অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମମତା ଦିବସ

ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସର ଉଦ୍ଦେଶ୍ୟ

  • ୫ ବର୍ଷ ବୟସର କମ୍ ଶିଶୁମାନେ ସ୍ଵାସ୍ଥ୍ୟର ବିକାଶ ପାଇଁ ସ୍ୱାସ୍ଥ୍ୟ ଓ ସମନ୍ଵିତ ଶିଶୁ ବିକାଶ ଯୋଜନା ତରଫରୁ ଅନୁଷ୍ଠିତ ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସ ଏକ ଭିତ୍ତିଭୂମି ଯାହା ଗୋଷ୍ଠୀ ଓ ସ୍ଵାସ୍ଥ୍ୟର ପ୍ରାଥମିକ ଯତ୍ନର ଧାରା  ମଧ୍ୟରେ ଯୋଗାଯୋଗର ମୂଳଦୂଆ ସ୍ଥାପନ କରିଥାଏ ।
  • ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସ ଅନୁଷ୍ଠିତ କରିବାର ମୁଖ୍ୟ ଉଦ୍ଦେଶ୍ୟ ଗୁଡିକ ହେଲା –
  • ଗର୍ଭବତୀ ମହିଳା, ପ୍ରସୂତୀ ମା’ ଓ ୩ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ଆବଶ୍ୟକୀୟ ଏବଂ ସାମୂହିକ ସ୍ୱାସ୍ଥ୍ୟ ଓ ପୁଷ୍ଟିସେବା ଯୋଗାଇବା ।
  • ଗର୍ଭବତୀ ମହିଳା ମାନଙ୍କର ଯଥାଶୀଘ୍ର ପଞ୍ଜୀକରଣ, ଅତିଶୟ ସଂକଟାପୂର୍ଣ୍ଣ ଶିଶୁ ଏବଂ ଗର୍ଭବତୀ ମାନଙ୍କୁ ଚିହ୍ନଟ କରି ପରାମର୍ଶ ସେବା ପାଇଁ ପଠାଇବା ।
  • ଉକ୍ତ ଦିବସରେ ସେବା ପାଉଥିବା ହିତାଧିକାରୀ ମାନଙ୍କ ସହ ଗାଁ କଲ୍ୟାଣ ସମିତି ବା ମହିଳା ଗୋଷ୍ଠୀଙ୍କର କଥୋପକଥନ କରିବାର ସୁଯୋଗ ସୃଷ୍ଟି କରିବା ।
  • ନିଜ ପରିବାରରେ ଓ ଗୋଷ୍ଠୀରେ କିପରି ମା’ ଓ ଶିଶୁମାନଙ୍କର ଯତ୍ନ ନିଆଯାଇପାରିବ ଏଥିପାଇଁ ପରିବାରଗୁଡିକୁ ସୂଚନା ଦେବା ।

ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସରେ  ଯୋଗାଇଦିଆଯାଉଥିବା ସେବା

  1. ଗର୍ଭବତୀ ମହିଳାମାନଙ୍କୁ ନିମ୍ନୋକ୍ତ ସେବା ଯୋଗାଇବା ଉଚିତ୍ –
    • ୧୬ ସପ୍ତାହ ମଧ୍ୟରେ ଗର୍ଭବତୀ ମହିଳାମାନଙ୍କର ପଞ୍ଜୀକରଣ ।
    • ଗର୍ଭାବସ୍ଥାରେ ସ୍ୱାସ୍ଥ୍ୟ ପରୀକ୍ଷା :- ଓଜନ, ରକ୍ତଚାପ ହିମୋଗ୍ଲୋବିନ୍ ର ଯାଞ୍ଚ, ପରିସ୍ରା ପରୀକ୍ଷା, ତଳିପେଟ ପରୀକ୍ଷା ଏବଂ ଗର୍ଭବତୀ ମହିଳାମାନଙ୍କୁ ଟି.ଟି. ଟୀକା ଦେବା IFA ବଟିକା ଯୋଗାଣ ।
    • ପରାମର୍ଶ ।
  2. ପ୍ରସୂତୀ ମା’ ମାନଙ୍କୁ ନିମ୍ନୋକ୍ତ ସେବା ଯୋଗାଇବା ଉଚିତ୍ –
    • ପ୍ରସବ ପରବର୍ତ୍ତୀ ସ୍ୱାସ୍ଥ୍ୟ ପରୀକ୍ଷା :- ପରାମର୍ଶ ତଥା ପରିବାର ନିୟୋଜନ ସାମଗ୍ରୀ ବଣ୍ଟନ, IUD ବ୍ୟବହାର, ମାତୃ ସ୍ତନ୍ୟପାନର ଉପାଦେୟତା ଏବଂ ଶିଶୁ ଜନ୍ମ ପଞ୍ଜୀକରଣ ସମୀକ୍ଷରେ ପରାମର୍ଶ ଦେବା ।
    • ମା’ ମାନଙ୍କର ପ୍ରସବ ପରବର୍ତ୍ତୀ ବିପଦପୂର୍ଣ୍ଣ ଲକ୍ଷଣ ଗୁଡିକ ଚିହ୍ନଟ (ଯଥା – ଜ୍ଵର, ରକ୍ତସ୍ରାବ ଓ ତଳିପେଟରେ ଯନ୍ତ୍ରଣା) କରି ପରାମର୍ଶ ସେବା ପାଇଁ ପଠାଇବା ।
    • ନବଜାତ ଶିଶୁର ଓଜନ ସେବା,  ନବଜାତ ଶିଶୁର ବିପଦପୂର୍ଣ୍ଣ ଲକ୍ଷଣ ଗୁଡିକ ଚିହ୍ନଟ କରି (ଯଥା :- ଜ୍ଵର, ଦ୍ରୁତ ଶ୍ଵାସକ୍ରିୟା, ଚର୍ମରେ ଘା) ପରାମର୍ଶ ସେବା ପାଇଁ ପଠାଇବା ।
  3. ୦-୩ବର୍ଷ ଶିଶୁମାନଙ୍କୁ ନିମ୍ନୋକ୍ତ ସେବା ଯୋଗାଇବା ଉଚିତ୍ –
    • ଶିଶୁମାନଙ୍କର ଓଜନ ନେଇ ଅଭିବୃଦ୍ଧି ଚାର୍ଟରେ ଚିହ୍ନଟ କରି ସେମାନଙ୍କର ବୃଦ୍ଧି ନିରୀକ୍ଷଣ କରିବା ଓ ମା’ ଓ ଶିଶୁ ସୁରକ୍ଷା କାର୍ଡ ମାଧ୍ୟମରେ ଅଭିଭାବକମାନଙ୍କୁ ପରାମର୍ଶ ଦେବା ।
    • ୩ ରୁ ୬ବର୍ଷ ଶିଶୁ ମାନଙ୍କୁ ଅନ୍ୟ ଏକ ଦିନରେ ଓଜନ କରାଯିବ ଓ ଜଟିଳତା ଥିବା ଶିଶୁମାନଙ୍କୁ ଉକ୍ତ ଗ୍ରାମ୍ୟ ସ୍ୱାସ୍ଥ୍ୟ ପୁଷ୍ଟି ଦିବସରେ ପୁନଃ ଦିବସରେ ପୁନଃ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ।
    • ପୁଷ୍ଟିକର ଦିବସ/ ପୁଷ୍ଟିଗତ ଥଇଥାନ କେନ୍ଦ୍ରକୁ ପରାମର୍ଶ ସେବା  ପାଇଁ ପ୍ରେରଣ – (କମ୍ ଓଜନର ଶିଶୁ, ଦୁଇ ପାଦରେ ପାଣି ଜମିଯାଇ ଫୁଲିବା, ଅତିଶୟ ପୁଷ୍ଟିହୀନ ଶିଶୁ ୧୧.୫ ସେ.ମି. କମ୍ ବାହୁ ମାପର ଶିଶୁ ଇତ୍ୟାଦି ମାନଙ୍କୁ )
    • ଅତିମାତ୍ରାରେ ଅସୁସ୍ଥ ଶିଶୁ ମାନଙ୍କ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରାମର୍ଶ ସେବାପାଇଁ ପଠାଯିବ ।
    • ୬ମାସରୁ ୨ ବର୍ଷର ଶିଶୁମାନଙ୍କୁ ତରଳ ଲୌହ ଫଲିଫର ଦିଆଯିବ ।
  4. ପ୍ରାଥମିକ ସ୍ୱାସ୍ଥ୍ୟ ଯତ୍ନ ସମ୍ବନ୍ଧୀୟ ନିମ୍ନୋକ୍ତ ସେବା ଯୋଗାଯିବ –
    • ବିଭିନ୍ନ ପ୍ରକାର ଅକ୍ଷମତାର ଚିହ୍ନଟ, ପୁଷ୍ଟିହୀନତା, ରକ୍ତହୀନତା ଅତିଶୟ ବିପଦସଙ୍କୁଳ ଗର୍ଭାବସ୍ଥା, ଯକ୍ଷ୍ମା,ମ୍ୟାଲେରିଆ ଓ କୁଷ୍ଠ ରୋଗର ଚିହ୍ନଟ ।
    • ନବଜାତ ଓ ଶୈଶବାବସ୍ଥାର ସମନ୍ଵିତ ଚିକିତ୍ସା ପରିଚାଳନା (IMNCI) ଓ  ଅନ୍ୟାନ୍ୟ ଚିକିତ୍ସା ମାଧ୍ୟମରେ ଶିଶୁମାନଙ୍କର ସାଧାରଣ ରୋଗ ଗୁଡ଼ିକର ଚିକିତ୍ସା କରାଯିବ ।

ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସରେ ଅଙ୍ଗନୱାଡୀ କର୍ମୀଙ୍କ ଦାୟିତ୍ଵ

  • ସ୍ଥାନ ନିରୂପଣ
    • ଏପରି ଏକ ସ୍ଥାନ ଚିହ୍ନଟ କରିବା ଦରକାର ଯେଉଁଠାରେ ଗର୍ଭବତୀ ମହିଳାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବାପାଇଁ ଉପଯୁକ୍ତ ହେଉଥିବ ।
  • କାର୍ଯ୍ୟକାରିତା
    • ଗୋଷ୍ଠୀକୁ ସଚେତନ କରିବାପାଇଁ ଓଜନ ଓ ପୁଷ୍ଟିକର ଖାଦ୍ୟର ପ୍ରଦର୍ଶନ କରାଯିବ ।
  • ତାଲିକା ପ୍ରସ୍ତୁତି
    • ଅଧିକ ଯତ୍ନ ଦରକାର ହେଉଥିବା ପୁଷ୍ଟିହୀନ ଶିଶୁମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବା ।

ରିପୋର୍ଟ ପ୍ରସ୍ତୁତି

ପୂର୍ବରୁ ସୂଚନା ଦିଆଯାଇଥିବା ହିତାଧିକାରୀ ମା’ ଓ ଶିଶୁମାନଙ୍କର ତାଲିକା ଓ ଜନ୍ମ ମୃତ୍ୟୁ ସୂଚନାର ଏକ ରିପୋର୍ଟ ପ୍ରଦାନ କରାଯିବ ।

  • ଲିପିବଦ୍ଧ :-  ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ସହ ସମନ୍ଵୟ ରକ୍ଷାକରି ଉକ୍ତ ଦିବସରେ ପ୍ରତ୍ୟେକ ବୈଠକର  ସଂପୂର୍ଣ୍ଣ ବିବରଣୀ ଲିପିବଦ୍ଧ କରାଯିବ ।

ଆଧାର - Women and Child Development Department

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate