ଉପକ୍ରମ ଜନ୍ମ ସମୟରେ ଦିଆଯାଇଥିବା ଟୀକା ବ୍ୟତୀତ ପ୍ରଥମ ବର୍ଷ ବୟସର ଶିଶୁକୁ ଆଉ ୪ଥର ଟୀକା ନେବାକୁ ପଡିଥାଏ । ପ୍ରତିଟି ଶିଶୁ ଯେପରି ନିର୍ଦ୍ଧିଷ୍ଟ କ୍ରମରେ ସମସ୍ତ ଟୀକା ନିଅନ୍ତି ଅଙ୍ଗନୱାଡି କର୍ମୀ ନିଶ୍ଚିତ କରିବେ । ଜନ୍ମ ରୁ ୧ ବର୍ଷ ପର୍ଯ୍ୟନ୍ତ ନିୟମିତ ଟୀକାକରଣ ସାରଣୀ କ’ଣ ? ଜନ୍ମ ସମୟରେ ଦିଆଯାଇଥିବା ଟୀକା ବ୍ୟତୀତ ପ୍ରଥମ ବର୍ଷ ବୟସର ଶିଶୁକୁ ଆଉ ୪ଥର ଟୀକା ନେବାକୁ ପଡିଥାଏ । ପ୍ରତିଟି ଶିଶୁ ଯେପରି ନିର୍ଦ୍ଧିଷ୍ଟ କ୍ରମରେ ସମସ୍ତ ଟୀକା ନିଅନ୍ତି ଅଙ୍ଗନୱାଡି କର୍ମୀ ନିଶ୍ଚିତ କରିବେ । ଟୀକାଦାନର କ୍ରମ ନିମ୍ନରେ ଦିଆଯାଇଛି । ଜନ୍ମ ସମୟରେ ଶିଶୁକୁ ବିସିଜି, ପୋଲିଓ ଏବଂ ହେପାଟାଇଟିସ୍-ବି ଟୀକା ଦିଆଯାଏ । ଜନ୍ମ ସମୟରେ ଏବଂ ୧୪ଦିନ ପର୍ଯ୍ୟନ୍ତ ପୋଲିଓ ବୁନ୍ଦା ଦିଆଯିବ । (ଏହାକୁ ଶୂନମାତ୍ରା,୦-ଡୋଜ୍ କୁହାଯାଏ, ଯାହାକି ପ୍ରଥମ ମାତ୍ରା ପୂର୍ବରୁ ଦିଆଯାଏ) ଦେଢ ମାସରେ ଡି.ପି.ଟି, ପୋଲିଓ ଏବଂ ହେପାଟାଇଟିସ୍ –ବିର ପ୍ରଥମ ମାତ୍ରା ଦିଆଯିବ । ଅଢେଇ ମାସର ଶିଶୁକୁ ଡି.ପି.ଟି, ପୋଲିଓ ଏବଂ ହେପାଟାଇଟିସ୍ –ବିର ଦ୍ଵିତୀୟ ମାତ୍ରା ଦିଆଯିବ । ସାଢେ ତିନିମାସ (୩ ୧/୨) ରେ ଶିଶୁକୁ ଡି.ପି.ଟି ଏବଂ ପୋଲିଓର ତୃତୀୟମାତ୍ରା ଦିଆଯିବ । ୯ ମାସରେ ମିଳିମିଳା ଓ ହେପାଟାଇଟିସ୍ –ବିର ତୃତୀୟ ମାତ୍ରା ଏବଂ ଭିଟାମିନ୍ –ଏ ଦିଆଯିବ । ଅଙ୍ଗନୱାଡି କର୍ମୀଙ୍କ ଦାୟିତ୍ଵ ପ୍ରତିଷେଧ ସମ୍ବନ୍ଧରେ କେଉଁସବୁ ବିଷୟ ଅଙ୍ଗନୱାଡି କର୍ମୀମାନେ ମନେ ରଖିବେ ? ସମସ୍ତ ଶିଶୁଙ୍କର ପ୍ରତିଷେଧକ ବ୍ୟବସ୍ଥାକୁ ଫଳପ୍ରଦକରିବାପାଇଁ ଅଙ୍ଗନୱାଡିକର୍ମୀ ନିମ୍ନୋକ୍ତ ବିଷୟରେ ଧ୍ୟାନ ଦେବେ । ଶିଶୁକୁ ସାମାନ୍ୟ ଜ୍ଵର, କାଶ, ଥଣ୍ଡା ଏବଂ ତରଳଝାଡା ହେଉଥିଲେ ମଧ୍ୟ ଟୀକାଦାନ ପାଇଁ ଆଣିବା ଦରକାର । ମା’/ଯତ୍ନପ୍ରଦାନକାରୀ, ଦେବାକୁ ଥିବା ଟୀକାର ନାମ ଏବଂ ଉଦ୍ଦେଶ୍ୟ ବିଷୟରେ ଜଣାଇବେ । ମା/ଯତ୍ନ ପ୍ରଦାନକାରୀଙ୍କୁ ଟୀକାର ସମ୍ଭାବ୍ୟ ପାର୍ଶ୍ଵ-ପ୍ରତିକ୍ରିୟା ବିଷୟରେ ସୂଚନା ଦେବେ । ମା/ଯତ୍ନ ପ୍ରଦାନକାରୀଙ୍କୁ ଦେବାକୁ ଥିବା ପରିବର୍ତ୍ତୀ ଟୀକା ଏବଂ ତାରିଖ ବିଷୟରେ ସୂଚନା ଦେବେ । ମା/ଯତ୍ନ ପ୍ରଦାନକାରୀ ଯେପରି ପ୍ରତିଷେଧକ ଟୀକା କାର୍ଡ/ମା ଶିଶୁ ସୁରକ୍ଷାକାର୍ଡକୁ ପ୍ରତିଟି ଟୀକାଦାନ ଦିବସରେ ଯେପରି ଆଣନ୍ତି ନିଶ୍ଚିତ କରିବେ । କ୍ଷୁଦ୍ରପୁଷ୍ଟି ସ୍ଥିରୀକୃତ ପ୍ରତିଷେଧକ ଛଡା ଆଉ କେଉଁ କ୍ଷୁଦ୍ରପୁଷ୍ଟିସବୁ ଶିଶୁକୁ ଦିଆଯିବ ? ସ୍ଥିରୀକୃତ ଟୀକାଦାନରେ ଦିଆଯାଉଥିବା ଆଣ୍ଟିଜେନ୍ ବ୍ୟତୀତ ନିମ୍ନୋକ୍ତ କ୍ଷୁଦ୍ରପୁଷ୍ଟି ଗୁଡିକ ପ୍ରତିଟି ଶିଶୁ ଯେପରି ପାଆନ୍ତି ଅଙ୍ଗନୱାଡି କର୍ମୀ ନିଶ୍ଚିତ କରିବେ । ନିୟମିତ ଟୀକାକରଣ ଛଡା ଶିଶୁକୁ OPV ବା ପଲସ୍ ପୋଲିଓ ବୁନ୍ଦା ବି ଦିଅନ୍ତୁ । ବର୍ଷକୁ ଦୁଇଥର ମେ ଏବଂ ନଭେମ୍ବର ମାସରେ ୬ମାସରୁ ୫ବର୍ଷ ବୟସର ସମସ୍ତ ଶିଶୁଙ୍କୁ ଭିଟାମିନ୍ –ଏ ଦ୍ରବଣ ନିଶ୍ଚିତ ଦେବେ । ପ୍ରତିଟି ଶିଶୁ ଭିଟାମିନ୍-ଏର ମୋଟ ୯ଟି ମାତ୍ରା ନିଶ୍ଚୟ ନେବେ । ଭିଟାମିନ୍ –ଏ ସହିତ ସମସ୍ତ ୧ରୁ ୫ ବର୍ଷର ଶିଶୁଙ୍କୁ ମେ ଏବଂ ନଭେମ୍ବର ମାସରେ ଆଲବେଣ୍ଡାଜୋଏଲ ଦିଆଯିବ । ୧-୨ ବର୍ଷର ଶିଶୁକୁ ୨୦୦ ମି.ଗ୍ରା./୫ ମି.ଲି. ମାତ୍ରାରେ ଆଲବେଣ୍ଡାଜୋଲ ଦିଅନ୍ତୁ ଏବଂ ୨ରୁ୫ ବର୍ଷର ଶିଶୁକୁ ୪୦୦ମି.ଗ୍ରା./୧୦ ମି.ଲି. ମାତ୍ରାର ଆଲବେଣ୍ଡାଜୋଲ ଦିଅନ୍ତୁ । ୬ ମାସରୁ ୫ବର୍ଷ ବୟସର ସମସ୍ତ ଶିଶୁଙ୍କୁ ଲୌହସାର ସହ ଫଲିକ୍ ଏସିଡ୍ ଥିବା ସିରପ୍ (ପାଣି ଔଷଧ)ଦିଅନ୍ତୁ। ଆଧାର - Women and Child Development Department