অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶିଶୁର ବୃଦ୍ଧି ନିରୀକ୍ଷଣ

ଶିଶୁର ବୃଦ୍ଧି ନିରୀକ୍ଷଣ

ଉପକ୍ରମ

ଓଜନ ନିରୀକ୍ଷଣ ହେଉଛି ଶିଶୁର ବିକାଶ ପ୍ରକ୍ରିୟା କୁ ନିୟମିତ ଭାବେ ନଜର ରଖିବା ଏବଂ ଏହା କେତେକ ସୂଚକ ଯଥା ବୟସ ଅନୁସାରେ ଶିଶୁର ଓଜନ ଏବଂ ଉଚ୍ଚତାକୁ ନିୟମିତ ବ୍ୟବଧାନରେ ନଜର ରଖିବା।

ବୃଦ୍ଧି ନିରୀକ୍ଷଣ

  1. ବୃଦ୍ଧି ନିରୀକ୍ଷଣ ଗୁରୁତ୍ଵପୂର୍ଣ୍ଣ କାହିଁକି -
  2. ଏହା ଶିଶୁର ବୃଦ୍ଧି ପ୍ରକ୍ରିୟା ବିଫଳତା ଚିହ୍ନଟ କରେ ଏବଂ ଜରୁରୀ ଓ ଉଚ୍ଚିତ ପଦକ୍ଷେପ ନେବାରେ ମଧ୍ୟ ସାହାଯ୍ୟ କରେ ।

  3. କିପରି ଜଣେ ଶିଶୁର ବୃଦ୍ଧିକୁ ନିରୀକ୍ଷଣ କରିବ -
  4. ଅଙ୍ଗନବାଡି କେନ୍ଦ୍ରରେ ଥିବା ନୂତନ WHO ନିର୍ଦ୍ଦେଶାବଳୀ ଅନୁଯାୟୀ

    ( ଗୋଲାପି ରଙ୍ଗ ଝିଅମାନଙ୍କ ପାଇଁ ଓ ନୀଳ ରଙ୍ଗ ପୁଅମାନଙ୍କ ପାଇଁ )ବୃଦ୍ଧି ଚାର୍ଟକୁ ବ୍ୟବହାର କରି ପାରିବ ।

ବୃଦ୍ଧି ଚାର୍ଟ

  1. ବୃଦ୍ଧି ଚାର୍ଟ ହେଉଛି ଏକ ଚାର୍ଟ ଯେଉଁଥିରେ ଦୁଇଟି ଅକ୍ଷ ଅଛି ।
    • ସମାନ୍ତରାଳ ଅକ୍ଷରେ ପିଲାର ବୟସ ଲେଖାଯିବ ।
    • ଲମ୍ବ ଭାବରେ ଥିବା ଅକ୍ଷ ରେ ପିଲାର ଓଜନ ଲେଖାଯିବ ।
    • ବୃଦ୍ଧି ଚାର୍ଟରେ ଶିଶୁର ବୟସ ଅନୁଯାୟୀ ଓଜନ ଲିପିବଦ୍ଧ ହେବ ।
  2. ବୃଦ୍ଧି ଚାର୍ଟର ବ୍ୟବହାର କରିବା :-
    • ‘ଓଜନ ପାଇଁ ବୟସ’ ସୂଚକକୁ ବ୍ୟବହାର କରି ଶିଶୁର ବୃଦ୍ଧିକୁ ବୃଦ୍ଧି ଚାର୍ଟ ଆକଳନ କରିହୁଏ ।
    • ବୃଦ୍ଧି ଚାର୍ଟ ଶିଶୁର ପୁଷ୍ଟିହୀନତାର ସ୍ତରକୁ ନିରୂପଣ କରିଥାଏ ।
    • ପରିପୂରକ ପୁଷ୍ଟି ଯୋଗାଣ ପାଇଁ ହିତାଧିକାରୀଙ୍କୁ ଚିହ୍ନଟ କରିହୁଏ ।
    • ମା’ ମାନଙ୍କୁ ସ୍ୱାସ୍ଥ୍ୟ ଓ ପୁଷ୍ଟି ସମ୍ବନ୍ଧୀୟ ଶିକ୍ଷା ଦେବାପାଇଁ ବୃଦ୍ଧି ଚାର୍ଟ ବ୍ୟବହାର କରାଯାଏ ।
  3. ବୃଦ୍ଧି ଚାର୍ଟ ବ୍ୟବହାର କରି ଶିଶୁର ବୃଦ୍ଧି ନିରୀକ୍ଷଣ କିପରି କରିବ ?
    • ଶିଶୁର ସଠିକ୍ ଜନ୍ମ ତାରିଖ ନିର୍ଣ୍ଣୟ କରିବା :
      • ମା’ଙ୍କୁ କିମ୍ବା ପରିବାର ସଦସ୍ୟମାନଙ୍କୁ ପଚାରି ।
      • ମା’ ଓ ଶିଶୁ ସୁରକ୍ଷା କାର୍ଡ/ଜନ୍ମ ରେଜିଷ୍ଟର ଦେଖି ।

ଓଜନ

ଶିଶୁର ସଠିକ୍ ଭାବରେ ଓଜନ ନେବା ।

  1. ଓଜନ ଯନ୍ତ୍ରକୁ କିପରି ଟଙ୍ଗାଯିବ :-
    • ଓଜନ ଯନ୍ତ୍ରକୁ ଗୋଟେ ବିମ୍ କିମ୍ବା ଗଛର ଡାଳରେ ଭଲଭାବରେ ବାନ୍ଧି ଟାଙ୍ଗିବା ।
    • ଓଜନ ଯନ୍ତ୍ରରେ ଲେଖା ପାଖଟି ଆଖିର ସମ୍ମୁଖ ଭାଗରେ ରଖିବା ଫଳରେ ଓଜନକୁ ଠିକ୍ ଭାବରେ ପଢି ହେବ ।
    • ଓଜନର ତଳଭାଗରେ ଥିବା ହୁକ୍ ରେ ବ୍ୟାଗ ପିନ୍ଧାଇ ଶିଶୁକୁ ଓଜନ କରିବା ।
    • ଶିଶୁର ଓଜନ କରିବା ସମୟରେ ଗାମୁଛା ବା ବ୍ୟାଗ୍ କୁ ଆଗ ବାନ୍ଧି ‘O’ କୁ ଆଣି ସାରିବା ପରେ ଓଜନ କରିବା ।
  2. ଶିଶୁକୁ ଓଜନ କରିବା –
    • ମା’ କୁ ଶିଶୁର ଅଧିକ ପୋଷାକକୁ କାଢିଦେବାକୁ କହିବା ।
    • ଶିଶୁକୁ ଦୋଳିରେ ରେ ରଖିବା ।
    • ଶିଶୁର ପାଦ ତଳେ ଯେପରି ନ ଲାଗେ ସେଥିପ୍ରତି ଦୃଷ୍ଟି ଦେବା ।
  3. ଓଜନ ପଢିବା –
    • ଓଜନ ଯନ୍ତ୍ରକୁ ୦ ରୁ ୨୫ କେ.ଜି ପର୍ଯ୍ୟନ୍ତ ଓଜନ ଥାଏ । ପ୍ରତି କିଲୋଗ୍ରାମକୁ ୫୦୦ ଗ୍ରାମ୍ ରେ ଓ ୧୦୦ ଗ୍ରାମ୍ ରେ ବିଭକ୍ତ କରାଯାଇ ଚିହ୍ନଟ ହୋଇଛି । ଓଜନ ଯନ୍ତ୍ରର ସୂଚକ କଣ୍ଟାକୁ ୧୦୦ ଗ୍ରାମ୍ କିମ୍ବା ତା ପାଖାପାଖି ଯେଉଁଠି ସୂଚକ ରହୁଛି ସେଠି ଦେଖି ଓଜନକୁ ଲିପିବଦ୍ଧ କରିବ ।
    • ମା’ଙ୍କୁ କହିବ ଓଜନ ନେବାବେଳେ ସେ ଶିଶୁ ପାଖରେ ରହି ତା ସହିତ କଥାବାର୍ତ୍ତା କରିବେ ଯେପରି ଶିଶୁଟି ନ କାନ୍ଦିବ ।
    • ଶିଶୁର ଓଜନ ଯନ୍ତ୍ରର ସମ୍ମୁଖ ଭାଗରେ ରହି ପଢିବେ, କେବେଭି ଯନ୍ତ୍ର କଡରେ ଛିଡାହୋଇ ଓଜନ ପଢିବେ ନାହିଁ ।
  4. ଓଜନ ବୃଦ୍ଧି ଚାର୍ଟରେ ଓଜନକୁ ସଠିକ୍ ଭାବରେ ଚିହ୍ନିତ କରିବା :-
    • ଚାର୍ଟର ନିମ୍ନଭାଗରେ ଥିବା ‘ମାସ ଅକ୍ଷର’ ପ୍ରଥମ ଘରେ ଶିଶୁର ଜନ୍ମମାସଓ ବର୍ଷ ଲେଖି ୫ବର୍ଷ ପର୍ଯ୍ୟନ୍ତ ଥିବା ସମସ୍ତ କୋଠରୀ ପୂରଣ କରାଯିବ ।
    • ମାସ ଅକ୍ଷରେ, ମାସ କୋଠରୀକୁ ଚିହ୍ନଟ କରାଯିବ ଯାହାକି ଶିଶୁର ବର୍ତ୍ତମାନ ବୟସ ବିଷୟରେ ସୂଚନା ଦିଏ ।
    • ମାସ କୋଠରୀ ତଳେ ନିଆଯାଇଥିବା ଶିଶୁର ଓଜନ ଲେଖାଯିବ ।
    • ଓଜନ ଅକ୍ଷର, ରେଖାକୁ ଚିହ୍ନଟ କରି ନିଆଯାଇଥିବା ଓଜନକୁ ଜାଣି ହୁଏ ।
    • ଚିହ୍ନଟ ହୋଇଥିବା ମାସ କୋଠରୀ ଉପରେ ଶିଶୁର ଓଜନକୁ ବିନ୍ଦୁ ଦେଇ ଦର୍ଶାଯିବ ।
    • ବିନ୍ଦୁ ଚାରିପଟେ ଏକ ଗୋଲ ବୁଲାଯିବ ଯାହାଦ୍ୱାରାକି ଶିଶୁର ଓଜନର ସ୍ଥିତି ବିଷୟରେ ଜଣାପଡିବ ।
    • ବର୍ତ୍ତମାନ ଚଳିତ ମାସର ବିନ୍ଦୁ ସହିତ ପୂର୍ବମାସର ବିନ୍ଦୁକୁ ଏକ ଗାର ଦ୍ଵାରା ସଂଯୋଗ କରାଯିବ । ସଂଯୋଗ ଦ୍ଵାରା ଉତ୍ପନ୍ନ ହେଉଥିବା ରେଖାକୁ ବୃଦ୍ଧି ରେଖା କୁହାଯାଏ ।
  5. ବୃଦ୍ଧି ରେଖାର ବୁଝିବା :
    • ଉର୍ଦ୍ଧଗାମୀ ବୃଦ୍ଧିରେଖା ସୂଚନା ଦିଏ ଯେ ଶିଶୁଟି ଓଜନ ବୃଦ୍ଧି ହେଉଛି ଏବଂ ତା’ର ବିକାଶ ହେଉଛି ।
    • ସମାନ୍ତରାଳ ବୃଦ୍ଧି ରେଖା ସୂଚନା ଦିଏ ଯେ ଶିଶୁଟି ଠିକ୍ ଭାବରେ ବଢୁନାହିଁ ଓ ବିପଦପୂର୍ଣ୍ଣ ଅବସ୍ଥାରେ ଅଛି ।
    • ନିମ୍ନଗାମୀ ବୃଦ୍ଧିରେଖା ସୂଚନା ଦିଏ ଯେ ଶିଶୁଟି ଅତ୍ୟନ୍ତ ବିପଦସଂକୁଳ ଅବସ୍ଥାରେ ଅଛି ଏବଂ ଶୀଘ୍ର ସ୍ୱାସ୍ଥ୍ୟର ଯତ୍ନ ଦରକାର କରୁଛି ।

    ବୃଦ୍ଧି ଚାର୍ଟର ସୂଚନା

    1. ବୃଦ୍ଧି ଚାର୍ଟ ଆମକୁ କ’ଣ ସୂଚନା ଦିଏ :
      • ଶିଶୁର ଓଜନ ସବୁଜ ରଙ୍ଗରେ ଥିଲେ – ସ୍ଵାଭାବିକ ସ୍ତର ।
      • ଶିଶୁର ଓଜନ ହଳଦିଆ ରଙ୍ଗରେ ଥିଲେ – ମଧ୍ୟମ ଧରଣର କମ୍ ଓଜନ ।
      • ଶିଶୁର ଓଜନ କମଳା ରଙ୍ଗ ଭିତରେ ଥିଲେ – ଅତିଶୟ କମ୍ ଓଜନ ।

    ପୁଷ୍ଟିହୀନତାର ପ୍ରତିକାର

    1. ଯଦି ଜଣେ ଶିଶୁ ପୁଷ୍ଟିହୀନତା ସ୍ତରରେ ରହେ କ’ଣ କରାଯିବା ଉଚିତ୍ ?
      • ପ୍ରଥମେ ପୁଷ୍ଟିହୀନ ଶିଶୁମାନଙ୍କୁ ଚିହ୍ନଟକରି କେଉଁ ମା’ ପରାମର୍ଶ ସେବା ଦରକାର କରୁଛନ୍ତି ସେମାନଙ୍କୁ ପ୍ରାଥମିକତା ଦେବା ।
      • ମା’ ମାନଙ୍କୁ ବୃଦ୍ଧି ଦେଖାଇ ବୃଦ୍ଧି ରେଖା କେଉଁଆଡେ ଯାଉଛି ବୁଝାନ୍ତୁ ।
      • ମା’ମାନଙ୍କୁ ସେମାନଙ୍କ ଶିଶୁମାନଙ୍କୁ ନିୟମିତ ଓଜନ କରିବାକୁ ଆଣିବାକୁ ପରାମର୍ଶ ଦିଅନ୍ତୁ ।
      • ଶିଶୁର ଆଦୌ ଓଜନ ବଢିନାହିଁ କିମ୍ବା ଓଜନ ସ୍ୱଳ୍ପ ବଢିବା ବିଷୟରେ ଆଲୋଚନା କରନ୍ତୁ ।
      • ପରିବାର ବର୍ଗଙ୍କୁ (ମା’ ବାପା) ଶିଶୁର ପୁଷ୍ଟିର ଯତ୍ନ, କେତେଥର ଖାଇବ ଏବଂ ପରିବାରର ଖାଦ୍ୟ ବିଷୟରେ ଉପଦେଶ ଦିଅନ୍ତୁ ।
      • ମା’ମାନଙ୍କୁ ପ୍ରସୂତୀ ଅବସ୍ଥାରେ ଅଧିକ ପୃଷ୍ଟିଦରକାର କରନ୍ତି ଏବଂ ଶିଶୁ ମଧ୍ୟ ସ୍ତନ୍ୟପାନରୁ ଆବଶ୍ୟକୀୟ ପୁଷ୍ଟି ପାଇପାରିବ ତେଣୁ ସେମାନେ ଏହି ଅବସ୍ଥାରେ ତାଙ୍କର ଖାଦ୍ୟର ଠିକ୍ ଭାବରେ ଯତ୍ନ ନେବା ବିଷୟରେ ପରାମର୍ଶ ଦିଅନ୍ତୁ।
      • ଯଦି ମା’ଟି ଦୁର୍ବଳ ଥାଏ ତେବେ ପରିପୂରକ ଖାଦ୍ୟ ପ୍ରତିଦିନ ନିୟମିତ ଭାବରେ ଖାଇବା ବିଷୟରେ ପରାମର୍ଶ ଦିଅନ୍ତୁ ।
      • ଏକ ପ୍ରସୂତୀ ମା’ ଅଧିକ କ୍ଷୀର ହେବା ପାଇଁ ଅଧିକ ପୁଷ୍ଟିକର ଖାଦ୍ୟ ଦରକାର
      • କରନ୍ତୁ, ତେଣୁ ସେ ଅଧିକ ମାତ୍ରାରେ ଶସ୍ୟଜାତୀୟ ଖାଦ୍ୟ, ଡାଲି, କ୍ଷୀର, ଦହି ଓ ସବୁଜ ପନିପରିବା ଓ ଫଳ ଦରକାର କରନ୍ତି ।

    ଆଧାର - Women and Child Development Department



    © 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate