ଶିଶୁ ବିକାଶ ଶିଶୁ ବିକାଶ, ନିର୍ଦ୍ଧିଷ୍ଟ ବୟସ ମଧ୍ୟରେ ଗୋଟିଏ ଶିଶୁର ବୃଦ୍ଧି, ବିକାଶର କ୍ରମିକ ଧାରା ଏବଂ ବିକାଶ କାହିଁକି ଓ କିପରି ହୁଏ ତାହା ବୁଝାଏ । ପ୍ରାକ୍ - ଶୈଶବ ଅବସ୍ଥା ଗୁରୁତ୍ଵପୂର୍ଣ୍ଣ ପ୍ରାକ୍ ଶୈଶବ ଅବସ୍ଥାରେ ଶିଶୁର ବିକାଶ ବାକି ସମଗ୍ର ଜୀବନକାଳ ପାଇଁ ମୂଳଦୁଆ ସ୍ଥାପନ କରିଥାଏ । ପ୍ରାକ୍ ଶୈଶବ ସମୟର ବିକାଶ ପରବର୍ତ୍ତୀ ଜୀବନର ବିକାଶ ଠାରୁ ଅଧିକ ଜଟିଳ ହୋଇଥାଏ ଏବଂ ସେଥିପାଇଁ ଏହାକୁ 'ଘଡିସନ୍ଧି' ବୋଲି କୁହାଯାଏ । କାରଣ ଏହି ସମୟରେ ନିର୍ଦ୍ଧିଷ୍ଟ କୁଗୁଣ ଓ ସୁଗୁଣଗୁଡିକ ଧିରେ ଧିରେ ଓ ସ୍ପଷ୍ଟ ଭାବରେ ବିକଶିତ ହୋଇଥାଏ । ପ୍ରାକ୍ ଶୈଶବ ସମୟର ଶିକ୍ଷଣୀୟ ଅନୁଭୂତି ଶିଶୁକୁ ବୟସ୍କ ଅବସ୍ଥାପାଇଁ ପ୍ରସ୍ତୁତ କରିଥାଏ । ପ୍ରାକ୍ ବିଦ୍ୟାଳୟ ଶିକ୍ଷା ପ୍ରାକ୍ ବିଦ୍ୟାଳୟ ଶିକ୍ଷା କହିଲେ କ'ଣ ବୁଝୁଛ ? ୩ ରୁ ୪ ବର୍ଷର ପିଲାଙ୍କ ପାଇଁ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଏକ ଶିଶୁ କୈନ୍ଦ୍ରିକ କାର୍ଯ୍ୟକ୍ରମ ଯାହା ଅଦରକାରୀ ବା ସ୍ଵଳ୍ପ ମୂଲ୍ୟରୁ ପ୍ରସ୍ତୁତ ଖେଳନା ତଥା ଖେଳସାମଗ୍ରୀ ସହ କ୍ରୀଡାତ୍ମକ ହୋଇଥାଏ । ଅଙ୍ଗନୱାଡି କେନ୍ଦ୍ରରେ ଏହି ପ୍ରାକ୍ ବିଦ୍ୟାଳୟ କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ୨ ଘଣ୍ଟା କରାଯାଏ । ପ୍ରାକ୍ ବିଦ୍ୟାଳୟ ଶିକ୍ଷାର ପଛରେ କଣ ଧାରଣା ଅଛି ? ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଶିଶୁର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ଵ ଆରୋପ କରେ ଏବଂ ଶିଶୁର ଶାରିରୀକ, ବୌଦ୍ଧିକ ଏବଂ ମନୋସାମାଜିକ ବିକାଶ ନିମିତ୍ତ ଉଦ୍ଦୀପନାମୂଳକ ପରିବେଶ ଯୋଗାଇଥାଏ । ପିଲାମାନଙ୍କର ପରିବେଶ ସହ ଭାବବିନିମୟ, ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ ଏବଂ ସମସ୍ୟା ସମାଧାନର ଦକ୍ଷତା ବଢାଇବା ପାଇଁ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଉତ୍ସାହିତ କରେ । ପ୍ରାକ୍ ବିଦ୍ୟାଳୟ ଶିକ୍ଷା ପିଲାମାନଙ୍କର ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନ ହୁଏ କିନ୍ତୁ ଏହା ବିଦ୍ୟାଳୟର କୃତିତ୍ତ୍ଵକୁ ଗୁରୁତ୍ଵ ଦିଏ ନାହିଁ । ଖାଲି ଶୁଣି ଶୁଣି ଶିଖିବା ବା ଘୋଷିବା ଉପରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଗୁରୁତ୍ଵ ଦିଏ ନାହିଁ । ପ୍ରାକ୍ ବିଦ୍ୟାଳୟ ଶିକ୍ଷାର ମୁଖ୍ୟ କାର୍ଯ୍ୟକ୍ରମଗୁଡିକ କ'ଣ ଏବଂ କାର୍ଯ୍ୟକ୍ରମ ସମୟରେ ଅଙ୍ଗନୱାଡି କର୍ମୀଙ୍କର ଭୂମିକା - ଶାରୀରିକ ଏବଂ ମାଂସପେଶୀ ବିକାଶ ପାଇଁ କାର୍ଯ୍ୟକ୍ରମ । ପାଇଁ କାର୍ଯ୍ୟକ୍ରମ । ବୌଦ୍ଧିକ ବିକାଶ ପାଇଁ କାର୍ଯ୍ୟକ୍ରମ । ଭାଷାର ବିକାଶ ପାଇଁ କାର୍ଯ୍ୟକ୍ରମ । ମାଂସପେଶୀୟ ଶାରୀରିକ ବିକାଶର କାର୍ଯ୍ୟକ୍ରମ ମାଂସପେଶୀୟ ଶାରୀରିକ ବିକାଶର କାର୍ଯ୍ୟକ୍ରମ ଗୁଡିକର ଉଦ୍ଦେଶ୍ୟ କ'ଣ ? ବୃଦ୍ଧି ନିରୀକ୍ଷଣ ବା ବୃଦ୍ଧିର ଯାଞ୍ଚ କରିବା । ସ୍ଥୁଳମାଂସପେଶୀୟ ବିକାଶ । ସୂକ୍ଷ୍ମମାଂସପେଶୀୟ ବିକାଶ ସୂକ୍ଷ୍ମମାଂସପେଶୀୟ ସମନ୍ଵୟ ଆଖି ଓ ହାତର ସମନ୍ଵୟ ହାତରୁ ପାଟିକୁ ସମନ୍ଵୟ ଶାରିରୀକ ଏବଂ ସ୍ନାୟୁ ସମ୍ବନ୍ଧୀୟ ବିକାଶ ପାଇଁ କାର୍ଯ୍ୟକ୍ରମ କରିବା ସମୟରେ ଅଙ୍ଗନୱାଡି କର୍ମୀଙ୍କର ଭୂମିକା କ'ଣ ? କୋଠରୀକୁ ସଜାଡି ରଖିବା, ଯେପରି ତା' ମଧ୍ୟରେ ଶିଶୁମାନେ ସର୍ବାଧିକ ଚଳନ ଏବଂ ଅବାଧରେ ଚାଲିବୁଲି ପାରିବେ । ଶିଶୁର ବିକାଶର ସ୍ତର, ତା'ର ଆଗ୍ରହ ଏବଂ ଆବଶ୍ୟକତା ଅନୁସାରେ ଚଳନ ପାଇଁ କାର୍ଯ୍ୟକ୍ରମ ବାଛିବା ଦରକାର । ଶିଶୁର ଆଗ୍ରହ ବଜାୟ ରଖିବା ପାଇଁ ଅନେକଗୁଡିଏ କାର୍ଯ୍ୟ ବାଛନ୍ତୁ । ଶିଶୁର ଆଗ୍ରହ ବଜାୟ ରଖିବା ପାଇଁ ଅନେକଗୁଡିଏ କାର୍ଯ୍ୟ ବାଛନ୍ତୁ । ସକ୍ରିୟ ନିଷ୍କ୍ରିୟ କାର୍ଯ୍ୟ ତଥା ଘର ଭିତରେ ଏବଂ ବାହାରେ ହେଉଥିବା କାର୍ଯ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଆବଶ୍ୟକ। ପ୍ରତ୍ୟେକ ଖେଳ ସାମଗ୍ରୀ ଏବଂ ଯନ୍ତ୍ରପାତି କାର୍ଯ୍ୟକାରୀ ଅବସ୍ଥାରେ ଥିବା - ନିଶ୍ଚିତ କର । ଦୁର୍ଘଟଣାକୁ ରୋକିବା ପାଇଁ ଘର ଭିତରେ ବା ବାହାରେ କାର୍ଯ୍ୟକ୍ରମ ଚାଲିଥିବାବେଳେ ହୁସିଆର ରୁହ । ପ୍ରତ୍ୟେକ ଶିଶୁ ଯେପରି ଖେଳସାମଗ୍ରୀ ବ୍ୟବହାର କରିପାରିବେ - ଦୃଷ୍ଟିଦିଅ । ଅଧିକ ଯୋର୍ଦାର୍ କାର୍ଯ୍ୟ କଲାପରେ ଶିଶୁମାନଙ୍କୁ ମଝିରେ ବିଶ୍ରାମ ଦିଅ । ଶିଶୁ ର ସ୍ଵାଧୀନ ଭାବେ ଖେଳିବାରେ ହସ୍ତକ୍ଷେପ କରନାହିଁ । ଶିଶୁର କୃତୀତ୍ତ୍ଵକୁ ଅନ୍ୟ ସଂଙ୍ଗେ ତୁଳନା କରନାହିଁ, କାରଣ ପ୍ରତ୍ୟେକ ଶିଶୁ ଅନ୍ୟଠାରୁ ଭିନ୍ନ ଓ ସ୍ଵତନ୍ତ୍ର । ବୌଦ୍ଧିକ ବିକାଶର କାର୍ଯ୍ୟକ୍ରମ ବୌଦ୍ଧିକ ବିକାଶର କାର୍ଯ୍ୟକ୍ରମଗୁଡିକର ଉଦ୍ଦେଶ୍ୟ କ'ଣ ? ବୌଦ୍ଧିକ ବିକାଶର କାର୍ଯ୍ୟକ୍ରମ ଗୁଡିକର ମୁଖ୍ୟ ଉଦ୍ଦେଶ୍ୟ ଗୁଡିକ ହେଲା - ମୌଳିକ ବୋଧଶକ୍ତି ଦକ୍ଷତାର ବିକାଶ - ପଞ୍ଚେନ୍ଦ୍ରିୟର ବିକାଶ ସ୍ମୃତି ଓ ପର୍ଯ୍ୟବେକ୍ଷଣ ଶ୍ରେଣୀ ବିଭାଗୀକରଣ ବା ବର୍ଗୀକରଣ ଘଟଣାକ୍ରମ ଅନୁସାରେ ଚିନ୍ତା ତର୍କବାଦଓ ସମସ୍ୟା ସମାଧାନ ମୌଳିକ ପ୍ରତ୍ୟୟ (ଧାରଣା)ର ବିକାଶ ରଙ୍ଗ ଧାରଣା ଅକାର ଧାରଣା ପ୍ରାକ୍ - ଗାଣିତିକ ଧାରଣା ପରିବେଶ ସମ୍ବନ୍ଧୀୟ ଧାରଣା ବୌଦ୍ଧିକ ବିକାଶ ନିମିତ୍ତ କାର୍ଯ୍ୟକ୍ରମ କରିବା ସମୟରେ କର୍ମୀଙ୍କର ଭୂମିକା କ’ଣ ? ଅଙ୍ଗନୱାଡିକର୍ମୀ ନିମ୍ନଲିଖିତ କାର୍ଯ୍ୟ କରିବେ – ଶିଶୁ ମାନଙ୍କ ପାଇଁ ଏକ ଉଦ୍ଦିପନା ସୁଳକ ପରିବେଶ ସୃଷ୍ଟି କରନ୍ତୁ ଯେପରି ସେମାନେ ବିଭିନ୍ନ ପଦାର୍ଥକୁ ଯୋଡ଼ିବେ, ଶ୍ରେଣୀ ବିଭାଗ କରିବେ । ପରୀକ୍ଷା କରିବେ, କ୍ରମ ଅନୁସାରେ ସଜାଡିବେ । ପ୍ରକୃତି ପର୍ଯ୍ୟବେକ୍ଷଣ ଏବଂ ପ୍ରମୋଦଭ୍ରମଣ ସମୟରେ ପିଲାମାନେ ବିଭିନ୍ନ ପଦାର୍ଥକୁ ପର୍ଯ୍ୟବେକ୍ଷଣ କରି ବର୍ଣ୍ଣନା କରିବା ପାଇଁ ଉତ୍ସାହିତ କରିବା । ଶିଶୁମାନେ ପଚାରୁଥିବା ପ୍ରଶ୍ନର ଉତ୍ତର ଦେଇ ପ୍ରଶ୍ନ ପଚାରିବା ପାଇଁ ସେମାନଙ୍କୁ ଉତ୍ସାହିତ କରିବା । ଶିଶୁମାନେ ସୃଜନାତ୍ମକ ଚିନ୍ତନ ଏବଂ ସମସ୍ୟା ସମାଧାନ କରିବାପାଇଁ ସୁଯୋଗ ଦେବା । ଶିଶୁମାନଙ୍କର ବିଭିନ୍ନ ଦକ୍ଷତାର ବିକାଶ ପାଇଁ ସୁଯୋଗ ଦେବା । ଶିଶୁମାନେ ଖେଳସାମଗ୍ରୀ ବ୍ୟବହାର କରିବା ପରେ ସାମଗ୍ରୀ ଗୁଡିକ ଜମା କରି ଶିଶୁମାନଙ୍କଠାରୁ ଦୂରେଇ ନରଖିବା । ସବୁ ପିଲା ସମାନ ଏବଂ ସମାନ ଭାବରେ କଥା ଗ୍ରହଣ କରିବେ ଏହା ଭାବିବା ଅନୁଚିତ୍ । ଭାଷାର ବିକାଶ କାର୍ଯ୍ୟକ୍ରମ ଭାଷାର ବିକାଶ ପାଇଁ କାର୍ଯ୍ୟକ୍ରମ ଗୁଡ଼ିକର ଉଦ୍ଦେଶ୍ୟ କ’ଣ ? ଏହି କାର୍ଯ୍ୟକ୍ରମ ଗୁଡ଼ିକର ଉଦ୍ଦେଶ୍ୟ :- ଶୁଣିବା ଦକ୍ଷତାର ବିକାଶ । ବିଭିନ୍ନ ବିଷୟ ସମ୍ବନ୍ଧୀୟ ଶବ୍ଦଜ୍ଞାନର ଦକ୍ଷତାର ବିକାଶ । ବାକ୍ ଶକ୍ତିର ବିକାଶ (କଥା କହିବାର ବିକାଶ) ପଠନ ପାଇଁ ପ୍ରସ୍ତୁତି ବିକାଶ ଲିଖନ ପାଇଁ ପ୍ରସ୍ତୁତିର ବିକାଶ ଭାଷାର ବିକାଶ ପାଇଁ କରାଯାଉଥିବା କାର୍ଯ୍ୟକ୍ରମ ସମୟରେ ଅଙ୍ଗନୱାଡି କର୍ମୀ ମାନଙ୍କର ଭୂମିକା କ’ଣ ? କୌଣସି ଏକ କାର୍ଯ୍ୟକରିବା ସମୟରେ ନିଜର ଅଭିଜ୍ଞତା ବର୍ଣ୍ଣନା କରି କହିବାପାଇଁ ଶିଶୁମାନଙ୍କୁ ସୁଯୋଗ ଦେବା ଏବଂ ଉତ୍ସାହିତ କରିବା । ଶିଶୁମାନଙ୍କ ଅଭିଜ୍ଞତାରେ ବିବିଧତା ରଖିବାପାଇଁ ଚେଷ୍ଟା କରିବା । ବିଭିନ୍ନ କାର୍ଯ୍ୟସମୟରେ ଶିଶୁମାନଙ୍କ ସହିତ ଅଧିକ କଥାବାର୍ତ୍ତା କରିବା । ଶିଶୁମାନେ ସବୁବେଳେ ଚୁପ୍ ଚାପ୍ ବସିବେ ଏବଂ ତୁମ କଥା ଶୁଣିବେ ଏହା ଆଶାକରିବା ଉଚିତ୍ ନୁହେଁ । ଶିଶୁମାନଙ୍କୁ ସଂପୂର୍ଣ୍ଣ ବାକ୍ୟ ବ୍ୟବହାର କରି କହିବା ପାଇଁ ଉତ୍ସାହିତ କରିବା । ଛୋଟ ଛୋଟ ଦଳରେ ବିଭାଜିତ ହୋଇ ଶିଶୁମାନେ ପରସ୍ପର ସହିତ ଖେଳିବା ଓ କଥୋପକଥନ କରିବା ପାଇଁ ସୁଯୋଗ ଦିଅନ୍ତୁ । ଶିଶୁମାନଙ୍କ ପ୍ରଶ୍ନକୁ ଧୈର୍ଯ୍ୟର ସହ ଶୁଣି ସେ ସବୁର ଉତ୍ତରଦେବା । ଚୁପ୍ ଚାପ୍ ରହୁଥିବା କିମ୍ବା ଲାଜକୁଳା ଛୁଆକୁ ଧ୍ୟାନଦେଇ ପ୍ରଶଂସା କରି ସେମାନଙ୍କୁ କଥା କହିବାକୁ ଉତ୍ସାହିତ କରିବା । ଶିଶୁ ଭୁଲ୍ କରିଲେ ତାକୁ ଗାଳି ଦେବା ଉଚିତ୍ ନୁହେଁ, ବରଂ ଠିକ୍ କଥାକୁ ପୁନରାବୃତ୍ତି କରି ଶୁଣାଇବା ଉଚିତ୍ । ଅଙ୍ଗନୱାଡି କର୍ମୀଙ୍କ କେତେକ ଜାଣିବା କଥା ପ୍ରାକ୍ ବିଦ୍ୟାଳୟ ଶିକ୍ଷା ସଂଗଠିତ କରିବା ବିଷୟରେ ଅଙ୍ଗନୱାଡି କର୍ମୀଙ୍କ କେତେକ ଜାଣିବା କଥା । ପିଲାମାନେ କ’ଣ କହୁଛନ୍ତି ଶୁଣ ଏବଂ ତାଙ୍କୁ ଉତ୍ତର ଦିଅ । ପିଲାମାନଙ୍କୁ କହିବା ପାଇଁ ସେମାନଙ୍କ ଭାବପ୍ରକାଶ କରିବାପାଇଁ ଏବଂ ପ୍ରଶ୍ନ ପଚାରିବାପାଇଁ ଉତ୍ସାହିତ କର । ପ୍ରତ୍ୟେକ ଶିଶୁଙ୍କର କାର୍ଯ୍ୟକୁ ପ୍ରଶଂସା କର ଏବଂ ଉତ୍ସାହିତ କର । ପ୍ରତ୍ୟେକ କାର୍ଯ୍ୟରେ ସମସ୍ତ ଶିଶୁକୁ ନିୟୋଜିତ କର । ବିଶେଷ କରି ଚୁପ୍ ଚାପ୍ ରହୁଥିବା ପିଲାମାନଙ୍କୁ ଆଗକୁ ଆସିବା ପାଇଁ ଉତ୍ସାହିତ କର । ଅଙ୍ଗନୱାଡିରେ ଶିଶୁମାନଙ୍କୁ ଉପଯୁକ୍ତ ବ୍ୟବହାର ଏବଂ ଭଲ ଅଭ୍ୟାସ ଶିଖିବାଦିଗରେ ସାହାଯ୍ୟ କର । କାର୍ଯ୍ୟାବାଳୀ ସଂପାଦନ କରିବାପାଇଁ ଶିଶୁମାନଙ୍କୁ ସ୍ପଷ୍ଟ ଏବଂ ସରଳ ନିର୍ଦ୍ଦେଶ ଦିଅ । ଥରକେ ଗୋଟିଏ ନିର୍ଦ୍ଦେଶଦିଅ । ଶିଶୁ ବିକାଶର ପ୍ରତ୍ୟେକଟି ଦିଗକୁ ପ୍ରାକ୍ ବିଦ୍ୟାଳୟ ଶିକ୍ଷାର ଅନ୍ତର୍ଭୁକ୍ତ କରିବାପାଇଁ ଦୃଷ୍ଟିଦେବା ଦରକାର । ଅଙ୍ଗନୱାଡି କେନ୍ଦ୍ରରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ନିମିତ୍ତ ଗୋଟିଏ ଦିନର କାର୍ଯ୍ୟକ୍ରମ ଉଦାହରଣ :- କାର୍ଯ୍ୟକ୍ରମ ସମୟ ସ୍ଵାଗତ, ପ୍ରାର୍ଥନା ଏବଂ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ସମ୍ବନ୍ଧୀୟ ଯାଞ୍ଚ ୨୦ ମିନିଟ୍ ମୁଣ୍ଡ ବାର୍ତ୍ତାଳାପ ୧୦ ମିନିଟ୍ ବୌଦ୍ଧିକ ବିକାଶର କାର୍ଯ୍ୟକ୍ରମ (ଛୋଟ ଏବଂ ବଡ ଦଳରେ ) ୨୦ ମିନିଟ୍ ଶାରୀରିକ ବ୍ୟାୟାମ/ ବାହାର ଖେଳ ୨୦ ମିନିଟ୍ କଳା ଏବଂ ଶିଳ୍ପ/ମାଟିରେ ବିଭିନ୍ନ ଆକାର ପ୍ରସ୍ତୁତି/ବାଲି ଖେଳ/ପାଣି ଖେଳ/ନାଟକ/ନୃତ୍ୟ/ କଣ୍ଢେଇ ଖେଳ / ବିଜ୍ଞାନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ । ୨୦ ମିନିଟ୍ ବଡ ଦଳରେ ଭାଷା ସମ୍ବନ୍ଧୀୟ କାର୍ଯ୍ୟାବଳୀ ଅଭିନୟ ସଂଗୀତ / ମିତ୍ରାକ୍ଷର ଗୀତ ଆବୃତ୍ତି/ ଅକ୍ଷର ଏବଂ ସଂଖ୍ୟା / ଚାର୍ଟ ପଠନ / ଗଳ୍ପ କଥନ । ୨୦ ମିନିଟ୍ ବିଦାୟ ପାଇଁ ପ୍ରସ୍ତୁତି (ଶିଶୁମାନଙ୍କୁ ପରିପୂରକ ଖାଦ୍ୟ ଦେବା ପରେ ବିଦାୟ ଦିଆଯାଏ । ) ୧୦ ମିନିଟ୍ ଆଧାର - Women and Child Development Department