ଅନୁସୂଚୀତ ଜାତି ବିକାଶ ନିମନ୍ତେ କେନ୍ଦ୍ରୀୟ ସାହାଯ୍ୟ ଯୋଜନା ରାଜ୍ୟ ଅନୁସୂଚୀତ ଜାତି ବିକାଶ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ୪୯:୫୧ ଅନୁପାତ ଭାଗିଦାରିତାରେ ଯୋଜନା ପ୍ରଣଯନ କରାଯିବାର ବ୍ୟବସ୍ଥା, କରାଯାଇ ଆଛି । ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ: ଅନୁସୂଚୀତ ଜାତିର ଯୋଗ୍ୟ ଦମ୍ପତ୍ତି ଚିହ୍ନଟିକାରଣ କାରୀ ସେମାନଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବା । ଆର୍ଥିକ ସଂସ୍ଥାଗୁଡିକୁ ଋଣ ପ୍ରଦାନ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିବା ଆତି ଅଳ୍ପ ସୁଧରେ ରଣ ପ୍ରଦାନ କରିବା ଅନ୍ୟାନ୍ୟ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ସହିତ ସଂଯୋଗ ସ୍ଥାପନ କରିବା ସ୍ଥାନୀୟ ବ୍ୟାଙ୍କ, ଜାତୀୟ ଅନୁସୂଚୀତ ଆର୍ଥିକ ବିକାଶ ନିଗମ, ଜତୀୟ ସଫେଇ କର୍ମଚାରୀ ଆର୍ଥିକ ବିକାଶ ସହିତ ସଂଯୋଗ ସ୍ଥାପନ କରିବା । ଏହି ଯୋଜନା ମାଧ୍ୟମରେ ନିମ୍ନ କାର୍ଯ୍ୟ ପାଇଁ ସାହାଯ୍ୟ ପ୍ରଦାନ କରିବା ବ୍ୟବସ୍ଥା କରାଯାଇଛି । କୃଷି ଓ ଅନ୍ୟାନ୍ୟ କ୍ଷୁଦ୍ର ଉଠା ଜଳ ସେଚନ କ୍ଷୁଦ୍ର ଶିଳ୍ପ ପରିବହନ ବାଣିଜ୍ୟ ଓ ସେବା କ୍ଷେତ୍ର ସବ୍ ପ୍ଲାନ୍ ଅଞ୍ଚଳ ନିମନ୍ତେ ସତନ୍ତ୍ର କେନ୍ଦ୍ରୀୟ ସହାୟତା ଯୋଜନା ରାଜ୍ୟ କିମ୍ବା କେନ୍ଦ୍ରସହିତ ଅଞ୍ଚଳରେ ୫୦% ଋ ଅଧିକ ଅନୁସୂଚୀତ ଜାତି ବସବାସ କରୁଥିବା ଅଞ୍ଚଳର ବିଜୁଳି, ସଡ଼କ ଓ ପଣି ଭଳି ପ୍ରାଥମିକ ଭିତ୍ତିଭୂମିର ବିକାଶ କରିବା ନିମନ୍ତେ ସ୍ଵତନ୍ତ୍ର ଶତ ପ୍ରତିଶତ କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯାଇଥାଏ । ଯୋଜନର ଉଦ୍ଦେଶ୍ୟ: ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଅନୁସୂଚୀତ ଜାତିର ପରିବାର ଗୁଡିକର ଆର୍ଥିକ ବିକାଶ ନିମନ୍ତେ ଆଞ୍ଚଳିକ ବୃତ୍ତି ଅନୁସାରେ ସାହାଯ୍ୟ ଯୋଗାଇଦେବା । କାର୍ଯ୍ୟରତ ସ୍ଵେଚ୍ଛାସେବୀ ଅନୁଷ୍ଠାନ ନିମନ୍ତେ ଆର୍ଥିକ ସହାୟତା ଯୋଜନା ଯୋଜନର ଉଦ୍ଦେଶ୍ୟ: ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓ ବୃତ୍ତିଗତ ତାଲିମ ପ୍ରଦାନ କରୁଥିବା ଅନୁଷ୍ଠାନମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଯଦ୍ଵାରା ଅନୁସୂଚୀତ ଜାତିର ଆର୍ଥିକ ତଥା ଶିକ୍ଷାଗତ ମନବୃଦ୍ଧି ଘଟିବ । ସ୍ଵେଚ୍ଛାସେବୀ ଅନୁଷ୍ଠାନମାନଙ୍କର ଯୋଗ୍ୟତା: ସୋସାଇଟି ପଞୀକାରଣ ଆକ୍ଟ ୧୮୬୦ (XXI of 1860 ) କିମ୍ବା ଅନ୍ୟ ଯେକୌଣସି ସମାନ ଆକ୍ଟ ଦ୍ଵାରା ପାଞୀକୃତ ଅନୁଷ୍ଠାନ ସମୟ ଅନୁସାରେ ପାଞୀକୃତ ପବ୍ଲିକ୍ ଟ୍ରଷ୍ଟ। କୋମ୍ପାନୀ ଆକ୍ଟ – ୧୯୫୮, ଧାରା ୨୫ ମାଧ୍ୟମରେ ପାଞୀକୃତ ଚାରିଟେବୁଲ ଅନୁଷ୍ଠାନ ଭାରତୀୟ ରେଡକ୍ରସ୍ ସୋସାଇଟି ୬୦ % ଋ ଅଧିକ ଅନୁସୂଚୀତ ଜାତିର ଲୋକମାନେ ବସବାସ କରୁଥିବା ଅଞ୍ଚଳ । ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଦ୍ଵାରା ସ୍ଵୀକୃତିପ୍ରାପ୍ତ ଯେକୌଣସି ଅନୁଷ୍ଠାନ କିମ୍ବା ତାଲିମ । ଆଧାର - ନ୍ୟାସନାଲ ଫ୍ରେଡ୍ରେସନ ଫର ଦଳିତ ଓମେନ