ସମଗ୍ର ଦେଶରେ ଅଙ୍ଗନୱାଡି କେନ୍ଦ୍ରରେ ପ୍ରଦାନ କରାଯାଉଥିବା ଗୁରୁତ୍ଵପୂର୍ଣ୍ଣ ସେବାମାନଙ୍କ ମଧ୍ୟରୁ ପରିପୂରକ ପୁଷ୍ଟିସାଧନ ଅନ୍ୟତମ । ପରିପୂରକ ପୁଷ୍ଟିସାଧନର ୨ଟି ମୁଖ୍ୟଭାଗ ଅଛି; ଯଥା :- (୧) ସକାଳ ଜଳଖିଆ ଓ (୨) ଗରମ ରନ୍ଧା ଖାଦ୍ୟ । ପ୍ରାକ୍ ବିଦ୍ୟାଳୟକୁ ଆସିପାରୁଥିବା ୩ ରୁ ୬ ବର୍ଷର ପିଲାମାନଙ୍କୁ ଏହି ଖାଦ୍ୟ ଦିଆଯାଇଥାଏ ।
ଏହାଛଡା ୮ଟି କେ.ବି.କେ. ଜିଲ୍ଲାରେ ଜରୁରୀକାଳୀନ ଖାଦ୍ୟ ଯୋଜନା କାର୍ଯ୍ୟକାରୀ ହେଉଛି, ଯେଉଁଥିରେ ଦୁଃସ୍ଥ ଏବଂ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଅଙ୍ଗନୱାଡି କେନ୍ଦ୍ରରେ ଗରମ ରନ୍ଧା ଖାଦ୍ୟ ଦିଆଯାଉଛି ।
ଖାଦ୍ୟର ବିକେନ୍ଦ୍ରୀକରଣ ପ୍ରକ୍ରିୟାରେ ଏବେ ଭାରତ ସରକାରଙ୍କ ଖାଦ୍ୟନିଗମ ତରଫରୁ ଚାଉଳ ଓ ଗହମ ଯୋଗାଇ ଦିଆଯାଉଛି, ଅଧିକନ୍ତୁ, ଅନ୍ୟ ଖାଦ୍ୟଦ୍ରବ୍ୟ ଯଥା :- ଡାଲି, ମସଲା, ତେଲ, ସୋୟା ବଡି, ଅଣ୍ଡା ଇତ୍ୟାଦିର କ୍ରୟ ଅଙ୍ଗନୱାଡି କେନ୍ଦ୍ରକୁ ବିକେନ୍ଦ୍ରୀକୃତ ହୋଇଛି ।
ପ୍ରାକ୍ ବିଦ୍ୟାଳୟ ପିଲା ଏବଂ ଜରୁରୀକାଳୀନ ଖାଦ୍ୟବଣ୍ଟନ କାର୍ଯ୍ୟକ୍ରମରେ ସକାଳ ଜଳଖିଆ ଏବଂ ଗରମ ରନ୍ଧା ଖାଦ୍ୟର ତାଲିକା ପରପୃଷ୍ଠାରେ ଦିଆଗଲା ।
ଦିନ |
କେବଳ ୩ ରୁ ୬ ବର୍ଷରୁ ପ୍ରାକ୍ ବିଦ୍ୟାଳୟ ପିଲାଙ୍କ ପାଇଁ ସକାଳ ଜଳଖିଆ |
ପ୍ରାକ୍କବିଦ୍ୟାଳୟ ଏବଂ ଜରୁରୀକାଳୀନ ଖାଦ୍ୟଯୋଗାଣର ହିତାଧିକାରୀଙ୍କ ପାଇଁ ଗରମରନ୍ଧା ଖାଦ୍ୟ |
ସୋମବାର |
ଗଜା ମୁଗ |
ଭାତ, ଡାଲମା |
ମଙ୍ଗଳବାର |
ଚୁଡ଼ା/ ମୁଢି ମୁଆଁ |
ଭାତ ଏବଂ ସୋୟାବିନ୍ ତରକାରୀ |
ବୁଧବାର |
ମୁଢି |
ଭାତ ଏବଂ ଅଣ୍ଡା ତରକାରୀ |
ଗୁରୁବାର |
ଗଜାମୁଗ |
ଭାତ ଏବଂ ଡାଲମା |
ଶୁକ୍ରବାର |
ଚୁଡ଼ା/ ମୁଢି ମୁଆଁ |
ଭାତ ଏବଂ ସୋୟାବଢି ତରକାରୀ |
