অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସଂକ୍ରମଣରୁ ରକ୍ଷା ପାଇଁ ପରିଚ୍ଛନ୍ନତାର ଅଭ୍ୟାସ

ବ୍ୟକ୍ତିଗତ ପରିଚ୍ଛନ୍ନତା

  • ପରିବାରର ସମସ୍ତ ସଦସ୍ୟ ଏବଂ ଶିଶୁମାନେ ଶୌଚ ପରେ ସାବୁନ ଓ ପାଣିରେ କିମ୍ବା ପାଉଁଶ ଓ ପାଣିରେ ହାତ ଧୋଇବା ଉଚିତ୍ ।
  • ମାଟି ସାହାଯ୍ୟ ହାତ ସଫା କରିବା ଉଚିତ୍ ନୁହେଁ, କାରଣ ମାଟିରେ ହିଁ ସବୁ ରୋଗର ଜୀବାଣୁ ରହିଥାନ୍ତି । ଯଦି ସାବୁନ ନଥାଏ ତାହାହେଲେ ପରିଷ୍କାର ବା ସତେଜ ପାଉଁଶ ବ୍ୟବହାର କରନ୍ତୁ । ଧୋଇଲା ବେଳେ ଦୁଇହାତକୁ ଭଲଭାବରେ ଘୋଷି ଧୋଇବା ଉଚିତ୍ ।
  • ଶିଶୁମାନେ ସାଧାରଣତଃ ପାଟିରେ ହାତ ପୁରାଇଥାନ୍ତି, ତେଣୁ ବାହାର ଧୂଳିରେ ଏବଂ ପଶୁପକ୍ଷୀଙ୍କ ସହ ଖେଳିବା ପରେ ଶିଶୁମାନଙ୍କ ହାତକୁ ପରିଷ୍କାର ଭାବରେ ଧୋଇବା ଉଚିତ୍ ।
  • ପ୍ରତ୍ୟେକଦିନ ସ୍ନାନ କରିବା ଏବଂ ପୋଷାକ ବଦଳାଇବା ଦ୍ଵାରା ଅସୁସ୍ଥତାରୁ ରକ୍ଷା ମିଳି ଥାଏ ।
  • ଘର ବାହାରେ ଏବଂ କାନ୍ଥରେ ଛେପ ପକାଇବା ଅନୁଚିତ୍ ।
  • କୃମି ପ୍ରବଣ ଅଞ୍ଚଳରେ ବସବାସ କରୁଥିବା ଶିଶୁମାନଙ୍କୁ ବର୍ଷରେ ୩ଥର କୃମି ନାଶକ ବଟିକା ଦେଇ ଚିକିତ୍ସା କରିବା ଉଚିତ୍ ।
  • ପାଇଖାନା ଓ ଗାଧୁଆ ଘର ବାରମ୍ବାର ପରିଷ୍କାର ରଖିବା ଉଚିତ୍ ଏବଂ ପାଣି ପକାଇ ସଫା କରିବା ଉଚିତ୍ ।

ଖାଦ୍ୟ ପ୍ରସ୍ତୁତି ପରିଚ୍ଛନ୍ନତା ଏବଂ ଖାଦ୍ୟର ସୁରକ୍ଷା

  • ଖାଦ୍ୟ ରାନ୍ଧିବା, ବାଢିବା ଓ ଖାଦ୍ୟ ଖାଇବା ପୂର୍ବରୁ ଏବଂ ପରେ ହାତକୁ ଭଲ ଭାବରେ ଧୋଇବା ଉଚିତ୍ ।
  • ସମସ୍ତ ପ୍ରକାର ଫଳ ଓ ପନିପରିବା ଖାଇବା, ରାନ୍ଧିବା ପୂର୍ବରୁ ଭଲରୂପେ ଧୋଇବା ଏବଂ ଯଥାସମ୍ଭବ ସତେଜ ଖାଦ୍ୟ ଖାଇବା ଉଚିତ୍ ।
  • ମାଛି ଏବଂ ଅନ୍ୟାନ୍ୟ କୀଟ ମାନଙ୍କଠାରୁ ଯଥା ସମ୍ଭବ ଖାଦ୍ୟକୁ ଘୋଡାଇ ରଖିବା ଉଚିତ୍ ।

