ଛାତ୍ରାବାସ ଯୋଜନା ଯୋଜନାର ଉଦ୍ଦେଶ୍ୟ ସମେସ୍ତ ଆଦିବାସୀ ହରିଜନ ହରିଜନ ବର୍ଗର ଦରିଦ୍ର ଓ ନିଃସ୍ଵ ଛାତ୍ରଛାତ୍ରୀମାନଙ୍କୁ ପାଇଁ ହରିଜନ ଓ ଆଦିବାସୀ ଉନ୍ନୟନ ବିଭାଗ ୧୮୯ ଟି ବାଳିକା ଛାତ୍ରୀବାସ / କନ୍ୟାଶ୍ରମ ଓ ୬୭ ଟି ବାଳକ ଛତ୍ରାବାସ /ବାଳକ ଆଶ୍ରମ ଖୋଲିଛନ୍ତି । ଏଥିରେ ଉଚ୍ଛ ଶିକ୍ଷା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ରହି ଅଧ୍ୟୟନ କରିପାରିବେ । ହିତାଧିକାରୀ ଙ୍କ ଯୋଗ୍ୟତା ଯେଉଁ ପରିବାରର ବାର୍ଷିକ ରୋଜଗାର ଅନ୍ୟୁନ ଦୁଇଲକ୍ଷ ଟଙ୍କାରୁ କମ୍ କିମ୍ବା ଆୟକରଦାତା ପରିବାର ନୁହିଁନ୍ତି, ସେହି ପିଲାମାନଙ୍କୁ ଏହା ମିଳିପାରିବ । ଏହା ଷଷ୍ଠରୁ ଦଶମ ଶ୍ରେଣୀର ସମସ୍ତ ପୁଅଝିଅଙ୍କ ପାଇଁ ଉଦ୍ଦିଷ୍ଟ । ଆବେଦନ ପ୍ରଣାଳୀ ଶିକ୍ଷାନୁଷ୍ଠାନ ମାଧ୍ୟମରେ । ଚିହ୍ନଟ ପ୍ରକ୍ରିୟା ବାର୍ଷିକ ଆୟର ପ୍ରମାଣପତ୍ର । ସାହାଯ୍ୟର ପରିମାଣ ତା ୦୧. ୦୮. ୨୦୦୫ ରୁ କାର୍ଯ୍ୟକାରୀ ହେଉଥିବା ମାସିକ ଛାତ୍ର ବୃତ୍ତି ଟଙ୍କା ଆକାରରେ : ସ୍ମାତକ ଏବଂ ସ୍ନାତକୋତ୍ତର (ଏସ୍ ଫି ଲ୍/ ପିଏଚ୍ ଡି /ମେଡିକାଲ /ଏଞ୍ଜିନିୟରଂ/ବୈଷୟିକ /କୃଷି ଓ ଅନ୍ୟାନ୍ୟ କୋର୍ସ) ର ହଷ୍ଟେଲ ଛାତ୍ରଛାତ୍ରୀଙ୍କୁ ୧୨୦୦ ଟଙ୍କା ପ୍ରଦାନ କରାଯାଏ । ଅନ୍ୟାନ୍ୟ ଯାନ୍ତ୍ରିକ ଓ ବୃତ୍ତିଗତ କୋର୍ସ (ସ୍ମାତକ ଓ ସ୍ନାତକୋତ୍ତର ଯେଉଁଗୁଡିକ ଉପରଲେଖିତରେ ଯାଇନାହିଁ ଯଥା: ସି.ଏ. /ଆଇସିଡବ୍ଲୁଏ/ ସି.ଏସ. ଇତ୍ୟାଦି ସମସ୍ତ ହଷ୍ଟେଲ ଛାତ୍ରଛାତ୍ରୀମାନଙ୍କୁ ୮୨୦ ଟଙ୍କା ଓ ଦିବାଧ୍ୟାୟୀ ଛାତ୍ରଛାତ୍ରୀଙ୍କୁ ୫୩୦ ଟଙ୍କା ପ୍ରଦାନ କରାଯାଏ । ଅନ୍ୟାନ୍ୟ ସ୍ନାତକ ବା ତଦୁପରିସ୍ଥ ଡିଗ୍ରୀ ଯାହା ଉପର ଦୁଇ ଗ୍ରେଡ଼୍ ରେ ପାଇନାହିଁ, ସେହି ହଷ୍ଟେଲ୍ ଛାତ୍ରଛାତ୍ରୀଙ୍କୁ ୫୭୦ ଟଙ୍କା ପ୍ରଦାନ କରାଯିବା । ଏକାଦଶ ଓ ଦ୍ଵାଦଶ (୧୦+୨) ଆଇ.ଟି.ଆଇ./ ଧନ୍ଦାମୂଳକ ଶିକ୍ଷା (ନିମ୍ନତମ ଯୋଗ୍ୟତା ମାଟ୍ରିକ ) ର ହଷ୍ଟେଲ ଛାତ୍ରଛାତ୍ରୀମାନଙ୍କୁ ୩୮୦ ଟଙ୍କା ପ୍ରଦାନ କରାଯାଏ । ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗ ଓ ଗଣଶିକ୍ଷା ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟରେ ଅନ୍ତେବାସୀ ଛାତ୍ରମାନଙ୍କୁ ୬୦୦ ଟଙ୍କା ହିସାବରେ ଛାତ୍ରୀମାନଙ୍କୁ ୬୩୦ ଟଙ୍କା ହିସାବରେ ୧୦ ମାସ ପ୍ରଦାନ କରାଯାଏ। ସାହାଯ୍ୟକାରୀ ଅଧିକାର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଆଦିବାସୀ ହରିଜନ କଲ୍ୟାଣ ବିଭାଗ, ଓଡିଶା । ଅଭିଯୋଗ ଦାଖଲ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ କରାଯିବ । ଯୋଜନାଟି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା ପରିଷଦ ମାଧ୍ୟମରେ ପ୍ରଣଯନ ହୋଇଥାଏ । ଅନୁସୂଚୀତ ଜାତି ଓ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ମାଗଣା ଘରୋଇ ଶିକ୍ଷାଦାନ ବ୍ୟବସ୍ଥା ଯୋଜନାର ଉଦ୍ଦେଶ୍ୟ: ଅନୁସୂଚୀତ ଜାତି ଓ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ଅର୍ଥନୌତିକ ଦକ୍ଷତ ବୃଦ୍ଧି କରିବା ତଥା ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବା । ହିତାଧିକାରୀ ଙ୍କ ଯୋଗ୍ୟତା ହିତାଧିକାରୀ ନିଶ୍ଚିନ୍ତ ରୂପେ ଅନୁସୂଚୀତ ଜାତିର ହୋଇଥିବା ଓ ନିର୍ମ୍ନଲିଖିତ ପରୀକ୍ଷା ନିମନ୍ତେ ଯୋଗ୍ୟ ହୋଇଥିବେ । ସାହାଯ୍ୟର ବ୍ୟବସ୍ଥା : ରାଜ୍ୟ ସରକାରଙ୍କର ଦ୍ଵାରା ସୁପରିଚିତ ଘରୋଇ ତାଲିମ ଅନୁଷ୍ଠାନ ସାହାଯ୍ୟରେ ନିର୍ମାଲିଖିତ ପରୀକ୍ଷା ନିମନ୍ତେ ଘରୋଇ ପ୍ରଶିକ୍ଷଣ ପ୍ରଦାନ କରାଯିବାର ବବ୍ୟବସ୍ଥା । ୟୁନିଅନ୍ ପୁବ୍ଲିକ୍ ସାର୍ଭିସ୍ କମିଶନ ଦ୍ଵାରା ସୁପରିଚିତ ଘରୋଇ ଗ୍ରୁପ A-B ପରୀକ୍ଷା ଷ୍ଟାଫ ସିଲେକ୍ ସନ୍ କମିଶନ୍ଦ୍ଵାରା ପରିଚାଳିତ ପରୀକ୍ଷା ରେଲୱେ ଋକ୍ର୍ୟୁଟ୍ ମେଣ୍ଟ ବୋଡ୍ ଦ୍ଵାରା ପରିଚାଳିତ ପରୀକ୍ଷା ବ୍ୟାଙ୍କ ପରୀକ୍ଷା ଜୀବନ ବୀମା କମ୍ପାନି ଦ୍ଵାରା ପରିଚାଳିତ ପରୀକ୍ଷା ଆଇ. ଟି. ଓ ବ୍ୟାୟୋ ଟେକ୍ନୋଲୋଜି ନିମନ୍ତେ ପରୀକ୍ଷା ଅନ୍ୟାନ୍ୟ ରୋଜଗାରକ୍ଷମ ପରୀକ୍ଷା ଆଧାର - ନ୍ୟାସନାଲ ଫ୍ରେଡ୍ରେସନ ଫର ଦଳିତ ଓମେନ