ହୋମ / ସମାଜ କଲ୍ୟାଣ / ମହିଳା ଓ ଶିଶୁ ବିକାଶ / ସଖୀ (ୱାନ୍ ଷ୍ଟପ୍ ସେଣ୍ଟର)
ସେଆର କରନ୍ତୁ

ସଖୀ (ୱାନ୍ ଷ୍ଟପ୍ ସେଣ୍ଟର)

ନିର୍ଯ୍ୟାତନାର ଶିକାର ହୋଇଥିବା ମହିଳା ଓ ବାଳିକାମାନଙ୍କୁ ଗୋଟିଏ ଛାତ ତଳେ ଶାରୀରିକ ଓ ମାନସିକ ଚିକିତ୍ସା ସହ ନ୍ୟାୟ ପ୍ରଦାନ ନିମନ୍ତେ ଆଇନ ସହାୟତା ।

ନିର୍ଯ୍ୟାତନାର  ଶିକାର ହୋଇଥିବା ମହିଳା ଓ ବାଳିକାମାନଙ୍କୁ ଗୋଟିଏ ଛାତ ତଳେ ଶାରୀରିକ ଓ ମାନସିକ ଚିକିତ୍ସା ସହ ନ୍ୟାୟ ପ୍ରଦାନ ନିମନ୍ତେ ଆଇନ ସହାୟତା ଯୋଗାଇଦେବା କ୍ଷେତ୍ରରେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଅଧୀନରେ କାର୍ଯ୍ୟ କରୁଛି ୱାନ୍‌ ଷ୍ଟପ୍‌ ସେଣ୍ଟର- 'ସଖୀ' । ରାଜ୍ୟର ସମସ୍ତ ଜିଲ୍ଲାରେ ୱାନ୍‌ ଷ୍ଟପ୍‌ ସେଣ୍ଟର କାର୍ଯ୍ୟ କ୍ଷମ ହୋଇଛି । ୨୦୧୫ ଅକ୍ଟୋବର ୧ ତାରିଖରେ ପ୍ରଥମ 'ସଖୀ' କେନ୍ଦ୍ର ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍‌ପିଟାଲ୍‌ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା ।

ପାରିବାରିକ ହିଂସା, ଯୌତୁକ ନିର୍ଯ୍ୟାତନା, ବଳତ୍କାର, ମହିଳା ଚାଲାଣ, ଯୌନ ଉତ୍ପୀଡିନ ଭଳି ନିର୍ଯ୍ୟାତନାର  ଶିକାର ହୋଇଥିବା ମହିଳା ଓ ବାଳିକା ମାନଙ୍କୁ ଉଦ୍ଧାର କରାଯାଇ ଏହି ଡାକ୍ତରଖାନାଭିତ୍ତିକ 'ସଖୀ' କେନ୍ଦ୍ର ଗୁଡ଼ିକରେ ରଖାଯାଇଥାଏ । ଏଠାରେ ପିଡ଼ୀତାଙ୍କୁ ଡାକ୍ତରୀ ଚିକିତ୍ସା, ମାନସିକ ସହାୟତା ଦେବା ସହ ନ୍ୟାୟ ପ୍ରଦାନ ପାଇଁ ଆଇନ ପରାମର୍ଶ ମଧ୍ୟ ଯୋଗାଇ ଦିଆଯାଇଥାଏ । ହିଂସାର ଶିକାର ହୋଇଥିବା ଯେକୌଣସି ୧୮ ବର୍ଷ ବୟସରୁ କମ ବାଳିକା ଓ ମହିଳା ଏହି ୱାନ୍‌ ଷ୍ଟପ୍‌ ସେଣ୍ଟର ଜରିଆରେ ଡାକ୍ତରୀ ସହାୟତା ପାଇବା ସହ ନିକଟସ୍ଥ ଥାନାରେ ଏଫ୍‌ଆଇଆର୍‌ ଦାଖଲ କରି ପାରିବେ । ସେହିଭଳି ଘରୋଇ ହିଂସା ଆଇନ-୨୦୦୫ ଅନୁଯାୟୀ ପାରିବାରିକ ହିଂସା ରିପୋର୍ଟ ଦାଖଲ କରିବା ଦିଗରେ ସୁରକ୍ଷା ଅଧିକାରୀଙ୍କ ସହାୟତା ନେଇପାରିବେ ।

ଏଠାରେ ମଧ୍ୟ ପିଡ଼ୀତାଙ୍କୁ ମନସ୍ତାତ୍ତ୍ୱିକ ଓ ସାମାଜିକ ପରାମର୍ଶ ଦିଆଯାଇଥାଏ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଆଶ୍ରୟ ଗୃହଗୁଡ଼ିକ ସହଯୋଗରେ ଆଇନଗତ ସହାୟତା ପ୍ରଦାନ କରାଯାଇଥାଏ । ଉଚ୍ଚଶିକ୍ଷିତ ଏବଂ ଦକ୍ଷ କେନ୍ଦ୍ର ପରିଚାଳକ ତଥା କାଉନ୍‌ସେଲରମାନଙ୍କ ଦ୍ୱାରା ପରିଚାଳିତ ଏହି କେନ୍ଦ୍ର ଗୁଡ଼ିକ ୨୪ ଘଣ୍ଟା କାର୍ଯ୍ୟ କରିଥାଏ । ଡାକ୍ତର, ଓକିଲ ଏବଂ ପୋଲିସ ଅଧିକାରୀମାନେ ମଧ୍ୟ ଆବଶ୍ୟକ ସ୍ଥଳେ ତୁରନ୍ତ ସେବା ପ୍ରଦାନ କରିଥାନ୍ତି । ଏହି କେନ୍ଦ୍ରଗୁଡ଼ିକ ଜିଲ୍ଲା ଚିକିତ୍ସାଳୟ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଆଶ୍ରୟଗୃହ, ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିଥାଏ । ବିଭାଗୀୟ ଅଧିକାରୀ ମାନେ ନିୟମିତ ଭାବେ ଏହି ସେଣ୍ଟର ପରିଦର୍ଶନ କରିବା ସହ ଏହାର ପରିଚାଳନାକୁ ନିରୀକ୍ଷଣ ଏବଂ ଅନୁଧ୍ୟାନ କରିଥାନ୍ତି ।

ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ଏହି ସେଣ୍ଟର ଗୁଡ଼ିକୁ ଅଧିକ ସଶକ୍ତ କରିବା ଏବଂ ସୁପରିଚାଳନାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଜିଲ୍ଲା ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ନିୟମିତ ଭାବେ ପ୍ରଶିକ୍ଷଣ ଦିଆଯାଉଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ନିୟମିତ ଭାବେ ଏହି ୱାନ୍‌ ଷ୍ଟପ୍‌ ସେଣ୍ଟର ଗୁଡ଼ିକର ପରିଚାଳନାକୁ ସମୀକ୍ଷା କରିବା ସହ ହିଂସାର ଶିକାର ହୋଇଥିବା ମହିଳାମାନଙ୍କ କ୍ଷେତ୍ରରେ ସମନ୍ୱିତ ପ୍ରକ୍ରିୟାରେ ନିଜ ନିଜ ଜିଲ୍ଲାରେ ଆବଶ୍ୟକୀୟ ସହାୟତା ପାଇବା ପାଇଁ ୱାନ୍‌ ଷ୍ଟପ୍‌ ସେଣ୍ଟର ଏକ ନିର୍ଭରଯୋଗ୍ୟ ମାଧ୍ୟମ ବୋଲି ମତ ପ୍ରକାଶ କରିଛନ୍ତି ।

ସହଯୋଗ

ନିର୍ଯ୍ୟାତିତ ମହିଳା ଏବଂ ବାଳିକା ମାନଙ୍କ ସମନ୍ଵିତ ସୁବିଧା ଓ ସହଯୋଗ ନିମନ୍ତେ: -

  1. ପୋଲିସ୍ ସହାୟତା
  2. ଡାକ୍ତରି ସହାୟତା
  3. ଆଇନଗତ ସହାୟତା
  4. ମନସ୍ତାତ୍ତ୍ଵିକ ଓ ସାମାଜିକ ପରାମର୍ଶ
  5. ଆଶ୍ରୟ
  6. ଅନ୍ୟ କୌଣସି ସହାୟତା

ନିମ୍ନଲିଖିତ ଘଟଣା ପାଇଁ ସହଯୋଗ

  1. ବଳତ୍କାର
  2. ଅପହରଣ/ନିଖୋଜ
  3. ପାରିବାରିକ ହିଂସା
  4. ଏସିଡ୍/ ଅମ୍ଳ ଆକ୍ରମଣ
  5. ଯୌନ ଉତ୍ପୀଡନ/ ଶୋଷଣ
  6. ମହିଳା ଚାଲାଣ
  7. ଶିଶୁ ଯୌନ ଉତ୍ପୀଡନ/ ଶୋଷଣ
  8. ବାଲ୍ୟ ବିବାହ
  9. ସାଇବର କ୍ରାଇମ୍
  10. ଯୌତୁକ ନିର୍ଯ୍ୟାତନା ଓ ମୃତ୍ୟୁ
  11. ଅନ୍ୟାନ୍ୟ ହିଂସା

ପୁଞ୍ଜି

ଏହି ଯୋଜନାକୁ ପୁଞ୍ଜି ନିର୍ଭୟା ପୁଞ୍ଜିରୁ ମିଳିଥାଏ । କେନ୍ଦ୍ର ସରକାର ୧୦୦% ଅର୍ଥ ସହାୟତା ରାଜ୍ୟ ସରକାରକୁ ଯୋଗାଇଥାନ୍ତି ।

ଆଧାର - ମହିଳା ଓ ଶିଶୁ ବିକାଶ ବିଭାଗ ଓଡିଶା ସରକାର

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top