ଶନିବାର |
ଚୁଡ଼ା/ ମୁଢି ମୁଆଁ |
ଖେଚୁଡି |
ରବିବାର |
|
ଭାତ,ଡାଲମା (ଜରୁରୀକାଳୀନ ଖାଦ୍ୟବଣ୍ଟନ କାର୍ଯ୍ୟକ୍ରମରେ ) |
ଅଙ୍ଗନୱାଡି କର୍ମୀ ଏବଂ ୱାର୍ଡମେମ୍ବର / କାଉନ୍ସିଲର / କର୍ପୋରେଟର ଗରମ ରନ୍ଧା ଖାଦ୍ୟ ଏବଂ ସକାଳ ଜଳଖିଆ ପାଇଁ ଖାଦ୍ୟଦ୍ରବ୍ୟ କ୍ରୟ ପ୍ରଣାଳୀ ପାଇଁ ପ୍ରାରମ୍ଭିକ ଭାବରେ ଉତ୍ତରଦାୟୀ ରହିବେ । ଏହି କ୍ରୟପ୍ରଣାଳୀ ପାଇଁ କର୍ମୀ ଏବଂ ୱାଡମେମ୍ବର ଏକାଠି ଯିବା ଜରୁରୀ ନୁହେଁ । ଯାଞ୍ଚ କମିଟି ଦ୍ଵାରା କିଣା ହେବାକୁ ଥିବା ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରିତ ହେବାପରେ ଅଙ୍ଗନୱାଡି କର୍ମୀ କିମ୍ବା ୱାଡମେମ୍ବରଙ୍କ ମଧ୍ୟରୁ କେହି ଜଣେ ଏହାକୁ କିଣି ପାରିବେ । ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ନିକଟରୁ ସକାଳ ଜଳଖିଆ କ୍ରୟ କରାଯିବ । ଖାଦ୍ୟ ପ୍ରସ୍ତୁତି କାର୍ଯ୍ୟକ୍ରମରେ ଅଭିଜ୍ଞତା ଓ ଦକ୍ଷତାକୁ ଭିତ୍ତି କରି ସ୍ଵୟଂସହାୟକ ଗୋଷ୍ଠୀ ମୋନନୀତ ହେବା ଦରକାର । ଯଦି ସେହି ସ୍ଵୟଂ ସହାୟକ ଗୋଷ୍ଠୀ ସକାଳ ଜଳଖିଆ ଦେବାପାଇଁ ଅରାଜି ହୁଏ, ତେବେ ପାଖ ସ୍ଵୟଂ ସହାୟକ ଗୋଷ୍ଠୀ ନିକଟରୁ ଏହା କ୍ରୟ କରାଯିବ । ନିୟମ ଅନୁସାରେ ସକାଳ ଜଳଖିଆର ମୂଲ୍ୟ ସ୍ଥିର ହେବା ଦରକାର ।
ଅଙ୍ଗନୱାଡି କର୍ମୀ ଏବଂ ୱାର୍ଡ ମେମ୍ବର, କାଉନ୍ସିଲର/ କର୍ପୋରେଟର ଜଳଖିଆ ଏବଂ ଗରମରନ୍ଧା ଖାଦ୍ୟ ସାମଗ୍ରୀ ଠିକ୍ ସମୟରେ ସଂଗ୍ରହ ନିମନ୍ତେ ଯୁଗ୍ମ ଭାବରେ ଦାୟିତ୍ଵ ନେବେ "ନିକଟସ୍ଥ ବ୍ୟାଙ୍କ ଶାଖାରେ ଏକ ଯୁଗ୍ମ ସଞ୍ଚୟ ଖାତା ଖୋଲିଯିବ" ଅଙ୍ଗନୱାଡି କର୍ମୀ ଏବଂ ୱାର୍ଡମେମ୍ବର / କାଉନସିଲ୍ର/ କର୍ପୋରେଟର ସଂଞ୍ଚୟ ଖାତା ପରିଚାଳନା ପାଇଁ ଯୁଗ୍ମ ସ୍ଵାକ୍ଷରକାରୀ ରହିବେ । ସମସ୍ତ ରସିଦ୍ ସେହି ଖାତାରେ ଜମା ରହିବ ଏବଂ ଖାଦ୍ୟ ସାମଗ୍ରୀ କ୍ରୟର ସମସ୍ତ ଖର୍ଚ୍ଚ ଜମା ଟଙ୍କାରୁ ଭରଣା କରାଯିବ । କୌଣସି ଜରୁରୀ ପରିସ୍ଥିତି ଉପୁଜିଲେ ସଂପୃକ୍ତ ଯାଞ୍ଚ କମିଟି ବ୍ୟାଙ୍କ ଖାତାର ଦୈନିକ ଖର୍ଚ୍ଚକୁ ପରିଚାଳନା କରିବା ପାଇଁ ଅଙ୍ଗନୱାଡି କର୍ମୀଙ୍କ ସହିତ ୱାର୍ଡମେମ୍ବରଙ୍କ ପରିବର୍ତ୍ତେ ସରପଞ୍ଚ/ମେୟର/ଚେୟାରମ୍ୟାନ୍ ଙ୍କୁ ଦାୟିତ୍ଵ ଦେବେ । ଯେଉଁ ସ୍ଥାନରେ ୱାର୍ଡମେମ୍ବର ବା ସରପଞ୍ଚ ନ ଥିବେ ବା ଅନୁପସ୍ଥିତ ରହିବେ, ସେଠାରେ ଜିଲ୍ଲାପାଳ ଅନ୍ୟ ବ୍ୟବସ୍ଥା କରିବେ ।
କୌଣସି କ୍ଷେତ୍ରରେ ଅଙ୍ଗନୱାଡି କର୍ମୀ ପଦବୀ ଖାଲି ଥିଲେ । ଯଥାଶୀଘ୍ର ପୂରଣ କରିବା ଉଚିତ୍ । ନିକଟସ୍ତ କର୍ମୀଙ୍କ ସଂଞ୍ଚୟ ଖାତା ବ୍ୟବହାର କରି ଚାଲୁ ରଖିବା ଉଚିତ୍ । ଉଭୟଙ୍କ ଖାତାପତ୍ର ପରିଚାଳନା ଅଲଗା ଅଲଗା ହେବା ଉଚିତ୍ ।
ପ୍ରତ୍ୟେକ ମାସରେ ଖର୍ଚ୍ଚର ବିବରଣୀ ଅଙ୍ଗନୱାଡି କର୍ମୀ ପ୍ରସ୍ତୁତ କରିବେ । ଉଭୟେ ଅଙ୍ଗନୱାଡି କର୍ମୀ /ୱାର୍ଡମେମ୍ବର / କାଉନ୍ସିଲର/ କର୍ମୋରେଟର ଏହାକୁ ଦସ୍ତଖତ କରିବେ । ଏହା ମହିଳା ପରିଦର୍ଶିକାଙ୍କ ଦ୍ଵାରା ଯାଞ୍ଚ କରାଯିବ । ଯାଞ୍ଚ ହୋଇଥିବା ଖର୍ଚ୍ଚ ବିବରଣୀକୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ଅନୁମୋଦନ ପାଇଁ ପଇଠ କରାଯିବ । କ୍ରୟ ଏବଂ ସଂରକ୍ଷଣ ସମ୍ବନ୍ଧୀୟ ସମସ୍ତ ଭାଉଚର ଓ ରସିଦଇତ୍ୟାଦି ଅଙ୍ଗନୱାଡି କର୍ମୀ ସାଇତି ରଖିବେ ଏବଂ ଏହାକୁ ଯାଞ୍ଚ କରିବା ଅଧିକାରୀଙ୍କ ସମ୍ମୁଖରେ ଉପସ୍ଥାପନ କରିବେ ।
ଅଙ୍ଗନୱାଡି କେନ୍ଦ୍ରପାଇଁ ସ୍ଥାନୀୟ ସ୍ଵୟଂ ସହାୟକ ଦଳ ନିୟମାବଳୀ ଅନୁସାରେ ସକାଳ ଜଳଖିଆ ଯୋଗାଇବେ । ଅଙ୍ଗନୱାଡି କର୍ମୀ ଯୋଗାଣ ଓ ବଣ୍ଟନର ବିବରଣୀ ଜମା ଖାତାରେ ଲିପିବଦ୍ଧ କରିବେ । ଅଙ୍ଗନୱାଡି କର୍ମୀଙ୍କ ଦ୍ଵାରା ପ୍ରସ୍ତୁତ ସକାଳ ଜଳଖିଆର ସମସ୍ତ ବିବରଣୀ ପରିଦର୍ଶିକାଙ୍କ ଦ୍ଵାରା ଯାଞ୍ଚ ହେବାପରେ ଶିଶୁବିକାଶ ପ୍ରକଳ୍ପ ଅଧିକାରୀ (C.D.P.O)ଙ୍କୁ ଦାଖଲ କରାଯିବ ଏବଂ ସି.ଡି.ପି.ଓ ସଂପୃକ୍ତ ସ୍ଵୟଂ ସହାୟକ ଦଳକୁ ର-ପେମେଣ୍ଟ ମାଧ୍ୟମରେ ଅର୍ଥପ୍ରଦାନ କରିବେ । ଏହି ଅର୍ଥ ମାସିକିଆ ଭିତିରେ ପ୍ରଦାନ କରାଯିବ ଏବଂ ଏଥିରେ ବିଳମ୍ବ ନହେବା ପାଇଁ C.C.D.P.O ନିଶ୍ଚିତ କରିବେ ।
ପରିପୂରକ ଖାଦ୍ୟ କାର୍ଯ୍ୟକ୍ରମ ତଦାରଖ ଓ ସମୀକ୍ଷା ଗ୍ରାମ ପଞ୍ଚାୟତ ଏବଂ ଗ୍ରାମସ୍ତରରେ ହେବ ।
ବର୍ତ୍ତମାନ ଖାଦ୍ୟ କାର୍ଯ୍ୟକ୍ରମ ଗ୍ରାମସ୍ତର ଓ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ବିକେନ୍ଦ୍ରୀକରଣ କରାଯାଇଛି, ତେଣୁ ଏହାକୁ କାର୍ଯ୍ୟକାରିତା ପାଇଁ ସ୍ଥାନୀୟ କର୍ମକର୍ତ୍ତାଙ୍କୁ ନିମ୍ନଲିଖିତ ଦାୟିତ୍ଵ ଦିଆଯିବ ।
ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ର ଓ ସ୍କୁଲରେ ଯାଞ୍ଚ ଓ ମାତୃ କମିଟିର ସଭ୍ୟମାନଙ୍କର ନାମ ଫଟୋ ସହିତ ପ୍ରଦର୍ଶନ କରାଯିବ । ଅଙ୍ଗନୱାଡି କର୍ମୀ ଓ ସ୍କୁଲମାନଙ୍କୁ ନିମ୍ନରେ ଦର୍ଶାଯାଇଥିବା ଚାର୍ଟଙ୍କୁ ସମସ୍ତଙ୍କୁ ଦୃଷ୍ଟିଗୋଚର ହେବାଭଳି ସ୍ଥାନରେ ଟାଙ୍ଗିବା ପାଇଁ ନିର୍ଦ୍ଦେଶ ଦିଆଯିବ ।
ନିମ୍ନଲିଖିତ ସଭ୍ୟଙ୍କୁ ନେଇ ଯାଞ୍ଚ କମିଟି ଗଠନ କରାଯିବ ।
ଆଧାର - Women And Development Department
Last Modified : 1/26/2020
ମହିଳା ଗର୍ଭବତୀ ଚିହ୍ନଟ ହେବା ପରେ ତାଙ୍କୁ କେଉଁସବୁ ସେବା...
ମହିଳାମାନଙ୍କ ପାଇଁ ଗର୍ଭାବସ୍ଥା ଏକ ଶାରୀରିକ କଷ୍ଟ ଦାୟକ ଅ...
ଶିଶୁର ଶରୀର ପ୍ରତି ଯତ୍ନବାନ ହେବା ଆବଶ୍ୟକ । ଶିଶୁର ଅସୁସ...
କୁଶଳୀ ଅଙ୍ଗନୱାଡୀ ହେବାପାଇଁ କାର୍ଯ୍ୟ କରିବାପାଇଁ ବିଭିନ୍ନ...