ଗ୍ରାମର ଜଳଯୋଗାଣର ସୁରକ୍ଷା

  • କୂଅକୁ ଘୋଡାଇ ରଖିବା ।
  • ନଳକୂପ ପ୍ରତିଷ୍ଠା କରିବା ।
  • ୧୫ ମିଟର ଦୂରତାରେ ପାଇଖାନା ତିଆରି କରିବା ଏବଂ କୌଣସି ପାଣି ଉତ୍ସର ତଳ ପର୍ଯ୍ୟନ୍ତ ହେବା ଦରକାର ।
  • ମଳ ଓ ଅଦରକାରୀ ପାଣି କୌଣସି ଜଳ ଉତ୍ସଠାରୁ ଦୂରକୁ ଛାଡିବା ଉଚିତ୍ ।
  • ପାଣିର ସଂରକ୍ଷଣ ଓ ପରିଷ୍କାର ନିମନ୍ତେ ବାଲ୍ଟି, ଦଉଡି ଏବଂ ଜାର୍ ସବୁ ବ୍ୟବହାର କରାଯାଏ ।
  • ପିଇବା ପାଣିର ଉତ୍ସଠାରୁ ପଶୁମାନଙ୍କୁ ଦୂରେଇ ରଖିବା ଦରକାର ।
  • କୀଟନାଶକ  ଓ ରାସାୟନିକ ଦ୍ରବ୍ୟ ଯେକୈଣସି ଜଳ  ଉତ୍ସ ନିକଟରେ ବ୍ୟବହାର କରିବା ଅନୁଚିତ ।

ପରିବେଶଗତ ପରିଷ୍କାର ପରିଚ୍ଛନ୍ନତା

  • ଘର ଓ ପରିବେଶକୁ ପରିଷ୍କାର ରଖିବା ଉଚିତ୍ ।
  • ବନ୍ଦପାତ୍ରରେ ଅଳିଆ ସଂଗ୍ରହ କରିବା ଦରକାର ଏବଂ ପ୍ରତିଦିନ ଜାଳିଦେବା ଦରକାର ।
  • ମନୁଷ୍ୟ ଏବଂ ପଶୁମାନଙ୍କର ସମସ୍ତ ମଳକୁ ନିରାପଦଭାବରେ ଫୋପାଡିବା ଉଚିତ୍ ।
  • ପରିଷ୍କାର ପାଇଖାନାର ବ୍ୟବହାର ଓ ତିଆରି କରିବାକୁ ଉତ୍ସାହିତ କରାନ୍ତୁ । ଜଳ ଉତ୍ସର ଦୂରରେ ସେଗୁଡିକ ତିଆରି ହେବା ଦରକାର ।
  • ଯଦି ପରିଷ୍କାର ପାଇଖାନାର ବ୍ୟବହାର ସମ୍ଭବ ନ ହେଲା, ଲୋକମାନେ ଘର ପିଇବା ପାଣି ଏବଂ ପିଲାମାନେ ଖେଳୁଥିବା ସ୍ଥାନ ଠାରୁ ବହୁଦୂରରେ ମଳତ୍ୟାଗ କରିବା ଦରକାର । ମଳକୁ ତୁରନ୍ତ ପୋତିଦେବା ଦରକାରଯଦି ଖୋଲା ଜାଗାରେ ମଳତ୍ୟାଗ କରିଥିବେ ତେବେ ମାଟିରେ ଘୋଡେଇ ଦେବା ଦରକାର । °ନାଳର ସୁବିଧା ନ ଥାଇ ଅପରିଷ୍କାର ଜଳ ଶୋଷି ଗର୍ଭକୁ ଛାଡି ଦିଅନ୍ତୁ ।
  • ଲୋକମାନେ ବସବାସ କରୁଥିବା ସ୍ଥାନ ଠାରୁ ପଶୁ ମାନଙ୍କୁ ଦୂରେଇ ରଖନ୍ତୁ ।
  • ଧୂଆଁ ବିହୀନ ଚୁଲାର ବ୍ୟବହାରକୁ ଉତ୍ସାହିତ କରିବା ଉଚିତ୍ ।

ପିଲାମାନଙ୍କଠାରେ ହେଉଥିବା ଅର୍ଦ୍ଧାଧିକ ରୋଗ ଏବଂ ମୃତ୍ୟୁ ଜୀବାଣୁଦ୍ଵାରା ହୋଇଥାଏ ଯାହା ଖାଦ୍ୟ, ପାଣି ଓ ଅପରିଷ୍କାର ହାତଦ୍ଵାରା ଶରୀର ଭିତରକୁ ଯାଇ ଥାଏ । ସ୍ଵାସ୍ଥ୍ୟବାନ ରହିବା ନିମନ୍ତେ ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ଏବଂ ପରିବେଶକୁ ପରିଷ୍କାର ରଖିବା ଦରକାର ।

ପରିଚ୍ଛନ୍ନତା ଉପକରଣ

  • ସ୍ଵାସ୍ଥ୍ୟଗତ ଉପକରଣ
    1. ସମନ୍ୱିତ ଶିଶୁବିକାଶ ଯୋଜନାରେ ପରିଚ୍ଛନ୍ନତା ଉପକରଣ -
    2. ଶିଶୁମାନଙ୍କ ଭିତରେ ଅପପୁଷ୍ଟିର ଘଟଣା କମେଇବା ପାଇଁ ପରିଚ୍ଛନ୍ନତାର ଅଭ୍ୟାସ ଏକ ଗୁରୁତ୍ଵପୂର୍ଣ୍ଣ ଉପାଦାନ ଅଟେ । ସଂକ୍ରମଣର ଭୟକୁ କମାଇବା ପାଇଁ ଅଙ୍ଗନୱାଡିରେ ପିଲା ମାନଙ୍କ ପାଇଁ ଉତ୍ତମ ପରିଚ୍ଛନତା ନିତ୍ୟନ୍ତ ଆବଶ୍ୟକ । ଅଙ୍ଗନୱାଡି କେନ୍ଦ୍ର ୫ ବର୍ଷ ବୟସରୁ କମ୍ ବୟସର ପିଲାମାନଙ୍କର ଆବଶ୍ୟକତାକୁ ଗୁରୁତ୍ଵ ଦେଇଥାଏ, ତେଣୁ ଉତ୍ତମ ପରିଚ୍ଛନ୍ନତାର ଅଭ୍ୟାସ ଅଙ୍ଗନୱାଡି କେନ୍ଦ୍ରରେ ଆରମ୍ଭ ହେବା ଗୁରୁତ୍ଵପୂର୍ଣ୍ଣ ଅଟେ । ଏହି ଲକ୍ଷ୍ୟକୁ ନେଇ, ୨୦୧୨ ମସିହା ଠାରୁ ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ରରେ ପ୍ରାକ୍ ବିଦ୍ୟାଳୟ ପିଲାମାନଙ୍କ ମଧ୍ୟରେ ପରିଚ୍ଛନ୍ନତା ଅଭ୍ୟାସକୁ ଉନ୍ନତି କରାଇବା । ପରିଚ୍ଛନ୍ନତା ଉପକରଣ ଆରମ୍ଭର ମୂଳ ଉଦ୍ଦେଶ୍ୟ ହେଉଛି ।

    3. ପରିଷ୍କାର ପରିଚ୍ଛନ୍ନତା ଉପକରଣର ବିସ୍ତୁତ ବିବରଣୀ ଗୁଡିକ ହେଲା -
    4. ପରିଷ୍କାର ପରିଚ୍ଛନ୍ନତା ଅଭ୍ୟାସକୁ ବଢେଇବା ନିମନ୍ତେ ଗୋଟିଏ ପରିଚ୍ଛନ୍ନତା ଉପକରଣ ସରଞ୍ଜାମର ଆବଶ୍ୟକତା ପ୍ରତ୍ୟେକ ଅଙ୍ଗନୱାଡିରେ ଦରକାର । ପରିଚ୍ଛନ୍ନତା ଉପକରଣରେ ନିମ୍ନଲିଖିତ ଜିନିଷମାନ ଅଛି ।

      ସରଞ୍ଜାମ

      ବିବରଣୀ

      ବାଲଟି

      ୩ ଲିଟର ପାଣି ରହିପାରୁଥିବା ଘୋଡଣୀ ଥିବା ଗୋଟିଏ ପ୍ଲାଷ୍ଟିକ୍ ବାଲଟି

      ମଗ୍

      ଗୋଟିଏ ଲିଟର୍ ମଗ୍ ଅବ୍ୟବହୃତ ମଗ୍

      ପ୍ରତିଷେଧକ ସାବୁନ୍/ ତରଳ ହାତଧୁଆ

      ୫ ପ୍ରତିଷେଧକ ସାବୁନ୍ / ତରଳ ହାତଧୁଆ

      ସାବୁନ୍ କେସ୍

      ଟାୱେଲ

      ୨ଟି କନାର ଟାୱେଲ୍ ୪୦cm/୬୦cm

      ବାସନ ମଜା ପାଉଡ଼ର୍

      ଦରକାର ଅନୁସାରେ

      ଦର୍ପଣ

      ଗୋଟିଏ ଦର୍ପଣ ଫ୍ରେମ୍ ପ୍ଲାଷ୍ଟିକ୍ ୨୨* ୩୩ cm

      ନଖକଟା

      ଷ୍ଟିଲ୍ ଛୋଟ ନଖ କଙ୍କା

      ଡଷ୍ଟବିନ୍

      ୧୦ ଲିଟରିଆ ଘୋଡଣୀ ଥିବା ଏକ ପ୍ଲାଷ୍ଟିକ୍ ବାଲ୍ଟି

      ଛାଞ୍ଚୁଣୀ

      ଫୁଲ ଛାଞ୍ଚୁଣୀ

      ପ୍ରତିଷେଧକ ଏବଂ ଜୀବାଣୁ ନାଶକ ସଫା

      ୪ ବୋତଲ

      ଟଏଲେଟ୍ ପାଇଁ ଚପଲ

      ପ୍ରାକ୍ ବିଦ୍ୟାଳୟ ପିଲାଙ୍କ ମାପରେ ଦୁଇ ହଳ

       

