ଅଙ୍ଗନୱାଡି କର୍ମୀଙ୍କ ଗୃହପରିଦର୍ଶନ

ନବଜାତମାନଙ୍କର ଯତ୍ନନେବାପାଇଁ ଅଙ୍ଗନୱାଡି କର୍ମୀଙ୍କ ଗୃହପରିଦର୍ଶନ କରିବା ଜରୁରୀ -

ଶିଶୁ ଜନ୍ମ ପରେ ଗୃହପରିଦର୍ଶନ ଏକ କୌଣସି, ଯାହାକି ଶିଶୁ ମାନଙ୍କ ପାଇଁ ଫଳପ୍ରଦ ଯତ୍ନ ପ୍ରଦାନ ଏବଂ ନବଜାତ ବଞ୍ଚି ରହିବା ହାରକୁ ବୃଦ୍ଧି କରିଥାଏ ।

ଏହି କୌଣସି ପ୍ରୟୋଗ କରି ଦେଖା ଯାଇଛି ଯେ ଅଧିକ ଶିଶୁ ମୃତ୍ୟୁ ହାର ଥିବା ସ୍ଥାନରେ ଶିଶୁ ମୃତ୍ୟୁ ହାର ଥିବା ସ୍ଥାନରେ ଶିଶୁ ମୃତ୍ୟୁହାର କମାଇ ଦିଆ ଯାଇ ପାରିଛି ଏବଂ ନବଜାତ ଶିଶୁ ମାନଙ୍କର ଉପଯୁକ୍ତ ଯତ୍ନରେ ଅଭିବୃଦ୍ଧି ଘଟୁଛି ।

ଗୃହ ପରିଦର୍ଶନର ସମୟ

ଘରେ ଜନ୍ମ ହୋଇଥିଲେ ଜନ୍ମ ପରେ ପ୍ରସବ ପରବର୍ତ୍ତୀ ଯତ୍ନ ପାଇଁ ଯେତେ ଶୀଘ୍ର ସମ୍ଭବ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ପାଇଁ ସୁପାରିଶ କରାଯିବ । ଯେଉଁଠାରେ ଶିଶୁମୃତ୍ୟୁହାର ବେଶୀ ଏବଂ ସ୍ୱାସ୍ଥ୍ୟସେବା ପାଇବାର ସୁବିଧା ନାହିଁ ସେ ପରିସ୍ଥିତିରେ ସେହିଘର ମାନଙ୍କୁ ଅତି କମ୍ ରେ ୨ଥର ସମସ୍ତ ଜନ୍ମିତ ଶିଶୁମାନଙ୍କର ଗୃହ ପରିଦର୍ଶନ ଶିଶୁ ଜନ୍ମ ହେବା ୨୪ଘଣ୍ଟା ମଧ୍ୟରେ ହେବା ଉଚିତ ଏବଂ ଦ୍ଵିତୀୟ ପରିଦର୍ଶନ ଜନ୍ମହେବାର ତୃତୀୟ ଦିନରେ କରିବା ଉଚିତ୍ । ଯଦି ସମ୍ଭବ ହୁଏ ତୃତୀୟ ପରିଦର୍ଶନ ଜନ୍ମହେବାର ପ୍ରଥମ ସପ୍ତାହ ପୂର୍ବରୁ କରିବା ଉଚିତ୍ ।

ଯେଉଁ ଶିଶୁମାନେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ୍ମ ହୋଇଛନ୍ତି, ଯେତେବେଳେ ମା’ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଘରକୁ ଫେରି ଆସିବା ପରେ ଯେତେଶୀଘ୍ର ସମ୍ଭବ ପ୍ରଥମ ଗୃହ ପରିଦର୍ଶନ କରିବା ଉଚିତ୍ । ଅନ୍ୟଗୃହପରିଦର୍ଶନ ଗୁଡିକୁ ପୂର୍ବ ସାରଣୀ ଅନୁଯାୟୀ କରାଯିବ ।

ପରିଦର୍ଶନର ସମୟରେ କାର୍ଯ୍ୟ

ପ୍ରତ୍ୟେକ ନବଜାତ ମାନଙ୍କ ପାଇଁ ମୁଖ୍ୟ ଯତ୍ନ ଭିତରେ କେବଳ ମା’ କ୍ଷୀର ଖୁଆଇବା ପାଇଁ ପରାମର୍ଶ ଦେବା ଏବଂ ସାହାଯ୍ୟ କରିବା ଉଚିତ୍, ଶିଶୁକୁ ଉଷୁମ ରଖିବା, ହାତ ଧୋଇବା ଏବଂ ନାଭିନାଡକୁ ଏବଂ ଚର୍ମକୁ ପରିଷ୍କାର ପରିଚ୍ଛନ୍ନ ରଖିବା । ସ୍ଵାସ୍ଥ୍ୟର ଯତ୍ନ ପାଇଁ ଯଦି ଅଧିକ କିଛି ପ୍ରୟୋଜନ ବା ଆବଶ୍ୟକ ଥାଏ ତାକୁ ଚିହ୍ନଟିକରଣ କରିବା, ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରକୁ କେତେବେଳେ ଶିଶୁକୁ ନେବା ଆବଶ୍ୟକ ସେ ବିଷୟରେ ମା’ ମାନଙ୍କୁ ପରାମର୍ଶ ତେବେ । ନବଜାତ ଏବଂ ମା’ ମାନଙ୍କଠାରେ ଯଦି କିଛି ଗୃରୁତ୍ଵର ସଂକ୍ରମଣର ଲକ୍ଷଣ ଅଛି କି ନାହିଁ ତାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷାକରି ଦେଖିବେ । ଗୃହପରିଦର୍ଶନ ସମୟରେ ତୁରନ୍ତ ବା ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପାଖକୁ ପାଠାଇବେ ବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବେ । ଯଦି ଦରକାର ପଡେ ଦୁଇଜଣକୁ ଅଧିକ ଲୋକ ଗୁରୁତ୍ଵର ସ୍ୱାସ୍ଥ୍ୟର ଯତ୍ନ ନେବାପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇପାରିବେ ।

ପ୍ରଥମ ସପ୍ତାହରେ ଜନ୍ମହୋଇଥିବା ନବଜାତର ଯତ୍ନ

ଜନ୍ମ ୧ଘଣ୍ଟା ମଧ୍ୟରେ କେବଳ ମା’ କ୍ଷୀର ଦେବାପାଇଁ ନିଶ୍ଚିତ କରାଇବା ଏବଂ ସାହାଯ୍ୟ କରିବା ।

ନବଜାତ ମାନଙ୍କୁ ଉଷୁମ ରଖିବା ପାଇଁ ମା’ର ଦେହକୁ ଲଗାଇ ରଖିବା।

ଶିଶୁ ଭଲଭାବରେ ଖାଦ୍ୟ ଖାଇ ନ ପାରିଲେ ଚଳଚଞ୍ଚଳ ନଥିଲେ । ନିଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ହେଉଥିଲେ ଜ୍ଵର, ସନ୍ନିପାତ ଏବଂ ବାତ ମାରୁଥିବା ପ୍ରଭୃତି ବିପଦଲକ୍ଷଣ କୁ ନିର୍ଦ୍ଧାରଣ କରିବା । ସାଙ୍ଗେ ସାଙ୍ଗେ ଏହାକୁ ଚିହ୍ନଟ କରି ପରିବାରର ଲୋକଙ୍କୁ ଏହାର ଯତ୍ନନେବା ବିଷୟରେ ବୁଝାନ୍ତୁ ଏବଂ ପରାମର୍ଶ ଦିଅନ୍ତୁ ।

ଜାତୀୟ କାର୍ଯ୍ୟସୂଚୀ ଅନୁସାରେ ଟୀକାକରଣ କରିବା ଏବଂ ଜନ୍ମର ପଞ୍ଜୀକରଣ କରିବା ପାଇଁ ଉତ୍ସାହିତ କରିବା ।

ଯେଉଁ ନବଜାତ ଶିଶୁ ଅଧିକ ଯତ୍ନଦରକାର କରନ୍ତି, ସେମାନଙ୍କୁ ଚିହ୍ନଟ କରିବା ଯଥା – ( କମ୍ ଓଜନ ଶିଶୁ, ଅସୁସ୍ଥ ଶିଶୁ,HIV - ସଂକ୍ରମିତ ମା’) ଯଦି ସମ୍ଭବ ହୁଏ ସଂକ୍ରମଣ ଏବଂ ଖାଦ୍ୟଜନିତ ସମସ୍ୟାପାଇଁ ଘରୋଇ ଉପଚାର କରନ୍ତୁ ।

ଗୃହପରିଦର୍ଶନ ସମୟରେ ପ୍ରସୂତୀର ଯତ୍ନ

ମା’ ର ସ୍ୱାସ୍ଥ୍ୟ ସମ୍ବନ୍ଧରେ ପଚାରନ୍ତୁ ।

ଅତିଶୟ ରକ୍ତକ୍ଷୟ, ମୁଣ୍ଡ ବ୍ୟଥା, ବାତମାରିବା, ଜ୍ଵରହେବା, ଦୁର୍ବଳ ଲାଗିବା ଶ୍ଵାସ ପ୍ରଶ୍ଵାସରେ କଷ୍ଟହେବା, ଦୁର୍ଗନ୍ଧଯୁକ୍ତ ଶ୍ରାବ, ପରିସ୍ରା ସମୟରେ କଷ୍ଟ ଅନୁଭବ କରିବା ଇତ୍ୟାଦି ବିଷୟରେ ପଚାରନ୍ତୁ । ଯଦି ଏହି ସବୁ ଲକ୍ଷଣ ଭିତରୁ ଗୋଟିଏ ବି ଦେଖାଯାଏ ତେବେ ସ୍ୱାସ୍ଥ୍ୟ ସୁବିଧା ପାଇଁ ଓ ଯତ୍ନ ତାଙ୍କୁ ପରାମର୍ଶ ଦେଇ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବା ।

ମା’ ଓ ନବଜାତ ଶିଶୁର ବିପଦଲକ୍ଷଣ ବିଷୟରେ ପରାମର୍ଶ ଦିଅନ୍ତୁ ଏବଂ ଯଥାଶୀଘ୍ର ଯତ୍ନ ନେବା ପାଇଁ ଆବଶ୍ୟକ ସ୍ଥଳେ ପଦକ୍ଷେପ ନିଅନ୍ତୁ ।

ଶିଶୁ ଜନ୍ମ ମଧ୍ୟରେ ବ୍ୟବଧାନ ରକ୍ଷା କରିବା ଏବଂ ପୁଷ୍ଟି ସମ୍ବନ୍ଧୀୟ ପରାମର୍ଶ ଦିଅନ୍ତୁ ।

ଆଧାର -Women and Child Development Department