ପରିପ୍ରେକ୍ଷ ଅନ୍ୟଥା ଆବଶ୍ୟକ କରୁନଥିଲେ ଏହି ଅନୁସୂଚୀତରେ ‘ ରାଜ୍ୟ’ ଶବ୍ଦ ଭିତରେ ଆସାମ, ମେଘାଳୟ, ତ୍ରିପୁରା,ଓ ମିଜୋରାମ ରାଜ୍ୟ ଗୁଡିକ ଅନ୍ତଭୁକ୍ତ ହେବ ନାହିଁ । ଅନୁସୂଚୀତ ଅଞ୍ଚଳଗୁଡିକରେ ରାଜ୍ୟର କାର୍ଯ୍ୟନିର୍ବାହୀ କ୍ଷମତା – ଏହି ଅନୁସୂଚୀ ଅନ୍ତର୍ଗତ ବ୍ୟବସ୍ଥାସମୂହ ଅଧୀନରେ ରହି , ଗୋଟିଏ ରାଜ୍ୟର କାର୍ଯ୍ୟନିର୍ବାହୀ କ୍ଷମତା ସେହି ରାଜ୍ୟ ଥିବା ଅନୁସୂଚୀତ ଅଞ୍ଚଳଗୁଡିକ ପ୍ରତି ବିସ୍ତାରିତ ହେବ । ଅନୁସୂଚୀତ ଅଞ୍ଚଳଗୁଡିକରେ ପ୍ରଶାସନିକ ସଂବନ୍ଧରେ ରାଜ୍ୟପାଳଙ୍କ ଦ୍ଵାରା ରାଷ୍ଟ୍ରପତି ଙ୍କୁ ରିପୋର୍ଟ - ଯେଉଁ ସବୁ ରାଜ୍ୟରେ ଅନୁସୂଚୀତ ଅଞ୍ଚଳମାନ ଥାଏ , ସେହିପରି ପ୍ରତି ରାଜ୍ୟର ରାଜ୍ୟପାଳ ବର୍ଷକୁ ଥରେ ଅଥବା ରାଷ୍ଟ୍ରପତି ଯେବେ ଚାହିଁବେ, ସେତେବେଳେ ତାଙ୍କୁ ଉକ୍ତ ରାଜ୍ୟରେ ଥିବା ଅନୁସୂଚୀତ ଅଞ୍ଚଳଗୁଡିକର ପ୍ରଶାସନ ସଂବନ୍ଧରେ ରିପୋର୍ଟ ଦାଖଲ କରିବେ ଏବଂ କେନ୍ଦ୍ରର କାର୍ଯ୍ୟନିର୍ବାହୀ କ୍ଷମତା ଭିତରେ ସେହିସବୁ ଅଞ୍ଚଳଗୁଡିକର ପ୍ରଶାସନ ସମ୍ବନ୍ଧରେ ନିର୍ଦେଶନାମା ଜାରି କରିବା ପରିସରଭୁକ୍ତ ହେବ । ଅନୁସୂଚୀତ ଅଞ୍ଚଳ ଏବଂ ଅନୁସୂଚୀତଙ୍କ ପ୍ରଶାସନ ଓ ନିୟନ୍ତ୍ରଣ ଜନଜାତି ଉପଦେଷ୍ଟା ପରିଷଦ- ଯେଉଁ ସବୁ ରାଜ୍ୟରେ ଅନୁସୂଚୀତ ଅଞ୍ଚଳମାନ ଥାଏ , ସେହିଭଳି ପ୍ରତି ରାଜ୍ୟରେ ଏବଂ ଯଦି ରାଷ୍ଟ୍ରପତି ନିର୍ଦେଶ ଦିଅନ୍ତି ତେବେ ଅନୁସୂଚୀତ ଜନଜାତି ଥିବା କିନ୍ତୁ ଅନୁସୂଚୀତ ଅଞ୍ଚଳ ନଥିବା କୌଣସି ଏକ ରାଜ୍ୟରେ କୋଡିଏରୁ ଅନଧିକ ସଭ୍ୟ ବିଶିଷ୍ଠ ଗୋଟିଏ ଜନଜାତି ଉପଦେଷ୍ଟା ପରିଷଦ ସ୍ଥାପିତ ହେବ, ଯେଉଁଥିରେ ପାଖାପାଖି