অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପରାମର୍ଶ କୌଶଳ

ହିତାଧିକାରୀଙ୍କୁ  ପରାମର୍ଶ

  1. ଅଙ୍ଗନୱାଡି କର୍ମୀ  ହିତାଧିକାରୀ ମାନଙ୍କୁ  ପରାମର୍ଶ -
  2. ଅଙ୍ଗନୱାଡି କର୍ମୀ ପ୍ରତ୍ୟେକଦିନ ମହିଳା ଓ ଶିଶୁମାନଙ୍କ ସହିତ ବ୍ୟକ୍ତିଗତ ଭାବରେ ଯୋଗାଯୋଗ ସ୍ଥାପନ କରିଥାଏ। ତାଙ୍କ ପାଖରେ ମଧ୍ୟ ବହୁତ  ଗୁଡିଏ ସୁଯୋଗ ଅଛି  ଯାହାକୁ ବ୍ୟବହାର କରି ସେ ଲୋକମାନଙ୍କୁ ବିଷୟଭିତ୍ତିକ ଜ୍ଞାନ ଦେଇ ପାରିବେ ଏବଂ ପ୍ରଶିକ୍ଷିତ କରାଇପାରିବ ।

    ଗ୍ରାମ୍ୟ ସ୍ୱାସ୍ଥ୍ୟ ପୁଷ୍ଟିଦିବସ, ପୁଷ୍ଟିକରଦିବସ, ଗୃହ ପରିଦର୍ଶନ, ନିର୍ଦ୍ଧାରିତ ପ୍ରତି ଶେଧକ ଦିବସ ଗୁଡିକରେ ପରାମର୍ଶ ଦେଇ ପାରିବେ । ଅଙ୍ଗନୱାଡି କର୍ମୀ ନିୟମିତ ଭାବରେ ପରାମର୍ଶ ଦେବେ ଏବଂ ଏହିପରି ମିଳୁଥିବା ସୁଯୋଗ ଗୁଡିକର ଉପଯୋଗ କରିବା ଉଚିତ ।

  3. ପରାମର୍ଶ ଉଦ୍ଦେଶ୍ୟ -
  4. ନିମ୍ନରେ ବିଭିନ୍ନ ଉଦ୍ଦେଶ୍ୟ ପାଇଁ ପରାମର୍ଶ ଦିଆ ଯାଇଛି :

    • ଶିଶୁମାନଙ୍କର ସ୍ୱାସ୍ଥ୍ୟ, ପୁଷ୍ଟିସାଧନ ଏବଂ ବିକାଶ ସମ୍ପର୍କରେ ଜ୍ଞାନ ଦେବା ।
    • ଅଙ୍ଗନୱାଡୀ କେନ୍ଦ୍ରରେ ମିଳୁଥିବା ସେବା ଗୁଡିକୁ ଗୋଷ୍ଠୀର ସଦସ୍ୟମାନଙ୍କୁ ଅବଗତ କରାଇବ ।
    • ଗୋଷ୍ଠୀର ସଦସ୍ୟମାନଙ୍କୁ ଯଥା ସମ୍ଭବ ବ୍ୟବହାରିକ ପରିବର୍ତ୍ତନ ବିଷୟରେ ଅବଗତ କରାଇବ ।
  5. ପରାମର୍ଶକୁ ଫଳପ୍ରଦ କରିବା ପାଇଁ କେଉଁ ସବୁ ଅଙ୍ଗନୱାଡୀ କର୍ମୀଙ୍କର ଦକ୍ଷତା ରହିବା ଉଚିତ୍ -
    • ଜଣେ ଅଙ୍ଗନୱାଡୀ କିମ୍ବା କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ମା ଓ ଗୋଷ୍ଠୀର ସଦସ୍ୟଙ୍କୁ ପରାମର୍ଶ ଦେଲାବେଳେ ନିମ୍ନଲିଖିତ ପାଞ୍ଚୋଟି ଅତି ଆବଶ୍ୟକ ବିଷୟ ମନେରଖିବା ଦରକାର, ସେଗୁଡିକ ସର୍ବଦା –
      • ପଚାରିବା
      • ଶୁଣିବା
      • ପ୍ରଶଂସା କରିବା
      • ଉପଦେଶ ଦେବା
      • ନିଶ୍ଚିତ କରିବା / ସାବ୍ୟସ୍ତ କରିବା

ଯୋଗାଯୋଗକାରୀଙ୍କ ଦକ୍ଷତା

  • ଜଣେ  ସଫଳ ଯୋଗାଯୋଗକାରୀଙ୍କର ଯୋଗାଯୋଗ ଦକ୍ଷତା :
    • ଯଥେଷ୍ଟ ଜ୍ଞାନଥିବା ଦରକାର ।
    • ଆଞ୍ଚଳିକ ଭାଷା ଉପରେ ଦକ୍ଷତା ଥିବା ଦରକାର ।
    • ହିତାଧିକାରୀ ବୁଝିପାରୁଥିବା ଦରକାର ।
    • ପରିବେଶରେ  ଅଂଶଗ୍ରହଣ କରିବାର ବାତାବରଣ ସୃଷ୍ଟି କରିବ ।
    • କଥା  କହିବା ସମୟରେ ହିତାଧିକାରୀଙ୍କୁ ଉତ୍ସାହିତ କରିବା
    • ଧାର୍ଯ୍ୟର ସହ ଶୁଣିବାର ଦାକ୍ଷତା ।
    • ସ୍ଵରର ପରିବର୍ତ୍ତନ କରି ସମସ୍ତଙ୍କୁ ପରିଷ୍କାର ଭାବେ ଶୁଭିଲା ଭଳି କଥା କହିବା ଦରକାର ।
    • ପ୍ରଭାବଶାଳୀ ଭାଷା ଜ୍ଞାନ ।
    • ଲୋକଙ୍କର ମତାମତକୁ ସମ୍ମାନ ଦେବା ଦରକାର ।
    • ଯୋଗଯୋଗକାରୀ ଉପକରଣ ଗୁଡିକ ଚଳାଇବାର ଦକ୍ଷତା ଥିବା ଦରକାର ।
    • ଯୋଗାଯୋଗକାରୀ ଉପକରଣ ଗୁଡିକ ଚଳାଇବାର ଦକ୍ଷତା ଥିବା ଦରକାର ।
    • ମୁଖ୍ୟ ବିଷୟ ଗୁଡିକୁ ସଂଯୁକ୍ତକରି ଦର୍ଶାନ୍ତୁ  ।

ଅଙ୍ଗନୱାଡୀ କର୍ମୀଙ୍କ କାର୍ଯ୍ୟ

  • ପରାମର୍ଶଦେବା ସମୟରେ ଅଙ୍ଗନୱାଡୀ କର୍ମୀମାନେ କେଉଁ କେଉଁ ବିଷୟ ପ୍ରତି ଧ୍ୟାନ ଦେବେ ।
    • ଅଙ୍ଗନୱାଡୀ କର୍ମୀମାନେ ଏକଥାକୁ ଧ୍ୟାନ ଦେବା ଉଚିତ୍ ଯେ ସେମାନେ ଏକ ସାହାର୍ଯ୍ୟକାରୀର ଭୂମିକା  ମାତ୍ର ତୁଲାଉଛନ୍ତି । ତେଣୁ  ପରାମର୍ଶଦେବା ବେଳେ ସଠିକ୍ ବାର୍ତ୍ତା ସହ ଉଚିତ୍ ପରାମର୍ଶ ଦେବା  ଉଚିତ୍ ।
    • ଗୋଷ୍ଠୀର ସଦସ୍ୟମାନଙ୍କୁ କୌଣସି  ପ୍ରକାର କାର୍ଯ୍ୟ କରିବାପାଇଁ ବାଧ୍ୟ  କରିବେ ନାହିଁ ।
    • ପରାମର୍ଶଟି ନିର୍ଦ୍ଧିଷ୍ଟ ହେବା ଦରକାର, ତଥ୍ୟଭିତ୍ତିକ ହେବା ଦରକାର  ତାଙ୍କୁ ସୁହାଇଲାଭଳି ହେବା ଉଚିତ୍ ଏବଂ ସେମାନଙ୍କୁ ଉତ୍ସାହିତ କରିବା ଆବଶ୍ୟକ ।
    • ଏହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଯେ ଅଙ୍ଗନୱାଡୀ ପ୍ରଥମେ ସଦସ୍ୟମାନଙ୍କର କଥାକୁ ଧର୍ଯ୍ୟ ସହାକାରେ ଶୁଣିବେ ଏବଂ ଉଚିତ୍ ଉତ୍ତର ଦେବେ ଏବଂ ନିଜର ଧାରଣାକୁ ସେମାନଙ୍କ ସହିତ ମତବିନିମୟ  କରିବେ ।
    • ଯେଉଁ ବାର୍ତ୍ତାଟି ଦେବେ ସେହି ବାର୍ତ୍ତା ଅତି ସରଳ ଭାଷାରେ ହୋଇଥିବା ଦରକାର ।
    • ଗୋଷ୍ଠୀର କୌଣସି ସଦସ୍ୟଙ୍କୁ ସମାଲୋଚନା କରିବେ ନାହିଁ, ନିଜେ ନିଷ୍ପତ୍ତି ନେବେ ନାହିଁ କିମ୍ବା ଭୁଲ୍ ବୋଲି କହିବେ ନାହିଁ ।
    • ଅଙ୍ଗନୱାଡୀ କର୍ମୀ ଲୋକମାନଙ୍କୁ ଗୁରୁତ୍ଵ ଦିଅନ୍ତୁ।  ଅନ୍ୟର ଦୃଷ୍ଟିକୋଣରୁ  ପରିସ୍ଥିତିକୁ  ବୁଝିବା  ପାଇଁ ସାମର୍ଥ୍ୟ ଥିବା ଉଚିତ୍ ।

    ଆଧାର –Women and Child Development Department

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate