ସମସ୍ତ ବିଷୟ ବସ୍ତୁ ସୁନିଶ୍ଚିତ କରାଇବା ହେଉଛି ରାଜ୍ୟର କର୍ତ୍ତବ୍ୟ । କାରଣ ଏହା ସମ୍ବିଧାନ ର ଧାରା ୩୯ (ଏଫ୍) ଅନୁସାରେ ବାଧ୍ୟତାମୂଳକ ଅଟେ ।

ଓଡିଶା ରେ ଶିଶୁ ଯୋଜନା କାର୍ଯ୍ୟକ୍ରମ (୨୦୦୯ – ୨୦୧୨) ର ପାରିଛଦ  ଅନୁଯାୟୀ ଦେଖିବାକୁ ଗଲେ ସେହିଥିରେ ମଧ୍ୟ  ଶିଶୁ ସୁରକ୍ଷାକୁ ନେଇ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଅଛି । ଏହା ହେଉଛି ଶିଶୁ ମାନଙ୍କ ପାଇଁ ଏକ ସୁରକ୍ଷିତ ଏବଂ କ୍ଷମତା ବା ଅଧିକାର ପ୍ରଦାନ କରିବାର ଶିକ୍ଷଣୀୟ କେନ୍ଦ୍ର କିନ୍ତୁ ତାହା କ୍ରମଶଃ ନିଜ ଦାୟିତ୍ଵରୁ ଓହରି ଯିବାର ପରିଲକ୍ଷିତ ହେଉଛି ।ଏହି ସମସ୍ୟା ସମାଜର ସମସ୍ତ  ବର୍ଗଠାରୁ ସମାଧାନ ପାଇଁ ଦୃଷ୍ଟି ଆକର୍ଷଣ କରେ । ଏହି ସମସ୍ୟା ପ୍ରତି ସମସ୍ତଙ୍କର  ଧ୍ୟାନ   ଦେବା   ଅତ୍ୟନ୍ତ ଜରୁରୀ ।

ବର୍ତ୍ତମାନ ଶିଶୁଙ୍କ ସୁରକ୍ଷା ନିମନ୍ତେ ଯେଉଁ କାର୍ଯ୍ୟ ପ୍ରଣାଳି ଲାଗୁ ରହିଛି ସେଥିରେ ଦୁଇ ପ୍ରକାରର ଶିଶୁଙ୍କର ଅଧିକାରକୁ ନିଶ୍ଚିନ୍ତ କରାଯାଇଛି, ସେଗୁଡିକ ହେଲା ପିତାମାତା   ହୀନ ବା  ପରିତ୍ୟାଗ କରାଯାଇଥିବା ଶିଶୁ ଯେଉଁମାନେ କି ଯତ୍ନ ଏବଂ ସୁରକ୍ଷାର ହକ୍ ଦାର   । ଆବଶ୍ୟକ ସଚେତନ ରହିଲେ ଯେକୌଣସି ଶିଶୁର ଅଧିକାର ଯଦି ଉଲ୍ଲଂଘନ ରେ ନିର୍ଯ୍ୟାତନା କୁ ନିବାରଣ କରିବା ପାଇଁ ସକ୍ଷମ ହେବେ ।

ଶିଶୁର ସଂଜ୍ଞା

ଜଣେ ଶିଶୁର ଘରେ କିମ୍ବା ଯେକୌଣସି ସ୍ଥାନରେ ଅବହେଳାରୁ, ନିର୍ଯ୍ୟାତନା ଏବଂ ଶୋଷଣରୁ ସୁରକ୍ଷା ପାଇବାର ଅଧିକାର ଅଛି । ((UNICEF) ର ସିଦ୍ଧାନ୍ତ ଅନୁଯାୟୀ  ଯଦି ଆମେ ଶିଶୁକୁ ସୁରକ୍ଷା ଦେଉଛେ ତେବେ ତାହାର ଅର୍ଥ ହେଲା ଆମେ ସମସ୍ତେ ପ୍ରକାରର ଶୋଷଣ, ହିଂସା ଏବଂ ଅସାବଧାନତାରୁ ମୁକ୍ତ । ଏହି ହିଂସା ଯାହାକି ବଜାର ପାଇଁ ଲାଭ ଦାୟକ ହେଉଥିବା ଶିଶୁ ଯୌନ ନିର୍ଯ୍ୟାତନା, ପିଲା ଚୋରି, ଶିଶୁ ଶ୍ରମିକ ଏବଂ ଅନ୍ୟ ଯେ କୌଣସି କ୍ଷତି କାରକ ସାମାଜିକ ପୁରାତନ ଚିନ୍ତା ଧାରା ଉପରେ ଆଧାରିତ।

ସମନ୍ଵିତ ଶିଶୁ ସୁରକ୍ଷା ଯୋଜନା  ଅନୁଯାୟୀ ଶିଶୁ ସୁରକ୍ଷା ମାନେ ଶିଶୁକୁ ବିପଦ୍ ରୁ ରକ୍ଷା କରିବା, କିମ୍ବା ତାର ଶୈଶବ ଅବସ୍ଥା ପ୍ରତି ଥିବା ଯେ କୌଣସି ଅନୁମାନ ଯୋଗ୍ୟ ବିପଦ୍ ରୁ ରକ୍ଷା କରିବା । ଏହି ଯୋଜନାର ବିଶ୍ୱାସ ଏହି ଯେ ଶିଶୁ ମାନଙ୍କୁ ସୁରକ୍ଷା ଯୋଗାଇ ତାଙ୍କର ପରିସ୍ଥିତି ର ବିକାଶ କରିବା ।

ଶିଶୁ ଶୋଷଣର ପ୍ରକାର ଓ ଭେଦ ଭାବେ ଶିଶୁ ପ୍ରତି ନିଷ୍ଠୁର ଆଚରଣ କରିବା, ତାହା ପ୍ରତି ଖରାପ ବ୍ୟବହାର ଦେଖେଇବା ଯାହା ଶିଶୁଙ୍କୁ କ୍ଷତି ପହଞ୍ଚାଏ କିମ୍ବା ଯାହା କ୍ଷତି ପହଞ୍ଚାଇବାରେ ସହାୟତା ହୁଏ । ଏବଂ ଏହା  ଶିଶୁର ଚିନ୍ତାଧାରା ମର୍ଯ୍ୟାଦାରେ କ୍ଷତି  ପହଞ୍ଚାଏ । ସମସ୍ତ ପ୍ରକାରର ଶାରୀରିକ, ମାନସିକ, ଯୌନିକ ଏବଂ ଆବେଗ ନିଷ୍ଠୁରତାକୁ ଶୋଷଣ ବୋଲି କୁହାଯାଏ।

ଶାରୀରିକ ନିର୍ଯ୍ୟାତନା ଭାବନାତ୍ମକ ଏବଂ ମାନସିକ ନିର୍ଯ୍ୟାତନା ର ପରିସିମାରେ ନିମ୍ନଲିଖିତ ବିଷୟକୁ ବୁଝାଏ – ଲଜ୍ଜା ଜନକ ତଥା ନୀଚ୍ଚ ବ୍ୟବହାର ଦେଖାଇବା, ଖରାପ ନାମ ଧରି ଡାକିବା, ବାରମ୍ବାର ଅପମାନିତ କରିବା, ଅଲଗା ରଖିବା ଏବଂ ଯେକୌଣସି ବାଟେରେ ଶିଶୁର ମହତ୍ତ୍ଵକୁ କମ କରିବାକୁ ବୁଝାଏ ।

ଯୌନ ହିଂସା

ଅବହଳ କରିବା ଶିଶୁର ଶାରୀରିକ ସୁରକ୍ଷା,ଶିଶୁର ବିକାଶ, ଶିଶୁର ଅଧିକାର ଏବଂ ଶିଶୁର ନିରାପତ୍ତା ଯୋଗାଇ ଦେବାର ଜାଣିଶୁଣି ଅବହେଳା କରିବାକୁ କୁହାଯାଏ ।

ଶୋଷଣ ଅନ୍ୟ ବ୍ୟକ୍ତିର ଲାଭ କିମ୍ବା ସନ୍ତୁଷ୍ଟି ନିମନ୍ତେ କୌଣସି  ଶିଶୁକୁ ଅସଦ୍ ଭାବରେ ବ୍ୟବହାର କରିବା ବା କ୍ଷତି ପହଞ୍ଚାଇବାକୁ ଶୋଷଣ କୁହାଯାଏ । ଏହି ସବୁ କାର୍ଯ୍ୟ ଦ୍ଵାରା ଶିଶୁର ଶାରୀରିକ, ମାନସିକ, ଶିକ୍ଷାଗତ ଏବଂ ସାମାଜିକ ବିକାଶରେ କ୍ଷତି କାରକ ପ୍ରଭାବ ପକାଇଥାଏ ।

ହିଂସାର ପରିଭାଷା ଭିନ୍ନ ଭିନ୍ନ ଏବଂ ବିଭିନ୍ନ ଦୃଷ୍ଟି କୋଣକୁ ଆଧାର କରି ଏହାର ବ୍ୟବହାରିକ ସଂଜ୍ଞା ମଧ୍ୟ ଅଲଗା । ଉଦାହରଣ ସ୍ୱରୂପ ଆଇନ୍ ର ମାପ କାଠି ଅନୁଯାୟୀ ହିଂସାର ସଂଜ୍ଞା ଶିଶୁ ହିଂସା ବିଷୟରେ ସଂଯୁକ୍ତ ରାଷ୍ଟ୍ର ଦ୍ଵାରା ଅଧ୍ୟୟନ (୨୦୦୬ ) ର ରିପୋର୍ଟ ଅନୁଯାୟୀ – ଯାହା ଶିଶୁ  ଚୁକ୍ତି ଧାରା ୧୯ ରୁ ପ୍ରେରଣ ପାଇ ପ୍ରକାଶ କରେ ଯେ, ସମସ୍ତ ପ୍ରକାରର ଶାରୀରିକ କିମ୍ବା ମାନସିକ ହିଂସା କ୍ଷତି କିମ୍ବା ଅପବ୍ୟବହାର, ଅବହେଳା କରିବା ବା  ଅବହେଳିତ ଚିକିତ୍ସା ଦୂର ବ୍ୟବହାର ବା  ଶୋଷଣ ଏବଂ ଯୌନ ନିର୍ଯ୍ୟାତନାକୁ ବୁଝାଏ । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ସ୍ୱାସ୍ଥ୍ୟ ଏବଂ ହିଂସା ଏକ ରିପୋର୍ଟ (୨୦୦୨) ଅନୁସାର ହିଂସା ସଂଜ୍ଞା ହେଉଛି – ଯଦି କୌଣସି ବ୍ୟକ୍ତି କିମ୍ବା ଦଳ ଦ୍ଵାରା ଜାଣିଶୁଣି ଶିଶୁ ଉପରେ ଶକ୍ତି ପ୍ରୟାଗ କରାଯାଏ କିମ୍ବା  ଶିଶୁ ତା'ର ଅଜାଣତାରେ ଏହାର ଶିକାର ହୋଇଥାଏ, ଯାହାର ପରିଣାମ ସ୍ଵରୂପ ଶିଶୁର ସୁରକ୍ଷା, ବିକାଶ ଏବଂ ମର୍ଯ୍ୟାଦାରେ ହାନି ହୁଏ ।

ଶୋଷଣ ପ୍ରତି ତୁମେ ନିଜେ କ'ଣ କରିପାରିବ ?

  • ଛାତ୍ରୀ ନିଜେ ନିଜର ସମସ୍ୟା କୁ ସ୍କୁଲ୍ କିମ୍ବା ହଷ୍ଟେଲ ରେ ଶିଶୁ ମାନଙ୍କ ପାଇଁ ଥିବା ଅଭିଯୋଗ ବକ୍ସରେ ଲିଖିତ ଭାବେ ଦେଇ ପାରିବ । କାରଣ ଏହି ପ୍ରତି ସପ୍ତାହରେ ଜିଲ୍ଲା ନିରୀକ୍ଷକ ସମିତି ସଭ୍ୟଙ୍କ ଆଗରେ ଖୋଲାଯାଏ ।
  • ଶୋଷଣ କିମ୍ବା ଯୌନ ନିର୍ଯ୍ୟାତନା ର ବ୍ୟାପକତ କୁ ଆଖି ଆଗରେ ରଖି ପ୍ରଥମେ ହଷ୍ଟେଲରେ ଥିବା ସମସ୍ତ ସାଙ୍ଗ ସାଥିଙ୍କୁ ଜଣାଇବା ଦରକାର ।
  • ବିଦ୍ୟାଳୟରେ ଶିଶୁ ସୁରକ୍ଷା ଦାୟିତ୍ଵରେ ଥିବା କର୍ମୀଙ୍କୁ ଜଣାଇବା ଦରକାର ।
  • ନିଜର ଅଭିଭାବକ ମାନଙ୍କୁ ଯଥା ଶୀଘ୍ର ଏହି ନିର୍ଯ୍ୟାତନା ବିଷୟ ଜଣାଇବା ଦରକାର ।

ଅନ୍ଲାଇନ୍ ଅଭିଯୋଗ ଦାଖଲ ପାଇଁ

ଯଦି କୌଣସି ସ୍ଥାନରେ ଶିଶୁ ସୁରକ୍ଷା ଆଇନ୍ ର ଉଲ୍ଲଂଘନ ହାଉଥିବାର ଦେଖନ୍ତି, ତେବେ ଯେକୌସି ବ୍ୟକ୍ତି କିମ୍ବା, ଜାତୀୟ ଶିଶୁ ସୁରକ୍ଷା ଆୟୋଗଙ୍କ ନିକଟରେ ଅନ୍ ଲାଇନ୍ ଅଭିଯୋଗ କରିପାରିବେ ।

ଅଭିଯୋଗ କରିବା ୱେବ୍-ସାଇଟ୍ ଟି  ହେଲା – "www.ebaalnidan.nic.in"

ଏହା ବ୍ୟତିତ ଶିଶୁ କିମ୍ବା ତାର ଅଭିଭାବକ, ଯାହା ଉପରେ ବିଶ୍ଵାସଥିବା ଏପରି ଏକ ନିକଟସ୍ଥ ବେସରକାରୀ ସଂସ୍ଥା ସହିତ ମଧ୍ୟ ଯୋଗାଯୋଗ କରି ପାରିବେ ।

ଶିଶୁ କନ୍ୟାର ସୁରକ୍ଷାର ଦାୟିତ୍ଵ ଆମ ସମସ୍ତଙ୍କର, ଆସନ୍ତୁ ଆମେ ସମେସ୍ତ ଏଥି ପାଇଁ ମିଳିତ ଉଦ୍ୟମ କରିବା କିନ୍ତୁ ଏହି ପ୍ରକ୍ରିୟାର ମୁଖ୍ୟ ଅଂଶ ହେଉଛି ନିଜେ ଶିଶୁ । ସେ ନିର୍ଭୟ ହୋଇ ନିଜ ସମସ୍ୟା କହିବା  ଦରକାର ।

ଏହା ବ୍ୟତୀତ ଶିଶୁ କିମ୍ବା ତାର ଅଭିଭାବକ ଯାହା ଉଗ୍ଧରେ ବିଶ୍ଵାସଥିବ ଏପରି ଏକ ନିକଟସ୍ଥ ବେସରକରୀ ସଂସ୍ଥା ସହିତ ମଧ୍ୟ ଯୋଗା ଯୋଗ କରିପାରିବେ।

ଶିଶୁ ଅଧିକାର ସମ୍ବନ୍ଧୀୟ ମିଳିତ ଜାତିସଂଘ ସନନ୍ଦ

  • ଧାରା-୧
  • ୧୮ ବର୍ଷ ପୁରିନଥିବା ସମସ୍ତ ମାନବ, ଶିଶୁ ଅଟନ୍ତି , ଏବଂ ସେମାନଙ୍କର ନିମ୍ନପ୍ରଦତ୍ତ ଅଧିକାର ରହିଛି ।

  • ଧାରା -୨
  • ସମସ୍ତ ଶିଶୁର ଭେଦଭାବର ସୁରକ୍ଷା ନିମିତ୍ତ ଅଧିକାର ଅଛି । ଏହା ଅର୍ଥ କୌଣସି ଶିଶୁକୁ ତାର ଜାତି, ବର୍ଣ୍ଣ, ଭାଷା , ଲିଙ୍ଗ, ଧନୀ , ଦାରିଦ୍ର୍ୟ ଓ  ଅକ୍ଷମତାକୁ ନେଇ ପାତରଅନ୍ତର କରାଯାଇ ପାରିବ ନାହିଁ   ।

  • ଧାରା-୩
  • ବୟସ୍କ ମାନଙ୍କର ସମସ୍ତ ପଦକ୍ଷେପ ଶିଶୁମାନଙ୍କ ସର୍ବବିଧ ଉନ୍ନତି ପାଇଁ ଉର୍ଦ୍ଧିଷ୍ଟ ହେବା ଦରକାର ।

  • ଧାରା -୪
  • ସରକାର ଶିଶୁମାନଙ୍କ ନିମନ୍ତେ ଉର୍ଦ୍ଧିଷ୍ଟ ଅଧିକାର ଯେପରି ସାକାର ହୋଇପାରିବ ସେଥିପାଇଁ କାର୍ଯ୍ୟ କରିବେ ।

  • ଧାରା -୫
  • ଶିଶୁମାନେ ସେମାନଙ୍କ ଅଭିଭାବକ ଓ ପରିବାର ଲୋକମାନେ ଙ୍କ ଦ୍ଵାରା ସର୍ବଦା ପଥପ୍ରଦର୍ଶିତ ଏବଂ ଯତ୍ନର ସହିତ ରହିବେ ।

  • ଧାରା -୬
  • ସମସ୍ତ ଶିଶୁର ଜୀବନ ଧାରଣ ଅଧିକାର ରହିଛି ।

  • ଧାରା -୭
  • ସମସ୍ତ ଶିଶୁ ସେମାନଙ୍କର ନାମ ଓ ଜାତୀୟତାର ଓ ଅଧିକାର ରହିଛି ।

  • ଧାରା -୮
  • ସମସ୍ତ ଶିଶୁମାନଙ୍କର ନିଜର ପରିଚୟର ଅଧିକାର ରହିଛି ।
  • ଧାରା -୯
  • ସମସ୍ତ ଶିଶୁ ସେମାନଙ୍କର ପରିବାର ସହିତ ରହିବାର ଅଧିକାର ଅଛି ।  ଯଦି ଏହା ଶିଶୁ ପାଇଁ କ୍ଷତିକାରକ ହୋଇନଥାଏ ।

  • ଧାରା -୧୦
  • ଯଦି ଶିଶୁର ପିତାମାତା ବିଭିନ୍ନ ଦେଶରେ ବସବାସ କରୁଥାନ୍ତି ତେବେ ସମସ୍ତ ଶିଶୁର ଅଧିକାର ରହିଛି ସେ ଏକତ୍ର ପରିବାର ସହିତ ଗୋଟିଏ ଦେଶରେ ବାସ କରିବା ।

  • ଧାରା -୧୧
  • କୌଣସି ପରିସ୍ଥିତିରେ ବି ଶିଶୁ ଅପହରଣ ହୋଇପାରିବ ନାହିଁ ।

  • ଧାରା -୧୨
  • ସମସ୍ତ ଶିଶୁ ମାନଙ୍କ ମତାମତ ଦେବାର ଅଧିକାର ରହିଛି ଏବଂ ବୟସ୍କ ମାନେ ମଧ୍ୟ ଶିଶୁମାନଙ୍କ ସମସ୍ତ କଥାକୁ ସମର୍ଥନ କରିବେ ।

  • ଧାରା -୧୩
  • ଶିଶୁ କଣ କହିବାକୁ ଚାହୁଛି ତାହା ବିଭିନ୍ନ ଶୈଳିରେ  ପ୍ରକାଶ କରିପାରିବ । ଏହା କଳା ମଧ୍ୟମରେ, ଭାଷା ମାଧ୍ୟମରେ ,କିମ୍ବା ଲିଖିତ ଆକାରରେ ହୋଇପାରେ ଯେ ପର୍ଯ୍ୟନ୍ତ  ଏହା ଅନ୍ୟର ଅଧିକାରକୁ କ୍ଷୁର୍ଣ୍ଣ କରିନଥାଏ ।

  • ଧାରା -୧୪
  • ସମସ୍ତ ଶିଶୁର ଅଧିକାର ଅଛି ଯେ ସେ ତାର ଅଭିଭାବକଙ୍କ ଦ୍ଵାରା ପଥପ୍ରଦର୍ଶିତ ହୋଇ ନିଜ ବିଷୟରେ ଚିନ୍ତା କରିବା ଏବଂ ଧର୍ମ ଗ୍ରହଣ କରିବା ।

  • ଧାରା  -୧୫
  • ଶିଶୁ ମାନଙ୍କର ସାଙ୍ଗସାଥି ମାନଙ୍କ ସହିତ ରହିବାର ଓ ବିଭିନ୍ନ ଅନୁଷ୍ଠାନ ମାନଙ୍କ ସଭ୍ୟ ହେବାର ଅଧିକାର ରହିଛି ଯେ ପର୍ଯ୍ୟନ୍ତ  ଏହା ଅନ୍ୟ ମାନଙ୍କ ଅଧିକାର ଉପଭୋଗରେ ପ୍ରତିବନ୍ଧକ ନ ହୋଇଛି ।

  • ଧାରା -୧୬
  • ଶିଶୁମାନଙ୍କ ର ବ୍ୟକ୍ତିଗତ ଜୀବନଯାପନ ଅଧିକାର ରହିଛି ।  ଶିଶୁମାନେ ସେମାନଙ୍କର ନିଜର ବ୍ୟକ୍ତିଗତ ଦୈନଦିନ ଲିପିବଦ୍ଧ କରି ରଖିପାରିବେ ଏବଂ ଯାହା ଅନ୍ୟ ମାନଙ୍କର ଦେଖିବାର ଅନୁମତି ନାହିଁ ।
  • ଧାରା -୧୭
  • ସମସ୍ତ ଶିଶୁ ମାନଙ୍କର ସାରା ବିଶ୍ଵରେ  ଥିବା ବିଭିନ୍ନ ଗଣମାଧ୍ୟମ ଯଥା- ଟେଲିଭିଜନ , ରେଡିଓ, ଓ ଖବରକାଗଜ ପ୍ରଭୁତିରୁ ସୂଚନା ପାଇବାର ଅଧିକାର ରହିଛି । ଯେଉଁ ସୂଚନା ଶିଶୁ ମାନଙ୍କର କ୍ଷତି ପହଞ୍ଚାଏ ସେ ସୂଚନା ଠାରୁ ଶିଶୁକୁ ଦୂରେଇ ରଖାଯିବା ଦରକାର ।
  • ଧାରା -୧୮
  • ଯେତେ ଦୂର ସମ୍ଭବ ଶିଶୁମାନେ ସେମାନଙ୍କର ପରିବାର ଲୋକମାନଙ୍କ ଦ୍ଵାରା ଲାଳନପାଳନ ହେବେ ।

  • ଧାରା -୧୯
  • ସମସ୍ତ ଶିଶୁମାନଙ୍କର ଅଧିକାର ରହିଛି ଯେ ସେମାନେ ହିଂସା ଏବଂ ଆବହେଳା ଠାରୁ ସୁରକ୍ଷିତ ରହିବେ ।

  • ଧାରା -୨୦
  • ଯଦି ଶିଶୁମାନେ ସେମାନଙ୍କର ପରିବାର ଲୋକମାନଙ୍କ ପାଖରେ ରହିପାରୁନାହାନ୍ତି ତେବେ ସେମାନଙ୍କର ସ୍ଵତନ୍ତ୍ର ସୁରକ୍ଷାର ଅଧିକାର ରହିଛି ।

  • ଧାରା -୨୧
  • ଯେଉଁ ଶିଶୁମାନଙ୍କୁ ପୋଷ୍ୟ ପୁତ୍ର ଭାବରେ ପ୍ରଦାନ କରାଯାଉଛି ସେତେବେଳେ ସେମାନଙ୍କର ସ୍ଵାର୍ଥକୁ ଅଗ୍ରାଧିକାର ଦିଆଯିବ ।
  • ଧାରା- ୨୨
  • ବସଚୁତ ଶିଶୁ ଓ ଯେଉଁ ଶିଶୁମାନେ ନିଜ ଦେଶ ଛାଡି ଅନ୍ୟ ଦେଶକୁ ଯାଉଛନ୍ତି ସେମାନଙ୍କର ସ୍ଵତନ୍ତ୍ର ସୁରକ୍ଷାର ଅଧିକାର ରହିଛି ।

  • ଧାରା -୨୩
  • ଯେଉଁ ଶିଶୁମାନେ ଶାରୀରିକ କିମ୍ବା ମାନସିକ ସ୍ତରରେ ଅକ୍ଷମ ହୋଇଥିବେ ସେମାନଙ୍କୁ ସ୍ଵତନ୍ତ୍ର ସେବା ଓ ଯତ୍ନ ଯୋଗାଇ ଦିଆଯିବ ।

  • ଧାରା -୨୪
  • ଶିଶୁମାନଙ୍କର ଉତ୍ତମ ସ୍ୱାସ୍ଥ୍ୟବସ୍ଥା ଓ ସୁସ୍ଥ ପରିବେଶ ପାଇବାକୁ ହକଦାର । ଯେଉଁ ସୂଚନା ତାଙ୍କୁ ଭଲରେ ରଖିବ ସେ ସୂଚନା ତାର ପାଇବାର ଅଧିକାର ରହିଛି ।

  • ଧାରା -୨୫
  • ଯେଉଁ ଶିଶୁ ପିତାମାତାଙ୍କ ପରିବର୍ତ୍ତେ  ସ୍ଥାନୀୟ କତୃପକ୍ଷ  ଦାଇତ୍ଵରେ ପ୍ରତିପାଳିତ ହେଉଛିନ୍ତି , ସେମାନଙ୍କର ପରିସ୍ଥିତିରେ ନିୟନିତ ଅନୁଧ୍ୟାନ ହେବା ଦରକାର ।

  • ଧାରା -୨୬
  • ଯଦି ଶିଶୁ ଅତ୍ୟନ୍ତ ଗରିବ ଓ ସାହାଯ୍ୟ  ଦରକାର କରୁଛନ୍ତି ସେ କ୍ଷେତ୍ରରେ ସରକାର ତାଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦେବେ ।

  • ଧାରା -୨୭
  • ସମସ୍ତ ଶିଶୁମାନଙ୍କର ଉତ୍ତମ ପରିବେଶରେ ବସବାସ କରିବା, ଉତ୍ତମ ଖାଦ୍ୟ, ପୋଷାକ ପତ୍ର ଏବଂ ବାସସ୍ଥାନର ଅଧିକାର ରହିଛି ।

  • ଧାରା -୨୮
  • ଶିଶୁମାନଙ୍କର ଶିକ୍ଷାଗ୍ରହଣ କରିବା ଏକ ଅଧିକାର ।

  • ଧାରା -୨୯
  • ସମସ୍ତ ଶିଶୁର ଶିକ୍ଷା ପାଇବା ହେଉଛି ଅଧିକାର ଯାହା ଶିଶୁର ବ୍ୟକ୍ତିତ୍ଵ ଓ ଦକ୍ଷତାର ବୃଦ୍ଧି କରେ । ଶିକ୍ଷା ବ୍ୟବସ୍ଥା ଏପରି ହେବା ଦରକାର ଯାହା ଶିଶୁକୁ ତାର ନିଜର ସଂସ୍କୃତି ଏବଂ ଅନ୍ୟମାନଙ୍କର ସଂସ୍କୃତିକୁ ସମ୍ମାନ ଦେବାକୁ ଶିକ୍ଷା ଦେଇଥାଏ ।

  • ଧାରା – ୩୦
  • ଯଦି ଶିଶୁଟି କୌଣସି ସଂଖ୍ୟାଲଘୁ ସମ୍ପ୍ରଦାୟରୁ ଆସିଥାଏ ସେ କ୍ଷେତ୍ରରେ ସମସ୍ତ ଶିଶୁର ନିଜର ସଂସ୍କୃତି, ଭାଷା ଏବଂ ଧର୍ମ ପାଳନର ଅଧିକାର ରହିଛି ।

  • ଧାରା -୩୧
  • ସମସ୍ତ ଶିଶୁଙ୍କର ଖେଳିବା , ଗୀତ ନାଚକରିବା ଓ ବିଶ୍ରାମ ବିରତି ପାଇବାର ଅଧିକାର ରହିଛି ।

  • ଧାରା -୩୨
  • ଶିଶୁମାନଙ୍କୁ ସମସ୍ତ ପ୍ରକାର ବିପଦସଙ୍କୁଳ କାର୍ଯ୍ୟ ଯାହା ସେମାନଙ୍କର ସ୍ୱାସ୍ଥ୍ୟ ଓ ଶିକ୍ଷାକୁ କ୍ଷତି ପହଞ୍ଚାଇବ ସେଥିରୁ ନିବୃତ ରଖିବା ସଙ୍ଗେ ସଙ୍ଗେ ସୁରକ୍ଷା ପ୍ରଦାନ କରିବାର ଅଧିକାର ରହିଛି ।

  • ଧାରା -୩୩
  • ବିପଦପୂର୍ଣ୍ଣ  ନିଶା କବଳରୁ ମଧ୍ୟ ସରକାର ଶିଶୁମାନଙ୍କୁ ସୁରକ୍ଷା ପ୍ରଦାନ କରିବେ ।

  • ଧାରା -୩୪
  • ସରକାର ମଧ୍ୟ ଶିଶୁମାନଙ୍କୁ ଯୌନ ନିର୍ଯ୍ୟାତନା  ସୁରକ୍ଷା ପ୍ରଦାନ କରିବେ ।

  • ଧାରା -୩୫
  • କୌଣସି ପାରିସ୍ଥିତିରେ ବି ଶିଶୁମାନଙ୍କୁ ଅପହରଣ ଏବଂ ବିକ୍ରି କରାଯାଇପାରିବନି ।

  • ଧାରା -୩୬
  • କୌଣସି ପରିସ୍ଥିତି ରେ ଶିଶୁ ଆବହେଳାର ଶିକାର ହୋଇପାରିବ ନାହିଁ ସେଥିପ୍ରତି ସରକାର ଦୃଷ୍ଟି ଦେବେ ଏବଂ ସୁରକ୍ଷା ପ୍ରଦାନ କରିବେ ।

  • ଧାରା -୩୭
  • ଶିଶୁମାନଙ୍କୁ କୌଣସି କ୍ଷେତ୍ରରେ ହିଂସ୍ର ଭାବରେ ଦଣ୍ଡ ଦିଆଯାଇପାରିବ ନାହିଁ ।

  • ଧାରା -୩୮
  • ଯୁଦ୍ଧ ସମୟରେ ସମସ୍ତ ଶିଶୁକୁ ସୁରକ୍ଷା ଅଧିକାର ଯୋଗାଇଦେବା ଏବଂ ଯଦି ଶିଶୁ ୧୫ ବର୍ଷରୁ କମ ତେବେ କୌଣସି ପରିସ୍ଥିତି  ରେ ସୈନ୍ୟବାହୀନରେ ରଖାଯାଇ ପାରିବ ନାହିଁ ।

  • ଧାରା -୩୯
  • ଯଦି ଶିଶୁଟି ଉପେକ୍ଷିତ, ଅସୁରକ୍ଷିତ ଏବଂ ଅସୁବିଧାରେ ଅଛି ତେବେ ତାକୁ ସମସ୍ତ କ୍ଷେତ୍ରରେ ସାହାଯ୍ୟ  ପ୍ରଦାନ କରାଯିବାର ଅଧିକାର ଅଛି ।

  • ଧାରା -୪୦
  • ଯେଉଁ ପିଲାମାନେ ଆଇନ ଉଲ୍ଲଂଘନ କରିଥିବେ ସେମାନଙ୍କୁ  ଆଇନ ସହାୟତା ପ୍ରଦାନ କରିବା ।

  • ଧାରା -୪୧
  • ସମସ୍ତ ଶିଶୁଙ୍କୁ ନିଜଦେଶର ଆଇନ କିମ୍ବା ଆନ୍ତରଜାତିକ ସ୍ତରର ଆଇନ ଯେଉଁଟିରୁ ଅଧିକା ସୁବିଧା ପ୍ରାପ୍ତ ହୁଏ ସେ କ୍ଷେତ୍ରରେ ଅଧିକ ସୁବିଧା ମିଳୁଥିବା ଆଇନ ବଳବତ୍ତର ରହିବା ।

  • ଧାରା -୪୧
  • ସମସ୍ତ ଶିଶୁ ଏବଂ ବୟସ୍କ ମାନଙ୍କର ଏହି ସମ୍ମିଳନୀ ବିଷୟରେ ଜାଣିବାର ଅଧିକାର ଅଛି ।

ଆଧାର -

  1. "ସ୍ପ୍ରେଡ ସଂସ୍ଥା"
  2. ମିଳିତ ଜାତିସଂଘ


© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate