ଗର୍ଭବତୀ ମହିଳାଙ୍କର ପଞ୍ଜୀକରଣ ଓ ଯତ୍ନ
ପଞ୍ଜୀକରଣ
- ଜଣେ ମହିଳାଙ୍କୁ ଗର୍ଭବତୀ ବୋଲି ଚିହ୍ନଟ କରିବା ପରେ ତାଙ୍କୁ ଶୀଘ୍ର ପଞ୍ଜୀକରଣ କରିବାପାଇଁ ପରାମର୍ଶ ଦେବା ।
- ଗର୍ଭାବସ୍ଥାର ପଞ୍ଜୀକରଣ ଓ ପରୀକ୍ଷା ପାଇଁ ମା’ ଓ ଶିଶୁ ସୁରକ୍ଷାକାର୍ଡ ଯୋଗାଇ ଦେବା ।
- ଯଦି ସେ ମମତା ଯୋଜନାର ସର୍ତ୍ତାବଳୀ ପୂରଣ କରିଛି ତେବେ ତାଙ୍କୁ ସେ ସମ୍ବନ୍ଧୀୟ ସୂଚନା ଦେବା ଆବଶ୍ୟକ ।
- ତାଙ୍କୁ ସର୍ତ୍ତାବଳୀ ଫର୍ମ ଦିଅନ୍ତୁ ଓ ବ୍ୟାଙ୍କରେ ଏକ ସଞ୍ଚୟ ଖାତା ଖୋଲିବା ପାଇଁ ସାହାଯ୍ୟ କରନ୍ତୁ ।
- ମା’ ଓ ଶିଶୁ ସୁରକ୍ଷା କାର୍ଡରେ ସମ୍ପୂର୍ଣ୍ଣ ବିବରଣୀ ପୂରଣ କରି ଏହି ଯୋଜନା ବିଷୟରେ ଓ ସର୍ତ୍ତାବଳୀ ବିଷୟରେ ସୂଚନା ଦିଅନ୍ତୁ ।
- ‘ମମତା ଦିବସ’ ରେ ଗର୍ଭସ୍ଥା ସମୟରେ ଅତି କମ୍ ରେ ୩ ଥର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ପରାମର୍ଶ ଦିଅନ୍ତୁ ।
ଗର୍ଭାବସ୍ଥାରେ ଯତ୍ନ
- ଗର୍ଭବତୀ ମହିଳାଙ୍କୁ ନିମ୍ନୋକ୍ତ କାରଣ ପାଇଁ ଗର୍ଭାବସ୍ଥାରେ ଯତ୍ନ ନେବା ଦରକାର -
- ଏହା ମା’ ର ସ୍ୱାସ୍ଥ୍ୟର ଉନ୍ନତିରେ ସାହାଯ୍ୟ କରେ ।
- ଏହା ମା’ ପେଟରେ ଥିବା ଶିଶୁର ସ୍ୱାସ୍ଥ୍ୟ ପାଇଁ ସହାୟକ ହୁଏ ।
- ମା’ ଓ ଶିଶୁଙ୍କ ପାଇଁ ବିପଦଆଣିବା ପୂର୍ବରୁ ଏହା ବିପଦାବସ୍ଥା ଜାଣିବାରେ ସାହାଯ୍ୟ କରେ ଏବଂ ଚିକିତ୍ସା କରିବାରେ ସହାୟକ ହୁଏ ।
- କେତେଦିନ ବ୍ୟବଧାନରେ ଏହି ସ୍ୱାସ୍ଥ୍ୟ ପରୀକ୍ଷା ହେବା ଦରକାର ?
- ଜଣେ ଗର୍ଭବତୀ ମହିଳା ଗର୍ଭାବସ୍ଥାରେ ଅତି କମ୍ ରେ ତିନିଥର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଦରକାର ଓ ଯଦି କିଛି ଅସୁବିଧା ଥାଏ ତେବେ ଅଧିକା ଥର ସ୍ୱାସ୍ଥ୍ୟ ପରୀକ୍ଷା ଆବଶ୍ୟକ ହୋଇଥାଏ ।
- ଗର୍ଭାବସ୍ଥାର ତିନିମାସ ପୂର୍ବରୁ ପ୍ରଥମ ସ୍ୱାସ୍ଥ୍ୟ ପରୀକ୍ଷା ହେବା ଦରକାର ।
- ଯଥା ସମ୍ଭବ ଦ୍ଵିତୀୟ ଥର ସ୍ୱାସ୍ଥ୍ୟ ପରୀକ୍ଷା ଗର୍ଭାବସ୍ଥାର ସାତମାସରେ କରାଇନେବା ଉଚିତ୍ ନଅମାସରେ ତୃତୀୟଥର ସ୍ୱାସ୍ଥ୍ୟପରୀକ୍ଷା ଅତ୍ୟନ୍ତ ଆବଶ୍ୟକ ଅଟେ ।
ପରୀକ୍ଷା
- ଗର୍ଭାବସ୍ଥା ସମୟରେ ମା’ର ପେଟର ପରୀକ୍ଷା ପେଟର ପରୀକ୍ଷା ଜରୁରୀ ।
- ଗର୍ଭବତୀ ମହିଳାଙ୍କର ପେଟର ପରୀକ୍ଷା ନିହାତି ଆବଶ୍ୟକ କାରଣ :
- ଶିଶୁର ଆକାର ମାପିବାରେ ସାହାଯ୍ୟ ହୁଏ । ଶିଶୁଟି ସାଧାରଣ ଭାବରେ ମା’ ପେଟରେ ବଢୁଛି କି ନାହିଁ ଜାଣିହୁଏ ।
- ଶିଶୁର ହୃଦଷ୍ପନ୍ଦନ ଜାଣିହୁଏ ।
- ରକ୍ତଚାପ ମାପିବା
- ପ୍ରତ୍ୟେକ ସ୍ୱାସ୍ଥ୍ୟ ପରୀକ୍ଷାବେଳେ ରକ୍ତଚାପ ମାପିବା ନିହାତି ଜରୁରୀ ଅଟେ । ଉଚ୍ଚ ରକ୍ତଚାପ ମା ଏବଂ ଶିଶୁ ପାଇଁ କ୍ଷତିକାରକ ହୋଇପାରେ । ଯଦି ରକ୍ତଚାପ ୧୩୦/୯୦ ରୁ ଉର୍ଦ୍ଧରେ ରୁହେ, ଡାକ୍ତରଙ୍କୁ ସାକ୍ଷାତ କରିବା ଜରୁରୀ ଅଟେ ।
- ଓଜନ ନିରୀକ୍ଷଣ
ପ୍ରତ୍ୟେକ ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ଗର୍ଭବତୀଙ୍କର ଓଜନ ମାପିବା ଜରୁରୀ ଅଟେ କାରଣ :
- ଗର୍ଭାବସ୍ଥା ସମୟରେ ଜଣେ ଗର୍ଭବତୀ ୧୦ ରୁ ୧୨ କିଲୋଗ୍ରାମ୍ ଓଜନରେ ବଢିବା ଆବଶ୍ୟକ । ଶେଷ ୬ମାସରେ ମାସକୁ ୧ କିଲୋଗ୍ରାମ୍ ହିସାବରେ ଓଜନବୃଦ୍ଧି ହେବା ଆବଶ୍ୟକ ।
- ଯଦି ଓଜନ କମ୍ ବୃଦ୍ଧିହୁଏ ତେବେ ଶିଶୁଟି ଛୋଟ ହୋଇପାରେ, ଯଦି ଶିଶୁର ଓଜନ ୨କିଲୋ ୫୦୦ ଗ୍ରାମରୁ କମ୍ ହୁଏ ତେବେ ସେହି ଶିଶୁ ରୋଗଗ୍ରସ୍ଥ ଓ ମୃତ୍ୟୁ ମୂଖରେ ପଡିବା ସମ୍ଭାବନା ଅଧିକା ।
- ଓଜନ ବୃଦ୍ଧି ଯଥେଷ୍ଟ ହୋଇନଥିଲେ ଅଧିକଥର ଏବଂ ଅଧିକ ପରିମାଣର ଖାଦ୍ୟ ଖାଇବ ।
ଧନୁଷ୍ଟଙ୍କାର ଟୀକା (ଟିଟାନସ୍ ଟକ୍ସାଏଡ଼)
- ଟିଟାନସ୍ ଇନ୍ଜେକସନ୍ ଗର୍ଭାବସ୍ଥାରେ ଧନୁଷ୍ଟଙ୍କାର ରୋଗରୁ ଉଭୟ ମା’ ଓ ଶିଶୁକୁ ରକ୍ଷାକରିଥାଏ । ଏହି ଟୀକାକରଣ ଦ୍ଵାରା ମା’ ଶରୀରର ଆଣ୍ଟିବଡି (ରୋଗପ୍ରତିରୋଧକ) ତିଆରି ହୋଇ ମା’ ଦେହରୁ ଶିଶୁ ଦେହକୁ ଯାଇଥାଏ ଫଳରେ କେତେକ ମାସ ପର୍ଯ୍ୟନ୍ତ ଶିଶୁକୁ ଏହି ରୋଗ ହେବାର ଭୟ ନ ଥାଏ । ସମୟପୂର୍ବରୁ ଶିଶୁଜନ୍ମକୁ ଏହା ପ୍ରତିରୋଧ କରିଥାଏ । ପ୍ରଥମଥର ଗର୍ଭାବସ୍ଥାରେ ଅତି କମ୍ ରେ ୨ଟି ମାତ୍ର ଟି.ଟି ଟୀକା ନେବା ପାଇଁ ପରାମର୍ଶ ଦିଆଯାଏ ।
- ପ୍ରଥମ ତିନିମାସରେ ଗର୍ଭପରୀକ୍ଷାରେ ଗର୍ଭ ଅଛି ଜାଣିବା ମାତ୍ରେ ଟି.ଟି ଦେବା ଆବଶ୍ୟକ ଏବଂ ଏହା ପ୍ରଥମଥର ସ୍ୱାସ୍ଥ୍ୟ ପାଇଁ ହେବ ।
- ପ୍ରଥମ ମାତ୍ରା ଟୀକା (ଟି.ଟି) ନେବାର ଚାରିରୁ ଆଠ ମାସ ପରେ ଦ୍ଵିତୀୟ ମାତ୍ରା ଟୀକା (ଟି.ଟି) ନେବା ଆବଶ୍ୟକ । ବିଶେଷଜ୍ଞ ମତ ଅନୁଶାରେ ଦ୍ଵିତୀୟମାତ୍ରା (ଟି.ଟି) ପ୍ରସବ ତାରିଖର ଚାରି ସପ୍ତାହର ପୂର୍ବରୁ ଦେବା ଆବଶ୍ୟକ ।
ଯଦି କୌଣସି ମହିଳାଙ୍କର ଦ୍ଵିତୀୟ ଗର୍ଭାବସ୍ଥା ଥାଏ ଓ ପୂର୍ବ ଶିଶୁ ଜନ୍ମର ଦୁଇ ବର୍ଷ ପୂର୍ବରୁ ଏହି ଗର୍ଭଧାରଣ ହୋଇଥାଏ ଏବଂ ସେ ପୂର୍ବରୁ ଦୁଇଟି ଟି.ଟି ନେଇସାରିଥାନ୍ତି ତେବେ କେବଳ ବୁଷ୍ଟରେ ଡ଼ୋଜ୍ (ମାତ୍ରା) ଦେବା ଆବଶ୍ୟକ ।
ଆଇରନ ଫୋଲିକ୍ ଯୋଗାଣ
- ଆଇରନ ଫୋଲିକ ଏସିଡ ବଟିକାର ଉପକାର -
- ଗୋଟିଏ ଗର୍ଭବତୀ ମହିଳା ତିନିମାସ ପର୍ଯ୍ୟନ୍ତ ପ୍ରତିଦିନ ଗୋଟିଏ ଲେଖାଏଁ ଆଇରନ ଫୋଲିକ୍ ଏସିଡ୍ ବଟିକା ଖାଇବା ଦରକାର । ଯଦି ତାର ହିମୋଗ୍ଲୋବିନ ୧୦gm- ୧୨gm/dcl ହୋଇଥାଏ ତେବେ ସେ ୧୦୦ଟି ବଟିକା ଓ ଯଦି ତାର ହିମୋଗ୍ଲୋବିନ୍ ୭gm-gm/dcl ହୋଇଥାଏ ତେବେ ୨୦୦ଟି ବଟିକା ଖାଇବ ।
- IFA ପରିପୂରକ ରକ୍ତହୀନତା ରୋଗରୁ ରକ୍ଷା କରିଥାଏ ଯାହାକି ଗର୍ଭାବସ୍ଥା ସମୟରେ ସାଧାରଣତଃ ଗମ୍ଭୀର ସମସ୍ୟା ଉତ୍ପନ୍ନ କରିଥାଏ । ମା' ମାନଙ୍କର IFA ବଟିକା ସବନ ପ୍ରବୃତି ବଢାଇବା ପାଇଁ ରକ୍ତହୀନତା ଏବଂ ଏହାର ଫଳାଫଳ ବିଷୟରେ ଶିକ୍ଷା ଓ ପରାମର୍ଶ ଦେବା ଉଚିତ୍ । ସବୁଜ ପନିପରିବା ମାଂସ, ମାଛ, ଅଣ୍ଡା ଏବଂ ଲୌହସାର ପ୍ରଚୁର ପରିମାଣରେ ଥିବା ହେତୁ ଏହାକୁ ଅଧିକ ପରିମାଣରେ ଖାଇବା ଉଚିତ୍ ।
- ମହିଳାମାନେ IFA ବଟିକା ଖାଇବାପାଇଁ ବିମୂଖ ହୋଇଥାନ୍ତି । ସେମାନଙ୍କୁ କିପରି ବୁଝାଇବା
- IFA ସେବନର ଉପକାରିତା ବିଷୟରେ ଗର୍ଭବତୀ ମହିଳାଙ୍କୁ ପରାମର୍ଶ ଦେବା ।
- ଶରୀରରେ ରକ୍ତର ଉଚିତ୍ ପରିମାଣର ସ୍ତିତାବସ୍ଥା ବଜାଇ ରଖିବା ପାଇଁ IFA ନିତ୍ୟାନ୍ତ ଆବଶ୍ୟକ ଯାହା କି ଗର୍ଭର ଉପଯୁକ୍ତ ବୃଦ୍ଧିରେ ସାହାଯ୍ୟ କରିବା ସହିତ ମା' କୁ ଗର୍ଭାବସ୍ଥା ଏବଂ ପ୍ରସବ ପରିବର୍ତ୍ତୀ ଅବସ୍ଥାରେ ଆବଶ୍ୟକୀୟ ଶକ୍ତି ଯୋଗାଇଥାଏ ।
- IFA ଖାଇବାଦ୍ଵାରା ଶିଶୁଜନ୍ମ ସମୟରେ ହେଉଥିବା ରକ୍ତକ୍ଷରଣର ଅଭାବରୁ ପୂରଣ କରିଥାଏ ।
- ଏହି ବଟିକା ଖାଇବାଦ୍ଵାରା କଳାଝାଡା ହେବାର ସମ୍ଭାବନା ଥାଏ ଯାହାକି ଏକ ସାଧାରଣ ଘଟଣା ।
ରକ୍ତହୀନତା
ଯଦି ଜଣେ ମହିଳା ରକ୍ତହୀନତାର ଶିକାର ହୁଅନ୍ତି କ'ଣ ହୁଏ ?
- ଗର୍ଭାବସ୍ଥାରେ ରକ୍ତହୀନତା ହେଲେ ମୃତଶିଶୁଜନ୍ମ, କମ୍ ଓଜନ ଶିଶୁ ଜନ୍ମ କିମ୍ବା ସମୟପୂର୍ବରୁ ଶିଶୁଜନ୍ମ ହେବାର ସମ୍ଭାବନା ଥାଏ ।
- ଅତ୍ୟଧିକ ରକ୍ତହୀନତା ଗର୍ଭବତୀ ମହିଳାକୁ ପ୍ରସବ ସମୟରେ ମୃତ୍ୟୁ ମୁଖରେ ପକାଇବାର ସମ୍ଭାବନା ଅଧିକ ଥାଏ ।
ରକ୍ତହୀନତାର ଲକ୍ଷଣ
- କ୍ଲାନ୍ତି ଅନୁଭବ କରିବା
- ପାଦଫୁଲିବା
- ଦୈନଦିନ ବା ଅଳ୍ପ ପରିଶ୍ରମ ଯୋଗୁଁ ଧଇଁସଇଁ ଲାଗିବା ।
- ଛାତି ଧଡ ଧଡ ହେବା
- ଭୋକ ନହେବା ।
- ମୁଣ୍ଡବୁଲାଇବା ମୁଣ୍ଡବ୍ୟଥା ହେବା
- ଆଖି ଓ ନଖ ଶେଥା ଦେଖାଯିବା ।
ଗୁରୁତ୍ଵପୂର୍ଣ୍ଣ ସୂଚନା
IFA ବଟିକା/ ଖାଦ୍ୟ ଖାଇବାର ଏକଘଣ୍ଟା ପୂର୍ବରୁ ଓ ଏକଘଣ୍ଟା ପରେ ଚା ଓ କଫି ଖାଇବା ଉଚିତ୍ ନୁହେଁ । କାରଣ ଏହା ଲୌହସାର ଅବଶୋଷଣକୁ ପ୍ରତିରୋଧ କରିଥାଏ ।
ଆଧାର - Women and Child Development Department
"ମହିଳା ଓ ଶିଶୁ ବିକାଶ ବିଭାଗ ଓଡିଶା ସରକାର"
Last Modified : 1/26/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.