ହିତାଧିକାରୀଙ୍କୁ ପରାମର୍ଶ ଅଙ୍ଗନୱାଡି କର୍ମୀ ହିତାଧିକାରୀ ମାନଙ୍କୁ ପରାମର୍ଶ - ଅଙ୍ଗନୱାଡି କର୍ମୀ ପ୍ରତ୍ୟେକଦିନ ମହିଳା ଓ ଶିଶୁମାନଙ୍କ ସହିତ ବ୍ୟକ୍ତିଗତ ଭାବରେ ଯୋଗାଯୋଗ ସ୍ଥାପନ କରିଥାଏ। ତାଙ୍କ ପାଖରେ ମଧ୍ୟ ବହୁତ ଗୁଡିଏ ସୁଯୋଗ ଅଛି ଯାହାକୁ ବ୍ୟବହାର କରି ସେ ଲୋକମାନଙ୍କୁ ବିଷୟଭିତ୍ତିକ ଜ୍ଞାନ ଦେଇ ପାରିବେ ଏବଂ ପ୍ରଶିକ୍ଷିତ କରାଇପାରିବ । ଗ୍ରାମ୍ୟ ସ୍ୱାସ୍ଥ୍ୟ ପୁଷ୍ଟିଦିବସ, ପୁଷ୍ଟିକରଦିବସ, ଗୃହ ପରିଦର୍ଶନ, ନିର୍ଦ୍ଧାରିତ ପ୍ରତି ଶେଧକ ଦିବସ ଗୁଡିକରେ ପରାମର୍ଶ ଦେଇ ପାରିବେ । ଅଙ୍ଗନୱାଡି କର୍ମୀ ନିୟମିତ ଭାବରେ ପରାମର୍ଶ ଦେବେ ଏବଂ ଏହିପରି ମିଳୁଥିବା ସୁଯୋଗ ଗୁଡିକର ଉପଯୋଗ କରିବା ଉଚିତ । ପରାମର୍ଶ ଉଦ୍ଦେଶ୍ୟ - ନିମ୍ନରେ ବିଭିନ୍ନ ଉଦ୍ଦେଶ୍ୟ ପାଇଁ ପରାମର୍ଶ ଦିଆ ଯାଇଛି : ଶିଶୁମାନଙ୍କର ସ୍ୱାସ୍ଥ୍ୟ, ପୁଷ୍ଟିସାଧନ ଏବଂ ବିକାଶ ସମ୍ପର୍କରେ ଜ୍ଞାନ ଦେବା । ଅଙ୍ଗନୱାଡୀ କେନ୍ଦ୍ରରେ ମିଳୁଥିବା ସେବା ଗୁଡିକୁ ଗୋଷ୍ଠୀର ସଦସ୍ୟମାନଙ୍କୁ ଅବଗତ କରାଇବ । ଗୋଷ୍ଠୀର ସଦସ୍ୟମାନଙ୍କୁ ଯଥା ସମ୍ଭବ ବ୍ୟବହାରିକ ପରିବର୍ତ୍ତନ ବିଷୟରେ ଅବଗତ କରାଇବ । ପରାମର୍ଶକୁ ଫଳପ୍ରଦ କରିବା ପାଇଁ କେଉଁ ସବୁ ଅଙ୍ଗନୱାଡୀ କର୍ମୀଙ୍କର ଦକ୍ଷତା ରହିବା ଉଚିତ୍ - ଜଣେ ଅଙ୍ଗନୱାଡୀ କିମ୍ବା କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ମା ଓ ଗୋଷ୍ଠୀର ସଦସ୍ୟଙ୍କୁ ପରାମର୍ଶ ଦେଲାବେଳେ ନିମ୍ନଲିଖିତ ପାଞ୍ଚୋଟି ଅତି ଆବଶ୍ୟକ ବିଷୟ ମନେରଖିବା ଦରକାର, ସେଗୁଡିକ ସର୍ବଦା – ପଚାରିବା ଶୁଣିବା ପ୍ରଶଂସା କରିବା ଉପଦେଶ ଦେବା ନିଶ୍ଚିତ କରିବା / ସାବ୍ୟସ୍ତ କରିବା ଯୋଗାଯୋଗକାରୀଙ୍କ ଦକ୍ଷତା ଜଣେ ସଫଳ ଯୋଗାଯୋଗକାରୀଙ୍କର ଯୋଗାଯୋଗ ଦକ୍ଷତା : ଯଥେଷ୍ଟ ଜ୍ଞାନଥିବା ଦରକାର । ଆଞ୍ଚଳିକ ଭାଷା ଉପରେ ଦକ୍ଷତା ଥିବା ଦରକାର । ହିତାଧିକାରୀ ବୁଝିପାରୁଥିବା ଦରକାର । ପରିବେଶରେ ଅଂଶଗ୍ରହଣ କରିବାର ବାତାବରଣ ସୃଷ୍ଟି କରିବ । କଥା କହିବା ସମୟରେ ହିତାଧିକାରୀଙ୍କୁ ଉତ୍ସାହିତ କରିବା ଧାର୍ଯ୍ୟର ସହ ଶୁଣିବାର ଦାକ୍ଷତା । ସ୍ଵରର ପରିବର୍ତ୍ତନ କରି ସମସ୍ତଙ୍କୁ ପରିଷ୍କାର ଭାବେ ଶୁଭିଲା ଭଳି କଥା କହିବା ଦରକାର । ପ୍ରଭାବଶାଳୀ ଭାଷା ଜ୍ଞାନ । ଲୋକଙ୍କର ମତାମତକୁ ସମ୍ମାନ ଦେବା ଦରକାର । ଯୋଗଯୋଗକାରୀ ଉପକରଣ ଗୁଡିକ ଚଳାଇବାର ଦକ୍ଷତା ଥିବା ଦରକାର । ଯୋଗାଯୋଗକାରୀ ଉପକରଣ ଗୁଡିକ ଚଳାଇବାର ଦକ୍ଷତା ଥିବା ଦରକାର । ମୁଖ୍ୟ ବିଷୟ ଗୁଡିକୁ ସଂଯୁକ୍ତକରି ଦର୍ଶାନ୍ତୁ । ଅଙ୍ଗନୱାଡୀ କର୍ମୀଙ୍କ କାର୍ଯ୍ୟ ପରାମର୍ଶଦେବା ସମୟରେ ଅଙ୍ଗନୱାଡୀ କର୍ମୀମାନେ କେଉଁ କେଉଁ ବିଷୟ ପ୍ରତି ଧ୍ୟାନ ଦେବେ । ଅଙ୍ଗନୱାଡୀ କର୍ମୀମାନେ ଏକଥାକୁ ଧ୍ୟାନ ଦେବା ଉଚିତ୍ ଯେ ସେମାନେ ଏକ ସାହାର୍ଯ୍ୟକାରୀର ଭୂମିକା ମାତ୍ର ତୁଲାଉଛନ୍ତି । ତେଣୁ ପରାମର୍ଶଦେବା ବେଳେ ସଠିକ୍ ବାର୍ତ୍ତା ସହ ଉଚିତ୍ ପରାମର୍ଶ ଦେବା ଉଚିତ୍ । ଗୋଷ୍ଠୀର ସଦସ୍ୟମାନଙ୍କୁ କୌଣସି ପ୍ରକାର କାର୍ଯ୍ୟ କରିବାପାଇଁ ବାଧ୍ୟ କରିବେ ନାହିଁ । ପରାମର୍ଶଟି ନିର୍ଦ୍ଧିଷ୍ଟ ହେବା ଦରକାର, ତଥ୍ୟଭିତ୍ତିକ ହେବା ଦରକାର ତାଙ୍କୁ ସୁହାଇଲାଭଳି ହେବା ଉଚିତ୍ ଏବଂ ସେମାନଙ୍କୁ ଉତ୍ସାହିତ କରିବା ଆବଶ୍ୟକ । ଏହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଯେ ଅଙ୍ଗନୱାଡୀ ପ୍ରଥମେ ସଦସ୍ୟମାନଙ୍କର କଥାକୁ ଧର୍ଯ୍ୟ ସହାକାରେ ଶୁଣିବେ ଏବଂ ଉଚିତ୍ ଉତ୍ତର ଦେବେ ଏବଂ ନିଜର ଧାରଣାକୁ ସେମାନଙ୍କ ସହିତ ମତବିନିମୟ କରିବେ । ଯେଉଁ ବାର୍ତ୍ତାଟି ଦେବେ ସେହି ବାର୍ତ୍ତା ଅତି ସରଳ ଭାଷାରେ ହୋଇଥିବା ଦରକାର । ଗୋଷ୍ଠୀର କୌଣସି ସଦସ୍ୟଙ୍କୁ ସମାଲୋଚନା କରିବେ ନାହିଁ, ନିଜେ ନିଷ୍ପତ୍ତି ନେବେ ନାହିଁ କିମ୍ବା ଭୁଲ୍ ବୋଲି କହିବେ ନାହିଁ । ଅଙ୍ଗନୱାଡୀ କର୍ମୀ ଲୋକମାନଙ୍କୁ ଗୁରୁତ୍ଵ ଦିଅନ୍ତୁ। ଅନ୍ୟର ଦୃଷ୍ଟିକୋଣରୁ ପରିସ୍ଥିତିକୁ ବୁଝିବା ପାଇଁ ସାମର୍ଥ୍ୟ ଥିବା ଉଚିତ୍ । ଆଧାର –Women and Child Development Department