ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସର ଉଦ୍ଦେଶ୍ୟ ୫ ବର୍ଷ ବୟସର କମ୍ ଶିଶୁମାନେ ସ୍ଵାସ୍ଥ୍ୟର ବିକାଶ ପାଇଁ ସ୍ୱାସ୍ଥ୍ୟ ଓ ସମନ୍ଵିତ ଶିଶୁ ବିକାଶ ଯୋଜନା ତରଫରୁ ଅନୁଷ୍ଠିତ ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସ ଏକ ଭିତ୍ତିଭୂମି ଯାହା ଗୋଷ୍ଠୀ ଓ ସ୍ଵାସ୍ଥ୍ୟର ପ୍ରାଥମିକ ଯତ୍ନର ଧାରା ମଧ୍ୟରେ ଯୋଗାଯୋଗର ମୂଳଦୂଆ ସ୍ଥାପନ କରିଥାଏ । ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସ ଅନୁଷ୍ଠିତ କରିବାର ମୁଖ୍ୟ ଉଦ୍ଦେଶ୍ୟ ଗୁଡିକ ହେଲା – ଗର୍ଭବତୀ ମହିଳା, ପ୍ରସୂତୀ ମା’ ଓ ୩ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ଆବଶ୍ୟକୀୟ ଏବଂ ସାମୂହିକ ସ୍ୱାସ୍ଥ୍ୟ ଓ ପୁଷ୍ଟିସେବା ଯୋଗାଇବା । ଗର୍ଭବତୀ ମହିଳା ମାନଙ୍କର ଯଥାଶୀଘ୍ର ପଞ୍ଜୀକରଣ, ଅତିଶୟ ସଂକଟାପୂର୍ଣ୍ଣ ଶିଶୁ ଏବଂ ଗର୍ଭବତୀ ମାନଙ୍କୁ ଚିହ୍ନଟ କରି ପରାମର୍ଶ ସେବା ପାଇଁ ପଠାଇବା । ଉକ୍ତ ଦିବସରେ ସେବା ପାଉଥିବା ହିତାଧିକାରୀ ମାନଙ୍କ ସହ ଗାଁ କଲ୍ୟାଣ ସମିତି ବା ମହିଳା ଗୋଷ୍ଠୀଙ୍କର କଥୋପକଥନ କରିବାର ସୁଯୋଗ ସୃଷ୍ଟି କରିବା । ନିଜ ପରିବାରରେ ଓ ଗୋଷ୍ଠୀରେ କିପରି ମା’ ଓ ଶିଶୁମାନଙ୍କର ଯତ୍ନ ନିଆଯାଇପାରିବ ଏଥିପାଇଁ ପରିବାରଗୁଡିକୁ ସୂଚନା ଦେବା । ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସରେ ଯୋଗାଇଦିଆଯାଉଥିବା ସେବା ଗର୍ଭବତୀ ମହିଳାମାନଙ୍କୁ ନିମ୍ନୋକ୍ତ ସେବା ଯୋଗାଇବା ଉଚିତ୍ – ୧୬ ସପ୍ତାହ ମଧ୍ୟରେ ଗର୍ଭବତୀ ମହିଳାମାନଙ୍କର ପଞ୍ଜୀକରଣ । ଗର୍ଭାବସ୍ଥାରେ ସ୍ୱାସ୍ଥ୍ୟ ପରୀକ୍ଷା :- ଓଜନ, ରକ୍ତଚାପ ହିମୋଗ୍ଲୋବିନ୍ ର ଯାଞ୍ଚ, ପରିସ୍ରା ପରୀକ୍ଷା, ତଳିପେଟ ପରୀକ୍ଷା ଏବଂ ଗର୍ଭବତୀ ମହିଳାମାନଙ୍କୁ ଟି.ଟି. ଟୀକା ଦେବା IFA ବଟିକା ଯୋଗାଣ । ପରାମର୍ଶ । ପ୍ରସୂତୀ ମା’ ମାନଙ୍କୁ ନିମ୍ନୋକ୍ତ ସେବା ଯୋଗାଇବା ଉଚିତ୍ – ପ୍ରସବ ପରବର୍ତ୍ତୀ ସ୍ୱାସ୍ଥ୍ୟ ପରୀକ୍ଷା :- ପରାମର୍ଶ ତଥା ପରିବାର ନିୟୋଜନ ସାମଗ୍ରୀ ବଣ୍ଟନ, IUD ବ୍ୟବହାର, ମାତୃ ସ୍ତନ୍ୟପାନର ଉପାଦେୟତା ଏବଂ ଶିଶୁ ଜନ୍ମ ପଞ୍ଜୀକରଣ ସମୀକ୍ଷରେ ପରାମର୍ଶ ଦେବା । ମା’ ମାନଙ୍କର ପ୍ରସବ ପରବର୍ତ୍ତୀ ବିପଦପୂର୍ଣ୍ଣ ଲକ୍ଷଣ ଗୁଡିକ ଚିହ୍ନଟ (ଯଥା – ଜ୍ଵର, ରକ୍ତସ୍ରାବ ଓ ତଳିପେଟରେ ଯନ୍ତ୍ରଣା) କରି ପରାମର୍ଶ ସେବା ପାଇଁ ପଠାଇବା । ନବଜାତ ଶିଶୁର ଓଜନ ସେବା, ନବଜାତ ଶିଶୁର ବିପଦପୂର୍ଣ୍ଣ ଲକ୍ଷଣ ଗୁଡିକ ଚିହ୍ନଟ କରି (ଯଥା :- ଜ୍ଵର, ଦ୍ରୁତ ଶ୍ଵାସକ୍ରିୟା, ଚର୍ମରେ ଘା) ପରାମର୍ଶ ସେବା ପାଇଁ ପଠାଇବା । ୦-୩ବର୍ଷ ଶିଶୁମାନଙ୍କୁ ନିମ୍ନୋକ୍ତ ସେବା ଯୋଗାଇବା ଉଚିତ୍ – ଶିଶୁମାନଙ୍କର ଓଜନ ନେଇ ଅଭିବୃଦ୍ଧି ଚାର୍ଟରେ ଚିହ୍ନଟ କରି ସେମାନଙ୍କର ବୃଦ୍ଧି ନିରୀକ୍ଷଣ କରିବା ଓ ମା’ ଓ ଶିଶୁ ସୁରକ୍ଷା କାର୍ଡ ମାଧ୍ୟମରେ ଅଭିଭାବକମାନଙ୍କୁ ପରାମର୍ଶ ଦେବା । ୩ ରୁ ୬ବର୍ଷ ଶିଶୁ ମାନଙ୍କୁ ଅନ୍ୟ ଏକ ଦିନରେ ଓଜନ କରାଯିବ ଓ ଜଟିଳତା ଥିବା ଶିଶୁମାନଙ୍କୁ ଉକ୍ତ ଗ୍ରାମ୍ୟ ସ୍ୱାସ୍ଥ୍ୟ ପୁଷ୍ଟି ଦିବସରେ ପୁନଃ ଦିବସରେ ପୁନଃ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ପୁଷ୍ଟିକର ଦିବସ/ ପୁଷ୍ଟିଗତ ଥଇଥାନ କେନ୍ଦ୍ରକୁ ପରାମର୍ଶ ସେବା ପାଇଁ ପ୍ରେରଣ – (କମ୍ ଓଜନର ଶିଶୁ, ଦୁଇ ପାଦରେ ପାଣି ଜମିଯାଇ ଫୁଲିବା, ଅତିଶୟ ପୁଷ୍ଟିହୀନ ଶିଶୁ ୧୧.୫ ସେ.ମି. କମ୍ ବାହୁ ମାପର ଶିଶୁ ଇତ୍ୟାଦି ମାନଙ୍କୁ ) ଅତିମାତ୍ରାରେ ଅସୁସ୍ଥ ଶିଶୁ ମାନଙ୍କ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରାମର୍ଶ ସେବାପାଇଁ ପଠାଯିବ । ୬ମାସରୁ ୨ ବର୍ଷର ଶିଶୁମାନଙ୍କୁ ତରଳ ଲୌହ ଫଲିଫର ଦିଆଯିବ । ପ୍ରାଥମିକ ସ୍ୱାସ୍ଥ୍ୟ ଯତ୍ନ ସମ୍ବନ୍ଧୀୟ ନିମ୍ନୋକ୍ତ ସେବା ଯୋଗାଯିବ – ବିଭିନ୍ନ ପ୍ରକାର ଅକ୍ଷମତାର ଚିହ୍ନଟ, ପୁଷ୍ଟିହୀନତା, ରକ୍ତହୀନତା ଅତିଶୟ ବିପଦସଙ୍କୁଳ ଗର୍ଭାବସ୍ଥା, ଯକ୍ଷ୍ମା,ମ୍ୟାଲେରିଆ ଓ କୁଷ୍ଠ ରୋଗର ଚିହ୍ନଟ । ନବଜାତ ଓ ଶୈଶବାବସ୍ଥାର ସମନ୍ଵିତ ଚିକିତ୍ସା ପରିଚାଳନା (IMNCI) ଓ ଅନ୍ୟାନ୍ୟ ଚିକିତ୍ସା ମାଧ୍ୟମରେ ଶିଶୁମାନଙ୍କର ସାଧାରଣ ରୋଗ ଗୁଡ଼ିକର ଚିକିତ୍ସା କରାଯିବ । ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସରେ ଅଙ୍ଗନୱାଡୀ କର୍ମୀଙ୍କ ଦାୟିତ୍ଵ ସ୍ଥାନ ନିରୂପଣ ଏପରି ଏକ ସ୍ଥାନ ଚିହ୍ନଟ କରିବା ଦରକାର ଯେଉଁଠାରେ ଗର୍ଭବତୀ ମହିଳାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବାପାଇଁ ଉପଯୁକ୍ତ ହେଉଥିବ । କାର୍ଯ୍ୟକାରିତା ଗୋଷ୍ଠୀକୁ ସଚେତନ କରିବାପାଇଁ ଓଜନ ଓ ପୁଷ୍ଟିକର ଖାଦ୍ୟର ପ୍ରଦର୍ଶନ କରାଯିବ । ତାଲିକା ପ୍ରସ୍ତୁତି ଅଧିକ ଯତ୍ନ ଦରକାର ହେଉଥିବା ପୁଷ୍ଟିହୀନ ଶିଶୁମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବା । ରିପୋର୍ଟ ପ୍ରସ୍ତୁତି ପୂର୍ବରୁ ସୂଚନା ଦିଆଯାଇଥିବା ହିତାଧିକାରୀ ମା’ ଓ ଶିଶୁମାନଙ୍କର ତାଲିକା ଓ ଜନ୍ମ ମୃତ୍ୟୁ ସୂଚନାର ଏକ ରିପୋର୍ଟ ପ୍ରଦାନ କରାଯିବ । ଲିପିବଦ୍ଧ :- ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ସହ ସମନ୍ଵୟ ରକ୍ଷାକରି ଉକ୍ତ ଦିବସରେ ପ୍ରତ୍ୟେକ ବୈଠକର ସଂପୂର୍ଣ୍ଣ ବିବରଣୀ ଲିପିବଦ୍ଧ କରାଯିବ । ଆଧାର - Women and Child Development Department