ତିନି-ଚତୁର୍ଥାଂଶ ସଭ୍ୟପଦ ଗ୍ରହଣ କରିବେ ରାଜ୍ୟ ବିଧାନସଭାରେ ଥିବା । ଅନୁସୂଚୀତ ମାନଙ୍କର ପ୍ରତିନିଧି ସମୂହ : ପରନ୍ତୁ ଯଦି ସେହି ରାଜ୍ୟ ର ବିଧାନସଭାରେ ଅନୁସୂଚୀତ ଜନଜାତି ପ୍ରତିନିଧିମାନଙ୍କ ସଂଖ୍ୟା ଏପରି ପ୍ରତିନିଧି ମାନଙ୍କର ଦ୍ଵାରା ଜନଜାତି ଉପଦେଷ୍ଟା ପରିଷଦରେ ପୂରଣ ଥିବା ସ୍ଥାନ ସଂଖ୍ୟା ଠାରୁ କମ ହୋଇଥାଏ , ତେବେ ଅବଶିଷ୍ଠ ସ୍ଥାନ ସେହି ଜନଜାତି ସମୂହର ଅନ୍ୟ ପ୍ରତିନିଧିମାନଙ୍କ ଦ୍ଵାରା ପୂରଣ କରାଯିବ। ଜନଜାତିମାନଙ୍କର କଲ୍ୟାଣ ଓ ବିକାଶ ସମ୍ବନ୍ଧରେ ଯେଉଁସବୁ ବିଷୟ ରାଜ୍ୟପାଳଙ୍କ ଦ୍ଵାରା ସୂଚୀତ ହେବ , ସେପରି ବିଷୟଗୁଡିକ ଉପରେ ପରାମର୍ଶ ଦେବା ଜନଜାତି ଉପଦେଷ୍ଟା ପରିଷଦର କର୍ତ୍ତବ୍ୟ ହେବ । ରାଜ୍ୟପାଳ ନିମ୍ନରେ ରେ ଦିଆଯାଇଥିବା ବିଷୟ ଗୁଡିକ ଉପରେ ଯଥାସ୍ଥିତି ବିହିତ କରିପାରନ୍ତି ଅଥବା ବିନିମୟ ଜାରି କରିପାରନ୍ତି – ପରିଷଦର ସଭ୍ୟ ସଂଖ୍ୟା, ସେମାନଙ୍କୁ ତଥା ପରିଷଦର ଅଧ୍ୟକ୍ଷ ଏବଂ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଯୁକ୍ତି ଦେବାର ପଦ୍ଦତି ଏହାର ବୈଠକଗୁଡିକର ସଂଚାଳନ ଏବଂ ଏହାର ସାଧାରଣ କାର୍ଯ୍ୟବିଧି :ଏବଂ ଅନ୍ୟସବୁ ଆନୁଷଙ୍ଗିକ ବିଷୟ । ଅନୁସୂଚୀତ ଅଞ୍ଚଳଗୁଡିକ କ୍ଷେତ୍ରରେ ପ୍ରଯୁଜ୍ୟ ଆଇନ – ଏହି ସମ୍ବିଧାନରେ ଯାହା କିଛି ଥାଉନା କାହିଁକି, ରାଜ୍ୟପାଳ ସର୍ବସାଧାରଣ ବିଜ୍ଞପ୍ତି ବଳରେ ନିର୍ଦେଶ ଦେଇପାରିବେ ଯେ , ସଂସଦର ବା ଗୋଟିଏ ରାଜ୍ୟ ଆଇନ ସଭାର କୌଣସି ଏକ ନିଦ୍ଧିଷ୍ଟ ଆଇନ ସେହି ରାଜ୍ଯରେ ଥିବା ଟିକେ ଅନୁସୂଚୀତ ଅଞ୍ଚଳ ବା ତହିଁରେ କୌଣସି ଏକ ଅଂଶବିଶେଷ ପ୍ରତି ଲାଗୁ ହେବ ନାହିଁ, ଅଥବା ଏକ ଅନୁସୂଚୀତ ଅଞ୍ଚଳ ବା ତହିଁର କୌଣସି ଏକ ଅଂଶବିଶେଷ ପ୍ରତି ତାହା ଲାଗୁ ହେବ ସେହିସବୁ ସଂଶୋଧନ ଏବଂ ବ୍ୟତିକ୍ରମ ସହିତ, ଯାହାକି ସେ ଉକ୍ତ ବିଜ୍ଞପ୍ତିରେ ବିନିଦ୍ଧିଷ୍ଟ କରିଥିବେ ଏବଂ ଏହି ଉପ-ଅଣୁଚ୍ଛେଦ ଅଧୀନରେ ଘୋଷିତ ଯେ କୌଣସି ନିର୍ଦେଶନାମାକୁ ଏପରି ଜାରି କରାଯାଇପାରେ, ଯାହା ଫଳରେ ପିଛିଲା ଅବଧିରୁ ତାହା ପ୍ରଭାବ ବାହନ କରିବା । ବର୍ତ୍ତମାନ ସ୍ଥିତିରେ ଅନୁସୂଚୀତ ଅଞ୍ଚଳ ହୋଇଥିବା ରାଜ୍ୟର ଯେ କୌଣସି ଅଞ୍ଚଳର ଶାନ୍ତି ଓ ସୁଶାସନ ପାଇଁ ରାଜ୍ୟପାଳ ରେଗୁଲାସନ ପ୍ରଣୟନ କରିପାରନ୍ତି । ବିଶେଷତଃ ପୂର୍ବ ସୂଚିତ କ୍ଷମତାକୁ କ୍ଷୁର୍ଣ୍ଣ ନକରି ଏହିସବୁ ନିୟମ ନିମ୍ନ ମତେ ଉର୍ଦ୍ଧିଷ୍ଟ ହୋଇପାରେ – ଏପରି ଅଞ୍ଚଳରେ ଅନୁସୂଚୀତ ଜନଜାତିର ସଦସ୍ୟମାନଙ୍କୁ ଦ୍ଵାରା ବା ଭିତରେ ଜମିର ହସ୍ଥାନ୍ତରଣକୁ ନିଷେଧ ବା ସଂକୁଚିତ କରିବା : ଏପରି ଅଞ୍ଚଳରେ ଅନୁସୂଚୀତ ଜନଜାତିର ସଦସ୍ୟମାନଙ୍କୁ ଜମିର ଆବଣ୍ଟନ ବିନିମୟତାକୁ କରିବା ; ଏପରି ଅଞ୍ଚଳରେ ଅନୁସୂଚୀତ ଜନଜାତିର ସଦସ୍ୟ ମାନଙ୍କୁ କରଜ ଦେଉଥିବା ବ୍ୟକ୍ତିମାନେ ଚଳାଇ ରଖିଥିବା ଅର୍ଥଋଣ କାରବାର ଉପରେ ରେଗୁଲେସନ ଜାରି କରିବା । ଏହି ଅନୁଚ୍ଛେଦର ଉପ-ଅନୁଚ୍ଛେଦ (୨) ରେ ଯେଉଁ ପ୍ରକାର ରେଗୁଲେନସ ବିଷୟରେ ସୂଚିତ କରାଗଲା, ତହିଁରେ ପ୍ରଣୟନ କରିବାକୁ ଯାଇ ରାଜ୍ୟପାଳ ସମ୍ପୃକ୍ତ ଅଞ୍ଚଳ ପାଇଁ ସଂପ୍ରତି ପ୍ରଯୁଜ୍ୟ ଥିବା ସଂସଦ ବା ରାଜ୍ୟ ଆଇନ ସଭା ର କୌଣସି ଆଇନ ଅଥବା କୌଣସି ପ୍ରଚଳନ ଆଇନକୁ ପ୍ରତ୍ୟାହାର ବା ସଂଶୋଧନ କରିପାରନ୍ତି । ଏହି ଅନୁଚ୍ଛେଦ ଅଧୀନରେ ପ୍ରଣୀତ ହୋଇଥିବା ସମସ୍ତ ରେଗୁଲେସନ ତତକ୍ଷଣାତ ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ କରାଯିବ ଏବଂ ତାଙ୍କର ସଂମତି ନ ମିଳିବା ଯାଏ ତାହା କୌଣସି ପ୍ରଭାବ ବହନ କରିବା ନାହିଁ । ଯେଉଁସ୍ଥଳେ ଏକ ରାଜ୍ୟରେ ଗୋଟିଏ ଜନଜାତି ଉପଦେଷ୍ଟା ପରିଷଦ ଥିବ, ସେପରି ସ୍ଥଳେ ରେଗୁଲେସନ ପ୍ରଣୟନ କରୁଥିବା ରାଜ୍ୟପାଳ ଉକ୍ତ ପରିଷଦ ସହିତ ପରାମର୍ଶ କରିନଥିଲେ ଏହି ଅନୁଚ୍ଛେଦ ଅଧୀନରେ କୌଣସି ବିନିମୟ ପ୍ରଣୀତ ହୋଇପାରିବ ନାହିଁ । ଅନୁସୂଚୀତ ଅଞ୍ଚଳସମୂହ- ଏହି ସମ୍ବିଧାନରେ ‘ ଅନୁସୂଚୀତ ଅଞ୍ଚଳସମୂହ ‘ ଉକ୍ତିର ଅର୍ଥ ହେଉଛି ସେହିସବୁ ଅଞ୍ଚଳ, ଯାହାକୁ ରାଷ୍ଟ୍ରପତି ଅନୁସୂଚୀତ ଅଞ୍ଚଳସମୂହ ବୋଲି ଆଦେଶ ବଳରେ ଘୋଷଣା କରିପାରନ୍ତି । ରାଷ୍ଟ୍ରପତି ନିମ୍ନମତେ ଆଦେଶ ଜାରି କରିପାରନ୍ତି – ଏକ ଅନୁସୂଚୀତ ଅଞ୍ଚଳ ସମ୍ପୁର୍ଣ୍ଣ ଭାବେ ବା ଏହାର ଏକ ବିନିଦ୍ଧିଷ୍ଟ ଅଂଶ ଅନୁସୂଚୀତ ଅଞ୍ଚଳ ଭାବେ ଅଥବା ତହିଁର ଏକ ଅଂଶ ଭାବେ ନିଜର ସ୍ଥିତି ହରାଇବା ; ସଂପୃକ୍ତ ରାଜ୍ୟ ରାଜ୍ୟପାଳ ଙ୍କ ସହ ପରାମର୍ଶ କଲାପରେ ସେହି ରାଜ୍ୟର ଏକ ଅନୁସୂଚୀତ ଅଞ୍ଚଳ ପରିସରକୁ ବୃଦ୍ଧି ଘଟାଏପାରିବେ ; କେବଳ ସୀମାରେଖା ଗୁଡିକର ସଂଶୋଧନ ଉଦେଶ୍ୟରେ କୌଣସି ଅନୁସୂଚୀତ ଅଞ୍ଚଳ ପରିସୀମା ଅଦଳବଦଳ କରିପାରିବେ । ଗୋଟିଏ ରାଜ୍ୟର ସୀମାରେଖା ଗୁଡିକର ପରିବତ୍ତନ ଘଟିଲେ ଅଥବା କୌଣସି ନୂତନ ରାଜ୍ୟ ସଂଘର ପ୍ରବେଶ କଲେ ବା ପ୍ରତିସ୍ତା କାଲେ ଯେଉଁ ଇଲାକା ପୂର୍ବେ କୌଣସି ରାଜ୍ୟରେ ଅନ୍ତର୍ଭୁକ୍ତନଥିବ , ତାହାକୁ ଏକ ଅନୁସୂଚୀତ ଅଞ୍ଚଳ ଭାବେ ବା ଏପରି ଅଞ୍ଚଳର ଏକ ଅଂଶବିଶେଷ ଭାବେ ଘୋଷଣା କରିପାରିବେ। ଏହି ଅନୁଚ୍ଛେଦ ଅଧୀନରେ କୌଣସି ରାଜ୍ୟ ବା ରାଜ୍ୟମାନଙ୍କ ସମ୍ବନ୍ଧରେ ଜାରି ହୋଇଥିବା କୌଣସି ଆଦେଶ ବା ଆଦେଶସମୂହକୁ ରଦ୍ଦ କରି ଦେଇପାରିବେ , ଏବଂ ସଂପୃକ୍ତ ରାଜ୍ୟର ରାଜ୍ୟପାଳଙ୍କ ସହ ପରାମର୍ଶ କରି ଯେଉଁସବୁ ଅଞ୍ଚଳ ଅନୁସୂଚୀତ ଅଞ୍ଚଳ ଭାବେ ଚିହ୍ନଟ ହେବାକୁ ଥିବା , ସେହି ଅଞ୍ଚଳସମୂହ ପୁନଃନିଦ୍ଧାରଣ କରିବା ଉଦେଶ୍ୟରେ ସଦ୍ୟ ଆଦେଶମାନ ଜାରି କରିପାରିବେ ;ଏବଂ ଏପରି ଗୋଟିଏ ଆଦେଶରେ ସେହିସବୁ ଆନୁଷଙ୍ଗିକ ଓ ପରିଣାମ –ସାପେକ୍ଷ ବ୍ୟବସ୍ଥାମାନ ସ୍ଥାନିତ ହୋଇପାରେ , ଯାହାକି ରାଷ୍ଟ୍ରପତିଙ୍କୁ ଆବଶ୍ୟକ ଓ ସମୁଚିତ ମାନେ ହେବ , କିନ୍ତୁ ଉପରୋକ୍ତ ରୀତି ବ୍ୟତିରେକ, ଏହି ଅନୁଚ୍ଛେଦ ଅନ୍ତର୍ଗତ ଉପ-ଅନୁଚ୍ଛେଦ (୧) ଅଧୀନରେ ଜାରି କରାଯାଇଥିବା ଏକ ଆଦେଶକୁ କୌଣସି ପରିବର୍ତୀ ଆଦେଶ ଦ୍ଵାରା ପରିବର୍ତ୍ତନ କରାଯିବ ନାହିଁ । ଅନୁସୂଚୀତ ଆଇନ ସଂଶୋଧନ ଅନୁସୂଚୀତ ସଂଶୋଧନ – ସଂସଦ ସମୟାନ୍ତରରେ ଆଇନ ଦ୍ଵାରା ମିଶ୍ରଣ, ପରିବର୍ତ୍ତନ ବା ପ୍ରତ୍ୟାହାର ରୂପରେ ଏହି ଅନୁସୂଚୀର ଯେ କୌଣସି ବ୍ୟବସ୍ଥାକୁ ସଂଶୋଧନ କରିପାରନ୍ତି , ଏବଂ ଯେତେବେଳେ ଏହି ଅନୁସୂଚୀତ ଆଇନ ସଂଶୋଧିତ ହେବ , ଏହି ସମ୍ବିଧାନ ଏହି ଅନୁସୂଚୀ ବିଷୟ ସୂଚିତ ହେବା ମାତ୍ରେ ତାହାକୁ ଉପରୋକ୍ତ ମତେ ସଂଶୋଧିତ ହୋଇଥିବା ଅନୁସୂଚୀ ରୂପେ ବିବେଚନା କରାଯିବ । ଏହି ଅନୁଚ୍ଛେଦ ଅନ୍ତର୍ଗତ ଉପ –ଅନୁଚ୍ଛେଦ (୧) ଅଧୀନରେ ସୂଚିତ ହୋଇଥିବା ମତେ କୌଣସି ଆଇନକୁ ଧାରା -୩୬୮ ର ଉଦେସ୍ୟାଅର୍ଥେ ଏହି ସଂବିଧାନର ଏକ ସଂଶୋଧନ ବୋଲି ବିବେଚିନା କରାଯିବ ନାହିଁ । ଆଧାର - ଭାରତ ସରକାର