অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ (ଜଙ୍ଗଲ ଅଧିକାର ସ୍ଵୀକୃତି) ଆଇନ, ୨୦୦୬

ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ (ଜଙ୍ଗଲ ଅଧିକାର ସ୍ଵୀକୃତି) ଆଇନ, ୨୦୦୬

ମୁଖବନ୍ଧ

ଏହି ଆଇନ ଭାରତର ପାଲ୍ୟାମେଣ୍ଟରେ ପାସ ହେବା ପରେ , ରାଷ୍ଟ୍ରପତିଙ୍କ ଦ୍ଵାରା ୨୯ ଡିସେମ୍ବର , ୨୦୦୬ ରେ ଅନୁମୋଦନ ଲାଭ କରିଛି ।

ଏହି ଆଇନ ଅନୁଯାୟୀ ପୁରୁଷାନୁକ୍ରମେ ଜଙ୍ଗଲରେ ରହି ବସବାସ କରି ଆସୁଥିବା ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କର ଅଧିକାରକୁ ସ୍ଵିକୃତି ଦିଆଯାଇ ପାରିନାହିଁ । ସେହି ମାନଙ୍କର ଜଙ୍ଗଲ ଉପରେ ଥିବା ପାରମ୍ପରିକ ଅଧିକାର ଗୁଡିକୁ ଆଇନଗତ ସ୍ଵିକୃତି ପ୍ରଦାନ କରିବା, ସେଥିପାଇଁ ଆବଶ୍ୟକ ବିଧି ବ୍ୟବସ୍ଥାର ନିର୍ଦ୍ଧାରଣ କରିବା ତଥା ଜଙ୍ଗଲ ଅଧିକାର ଗୁଡିକୁ ଲିପିବଦ୍ଧ କରିବ ବନବାସୀଙ୍କର ଜଙ୍ଗଲ ଅଧିକାର ସାବ୍ୟସ୍ତ ନିମନ୍ତେ ଅବଶ୍ୟକୀୟ ପ୍ରମାଣ ସହ ସାବ୍ୟସ୍ତ କରିବା ଦିଗରେ ଏହି ଆଇନ ପ୍ରସ୍ତୁବିତ ହେଉଛି । ଯାହା ଫଳରେ ଜଙ୍ଗଲରେ ବାସ କରୁଥିବା ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କର ସ୍ଵିକୃତି ପ୍ରାପ୍ତ ଅଧିକାର ଜୈବ ବିବିଧାତାର ଚିରନ୍ତନ ବ୍ୟବହାର, ସଂରକ୍ଷଣ ଓ ପରିବେଶ ସନ୍ତୁଳନର ପରିଚାଳନା ଏବଂ ତଦ୍ୱାରା ଜଙ୍ଗଲ ଅଞ୍ଚଳର ସଂରକ୍ଷଣକୁ ସୁଦୃଢ କରିବା ନିମନ୍ତେ ଦାୟିତ୍ଵ ଏବଂ ଅଧିକାର ଅନ୍ତର୍ଭୁକ୍ତ ହେବ, ଏହାଛଡା ଖାଦ୍ୟ ନିରାପତ୍ତା ଓ ଜୀବିକାର ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦିଆଯିବ ।

ଏହି ପରିପ୍ରେକ୍ଷୀରେ ଭାରତବର୍ଷରେ ୫୭ତମ ସାଧାରଣତନ୍ତ୍ର ବର୍ଷରେ ସଂସଦରେ ଗୃହିତ ହୋଇଥିବା ଏହି ଆଇନ ନିମ୍ନରେ ପ୍ରଦାନ କରାଯାଇଛି ।