    5. ପରିଚ୍ଛନ୍ନତା ଉପକରଣ ବ୍ୟବହାର ପାଇଁ ଅଙ୍ଗନୱାଡି କର୍ମୀଙ୍କ ପାଇଁ ନିର୍ଦ୍ଦେଶ ।
      • ପ୍ରାକ୍ ବିଦ୍ୟାଳୟ ପିଲାମାନେ ପାଇଖାନା ବ୍ୟବହାର ବେଳେ ପିନ୍ଧିବା ପାଇଁ ଚପଲ ଅଙ୍ଗନୱାଡି କେନ୍ଦ୍ର ଖୋଲିଥିବା ସମୟରେ କେନ୍ଦ୍ରରେ ରହିଥିବା ଆବଶ୍ୟକ ।
      • ପ୍ରତ୍ୟେକ ଦିନ ଟୱେଲ ନିହାତି ସଫା ହେବ ଉଚିତ୍ ।
      • ପ୍ରତିଷେଧକ ଏବଂ ଜୀବାଣୁନାଶକ ଚଟାଣ ସଫା, ଟଏଲେଟ୍ ଓ ଅଙ୍ଗନୱାଡିର ଚଟାଣ ସଫାପାଇଁ ବ୍ୟବହୃତ ହେବା ଦରକାର ।
      • ଘରର କଣରେ ଡଷ୍ଟବିନ୍ ଥୁଆହେବା ଉଚିତ୍ । ଡଷ୍ଟବିନ୍ ଚାରିପଟେ ଅଳିଆ ରହିବା ଉଚିତ୍ ନୁହେଁ ।
      • ପ୍ରତିଷେଧକ ଓ ଜୀବାଣୁନାଶକ ଗୁଡିକ ପିଲାଙ୍କଠାରୁ ଦୂରେଇ ରଖିବା ଦରକାର । ଏହା ଅଙ୍ଗନୱାଡିକର୍ମୀ ଓ ଅଙ୍ଗନୱାଡି ସହାୟିକା ନିଶ୍ଚିତ କରାଇବା ।
      • ପରିଷ୍କାର ପରିଚ୍ଛନ୍ନତା କୁ ଗୁରୁତ୍ଵ ଦେବା ଉଚିତ୍ । ଉଦାହରଣ ସ୍ୱରୂପ ଡଷ୍ଟବିନ୍ ସବୁଦିନ ଖାଲିହେବା ଦରକାର । ଅଙ୍ଗନୱାଡି କର୍ମୀ ନିଶ୍ଚିତ ହେବେଯେ ଏହି କାର୍ଯ୍ୟଟି କରୁଛନ୍ତି ଏବଂ ସବୁଦିନ ଅଙ୍ଗନୱାଡି ଚାରିପଟେ ଅଳିଆ ପକାଉ ନାହାନ୍ତି ଯାହା ଅଙ୍ଗନୱାଡିର ପରିବେଶକୁ ଦୁଃସିତ କରିବ ।
      • ଅଙ୍ଗନୱାଡୀ ଭିତରେ ପରିଷ୍କାର ପରିଚ୍ଛନ୍ନତା ଉପକରଣ ରଖିବା ଦରକାର ।
      • ସବୁ ସମୟରେ ରୋଷେଇ ସ୍ଥାନ ସଫା  ରଖିବା ଦରକାର । କାନ୍ଥରେ, ଝରକାରେ ଛିଟିକା ପଡିବା ଉଚିତ୍ ନୁହେଁ । ଚଟାଣ ଚିହ୍ନନଥିବା ପରି ସଫା କରିବା ଉଚିତ୍  ।
      • ଖାଦ୍ୟ ସଂରକ୍ଷଣ ଭଲଭାବରେ ରଖିବା ଉଚିତ୍ । ଅଙ୍ଗନୱାଡି ଛାଡିବା ପୂର୍ବରୁ ଖୋଲା ବ୍ୟାଗ୍ କୁ ବନ୍ଦ କରିବା ଉଚିତ୍ । ଖାଦ୍ୟ ସାମଗ୍ରୀକୁ କୌଣସି ସମୟରେ ମଧ୍ୟ ଖୋଲା ଛାଡିବା ଉଚିତ୍ ନୁହେଁ । ସବୁସମୟରେ ରନ୍ଧନ ପାତ୍ରକୁ ଘୋଡଣିଦ୍ଵାରା  ବନ୍ଦ କରିବା ଉଚିତ୍ ।
      • ରନ୍ଧାପାଇଁ ବ୍ୟବହୃତ ଏବଂ ପରୋଷିବା ପାଇଁ ସମସ୍ତ ପାତ୍ର ଭଲଭାବରେ ସଫାପାଣିରେ ଧୋଇବା ଉଚିତ୍ । ଖାଇବା ପ୍ଲେଟ୍ କୌଣସିମତେ ଚଟାଣ ଉପରେ ରଖାଯିବ ନାହିଁ ।
