অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କିଶୋରୀ ସ୍ୱାସ୍ଥ୍ୟ

କିଶୋରୀ ସ୍ଵାସ୍ଥ୍ୟର ଗୁରୁତ୍ଵ

  • ୧୦-୧୯ ବର୍ଷର ବାଳକ/ବାଳିକାଙ୍କ ଅବସ୍ଥାକୁ କିଶୋରୀ ଅବସ୍ଥା କୁହାଯାଏ । ଏହି ସମୟରେ ସେମାନଙ୍କର ଦ୍ରୁତ ଶାରୀରିକ, ଆବେଗିକ, ମାନସିକ ଓ ସାମାଜିକ ପରିବର୍ତ୍ତନ ହୋଇଥାଏ ।
  • କିଶୋରୀ ବାଳିକାମାନେ ସାଧାରଣତଃ ଏହି ସମୟରେ ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାନ୍ତି ଏବଂ ଦୁର୍ବଳ ସ୍ଵାସ୍ଥ୍ୟ ଅବସ୍ଥା ଯୋଗୁଁ ରକ୍ତହୀନତା, ମାସିକ ଋତୁସ୍ରାବରେ  ଅନିୟମିତତା, ପ୍ରଜନନ ନଳୀ ସଂକ୍ରମଣ, ପୁଷ୍ଟିହୀନତା, ଅବାଞ୍ଛତ ଗର୍ଭଧାରଣ ଓ ବିପଦପୂର୍ଣ୍ଣ ଗର୍ଭପାତରେ ଆକ୍ରାନ୍ତ ହୋଇଥାନ୍ତି ।
  • କିଶୋରୀ ବାଳିକା ମାନଙ୍କର ପୁଷ୍ଟିହୀନତା ବିଶେଷକରି ଖାଦ୍ୟରେ ଲୌହସାରର ଅଭାବ ସହିତ ଶୀଘ୍ର ବିବାହ ଓ ଗର୍ଭଧାରଣ ଯୋଗୁଁ ଗର୍ଭାବସ୍ଥା ଓ ପ୍ରସବ ସମୟରେ ଜଙ୍କିଳ ଅବସ୍ଥା, ମାତୃ ମୃତ୍ୟୁ, ମୃତ ଶିଶୁ, ଶିଶୁ ମୃତ୍ୟୁ ତଥା କମ୍ ଓଜନର ଶିଶୁ ଜନ୍ମ ହୋଇଥାନ୍ତି ।
  • ରକ୍ତହୀନତା ବାଲ୍ୟାବସ୍ଥାରୁ ଆରମ୍ଭ ହୋଇଥାଏ । କିଶୋରୀ ଅବସ୍ଥାରେ ଆହୁରି ଅଧିକ ହୋଇଥାଏ, ଏବଂ ଏହା ଗର୍ଭାବସ୍ଥାରେ ଆହୁରୀ ବଢିଯାଏ ।
  • କିଶୋରୀ ବାଳିକା ମାନଙ୍କର ରକ୍ତହୀନତା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଓ ସବାଳ ଯୋଜନାର ଉଦ୍ଦେଶ୍ୟ ଗୁଡିକ -
    • କିଶୋରୀ ମାନଙ୍କର ସ୍ଵାସ୍ଥ୍ୟ ଓ ପୁଷ୍ଟିର ବିକାଶ ସାଧନ, ବିଶେଷଭାବରେ ଲୌହସାର ଅଭାବ ଜନିତ ରକ୍ତହୀନତାକୁ କମାଇବା ।
    • ସ୍ଵାସ୍ଥ୍ୟ, ପରିଷ୍କାର ପରିଚ୍ଚନ୍ନତା, ପରିପୁଷ୍ଟି, କିଶୋରୀମାନଙ୍କର ପ୍ରଜନନ ଓ ଯୌନ ସ୍ଵାସ୍ଥ୍ୟ ଏବଂ ପରିବାର ଓ ଶିଶୁ ଯତ୍ନ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା।
    • ଏହା ବ୍ୟତୀତ ସବଳା ଯୋଜନାର ନିମ୍ନଲିଖିତ ଲକ୍ଷ୍ୟ ଅଛି :
      • ଜୀବନ କୌଶଳ ଶିକ୍ଷା ଧନ୍ଦାମୂଳକ କାମ ଏବଂ ପରିଚାଳନା ଦକ୍ଷତା ବୃଦ୍ଧି କରିବା ।
      • ସ୍କୁଲ ଛାଡିଥିବା କିଶୋରୀମାନଙ୍କୁ ଆନୁଷ୍ଠାନିକ / ଅଣଆନୁଷ୍ଠାନିକ ଶିକ୍ଷାଦେଇ ମୁଖ୍ୟ ସ୍ରୋତରେ ମିଶାଇବା ।
    • କିଶୋରୀ ବାଳିକାମାନଙ୍କର ଆତ୍ମବିକାଶ କରାଇ ସେମାନଙ୍କୁ ସଂଶକ୍ତିକରଣ କରାଇବା ।

    AACP ଅଧିନରେ ସେବା

    • ଯୋଗ୍ୟ ଦଳ :ପାଠ ପଢୁଥିବା ଓ ପାଠ ଛାଡି ଘରେ ଥିବା ୧୦-୧୯ ବର୍ଷ ବୟସର କିଶୋରୀବାଳିକା ।
    • IFA ବଟିକା ଯୋଗାଣ : ସ୍କୁଲରେ ପଢୁଥିବା କିଶୋରୀ ଯେଉଁମାନେ IFA ବଟିକା ଖାଇ ନାହାଁନ୍ତି ଓ ଯେଉଁମାନେ ସ୍କୁଲକୁ ଯାଉ ନାହାଁନ୍ତି ସେହି କିଶୋରୀମାନଙ୍କୁ ଅଙ୍ଗନୱାଡି କର୍ମୀଙ୍କ ତଦାରଖରେ ସପ୍ତାହକୁ ଥରେ IFA ବଟିକା ଯୋଗାଇ ଦିଆଯିବ ।
    • ପୁଷ୍ଟି ଓ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷା :କେନ୍ଦ୍ରରେ ନିର୍ଦ୍ଧାରିତ ସାପ୍ତାହିକ ସ୍ଵାସ୍ଥ୍ୟ ଦିବସରେ ଅଙ୍ଗନୱାଡୀ କର୍ମୀ କିଶୋରୀବାଳିକା ମାନଙ୍କୁ ସ୍ଵାସ୍ଥ୍ୟ, ପୁଷ୍ଟି, ପରିଷ୍କାର ପରିଚ୍ଛନ୍ନତା, ବିଶୁଦ୍ଧ ପାନୀୟ ଜଳ ଓ ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ସମ୍ବନ୍ଧରେ ଶିକ୍ଷା ଦେବେ ।
    • ସ୍ଵାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ସେବା :ତ୍ରୟମାସିକ କିଶୋରୀ ସ୍ଵାସ୍ଥ୍ୟ ମେଳା / କିଶୋରୀ ଦିବସରେ କିଶୋରୀମାନଙ୍କର ଓଜନ, ଉଚ୍ଚତା ଓ BMI ଯାଞ୍ଚ କରାଯିବା ସହିତ ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ ଓ ତଦନୁଯାୟୀ ପରାମର୍ଶ ସେବାପାଇଁ ପଠାଯିବ । ସେଠାରେ ମଧ୍ୟ ପୁଷ୍ଟିକର ଖାଦ୍ୟର ପ୍ରଦର୍ଶନ କରାଯିବ ।

    ସବଳା ଯୋଜନା ଅଧିନସ୍ଥ

    • କିଶୋରୀବାଳିକା ମାନଙ୍କ ରକ୍ତହୀନତା ନିୟନ୍ତ୍ରଣ  କାର୍ଯ୍ୟକ୍ରମ ଅଧିନସ୍ଥ ସମସ୍ତ ସେବା ଯଥା IFA ବଟିକା ପ୍ରଦାନ, ସ୍ଵାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ସେବା, ଓ ସ୍ଵାସ୍ଥ୍ୟ / ପୁଷ୍ଟି ସମ୍ବନ୍ଧୀୟ ଶିକ୍ଷା ।
    • ପରିପୂରକ ପୁଷ୍ଟିସାଧନ : ୧୧ ରୁ ୧୪ ବର୍ଷର ସ୍କୁଲ ଛାଡିଥିବା ସମସ୍ତ କିଶୋରୀବାଳିକା ଏବଂ ୧୪ ରୁ ୧୮ ବର୍ଷର ସମସ୍ତ କିଶୋରୀ ବାଳିକାଙ୍କ ନିମନ୍ତେ ୬୦୦  କ୍ୟାଲୋରୀ ଏବଂ ୧୮ରୁ ୨୦ ଗ୍ରାମ୍ ପୁଷ୍ଟିସାର (ମୂଲ୍ୟ ୫ ଟଙ୍କା ଦୈନିକ)ଖାଦ୍ୟ ପ୍ରଦାନ କରାଯିବ ।
    • ପରିବାର ନିୟନ୍ତ୍ରଣ, କିଶୋରୀ ପ୍ରଜନନ ଓ ଯୌନ ସ୍ଵାସ୍ଥ୍ୟ, ଶିଶୁ ଯତ୍ନ ସମ୍ବନ୍ଧୀୟ ସୁଅଭ୍ୟାସ ଓ ଗୃହ ପରିଚାଳନା ସମ୍ବନ୍ଧୀୟ ପରାମର୍ଶ ଦିଆଯିବ ।
    • ଜୀବନ କୌଶଳ ଶିକ୍ଷା ଏବଂ ଲୋକାଭିମୁଖି ସେବା (ଆନୁଷ୍ଠାନିକ ଓ ଅଣ ଆନୁଷ୍ଠାନିକ ଶିକ୍ଷା ମାଧ୍ୟମରେ ସେମାନଙ୍କୁ ମୁଖ୍ୟ ସ୍ରୋତରେ ମିଶାଯିବ )
    • ଧନ୍ଦାମୂଳକ ତାଲିମ (୧୬ ବର୍ଷ ଏବଂ ତଦୁର୍ଦ୍ଦ କିଶୋରୀ)ଶ୍ରମ ମନ୍ତ୍ରଣାଳୟ ଦ୍ଵାରା ଗୃହିତ ଧନ୍ଦାମୂଳକ ତାଲିମ ପ୍ରଦାନ କରାଯିବ ।

    AACP ଏବଂ  ସବାଳ ଯୋଜନା

    AACP ଏବଂ  ସବାଳ ଯୋଜନାରେ ଅଙ୍ଗନୱାଡୀ କର୍ମୀଙ୍କ ଦାୟିତ୍ଵ :-

    • ତାଲିକା ଲିପିବଦ୍ଧ : ୧୦ - ୧୯ ବର୍ଷ ବୟସ ( ୧୧-୧୮ ବର୍ଷ ସବଳା ଯୋଜନାରେ ) ସମସ୍ତ  କିଶୋରୀ ମାନଙ୍କ ତାଲିକା ପ୍ରସ୍ତୁତ । ନିମ୍ନଲିଖିତ ତାଲିକାରେ ଉଲ୍ଲେଖ କରାଯିବ :
    • ପାଠ ଛାଡି ଥିବା କିଶୋରୀ
    • ସ୍କୁଲ କୁ ଯାଉଥିବା କିଶୋରୀ
    • କେତେଜଣ ବିବାହିତା କିଶୋରୀ ଅଛନ୍ତି ଯେଉଁମାନେ ଗର୍ଭବତୀ ଓ ପ୍ରସୂତି ହୋଇ ନାହାଁନ୍ତି ।
    • IFA ବଟିକାର ସୁପରିଚାଳନା ଅଙ୍ଗନୱାଡୀ କର୍ମୀ ପଞ୍ଜୀକରଣ କରିଥିବା କିଶୋରୀମାନଙ୍କର ୬ ମାସ ପାଇଁ ଆବଶ୍ୟକ IFA ବଟିକାର ତାଲିକା ପ୍ରଦାନ କରିବେ ।
      • ସି.ଡି.ପି.ଓ ଙ୍କ ଠାରୁ ୩ ମାସର ଷ୍ଟକ୍ ଗ୍ରହଣ କରିବେ ।
      • ପ୍ରତିମାସ ଜମା ଓ ଖର୍ଚ୍ଚର ବିବରଣୀ ପ୍ରଦାନ କରିବେ।

    କିଶୋରୀ ସଭା ପରିଚାଳନା

    • ପ୍ରତି ସପ୍ତାହରେ କିଶୋରୀମାନଙ୍କୁ ନେଇ ସ୍ତିରିକୃତ କିଶୋରୀ ଦିବସରେ ଅଙ୍ଗନୱାଡୀ କର୍ମୀ ଏକ ସଭା କରିବେ ।
    • କ୍ୟାଲେଣ୍ଡରର ବିଷୟବସ୍ତୁ ଅନୁଯାୟୀ ଅଙ୍ଗନୱାଡୀ କର୍ମୀ ରକ୍ତହୀନତା, ମାସିକ ଋତୁସ୍ରାବ ସମୟରେ ପରିଷ୍କାର ପରିଚ୍ଛନ୍ନତା ତଥା ସନ୍ତୁଳିତ ଆହାର ସମ୍ବନ୍ଧରେ ପୁଷ୍ଟି ଓ ସ୍ଵାସ୍ଥ୍ୟ ଶିକ୍ଷା ଦେବେ ।
    • IFA ବଟିକା ଖାଉଛନ୍ତି ନା ନାହିଁ ପରିଦର୍ଶନ କରିବା ସଙ୍ଗେ ସଙ୍ଗେ କିଶୋରୀବାଳିକା ମାନଙ୍କୁ ଏଥିନିମନ୍ତେ ବ୍ୟବହୃତ କାର୍ଡପୂରଣ କରିବାରେ ସାହାଯ୍ୟ କରିବେ ।
    • ଲିପିବଦ୍ଧ ଓ ରିପୋର୍ଟ ପ୍ରଦାନ :AACP ର ନଥିପତ୍ରକୁ ନିୟମିତ ପୂରଣ କରିବେ ଏବଂ ତଦନୁଯାୟୀ ମାସିକ ପ୍ରଗତି ବିବରଣୀ ପ୍ରଦାନ କରିବେ ।

    କିଶୋରୀ ସ୍ଵାସ୍ଥ୍ୟ ମେଳା

    • ପ୍ରତିଦିନ ମାସରେ ଥରେ ଗ୍ରାମ୍ୟ ସ୍ଵାସ୍ଥ୍ୟ ଓ ପୁଷ୍ଟି ଦିବସରେ ବା ଯେ କୌଣସି ସ୍ଥିରିକୃତ ଦିବସରେ କିଶୋରୀ ବାଳିକା ମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଏ ।
    • କିଶୋରୀ ମାନଙ୍କର ଓଜନ, ଉଚ୍ଚତା BMI ଓ ରକ୍ତରେ ଲୌହସାରର ପରିମାଣ ଲିପିବଦ୍ଧ କରାଯାଏ ।
    • ସ୍ଵାସ୍ଥ୍ୟ ଓ ପରିଷ୍କାର ପରିଚ୍ଛନ୍ନତା ସମ୍ବନ୍ଧୀୟ ସାଧାରର ଭାବେ ପଚରାଯାଉଥିବା ପ୍ରଶ୍ନଗୁଡିକ  ଉପରେ ଆଲୋଚନା କରାଯାଇ ସନ୍ଦେହ ମୋଚନ କରାଯାଏ ।

    ପରିପୂରକ ପୁଷ୍ଟି ସାଧନ (ସବଳା)

    କିଶୋରୀ ବାଳିକା ମାନଙ୍କ ପାଇଁ ଉର୍ଦ୍ଧିଷ୍ଟ ପୁଷ୍ଟିବ୍ୟବସ୍ଥା ଅନୁଯାୟୀ ଖାଦ୍ୟ ପରିଚାଳନା ଏବଂ ବଣ୍ଟନ କରାଯିବ ।

    ଗୃହ ପରିଦର୍ଶନ

    ୨ ବା ୩ ଜଣ କିଶୋରୀ ବାଳିକାଙ୍କୁ ସାଙ୍ଗରେ ନେଇ ଅଙ୍ଗନୱାଡୀ କିଶୋରୀ ବାଳିକା ମାନଙ୍କ ଉପରେ ଉପୁଜୁଥିବା ସମସ୍ୟା ଗୁଡିକ ସମ୍ବନ୍ଧରେ ଗୃହ ପରିଦର୍ଶନ ସମୟରେ ଆଲୋଚନା କରିବେ ।

    ଆଧାର - Women and Child  Development Department

    Last Modified : 1/26/2020



    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate