ଉପକ୍ରମ ୨୮ ଦିନରୁ କମ୍ ବୟସର ଶିଶୁ ହିଁ ନବଜାତ ଶିଶୁ । ଶିଶୁର ଯତ୍ନ ଏକ ନବଜାତ ଶିଶୁର ସ୍ଵତନ୍ତ୍ର ଯତ୍ନ ଜରୁରୀ କାରଣ- ନୂଆ ପରିବେଶ ସହିତ ଖାପ ଖୁଆଇବା ପାଇଁ । ଶିଶୁର ହୃତସ୍ପନ୍ଦନ ଓ ନିଶ୍ଵାସ ପ୍ରଶ୍ଵାସକୁ ସହଜ କରାଇବା ପାଇଁ । ଶରୀର ଉଷ୍ମତା ବଜାୟ ରଖିବାପାଇଁ । ରୋଗ ସଂକ୍ରମଣରୁ ରକ୍ଷାକରିବା ପାଇଁ । ସ୍ତନ୍ୟପାନକୁ ସ୍ଥାୟିତ୍ଵ କରିବା ପାଇଁ । ଜନ୍ମଗତ ଜଟୀଳତାକୁ ଶୀଘ୍ର ଚିହ୍ନଟ କରି ଚିକିତ୍ସା କରିବାରେ ସାହାଯ୍ୟ କରିବା ପାଇଁ । ଶିଶୁ ଜନ୍ମରୁ ୨୮ଦିନ ମଧ୍ୟରେ ଶିଶୁ ମୃତ୍ୟୁର ଅଧିକା ସମ୍ଭାବନା ଥାଏ । ଶିଶୁଜନ୍ମ ହେବା ପରେ ପରେ ନବଜାତ ଶିଶୁର ଯତ୍ନ ନେବା ଆବଶ୍ୟକ ଯଥାଶୀଘ୍ର ପରିଷ୍କାର କରି ଶିଶୁକୁ ଶୁଖିଲା ରଖିବା । ମା’ ର ଦେହ ସହିତ ନବଜାତ ଶିଶୁକୁ (ଚର୍ମ ସହିତ ଚର୍ମ) ଲଗାଇ ରଖିବା । ଜନ୍ମର ୧ମିନିଟ୍ ମଧ୍ୟରେ ତାର ନାଭିନାଡ଼ ବାନ୍ଧି କାଟିବା । ଯଥା ସମ୍ଭବ ୧ ଘଣ୍ଟା ମଧ୍ୟରେ ସ୍ତନ୍ୟପାନକୁ ସୁନିଶ୍ଚିତ କରିବା । କେବଳ ସ୍ତନ୍ୟପାନ କରାଇବା । ଶିଶୁଜନ୍ମରୁ ୧ଘଣ୍ଟା ମଧ୍ୟରେ ନବଜାତ ଶିଶୁର ଯତ୍ନ ନେବା ଆବଶ୍ୟକ - ନବଜାର ଆଖିର ଯତ୍ନନେବା ଆବଶ୍ୟକ । ଶିଶୁକୁ ନିର୍ଦ୍ଧାରିତ ପ୍ରତିଷେଧକ ଜନ୍ମ ପୋଲିଓ, ହେପାଟାଇଟିସବି ଏବଂ ଭିଟାମିନ୍ K ର ମାତ୍ରା ଦେବାପାଇଁ ବ୍ୟବସ୍ଥା କରିବା । ଶିଶୁର ଜନ୍ମ ଓଜନ, ମା’ ଗର୍ଭରେ ରହିଥିବା ସମୟ ଅବଧି, ଜନ୍ମଗତ ଅସୁବିଧା ଓ ଅସୁସ୍ଥତାର ଲକ୍ଷଣ ସବୁକୁ ଆକଳନ କରାଯିବା ଆବଶ୍ୟକ । ନିଶ୍ଵାସ ପ୍ରଶ୍ଵାସ ଯଦି ନବଜାତ ଶିଶୁଟି ନିଜେ ନିଶ୍ଵାସ ପ୍ରଶ୍ଵାସ ନେଇ ନପାରେ କଣ କରାଯିବ ? ଜଣେ ପ୍ରଶିକ୍ଷିତ ବ୍ୟକ୍ତିଙ୍କ ଦ୍ଵାରା ନବଜାତ ଶିଶୁକୁ କକ୍ଷରେ ଥିବା ସାଧାରଣ ବାୟୁକୁ ସକରାତ୍ମକ ଚାପରେ self-inflating boys mask ଥଳି ଦ୍ଵାରା ବାୟୁ ଗ୍ରହଣ କରିବାର ବ୍ୟବସ୍ଥା କରିବା । ଓଜନ ଯଦି ନବଜାତ ଶିଶୁ କମ୍ ଓଜନ ହୋଇଥାଏ (୨.୫୦୦kg ରୁ କମ୍ ) ତେବେ କି ପଦକ୍ଷେପ ନିଆଯିବ - ଶିଶୁକୁ ମା’ ର ସହିତ ସଂଲଗ୍ନ କରାଇ ରଖିବା ଏବଂ ସ୍ତନ୍ୟପାନ ବାରମ୍ବାର କରାଇବା । ଶରୀର ଉଷ୍ଣତା ନ କମିବା ପାଇଁ ଶିଶୁକୁ ମୁଣ୍ଡ ଓ ଦେହକୁ ଘୋଡାଇ ରଖାଯିବ । ଅତିକମ୍ ରେ ଶିଶୁର ପ୍ରଥମ ମାସ ପୂରିବା ପର୍ଯ୍ୟନ୍ତ ଶିଶୁକୁ ସଂକ୍ରମିତ ଲୋକମାନଙ୍କ ଠାରୁ ଦୂରରେ ରଖିବା ଉଚିତ୍। ବିପଦସଂକେତ ଏବଂ ପଦକ୍ଷେପ ନବଜାତ ଶିଶୁର ବିପଦସଂକେତ ନିମ୍ନୋକ୍ତ ଗୁଡିକ ହେଲା ଶିଶୁ କାନ୍ଦିବ ନାଇଁ/ ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରିବ । ଶିଶୁଟି ଥଣ୍ଡା ହୋଇଯିବା କିମ୍ବା ଛୁଇଁଲେ ଗରମ ଲାଗିବ । ଶିଶୁ କ୍ଷୀର ଟାଣିପାରିବନି କିମ୍ବା କ୍ଷୀର ଖାଇବାକୁ ଚାହିଁବନି । ଶିଶୁର ପାପୁଲି ଏବଂ ପାଦର ତଳ ଅଂଶ ହଳଦିଆ ଦିଶିବ । ଶିଶୁଟି ୨୪ଘଣ୍ଟା ଭିତରେ ଝାଡା ଫେରିନଥିବ କିମ୍ବା ୪୮ଘଣ୍ଟା ଭିତରେ ପରିଶ୍ରା କରିନଥିବ । ଯଦି ନବଜାତ ଶିଶୁଠାରୁ ଗୋଟିଏ କିମ୍ବା ଅଧିକ ବିପଦସଂକେତ ଦେଖାଦିଏ କି ପଦକ୍ଷେପ ନେବା ଉଚିତ୍ - ନବଜାତ ଶିଶୁର ଉତ୍ତମ ପରିଚାଳନା ପାଇଁ ସେ ସ୍ୱାସ୍ଥ୍ୟ କର୍ମକର୍ତ୍ତାଙ୍କ ସହିତ ଯୋଗାଯୋଗ କରିବେ । ସ୍ତନ୍ୟପାନ କଷ କ୍ଷୀର ପାନ କହିଲେ କ’ଣ ବୁଝୁଛ ? ଶିଶୁ ଯତ୍ନପରେ ୨/୩ଦିନ ଧରି ମା’ର ସ୍ତନରୁ ଯେଉଁ ଇଷତ୍ ହଳଦିଆ ରଙ୍ଗର ବହଳିଆ କ୍ଷୀର ବାହାରେ ତାକୁ କଷକ୍ଷୀର କୁହାଯାଏ । ଏହା ନବଜାତ ଶିଶୁ ପାଇଁ ସଠିକ୍ ଖାଦ୍ୟ ଅଟେ କାରଣ ଏଥିରେ ପୁଷ୍ଟିସାର, ଭିଟାମିନ୍-କ ଏବଂ ଅନ୍ୟାନ୍ୟ ପୁଷ୍ଟି ପ୍ରଚୁର ପରିମାଣରେ ଥାଏ । ଏଥିରେ ରୋଗ ପ୍ରତିରୋଧକ ଶକ୍ତି ଥାଏ, ଯାହାକି ଶିଶୁକୁ ସଂକ୍ରମଣରୁ ରକ୍ଷା କରେ ଏବଂ ଏହା ଶିଶୁର ପ୍ରଥମ ପ୍ରତିଷେଧକ ଟୀକା । ଯଥାଶୀଘ୍ର ଶିଶୁକୁ ସ୍ତନ୍ୟପାନ କରାଇବା ଗୁରୁତ୍ଵପୂର୍ଣ୍ଣ - ଶିଶୁକୁ ଯଥାଶୀଘ୍ର ସ୍ତନ୍ୟପାନ କରାଇବା ଦ୍ଵାରା ଶିଶୁ କଷ କ୍ଷୀର ବା (କୋଲଷ୍ଟମ) ପାଇଥାଏ । ଯାହା କି ତାର ଭୋକ ଓ ଶୋଷର ଚାହିଦା ପୂରଣ କରିଥାଏ । ଜନ୍ମିତ ଶିଶୁ ପ୍ରଥମ ୩୦ମିନିଟ୍ ରୁ ୬୦ ମିନିଟ୍ ମଧ୍ୟରେ ଅତି ସକ୍ରିୟ ଥାଏ ଏବଂ ସ୍ତନ୍ୟପାନ ପ୍ରକ୍ରିୟା ମଧ୍ୟ ଜନ୍ମ ସମୟରେ ବହୁତ ସକ୍ରିୟ ଥାଏ, ଏହା କ୍ଷୀର କ୍ଷରଣକୁ ବୃଦ୍ଧି କରାଇଥାଏ । କେବଳ ସ୍ତନ୍ୟପାନ କହିଲେ କଣ ବୁଝାଯାଏ । କେବଳ ସ୍ତନ୍ୟପାନ କହିଲେ ପ୍ରଥମ ୬ମାସ ପର୍ଯ୍ୟନ୍ତ ଶିଶୁ ସ୍ତନ୍ୟପାନ କରାଇବ ଏବଂ ଅନ୍ୟ କୌଣସି ଖାଦ୍ୟ ନ ଦେବା । ଆଧାର -Women and Child Development Department