ସଂକ୍ଷିପ୍ତ ଶିରୋନାମା ଏବଂ ପ୍ରାରମ୍ଭ

  1. ଏହି ଆଇନ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ (ଜଙ୍ଗଲ ଅଧିକାର ସ୍ଵିକୃତି ) ଆଇନ , ୨୦୦୬ ଭାବେ ନାମିତ ହେବ ।
  2. ଏହା ଜାମ୍ମୁ ଓ କାଶ୍ମୀର ରାଜ୍ୟ ବ୍ୟତୀତ ସମଗ୍ର ଭାରତରେ ଲାଗୁ ହେବ ।
  3. କେନ୍ଦ୍ର ସରକାରଙ୍କର ଦ୍ଵାରା ସରକାରୀ ଗେଜେଟରେ ବିଜ୍ଞପ୍ତି ପ୍ରକାଶ ହେବା ଦିନଠାରୁ ଏହା ବଳବତ୍ତର ରହିବ ।

ସଂଜ୍ଞା

  1. ”ଗୋଷ୍ଠୀ ଜଙ୍ଗଲ ସମ୍ପଦ “ ଅର୍ଥାତ ଏହି ଆଇନରେ ଗ୍ରାମର ପାରମ୍ପରିକ ଏବଂ ପ୍ରଥାନୁଯାୟୀ ନିର୍ଦ୍ଧାରିତ ଗ୍ରାମ୍ୟ ସୀମା ମଧ୍ୟରେ ଥିବା ସର୍ବସାଧାରଣ ଜଙ୍ଗଲ ଜମି କିମ୍ବା ଗ୍ରାମ ଗୋଷ୍ଠୀ ଏବଂ ମେଶପାଳକ ଗୋଷ୍ଠୀ ଦ୍ଵାରା ବ୍ୟବହୃତ ହେଉଥିବା ଋତୁକାଳୀନ ଚରଣଭୂମି, ଯେପରିକି ସୁରକ୍ଷିତ ଜଙ୍ଗଲ, ସଂରକ୍ଷିତ ଜଙ୍ଗଲ ଏବଂ ସୁରକ୍ଷିତ ଅଞ୍ଚଳ ଯେପରିକି ଅଭୟାରଣ୍ୟ ଏବଂ ଜାତୀୟ ଉଦ୍ୟାନ, ଯେଉଁଥିରେ ଲୋକମାନଙ୍କର ପାରମ୍ପରିକ ବ୍ୟବହାର କରିବାର ଅଧିକାର ରହିଛି ।
  2. ”ସଂକଟାପନ୍ନ ବନ୍ୟପ୍ରାଣୀ ଆବାସସ୍ଥଳୀ” ଅର୍ଥାତ ଜାତୀୟ ଉଦ୍ୟାନ ଏବଂ ଅଭୟାରଣ୍ୟ ଅଞ୍ଚଳ , ଯେଉଁ ଅଞ୍ଚଳକୁ ବୈଜ୍ଞାନିକ ପଦ୍ଧତି ଏବଂ ବିଧିବଦ୍ଧ ପର୍ଜ୍ୟବେକ୍ଷର ଦ୍ଵାରା ବନ୍ୟପ୍ରାଣୀ ସଂରକ୍ଷଣ ଉଦ୍ଦେଶ୍ୟରେ ସୁରକ୍ଷିତ ରଖିବା ଆବଶ୍ୟକ ବୋଲି ଓ ସ୍ପଷ୍ଟ ଭାବେ ପ୍ରମାଣିତ ହୋଇଥିବା, ପରେ କେନ୍ଦ୍ର ସରକାରଙ୍କର ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟ ଦ୍ଵାରା ନିର୍ଦ୍ଧାରଣ ଏବଂ ନିଷ୍ପତି ନିଆଯାଇଥିବ । ଉକ୍ତ ଆଇନରେ ଥିବା ଧାରା-୪ ଅନ୍ତର୍ଗତ ଉପାଧାର (୧) ୦ଓ (୨) ରେ ଥିବା ବ୍ୟବସ୍ଥାକୁ ଭିତ୍ତିକରି “ସଙ୍କଟାପନ୍ନ ବନ୍ୟପ୍ରାଣୀ ଆବାସସ୍ଥଳୀ ‘ ନିରୂପଣ କରିବା ସମୟରେ ଏକ ବିଶେଷଜ୍ଞ କମିଟରେ ସରକାରଙ୍କ ଦ୍ଵାରା ନିଯୁକ୍ତ ଆଞ୍ଚଳିକ ସ୍ଥାନ ପାଇବେ ଏବଂ ଏଥିରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଜଣେ ପ୍ରତିନିଧି ରହିବେ ।
  3. “ବନବାସୀ ଅନୁସୂଚୀତ ଜନଜାତି “ ଅର୍ଥାତ ଅନୁସୂଚୀତ ଜନଜାତିଙ୍କର କୌଣସି ସଭ୍ୟ କିମ୍ବା ସମ୍ପ୍ରଦାୟ ଯେଉଁମାନେ ମୁଖ୍ୟତଃ ଜଙ୍ଗଲରେ ବସବାସ କରନ୍ତି ଏବଂ ପ୍ରକୃତ ଜୀବନଜୀବିକାର ସାଧନ ନିମନ୍ତେ ଜଙ୍ଗଲ କିମ୍ବା ଉପରେ ନିର୍ଭର କରନ୍ତି , ଅନୁସୂଚୀତ ଜନଜାତିର ଅନ୍ତର୍ଭୁକ୍ତ ମେଷ ପାଳନ ସମ୍ପ୍ରଦାୟ ମଧ୍ୟ ଏହାର ଅନ୍ତର୍ଗତ ।
  4. “ଜଙ୍ଗଲ ଜମି” କହିଲେ ଜଙ୍ଗଲ ଅଞ୍ଚଳରେ ଆସୁଥିବା ଯେକୌଣସି ଜମି, ଶ୍ରେଣୀଭୂକ୍ତ ହୋଇନଥିବା ଜଙ୍ଗଲ, ସୀମା ଚିହ୍ନଟ କରାଯାଇନଥିବା ଜଙ୍ଗଲ, ପରିଦୃଷ୍ଟ ବା ବିବେଚିତ ଜଙ୍ଗଲ, ସୁରକ୍ଷିତ ଜଙ୍ଗଲ, ସଂରକ୍ଷିତ ଜଙ୍ଗଲ, ଅଭୟାରଣ୍ୟ ଏବଂ ଜାତୀୟ ଉଦ୍ୟାନର ଅନ୍ତର୍ଗତ ହୋଇଥିବା ଜମିକୁ ବୁଝାଏ ।
  5. “ଜଙ୍ଗଲ ଅଧିକାର “ ଅର୍ଥାତ ଆଇନର ଧାରା -୩ରେ ଦର୍ଶଯାଇଥିବା ଜଙ୍ଗଲ ଅଧିକାର ।
  6. ”ଜଙ୍ଗଲ ଗ୍ରାମ” ଅର୍ଥାତ କୌଣସି ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଦ୍ଵାରା ଜଙ୍ଗଲର କାର୍ଯ୍ୟକ୍ରମ ନିମନ୍ତେ ଜଙ୍ଗଲ ମଧ୍ୟରେ ସ୍ଥାପନ କରାଯାଇଥିବା ବସତି କିମ୍ବା ଜଙ୍ଗଲ ସଂରକ୍ଷଣ ପ୍ରକ୍ରିୟାରେ ପରିବର୍ତ୍ତିତ ଜଙ୍ଗଲ ମଧ୍ୟରେ ସ୍ଥାପନ କରାଯାଇଥିବା ବସତି କିମ୍ବା ଜଙ୍ଗଲ ସଂରକ୍ଷଣ ପ୍ରକ୍ରିୟାରେ ପରିବର୍ତ୍ତିତ ଜଙ୍ଗଲ ଗ୍ରାମ ଯାହା ଜଙ୍ଗଲ ବନ୍ଦୋବସ୍ତ ହୋଇଥିବା, ଗ୍ରାମସମୂହ, ନିଧାର୍ଯ୍ୟ ଦାବି ଥିବା ଜମି, ସମସ୍ତ ପ୍ରକାରର ଟୁଙ୍ଗିଅ ବସତି ଯେକୌଣସି ନାମର ଗ୍ରାମଖଣ୍ଡ ସହିତ କୃଷି ପାଇଁ ବ୍ୟବହୃତ ଜମି ଏବଂ ଅନ୍ୟାନ୍ୟ ବ୍ୟବହାର ପାଇଁ ସରକାରୀ ଅନୁମୋଦନ ପ୍ରାପ୍ତ ଜମି ଗୁଡିକ ଏହାର ଅନ୍ତର୍ଭୁକ୍ତ ହେବ ।
  7. ”ଗ୍ରାମସଭା” ଅର୍ଥାତ ଗୋଟିଏ ଗ୍ରାମର ଲୋକମାନଙ୍କର ସାଧାରଣ ସଭା ଯେଉଁଥିରେ ଗ୍ରାମର ସମସ୍ତ ସାବାଳକ ସଦସ୍ୟ ଯୋଗ ଦେଉଥିବେ ଏବଂ ଯେଉଁ ରାଜ୍ୟରେ ପଞ୍ଚାୟତ ବ୍ୟବସ୍ଥା ନାହିଁ ସେଠାରେ ପଡା, ଟୋଲା ଏବଂ ଅନ୍ୟାନ୍ୟ ପାରମ୍ପରିକ ଗ୍ରାମ୍ୟ ଅନୁଷ୍ଠାନ ଏବଂ ନିର୍ବାଚିତ ଗ୍ରାମ୍ୟ କମିଟିକୁ ବିଚାରକୁ ନିଆଯିବ , ଯେଉଁଥିରେ ମହିଳାମାନେ ସମ୍ପୂର୍ଣ ତଥା ଅବାଧ ଭାବରେ ଯୋଗଦାନ କରିପାରୁଥିବେ ।
  8. ”ବସତି” ଅର୍ଥାତ ଆଦିମ ଜନଜାତି ଏବଂ ପ୍ରାକ କୃଷିଜୀବୀ ସମ୍ପ୍ରଦାୟ ଏବଂ ଅନ୍ୟାନ୍ୟ ବନବାସୀ ଜନଜାତିଙ୍କର ସଂରକ୍ଷିତ ଜଙ୍ଗଲ ଓ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ପାରମ୍ପରିକ ବାସସ୍ଥଳୀ କିମ୍ବା ସେହି ପ୍ରକାରର ବସତି ଅନ୍ତର୍ଗତ ।
  9. “ଲଘୁ ବନଜାତ ଦ୍ରବ୍ୟ” ଅର୍ଥାତ ବୃକ୍ଷଜାତ ସମସ୍ତ ଅଣକୋଷ୍ଠ ସମସ୍ତ ଅଣକୋଷ୍ଠ ବନଜାତ ଦ୍ରବ୍ୟ ଯେଉଁଥିରେ ବାଉଁଶ , ଝାଟି, ଛୋଟ ଗଛର ଡାଳ, ବେତ, ଟସର, କୋଷା, ମହୁ, ମହମ, ଲାଖ, କେନ୍ଦୁ ଓ କେନ୍ଦୁପତ୍ର, ଔଷଧୀୟ ବୃକ୍ଷଲତା , ମୂଳ, ଚେରମୂଳି, କନ୍ଦା ଆଦି ଅନ୍ତର୍ଭୁକ୍ତ ।
  10. “ନୋଡାଲ ସଂସ୍ଥା “ ଅର୍ଥାତ ଧାରା-୧୧ରେ ଦର୍ଶଯାଇଥିବା ନୋଡାଲ ସଂସ୍ଥା
  11. ”ବିଜ୍ଞପ୍ତି” ଅର୍ଥାତ ବିଜ୍ଞପ୍ତି ଯାହା ସରକାରୀ ଘୋଷଣାପତ୍ର ବା ଗେଜେଟରେ ପ୍ରକାଶିତ ।
  12. “ନିର୍ଦ୍ଧାରଣ କରାଯାଇଥିବା “ ଅର୍ଥାତ ଏହି ଆଇନ ଅଧୀନରେ ଦର୍ଶଯାଇଥିବା ନିୟମ/ଧାରା ।
  13. “ଅନୁସୂଚୀତ ଅଞ୍ଚଳ” ଅର୍ଥାତ ସମ୍ବିଧାନର ୨୪୪ଧାରର ଉପବିଧି (୧)ରେ ଦର୍ଶଯାଇଥିବା ଅନୁସୂଚୀତ ଅଞ୍ଚଳ ।
  14. ”ଚିରନ୍ତନ ବ୍ୟବହାର” କହିଲେ ଜୈବବିଭିଧାତା ଆଇନ-୨୦୦୨ ର ଧାରା(୨) ର ଉପବିଧି (ଣ) ରେ ନିରୂପିତ ହେଉଥିବା ଅର୍ଥକୁ ବୁଝାଇବା ।
  15. ”ଅନ୍ୟାନ୍ୟ ପାରମ୍ପରିକ ବନବାସୀ”ଅର୍ଥାତ କୌଣସି ସଦସ୍ୟ କିମ୍ବା ସମ୍ପ୍ରଦାୟ ଯିଏ ୧୩ ଡିସେମ୍ବର ୨୦୦୫ ପୂର୍ବରୁ ତିନି ପିଢୀ ଧରି ପ୍ରାଥମିକ ଭାବରେ ଜଙ୍ଗଲରେ ରହି ଆସିଛନ୍ତି ଏବଂ ଯେଉଁମାନେ ମୁଖ୍ୟତଃ ଜଙ୍ଗଲ ଜମି ଉପରେ ପ୍ରକୃତ ଭାବରେ ଜୀବନଜୀବିକା ପାଇଁ ନିର୍ଭରଶୀଳ ଅଟନ୍ତି ।
  16. ବାଖ୍ୟା : ଏହି ଉପଧାରାରେ ‘ପିଢୀ’  କହିଲେ ୨୫ବର୍ଷ ଅବଧିକୁ ବୁଝାଏ ।

  17. ”ଗ୍ରାମ” ଅର୍ଥାତ
    • ପଞ୍ଚାୟତିରାଜ (ଅନୁସୂଚୀତ ଅଞ୍ଚଳକୁ ସମ୍ପ୍ରସାରଣ) ଆଇନ ୧୯୯୬ର ଧାରା- ୪-ର ଉପବିଧି (ଖ)ରେ ସୂଚୀତ ଗ୍ରାମ;କିମ୍ବା
    • ଅନୁସୂଚୀତ ଅଞ୍ଚଳକୁ ବାଦ ଦେଇ ପଞ୍ଚାୟତ ସମ୍ପର୍କିତ ରାଜ୍ୟ ଆଇନରେ ଗ୍ରାମ ରୂପେ ସୂଚୀତ କୌଣସି ଅଞ୍ଚଳ;କିମ୍ବା
    • ଜଙ୍ଗଲ ଗ୍ରାମ, ପୁରାତନ ବସତି କିମ୍ବା ବନ୍ଦୋବସ୍ତ ଏବଂ ସର୍ବେକ୍ଷଣ ହୋଇନଥିବା ଗ୍ରାମ ଯାହା ଗ୍ରାମଭାବେ ବିଜ୍ଞପ୍ତି ହୋଇଛି ବା ହୋଇନାହିଁ ; କିମ୍ବା
    • ପଞ୍ଚାୟତ ନଥିବା ରାଜ୍ୟଗୁଡିକ କ୍ଷେତ୍ରରେ ପାରମ୍ପରିକ ଗ୍ରାମ ଯେକୌଣସି ନାମର ହୋଇଥିଲେ ମଧ୍ୟ ଗ୍ରାମ ରୂପେ ବିବେଚିତ ହେବ ।
  18. ”ବନ୍ୟପ୍ରାଣୀ” ଅର୍ଥାତ ଜଙ୍ଗଲରେ ଦେଖାଯାଇଥିବା କୌଣସି ପ୍ରାଣୀ ପ୍ରଜାତି ଯାହା ବନ୍ୟଜନ୍ତୁ (ସୁରକ୍ଷା) ଆଇନ, ୧୯୭୨ ମସିହାର ଧାରା ୧ ରୁ ୪ ମଧ୍ୟରେ ସୂଚୀତ ।

ଆଧାର – ସି. ଏସ୍. ଡି, ଓଡ଼ିଶା

Last Modified : 12/15/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate