ଯୋଜନାର ଉଦ୍ଦେଶ୍ୟ
ସମସ୍ତ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି ଛାତ୍ରଛାତ୍ରୀଙ୍କ ନିକଟରେ ଶିକ୍ଷା ଉପଲବ୍ଧ କରାଇବା ନିମନ୍ତେ ଆର୍ଥିକ ସହାୟତ ପ୍ରଦାନ କରିବା। ଅନୁସୂଚୀତ ଜାତି ଓ ଜନଜାତିର ଅଭିଭାବକମାନଙ୍କୁ ସେମାନଙ୍କର ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବା ନିମନ୍ତେ ଉତ୍ସାହିତ କରିବା ।
ହିତାଧିକାରୀଙ୍କ ଯୋଗ୍ୟତା
ଯେଉଁ ପରିବାର ଆୟକରଦାତା ପରିବାରର ଅନ୍ତଭୁକ୍ତି ନୁହଁନ୍ତି, ସେହି ପିଲାମାନଙ୍କୁ ଏହା ମିଳିପାରିବ । ଏହା ଷଷ୍ଠାରୁ ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ।
ଆବେଦନ ପ୍ରଣାଳୀ
ଶିକ୍ଷା ଅନୁଷ୍ଠାନ ମାଧ୍ୟମରେ ।
ଚିହ୍ନଟ ପ୍ରକ୍ରିୟା
ବାର୍ଷିକ ଆୟର ପ୍ରମାଣପତ୍ର ।
ସାହାଯ୍ୟର ପରିମାଣ
ଷଷ୍ଠରୁ ଦଶମ ଶ୍ରେଣୀ ଅନ୍ତେବାସୀ ଛାତ୍ରମାନଙ୍କୁ ମାସକୁ ୬୦୦ ଟଙ୍କା ଓ ଛାତ୍ରୀମନାଙ୍କୁ ମାସକୁ ୬୩୦ ଟଙ୍କା ହିସାବରେ ୧୦ ମାସ ପ୍ରଦାନ କରାଯାଏ । ଅଷ୍ଟମରୁ ଦଶମ ଶ୍ରେଣୀ ଦିବାଧ୍ୟାୟୀ ଛାତ୍ରମାନଙ୍କୁ ବାର୍ଷିକ ୧୫୦ ଟଙ୍କା ଓ ଛାତ୍ରୀମନାଙ୍କୁ ୨୦୦ ଟଙ୍କା ପ୍ରଦାନ କରାଯାଏ । ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଦିବାଧ୍ୟାୟୀ ଛାତ୍ରମାନଙ୍କୁ ୨୦୦ ଟଙ୍କା ଓ ଛାତ୍ରୀମନାଙ୍କୁ ୨୫୦ ପ୍ରଦାନ କରାଯାଇଥାଏ ।
ସାହାଯ୍ୟକାରୀ ଅଧିକାର
ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଆଦିବାସୀ ହରିଜନ କଲ୍ୟାଣ ବିଭାଗ, ଓଡିଶା ।
ଅଭିଯୋଗ ଦାଖଲ
ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ କରାଯିବ ।
ଯୋଜନାର ଉଦ୍ଦେଶ୍ୟ
ସମସ୍ତ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି ତଥା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରର ଛାତ୍ରଛାତ୍ରୀଙ୍କ ନିକଟରେ ଉଚ୍ଚଶିକ୍ଷା ଉପଲବ୍ଧ କରାଇବା ।
ହିତାଧିକାରୀ ଙ୍କ ଯୋଗ୍ୟତା
ଯେଉଁ ଅନୁସୂଚୀତ ଜାତି ପରିବାରର ବାର୍ଷିକ ରୋଜଗାର ଅନୁନ୍ୟ ଦୁଇଲକ୍ଷ ଟଙ୍କାରୁ କମ୍ କିମ୍ବା ଆୟକରଦାତା ପରିବାର ନୁହଁନ୍ତି, ସେହି ପିଲାମାନଙ୍କୁ ଏହା ମିଳିପାରିବ ।
ଆବେଦନ ପ୍ରଣାଳୀ
ଶିକ୍ଷା ଅନୁଷ୍ଠାନ ମାଧ୍ୟମରେ ।
ଚିହ୍ନଟ ପ୍ରକ୍ରିୟା
ବାର୍ଷିକ ଆୟର ପ୍ରମାଣପତ୍ର ।
ସାହାଯ୍ୟର ପରିମାଣ
ସାହାଯ୍ୟକାରୀ ଅଧିକାର
ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଆଦିବାସୀ ହରିଜନ କଲ୍ୟାଣ ବିଭାଗ, ଓଡିଶା ।
ଅଭିଯୋଗ ଦାଖଲ
ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ କରାଯିବ ।
ଆଧାର - ନ୍ୟାସନାଲ ଫ୍ରେଡ୍ରେସନ ଫର ଦଳିତ ଓମେନ
Last Modified : 12/19/2019