অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅନୁସୂଚୀତ ଜାତି ବିକାଶ ନିମନ୍ତେ କେନ୍ଦ୍ରୀୟ ଓ ଆର୍ଥିକ ସହାୟତା ଯୋଜନା

ଅନୁସୂଚୀତ ଜାତି ବିକାଶ ନିମନ୍ତେ କେନ୍ଦ୍ରୀୟ ସାହାଯ୍ୟ ଯୋଜନା

ରାଜ୍ୟ ଅନୁସୂଚୀତ ଜାତି ବିକାଶ  ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ୪୯:୫୧ ଅନୁପାତ ଭାଗିଦାରିତାରେ ଯୋଜନା ପ୍ରଣଯନ କରାଯିବାର ବ୍ୟବସ୍ଥା, କରାଯାଇ ଆଛି ।

ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ:

  • ଅନୁସୂଚୀତ ଜାତିର ଯୋଗ୍ୟ ଦମ୍ପତ୍ତି ଚିହ୍ନଟିକାରଣ କାରୀ ସେମାନଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବା ।
  • ଆର୍ଥିକ ସଂସ୍ଥାଗୁଡିକୁ ଋଣ ପ୍ରଦାନ ନିମନ୍ତେ ଆର୍ଥିକ ସହାୟତା  ପ୍ରଦାନ କରିବା
  • ଆତି ଅଳ୍ପ ସୁଧରେ ରଣ ପ୍ରଦାନ କରିବା
  • ଅନ୍ୟାନ୍ୟ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ସହିତ ସଂଯୋଗ ସ୍ଥାପନ କରିବା
  • ସ୍ଥାନୀୟ ବ୍ୟାଙ୍କ, ଜାତୀୟ ଅନୁସୂଚୀତ ଆର୍ଥିକ ବିକାଶ ନିଗମ, ଜତୀୟ ସଫେଇ କର୍ମଚାରୀ ଆର୍ଥିକ ବିକାଶ ସହିତ ସଂଯୋଗ ସ୍ଥାପନ କରିବା । ଏହି ଯୋଜନା ମାଧ୍ୟମରେ ନିମ୍ନ କାର୍ଯ୍ୟ ପାଇଁ ସାହାଯ୍ୟ ପ୍ରଦାନ କରିବା ବ୍ୟବସ୍ଥା କରାଯାଇଛି ।
    1. କୃଷି ଓ ଅନ୍ୟାନ୍ୟ କ୍ଷୁଦ୍ର ଉଠା ଜଳ ସେଚନ
    2. କ୍ଷୁଦ୍ର ଶିଳ୍ପ
    3. ପରିବହନ
    4. ବାଣିଜ୍ୟ ଓ ସେବା କ୍ଷେତ୍ର

ସବ୍ ପ୍ଲାନ୍ ଅଞ୍ଚଳ ନିମନ୍ତେ ସତନ୍ତ୍ର କେନ୍ଦ୍ରୀୟ ସହାୟତା ଯୋଜନା

ରାଜ୍ୟ କିମ୍ବା କେନ୍ଦ୍ରସହିତ ଅଞ୍ଚଳରେ ୫୦% ଋ ଅଧିକ ଅନୁସୂଚୀତ ଜାତି ବସବାସ କରୁଥିବା ଅଞ୍ଚଳର ବିଜୁଳି, ସଡ଼କ ଓ ପଣି ଭଳି ପ୍ରାଥମିକ ଭିତ୍ତିଭୂମିର ବିକାଶ କରିବା ନିମନ୍ତେ ସ୍ଵତନ୍ତ୍ର ଶତ ପ୍ରତିଶତ କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯାଇଥାଏ ।

ଯୋଜନର ଉଦ୍ଦେଶ୍ୟ:

ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଅନୁସୂଚୀତ ଜାତିର ପରିବାର ଗୁଡିକର ଆର୍ଥିକ ବିକାଶ ନିମନ୍ତେ ଆଞ୍ଚଳିକ ବୃତ୍ତି ଅନୁସାରେ ସାହାଯ୍ୟ ଯୋଗାଇଦେବା ।

କାର୍ଯ୍ୟରତ ସ୍ଵେଚ୍ଛାସେବୀ ଅନୁଷ୍ଠାନ ନିମନ୍ତେ ଆର୍ଥିକ ସହାୟତା ଯୋଜନା

ଯୋଜନର ଉଦ୍ଦେଶ୍ୟ:

ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓ ବୃତ୍ତିଗତ ତାଲିମ ପ୍ରଦାନ କରୁଥିବା ଅନୁଷ୍ଠାନମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଯଦ୍ଵାରା ଅନୁସୂଚୀତ ଜାତିର ଆର୍ଥିକ ତଥା ଶିକ୍ଷାଗତ ମନବୃଦ୍ଧି ଘଟିବ ।

ସ୍ଵେଚ୍ଛାସେବୀ ଅନୁଷ୍ଠାନମାନଙ୍କର ଯୋଗ୍ୟତା:

  • ସୋସାଇଟି ପଞୀକାରଣ ଆକ୍ଟ ୧୮୬୦ (XXI of 1860 ) କିମ୍ବା ଅନ୍ୟ ଯେକୌଣସି ସମାନ ଆକ୍ଟ ଦ୍ଵାରା ପାଞୀକୃତ ଅନୁଷ୍ଠାନ
  • ସମୟ ଅନୁସାରେ ପାଞୀକୃତ ପବ୍ଲିକ୍ ଟ୍ରଷ୍ଟ।
  • କୋମ୍ପାନୀ ଆକ୍ଟ – ୧୯୫୮, ଧାରା ୨୫ ମାଧ୍ୟମରେ ପାଞୀକୃତ ଚାରିଟେବୁଲ ଅନୁଷ୍ଠାନ
  • ଭାରତୀୟ ରେଡକ୍ରସ୍ ସୋସାଇଟି
  • ୬୦ % ଋ ଅଧିକ ଅନୁସୂଚୀତ ଜାତିର ଲୋକମାନେ ବସବାସ କରୁଥିବା ଅଞ୍ଚଳ ।
  • ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଦ୍ଵାରା ସ୍ଵୀକୃତିପ୍ରାପ୍ତ ଯେକୌଣସି ଅନୁଷ୍ଠାନ କିମ୍ବା ତାଲିମ ।

ଆଧାର - ନ୍ୟାସନାଲ  ଫ୍ରେଡ୍ରେସନ ଫର ଦଳିତ ଓମେନ

Last Modified : 10/8/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate