ଭୂମି (ଚାଷ ଜମି ଯୋଜନା ) ଯୋଜନାର ଉଦ୍ଦେଶ୍ୟ: ପରିତ୍ୟକ୍ତ ଜମିକୁ ଚସପାଇନ ଅନୁସୂଚିତ ଜାତି ଓ ଜନଜାତିର ଲୋକଙ୍କୁ ଯୋଗାଇ ଦେବା । ହିତାଧିକାରୀ ଙ୍କ ଯୋଗ୍ୟତା: ପ୍ରତ୍ୟେକ ଗରିବ ଅନୁସୂଚିତ ଜାତୀ ଓ ଜନଜାତି ପରିବାର । ଆବେଦନ ପ୍ରଣାଳୀ ତହସିଲଦାର ଓ ଆର।.ଆଇ.ଙ୍କ ପାଖରେ ଆବେଦନ କରାଯାଏ । ଚିହ୍ନତା ପ୍ରକ୍ରିୟା ବ୍ଲକ୍ ଉନ୍ନୟନ ଅଧିକାରୀ ଦ୍ଵାରା ହିତାଧିକାରୀ ଚିହ୍ନଟ କରାଯାଏ । ସାହାଯ୍ୟର ପରିମାଣ ଏକ ଏକର ଜମି ହାଯ୍ୟକାରୀ ଅଧିକାରୀ ତହସିଲଦାର ଓ ଆର . ଆଇ . , ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାର, ଆଦିବାସି ଓ ହରିଜନ କଲ୍ୟାଣ ବିଭାଗ ,ଓଡିଶା । ଅଭୋଯୋଗ ଦାଖଲ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ କରାଯାଏ । ସିଲିଂ ବହିଭୂତ ଚାଷ ଜମି ଯୋଜନା ଯୋଜନା ଉଦ୍ଦେଶ୍ୟ ସମସ୍ତ ଭୂମିହୀନ ଅନୁସୂଚିତ ଜାତି ଓ ଜନଜାତି ଗରିବ ପରିବାରଙ୍କୁ ଚାଷ ଜମି ବଣ୍ଟିନ କରିବା । ହିତାଧିକାରୀଙ୍କ ଯୋଗ୍ୟତା ପ୍ରତ୍ୟେକ ଗରିବ ଭୂମିହୀନ ଅନୁସୂଚିତ ଜାତି ଓ ଜନଜାତି ପରିବାର । ଆବେଦନ ପ୍ରଣାଳୀ ତହସିଲଦାର ଓ ଆର . ଆଇ. ଙ୍କ ପାଖରେ ଆବେଦନ କରାଯାଏ । ଚିହ୍ନଟ ପ୍ରକ୍ରିୟା ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ ଦ୍ଵାରା ହିତାଧିକାରୀ ଚିହ୍ନଟ କରାଯାଏ । ସାହାଯ୍ୟ ପରିମାଣ ୭୦ ଡେସିମିଲ ଜମି । ସାହାଯ୍ୟକାରୀ ଅଧିକାରୀ ତହସିଲଦାର ଓ ଆର. ଆଇ . ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗ ଓଡିଶା । ଅଭିଯୋଗ ଦାଖଲ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ କରାଯା । ଘରଡିହ ଯୋଜନା ଯୋଜନର ଉଦ୍ଦେଶ୍ୟ ପ୍ରତ୍ୟେକ ବାସଗୃହହୀନ ଅନୁସୂଚିତ ଜାତି ଓ ଜନଜାତି ଗରିବ ପରିବାରଙ୍କୁ ୪ ଡେସିମିଲ ବାସଗୃହ ଉପଯୋଗୀଜମି ବିନା ପଇଶରେ ଯୋଗାଇଦେବେ । ହିତାଧିକାରୀ ଙ୍କ ଯୋଗ୍ୟତା ପ୍ରତ୍ୟେକ ଗରିବ ବାସଗୃହହୀନ ଅନୁସୂଚିତ ଜାତି ଓ ଜନଜାତି ପରିବାର । ଆବେଦନ ପ୍ରଣାଳୀ ତହସିଲଦାର ଓ ଆର . ଆଇ. ଙ୍କ ପାଖରେ ଆବେଦନ କରାଯାଏ । ଚିହ୍ନଟ ପ୍ରକ୍ରିୟା ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ ଦ୍ଵାରା ହିତାଧିକାରୀ ଚିହ୍ନଟ କରାଯାଏ । ସାହାଯ୍ୟ ପରିମାଣ ୪ ଡେସିମିଲ ଘରଡିହ । ସାହାଯ୍ୟକାରୀ ଅଧିକାରୀ ତହସିଲଦାର ଓ ଆର. ଆଇ . ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗ ଓଡିଶା । ଅଭିଯୋଗ ଦାଖଲ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ କରାଯାଏ । ୧୧. ସଫାଇ କର୍ମଚାରୀଙ୍କ ନିମନ୍ତେ ଜାତୀୟ ଯୋଜନା । ୧୯୯୮ ମସିହା ଅଗଷ୍ଟ ୧୨ ତାରିଖ ଦିନ ଏହି ଯୋଜନାଟି ପ୍ରଥମଥର ପାଇଁ ତିନି ବର୍ଷ ନିମନ୍ତେ ପ୍ରଣଯନ କରାଯାଇ ଥିଲା । ପରେ ଏହାକୁ ସମ୍ପ୍ରସାରଣ କରାଯାଇଛି । ଯୋଜନର ଉଦ୍ଦେଶ୍ୟ ସଫାଇ କର୍ମଚାରୀଙ୍କର ସମସ୍ତ ନାଗରିକ ଅଧିକାରକୁ ସୁରକ୍ଷା ପ୍ରଦାନ କରିବା, ସରକାରଙ୍କର ସମସ୍ତ କଲ୍ୟାଣକାରୀ ଯୋଜନାରେ ଅଂଶୀଦାରିତା ପ୍ରଦାନ କରିବା ଏହି ଯୋଜନା ମୂଳ ଉଦ୍ଦେଶ୍ୟ ଅଟେ । ଯୋଜନାର କାର୍ଯ୍ୟକାରିତା : ଏହା ସହିତ ସମସ୍ତ ଚିହ୍ନତିକରଣ କରାଯାଇଥିବା ହାତ ଦ୍ଵାରା ମଇଳା ସଫା କରୁଥିବା କର୍ମଚାରୀ ତଥା ସେମାନଙ୍କର ପରିବାର ବର୍ଗଙ୍କୁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ରଣ ପ୍ରଦାନ କରିବାର ବ୍ୟବସ୍ଥା, ଦକ୍ଷତା ବୃଦ୍ଧି ନିମନ୍ତେ ଏକ ବର୍ଷ ତାଲିମ ପ୍ରଦାନ ଏବଂ ତାଲିମ ଗ୍ରହଣ ସମୟରେ ୧୦୦୦ ଟଙ୍କା ବୃତ୍ତି ପ୍ରଦାନ କରିବାର ବ୍ୟବସ୍ଥା କରାଯାଇ ଆଛି । ଆଧାର - ନ୍ୟାସନାଲ ଫ୍ରେଡ୍ରେସନ ଫର ଦଳିତ ଓମେନ