      • ସବୁସମୟରେ ଅଙ୍ଗନୱାଡୀ କର୍ମୀ ଓ ସହାୟିକା ନିଜ ନଖ ଭଲଭାବରେ କଟିବେ । ସେମାନେ ରାନ୍ଧିବା ଏବଂ ପରଷିବା ପୂର୍ବରୁ ହାତ ଧୋଇବା  ଉଚିତ୍ ।
      • ଅଙ୍ଗନୱାଡି କର୍ମୀ ଏବଂ ସହାୟିକା ସବୁସମୟରେ ନିଶ୍ଚିତ ହେବେଯେ ପିଲାମାନେ ନଖ ଠିକ୍ ଭାବରେ କାଟିଛନ୍ତି । ସେମାନେ ଖାଇବା ପୂର୍ବରୁ ଏବଂ ପରେ ସାବୁନ ପାଣିରେ ହାତ ଧୋଇବେ ଓ ଖେଳିବା ପରେ ମଧ୍ୟ ହାତ ଧୋଇବେ ।
      • ରନ୍ଧନପୂର୍ବରୁ ଖାଦ୍ୟ ପଦାର୍ଥ ଯଥା :- ଚାଉଳ, ଡାଲି, ପରିବାପତ୍ର ଆଦି ପରିଷ୍କାର ପିଇବା ପାଣିରେ ନିଶ୍ଚିତ ଭାବରେ ଧୁଆହେବ ।
      • ଅଙ୍ଗନୱାଡି କର୍ମୀ ଏବଂ ଅଙ୍ଗନୱାଡି ସହାୟିକା ନିଶ୍ଚିତ କରିବେଯେ ପିଲାମାନେ ପାଇଖାନା ବ୍ୟବହାର କରିବା ପରେ ଭଲଭାବରେ ହାତ ଧୋଉଛନ୍ତି ।
      • ପରିଷ୍କାର ପରିଚ୍ଛନ୍ନ ଭାବରେ ସବୁ ମଇଳାକୁ ଫୋପାଡି ଦେବା ।
    6. ପରିଷ୍କାର ସରଞ୍ଜାମ ପାଇଁ ରେକର୍ଡ ତିଆରି କରିବା :-
      • ବିବରଣୀ ଅନୁସାରେ ଦରକାରୀ ସରଞ୍ଜାମ ସବୁ କିଣା ହେବାନିମନ୍ତେ ଅଙ୍ଗନୱାଡିରେ ନିଷ୍ପତ୍ତି ନିଆଯାଏ । ପରିପୂରକ ଖାଦ୍ୟ ଯୋଜାନାରେ ପ୍ରକ୍ରିୟା ଅନୁସାରେ ଯଥା ଯାଞ୍ଚ କମିଟି ଦ୍ଵାରା ସରଞ୍ଜାମ କିଣା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଏ।
      • ଅଙ୍ଗନୱାଡିକର୍ମୀ ସମସ୍ତ ସରଞ୍ଜାମ ଖୋଲା ବଜାରରୁ କିଣିବେ ।
      • ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଆକାଉଣ୍ଟକୁ ଦରକାରୀ ଟଙ୍କା ଟ୍ରାନ୍ସଫର୍ କରାଯାଏ ଏବଂ ଜିଲ୍ଲାସମାଜମଙ୍ଗଲ ଅଧିକାରୀ ଟଙ୍କାକୁ ସମ୍ପୃକ୍ତ ପ୍ରକଳ୍ପ ଅଧିକାରୀଙ୍କ ଆକାଉଣ୍ଟକୁ ପଠାଇଥାନ୍ତି ।
      • ଅଙ୍ଗନୱାଡିର କର୍ମୀ ସରଞ୍ଜାମ କିଣିବା ପରେ ଏକ ରେଜିଷ୍ଟରରେ ପରିଚ୍ଛନ୍ନତା ସାମଗ୍ରୀର ତାଲିକା ରଖିବେ ।
      • ପ୍ରକଳ୍ପ ଅଧିକାରୀ ପାଣ୍ଠି ପାଇବା ଅଙ୍ଗନୱାଡି କର୍ମୀଙ୍କର ଜଏଣ୍ଟ୍ ଆକାଉଣ୍ଟ୍ କୁ ପଠାଇବେ ।

      ଆଧାର - Women and Child Development Department

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate