ବ୍ୟକ୍ତିଗତ ପରିଚ୍ଛନ୍ନତା ପରିବାରର ସମସ୍ତ ସଦସ୍ୟ ଏବଂ ଶିଶୁମାନେ ଶୌଚ ପରେ ସାବୁନ ଓ ପାଣିରେ କିମ୍ବା ପାଉଁଶ ଓ ପାଣିରେ ହାତ ଧୋଇବା ଉଚିତ୍ । ମାଟି ସାହାଯ୍ୟ ହାତ ସଫା କରିବା ଉଚିତ୍ ନୁହେଁ, କାରଣ ମାଟିରେ ହିଁ ସବୁ ରୋଗର ଜୀବାଣୁ ରହିଥାନ୍ତି । ଯଦି ସାବୁନ ନଥାଏ ତାହାହେଲେ ପରିଷ୍କାର ବା ସତେଜ ପାଉଁଶ ବ୍ୟବହାର କରନ୍ତୁ । ଧୋଇଲା ବେଳେ ଦୁଇହାତକୁ ଭଲଭାବରେ ଘୋଷି ଧୋଇବା ଉଚିତ୍ । ଶିଶୁମାନେ ସାଧାରଣତଃ ପାଟିରେ ହାତ ପୁରାଇଥାନ୍ତି, ତେଣୁ ବାହାର ଧୂଳିରେ ଏବଂ ପଶୁପକ୍ଷୀଙ୍କ ସହ ଖେଳିବା ପରେ ଶିଶୁମାନଙ୍କ ହାତକୁ ପରିଷ୍କାର ଭାବରେ ଧୋଇବା ଉଚିତ୍ । ପ୍ରତ୍ୟେକଦିନ ସ୍ନାନ କରିବା ଏବଂ ପୋଷାକ ବଦଳାଇବା ଦ୍ଵାରା ଅସୁସ୍ଥତାରୁ ରକ୍ଷା ମିଳି ଥାଏ । ଘର ବାହାରେ ଏବଂ କାନ୍ଥରେ ଛେପ ପକାଇବା ଅନୁଚିତ୍ । କୃମି ପ୍ରବଣ ଅଞ୍ଚଳରେ ବସବାସ କରୁଥିବା ଶିଶୁମାନଙ୍କୁ ବର୍ଷରେ ୩ଥର କୃମି ନାଶକ ବଟିକା ଦେଇ ଚିକିତ୍ସା କରିବା ଉଚିତ୍ । ପାଇଖାନା ଓ ଗାଧୁଆ ଘର ବାରମ୍ବାର ପରିଷ୍କାର ରଖିବା ଉଚିତ୍ ଏବଂ ପାଣି ପକାଇ ସଫା କରିବା ଉଚିତ୍ । ଖାଦ୍ୟ ପ୍ରସ୍ତୁତି ପରିଚ୍ଛନ୍ନତା ଏବଂ ଖାଦ୍ୟର ସୁରକ୍ଷା ଖାଦ୍ୟ ରାନ୍ଧିବା, ବାଢିବା ଓ ଖାଦ୍ୟ ଖାଇବା ପୂର୍ବରୁ ଏବଂ ପରେ ହାତକୁ ଭଲ ଭାବରେ ଧୋଇବା ଉଚିତ୍ । ସମସ୍ତ ପ୍ରକାର ଫଳ ଓ ପନିପରିବା ଖାଇବା, ରାନ୍ଧିବା ପୂର୍ବରୁ ଭଲରୂପେ ଧୋଇବା ଏବଂ ଯଥାସମ୍ଭବ ସତେଜ ଖାଦ୍ୟ ଖାଇବା ଉଚିତ୍ । ମାଛି ଏବଂ ଅନ୍ୟାନ୍ୟ କୀଟ ମାନଙ୍କଠାରୁ ଯଥା ସମ୍ଭବ ଖାଦ୍ୟକୁ ଘୋଡାଇ ରଖିବା ଉଚିତ୍ । ଗ୍ରାମର ଜଳଯୋଗାଣର ସୁରକ୍ଷା କୂଅକୁ ଘୋଡାଇ ରଖିବା । ନଳକୂପ ପ୍ରତିଷ୍ଠା କରିବା । ୧୫ ମିଟର ଦୂରତାରେ ପାଇଖାନା ତିଆରି କରିବା ଏବଂ କୌଣସି ପାଣି ଉତ୍ସର ତଳ ପର୍ଯ୍ୟନ୍ତ ହେବା ଦରକାର । ମଳ ଓ ଅଦରକାରୀ ପାଣି କୌଣସି ଜଳ ଉତ୍ସଠାରୁ ଦୂରକୁ ଛାଡିବା ଉଚିତ୍ । ପାଣିର ସଂରକ୍ଷଣ ଓ ପରିଷ୍କାର ନିମନ୍ତେ ବାଲ୍ଟି, ଦଉଡି ଏବଂ ଜାର୍ ସବୁ ବ୍ୟବହାର କରାଯାଏ । ପିଇବା ପାଣିର ଉତ୍ସଠାରୁ ପଶୁମାନଙ୍କୁ ଦୂରେଇ ରଖିବା ଦରକାର । କୀଟନାଶକ ଓ ରାସାୟନିକ ଦ୍ରବ୍ୟ ଯେକୈଣସି ଜଳ ଉତ୍ସ ନିକଟରେ ବ୍ୟବହାର କରିବା ଅନୁଚିତ । ପରିବେଶଗତ ପରିଷ୍କାର ପରିଚ୍ଛନ୍ନତା ଘର ଓ ପରିବେଶକୁ ପରିଷ୍କାର ରଖିବା ଉଚିତ୍ । ବନ୍ଦପାତ୍ରରେ ଅଳିଆ ସଂଗ୍ରହ କରିବା ଦରକାର ଏବଂ ପ୍ରତିଦିନ ଜାଳିଦେବା ଦରକାର । ମନୁଷ୍ୟ ଏବଂ ପଶୁମାନଙ୍କର ସମସ୍ତ ମଳକୁ ନିରାପଦଭାବରେ ଫୋପାଡିବା ଉଚିତ୍ । ପରିଷ୍କାର ପାଇଖାନାର ବ୍ୟବହାର ଓ ତିଆରି କରିବାକୁ ଉତ୍ସାହିତ କରାନ୍ତୁ । ଜଳ ଉତ୍ସର ଦୂରରେ ସେଗୁଡିକ ତିଆରି ହେବା ଦରକାର । ଯଦି ପରିଷ୍କାର ପାଇଖାନାର ବ୍ୟବହାର ସମ୍ଭବ ନ ହେଲା, ଲୋକମାନେ ଘର ପିଇବା ପାଣି ଏବଂ ପିଲାମାନେ ଖେଳୁଥିବା ସ୍ଥାନ ଠାରୁ ବହୁଦୂରରେ ମଳତ୍ୟାଗ କରିବା ଦରକାର । ମଳକୁ ତୁରନ୍ତ ପୋତିଦେବା ଦରକାରଯଦି ଖୋଲା ଜାଗାରେ ମଳତ୍ୟାଗ କରିଥିବେ ତେବେ ମାଟିରେ ଘୋଡେଇ ଦେବା ଦରକାର । °ନାଳର ସୁବିଧା ନ ଥାଇ ଅପରିଷ୍କାର ଜଳ ଶୋଷି ଗର୍ଭକୁ ଛାଡି ଦିଅନ୍ତୁ । ଲୋକମାନେ ବସବାସ କରୁଥିବା ସ୍ଥାନ ଠାରୁ ପଶୁ ମାନଙ୍କୁ ଦୂରେଇ ରଖନ୍ତୁ । ଧୂଆଁ ବିହୀନ ଚୁଲାର ବ୍ୟବହାରକୁ ଉତ୍ସାହିତ କରିବା ଉଚିତ୍ । ପିଲାମାନଙ୍କଠାରେ ହେଉଥିବା ଅର୍ଦ୍ଧାଧିକ ରୋଗ ଏବଂ ମୃତ୍ୟୁ ଜୀବାଣୁଦ୍ଵାରା ହୋଇଥାଏ ଯାହା ଖାଦ୍ୟ, ପାଣି ଓ ଅପରିଷ୍କାର ହାତଦ୍ଵାରା ଶରୀର ଭିତରକୁ ଯାଇ ଥାଏ । ସ୍ଵାସ୍ଥ୍ୟବାନ ରହିବା ନିମନ୍ତେ ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ଏବଂ ପରିବେଶକୁ ପରିଷ୍କାର ରଖିବା ଦରକାର । ପରିଚ୍ଛନ୍ନତା ଉପକରଣ ସ୍ଵାସ୍ଥ୍ୟଗତ ଉପକରଣ ସମନ୍ୱିତ ଶିଶୁବିକାଶ ଯୋଜନାରେ ପରିଚ୍ଛନ୍ନତା ଉପକରଣ - ଶିଶୁମାନଙ୍କ ଭିତରେ ଅପପୁଷ୍ଟିର ଘଟଣା କମେଇବା ପାଇଁ ପରିଚ୍ଛନ୍ନତାର ଅଭ୍ୟାସ ଏକ ଗୁରୁତ୍ଵପୂର୍ଣ୍ଣ ଉପାଦାନ ଅଟେ । ସଂକ୍ରମଣର ଭୟକୁ କମାଇବା ପାଇଁ ଅଙ୍ଗନୱାଡିରେ ପିଲା ମାନଙ୍କ ପାଇଁ ଉତ୍ତମ ପରିଚ୍ଛନତା ନିତ୍ୟନ୍ତ ଆବଶ୍ୟକ । ଅଙ୍ଗନୱାଡି କେନ୍ଦ୍ର ୫ ବର୍ଷ ବୟସରୁ କମ୍ ବୟସର ପିଲାମାନଙ୍କର ଆବଶ୍ୟକତାକୁ ଗୁରୁତ୍ଵ ଦେଇଥାଏ, ତେଣୁ ଉତ୍ତମ ପରିଚ୍ଛନ୍ନତାର ଅଭ୍ୟାସ ଅଙ୍ଗନୱାଡି କେନ୍ଦ୍ରରେ ଆରମ୍ଭ ହେବା ଗୁରୁତ୍ଵପୂର୍ଣ୍ଣ ଅଟେ । ଏହି ଲକ୍ଷ୍ୟକୁ ନେଇ, ୨୦୧୨ ମସିହା ଠାରୁ ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ରରେ ପ୍ରାକ୍ ବିଦ୍ୟାଳୟ ପିଲାମାନଙ୍କ ମଧ୍ୟରେ ପରିଚ୍ଛନ୍ନତା ଅଭ୍ୟାସକୁ ଉନ୍ନତି କରାଇବା । ପରିଚ୍ଛନ୍ନତା ଉପକରଣ ଆରମ୍ଭର ମୂଳ ଉଦ୍ଦେଶ୍ୟ ହେଉଛି । ପରିଷ୍କାର ପରିଚ୍ଛନ୍ନତା ଉପକରଣର ବିସ୍ତୁତ ବିବରଣୀ ଗୁଡିକ ହେଲା - ପରିଷ୍କାର ପରିଚ୍ଛନ୍ନତା ଅଭ୍ୟାସକୁ ବଢେଇବା ନିମନ୍ତେ ଗୋଟିଏ ପରିଚ୍ଛନ୍ନତା ଉପକରଣ ସରଞ୍ଜାମର ଆବଶ୍ୟକତା ପ୍ରତ୍ୟେକ ଅଙ୍ଗନୱାଡିରେ ଦରକାର । ପରିଚ୍ଛନ୍ନତା ଉପକରଣରେ ନିମ୍ନଲିଖିତ ଜିନିଷମାନ ଅଛି । ସରଞ୍ଜାମ ବିବରଣୀ ବାଲଟି ୩ ଲିଟର ପାଣି ରହିପାରୁଥିବା ଘୋଡଣୀ ଥିବା ଗୋଟିଏ ପ୍ଲାଷ୍ଟିକ୍ ବାଲଟି ମଗ୍ ଗୋଟିଏ ଲିଟର୍ ମଗ୍ ଅବ୍ୟବହୃତ ମଗ୍ ପ୍ରତିଷେଧକ ସାବୁନ୍/ ତରଳ ହାତଧୁଆ ୫ ପ୍ରତିଷେଧକ ସାବୁନ୍ / ତରଳ ହାତଧୁଆ ସାବୁନ୍ କେସ୍ ୨ ଟାୱେଲ ୨ଟି କନାର ଟାୱେଲ୍ ୪୦cm/୬୦cm ବାସନ ମଜା ପାଉଡ଼ର୍ ଦରକାର ଅନୁସାରେ ଦର୍ପଣ ଗୋଟିଏ ଦର୍ପଣ ଫ୍ରେମ୍ ପ୍ଲାଷ୍ଟିକ୍ ୨୨* ୩୩ cm ନଖକଟା ଷ୍ଟିଲ୍ ଛୋଟ ନଖ କଙ୍କା ଡଷ୍ଟବିନ୍ ୧୦ ଲିଟରିଆ ଘୋଡଣୀ ଥିବା ଏକ ପ୍ଲାଷ୍ଟିକ୍ ବାଲ୍ଟି ଛାଞ୍ଚୁଣୀ ଫୁଲ ଛାଞ୍ଚୁଣୀ ପ୍ରତିଷେଧକ ଏବଂ ଜୀବାଣୁ ନାଶକ ସଫା ୪ ବୋତଲ ଟଏଲେଟ୍ ପାଇଁ ଚପଲ ପ୍ରାକ୍ ବିଦ୍ୟାଳୟ ପିଲାଙ୍କ ମାପରେ ଦୁଇ ହଳ ପରିଚ୍ଛନ୍ନତା ଉପକରଣ ବ୍ୟବହାର ପାଇଁ ଅଙ୍ଗନୱାଡି କର୍ମୀଙ୍କ ପାଇଁ ନିର୍ଦ୍ଦେଶ । ପ୍ରାକ୍ ବିଦ୍ୟାଳୟ ପିଲାମାନେ ପାଇଖାନା ବ୍ୟବହାର ବେଳେ ପିନ୍ଧିବା ପାଇଁ ଚପଲ ଅଙ୍ଗନୱାଡି କେନ୍ଦ୍ର ଖୋଲିଥିବା ସମୟରେ କେନ୍ଦ୍ରରେ ରହିଥିବା ଆବଶ୍ୟକ । ପ୍ରତ୍ୟେକ ଦିନ ଟୱେଲ ନିହାତି ସଫା ହେବ ଉଚିତ୍ । ପ୍ରତିଷେଧକ ଏବଂ ଜୀବାଣୁନାଶକ ଚଟାଣ ସଫା, ଟଏଲେଟ୍ ଓ ଅଙ୍ଗନୱାଡିର ଚଟାଣ ସଫାପାଇଁ ବ୍ୟବହୃତ ହେବା ଦରକାର । ଘରର କଣରେ ଡଷ୍ଟବିନ୍ ଥୁଆହେବା ଉଚିତ୍ । ଡଷ୍ଟବିନ୍ ଚାରିପଟେ ଅଳିଆ ରହିବା ଉଚିତ୍ ନୁହେଁ । ପ୍ରତିଷେଧକ ଓ ଜୀବାଣୁନାଶକ ଗୁଡିକ ପିଲାଙ୍କଠାରୁ ଦୂରେଇ ରଖିବା ଦରକାର । ଏହା ଅଙ୍ଗନୱାଡିକର୍ମୀ ଓ ଅଙ୍ଗନୱାଡି ସହାୟିକା ନିଶ୍ଚିତ କରାଇବା । ପରିଷ୍କାର ପରିଚ୍ଛନ୍ନତା କୁ ଗୁରୁତ୍ଵ ଦେବା ଉଚିତ୍ । ଉଦାହରଣ ସ୍ୱରୂପ ଡଷ୍ଟବିନ୍ ସବୁଦିନ ଖାଲିହେବା ଦରକାର । ଅଙ୍ଗନୱାଡି କର୍ମୀ ନିଶ୍ଚିତ ହେବେଯେ ଏହି କାର୍ଯ୍ୟଟି କରୁଛନ୍ତି ଏବଂ ସବୁଦିନ ଅଙ୍ଗନୱାଡି ଚାରିପଟେ ଅଳିଆ ପକାଉ ନାହାନ୍ତି ଯାହା ଅଙ୍ଗନୱାଡିର ପରିବେଶକୁ ଦୁଃସିତ କରିବ । ଅଙ୍ଗନୱାଡୀ ଭିତରେ ପରିଷ୍କାର ପରିଚ୍ଛନ୍ନତା ଉପକରଣ ରଖିବା ଦରକାର । ସବୁ ସମୟରେ ରୋଷେଇ ସ୍ଥାନ ସଫା ରଖିବା ଦରକାର । କାନ୍ଥରେ, ଝରକାରେ ଛିଟିକା ପଡିବା ଉଚିତ୍ ନୁହେଁ । ଚଟାଣ ଚିହ୍ନନଥିବା ପରି ସଫା କରିବା ଉଚିତ୍ । ଖାଦ୍ୟ ସଂରକ୍ଷଣ ଭଲଭାବରେ ରଖିବା ଉଚିତ୍ । ଅଙ୍ଗନୱାଡି ଛାଡିବା ପୂର୍ବରୁ ଖୋଲା ବ୍ୟାଗ୍ କୁ ବନ୍ଦ କରିବା ଉଚିତ୍ । ଖାଦ୍ୟ ସାମଗ୍ରୀକୁ କୌଣସି ସମୟରେ ମଧ୍ୟ ଖୋଲା ଛାଡିବା ଉଚିତ୍ ନୁହେଁ । ସବୁସମୟରେ ରନ୍ଧନ ପାତ୍ରକୁ ଘୋଡଣିଦ୍ଵାରା ବନ୍ଦ କରିବା ଉଚିତ୍ । ରନ୍ଧାପାଇଁ ବ୍ୟବହୃତ ଏବଂ ପରୋଷିବା ପାଇଁ ସମସ୍ତ ପାତ୍ର ଭଲଭାବରେ ସଫାପାଣିରେ ଧୋଇବା ଉଚିତ୍ । ଖାଇବା ପ୍ଲେଟ୍ କୌଣସିମତେ ଚଟାଣ ଉପରେ ରଖାଯିବ ନାହିଁ । ସବୁସମୟରେ ଅଙ୍ଗନୱାଡୀ କର୍ମୀ ଓ ସହାୟିକା ନିଜ ନଖ ଭଲଭାବରେ କଟିବେ । ସେମାନେ ରାନ୍ଧିବା ଏବଂ ପରଷିବା ପୂର୍ବରୁ ହାତ ଧୋଇବା ଉଚିତ୍ । ଅଙ୍ଗନୱାଡି କର୍ମୀ ଏବଂ ସହାୟିକା ସବୁସମୟରେ ନିଶ୍ଚିତ ହେବେଯେ ପିଲାମାନେ ନଖ ଠିକ୍ ଭାବରେ କାଟିଛନ୍ତି । ସେମାନେ ଖାଇବା ପୂର୍ବରୁ ଏବଂ ପରେ ସାବୁନ ପାଣିରେ ହାତ ଧୋଇବେ ଓ ଖେଳିବା ପରେ ମଧ୍ୟ ହାତ ଧୋଇବେ । ରନ୍ଧନପୂର୍ବରୁ ଖାଦ୍ୟ ପଦାର୍ଥ ଯଥା :- ଚାଉଳ, ଡାଲି, ପରିବାପତ୍ର ଆଦି ପରିଷ୍କାର ପିଇବା ପାଣିରେ ନିଶ୍ଚିତ ଭାବରେ ଧୁଆହେବ । ଅଙ୍ଗନୱାଡି କର୍ମୀ ଏବଂ ଅଙ୍ଗନୱାଡି ସହାୟିକା ନିଶ୍ଚିତ କରିବେଯେ ପିଲାମାନେ ପାଇଖାନା ବ୍ୟବହାର କରିବା ପରେ ଭଲଭାବରେ ହାତ ଧୋଉଛନ୍ତି । ପରିଷ୍କାର ପରିଚ୍ଛନ୍ନ ଭାବରେ ସବୁ ମଇଳାକୁ ଫୋପାଡି ଦେବା । ପରିଷ୍କାର ସରଞ୍ଜାମ ପାଇଁ ରେକର୍ଡ ତିଆରି କରିବା :- ବିବରଣୀ ଅନୁସାରେ ଦରକାରୀ ସରଞ୍ଜାମ ସବୁ କିଣା ହେବାନିମନ୍ତେ ଅଙ୍ଗନୱାଡିରେ ନିଷ୍ପତ୍ତି ନିଆଯାଏ । ପରିପୂରକ ଖାଦ୍ୟ ଯୋଜାନାରେ ପ୍ରକ୍ରିୟା ଅନୁସାରେ ଯଥା ଯାଞ୍ଚ କମିଟି ଦ୍ଵାରା ସରଞ୍ଜାମ କିଣା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଏ। ଅଙ୍ଗନୱାଡିକର୍ମୀ ସମସ୍ତ ସରଞ୍ଜାମ ଖୋଲା ବଜାରରୁ କିଣିବେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଆକାଉଣ୍ଟକୁ ଦରକାରୀ ଟଙ୍କା ଟ୍ରାନ୍ସଫର୍ କରାଯାଏ ଏବଂ ଜିଲ୍ଲାସମାଜମଙ୍ଗଲ ଅଧିକାରୀ ଟଙ୍କାକୁ ସମ୍ପୃକ୍ତ ପ୍ରକଳ୍ପ ଅଧିକାରୀଙ୍କ ଆକାଉଣ୍ଟକୁ ପଠାଇଥାନ୍ତି । ଅଙ୍ଗନୱାଡିର କର୍ମୀ ସରଞ୍ଜାମ କିଣିବା ପରେ ଏକ ରେଜିଷ୍ଟରରେ ପରିଚ୍ଛନ୍ନତା ସାମଗ୍ରୀର ତାଲିକା ରଖିବେ । ପ୍ରକଳ୍ପ ଅଧିକାରୀ ପାଣ୍ଠି ପାଇବା ଅଙ୍ଗନୱାଡି କର୍ମୀଙ୍କର ଜଏଣ୍ଟ୍ ଆକାଉଣ୍ଟ୍ କୁ ପଠାଇବେ । ଆଧାର - Women and Child Development Department