অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ (ଜଙ୍ଗଲ ଅଧିକାର ସ୍ଵୀକୃତି) ଆଇନ, ୨୦୦୬ (ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ ସମୂହ)

ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ (ଜଙ୍ଗଲ ଅଧିକାର ସ୍ଵୀକୃତି) ଆଇନ, ୨୦୦୬ (ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ ସମୂହ)
  1. ଏହି  ଆଇନ ଦ୍ଵାରା  ଆମ  ଜଙ୍ଗଲ  ଓ  ପରିବେଶ  ନଷ୍ଟ  ହେବାର  ବିପଦ  ଅଛି  କି ?
  2. କେତେକ  କ୍ଷେତ୍ରରେ  ପଲ୍ଲୀସଭା  ୧୬.୦୩.୨୦୦୮  କିମ୍ବା  ୨୩.୦୩.୨୦୦୮ ରେ  ହୋଇପାରିଲା   ନାହିଁ । ବର୍ତ୍ତମାନ  ତାହା  ହୋଇପାରିବ  କି ଓ  ଜଙ୍ଗଲ  ଅଧିକାର  କମିଟି  ସ୍ଥିର  ଓ  ପ୍ରକ୍ରିୟା  ହୋଇପାରିବ  କି  ?
  3. ଉପଖଣ୍ଡସ୍ତରୀୟ  କମିଟି   ନିକଟରେ  ଉପସ୍ଥାପିତ  ସୁପାରିଶ  ଗୁଡିକ  ଅଭିବୃଦ୍ଧିର  ସୂଚନା  ପଲ୍ଲୀସଭା  କିପରି   ପାଇପାରିବ   ?
  4. ଜଙ୍ଗଲ  ଅଧିକାର  ଆଇନ୍  ଅଧିନରେ   ଦାବି  ଉପସ୍ଥାପନ   କରିବା  ସମୟରେ ଜାତି  ସାର୍ଟିଫିକେଟ  ଦେବା  ବାଧ୍ୟତାମୂଳକ  କି  ?
  5. ଏହି  ଆଇନ୍ ର  କାର୍ଯ୍ୟକାରିତା  ଉପରେ  ମାନ୍ୟବର  ଉଚ୍ଚ  ନ୍ୟାୟାଳୟର  ଏକ  ରହିତାଦେଶ  ରହିଛି  କି ?
  6. କୌଣସି  ସରକାରୀ  ଧିକାରୀ  କୋର୍ଟର  ରିହାତିଦେଶ  ପାଇଁ  କାର୍ଯ୍ୟ ଆଗଉ  ନାହିଁ  ବୋଲି ଦର୍ଶାଇ  ପାରିବେ  କି ?
  7. ଜି.ପି.ଏସ. ସରଞ୍ଜାମ  ସଂଗ୍ରହ  କରିବା  ପାଇଁ  ଏମିତି  ଆଦେଶ  ଦିଆଯାଇଥିଲା – କିପରି  ବିନା  ଜି.ପି.ଏସ.  ସରଞ୍ଜାମରେ  ମାନଚିତ୍ର  ପ୍ରସ୍ତୁତ  କରାଯାଇପାରିବ  ?
  8. ଫିଲ୍ଡସ୍ତରୀୟ  ମାନଚିତ୍ର  ମିଳୁନାହିଁ । କ’ଣ କରାଯାଇପାରିବ  ?
  9. କୌଣସି ରାଜସ୍ୱ ଗ୍ରାମ  ମଧ୍ୟରେ ଆସୁନଥିବା ଜଙ୍ଗଲ ବସତି  କ’ଣ ?
  10. ଜଙ୍ଗଲ  ସଂରକ୍ଷଣ  ନିୟମ  ଅନୁଯାୟୀ  ୧୯୮୦ ପୂର୍ବରୁ  ଥିବା   ବସତିର  ଚିହ୍ନଟକରଣ   ଦ୍ଵିତୀୟ  ପର୍ଯ୍ୟାୟର  କାର୍ଯ୍ୟ  ଚାଲୁ  ରହିବ  କି ?
  11. ଉପଖଣ୍ଡସ୍ତରୀୟ କମିଟି  କେବଳ ମୌଖିକ ବୟାନକୁ  ଭିତ୍ତିକରି ଦାବୀ  ଗ୍ରହଣ କରିପାରିବ କି ?
  12. ଯେଉଁ  ଅନୁସୂଚିତ  ଜନଜାତିମାନେ  ଅନ୍ୟ  ରାଜ୍ୟକୁ  ଦେଶାନ୍ତରଣ  ହୋଇଛି  ସେମାନଙ୍କ  ପାଇଁ  ୧୯୩୦ ମସିହାରୁ  ରହିଥିବାର ସମୟସୀମା  ଲାଗୁ  ହେବ  କି ?
  13. ବନସଂରକ୍ଷଣ ସମିତି  ଓ  ଅନ୍ୟାନ୍ୟ ଅନୁଷ୍ଠାନ ବା  ବ୍ୟକ୍ତିବିଶେଷ  ଯେଉଁମାନେ   ଜଙ୍ଗଲ  ସୁରକ୍ଷା କରି ଆସୁଛନ୍ତି, ସେମାନଙ୍କର  ଭୂମିକା  କ’ଣ ?
  14. ଜଙ୍ଗଲ  ଅଧିକାରୀ ବା ରାଜସ୍ୱ  ଅଧିକାରୀ  ଗ୍ରାମସଭା/ ପଲ୍ଲୀସଭାରେ  ଯୋଗଦାନ ପାଇଁ  ଇଚ୍ଛା  ଜ୍ଞାପନ   କରୁନାହାନ୍ତି । ଉପଖଣ୍ଡ  ସ୍ତରୀୟ  କମିଟିର   ମକିନିଟରେ  ସେ  ଦସ୍ତଖସ୍ତ  କରିପାରେ  କି  ?
  15. ଉପଖଣ୍ଡସ୍ତରୀୟ କମିଟି  ବୈଠକରେ  ଦେଖାଯାଇଛି  ଯେ  ପଲ୍ଲୀସଭାରେ  ରିଜୋଲ୍ୟୁସନରେ  ଗ୍ରାମର  ୬୬% (ଦୁଇ ତୃତୀୟାଂଶ) ସାବାଳକ  ମାନଙ୍କରେ  ସ୍ଵାକ୍ଷର  ନାହିଁ । ଏହା  ଗ୍ରହଣୀୟ  ହୋଇପାରିବ  କି ?
  16. ସଚେତନ  ସୃଷ୍ଟି  ଓ  ପ୍ରଶିକ୍ଷଣ  ପାଇଁ  ରାଜ୍ୟ  ସରକାର  କିଛି  କାର୍ଯ୍ୟକ୍ରମ   କରିଛନ୍ତି  କି ?
  17. କିଏ ‘କ’ ଓ ‘ଖ’  ଦାବୀ ଫର୍ମ ଯୋଗାଇବା ଓ ଏହି  ଫର୍ମ   ପାଇବା  ପାଇଁ  କିଛି  ମୂଲ୍ୟ ଦେବାକୁ  ପଡେ ?
  18. କେଉଁ  ସୂତ୍ରରୁ ଜଙ୍ଗଲ ଅଧିକାର  କମିଟି  ରେଜିଷ୍ଟାର, ଫାଇଲ ଓ  ପେପର  କିଣିବା  ପାଇଁ  ପାଣ୍ଠି  ପାଇବ ?
  19. ଗୋଷ୍ଠୀ ଅଧିକାର ବନାମ  ବ୍ୟକ୍ତିଗତ ଅଧିକାରକୁ   କିଏ  ସ୍ଵିକୃତି  ଦେବ  ଓ  ନ୍ୟସ୍ତ  କରିବ ?
  20. ଯେଉଁ  ବିସ୍ଥାପିତ ଆଦିବାସୀମାନେ  ଥଇଥାନ  ହୋଇନାହାଁନ୍ତି   ସେମାନଙ୍କ କ’ଣ  ସ୍ଵତନ୍ତ୍ର  ବ୍ୟବସ୍ଥା  ଅଛି ?
  21. କେଉଁମାନେ ପାରମ୍ପରିକ ବନବାସୀ ଅଟନ୍ତି ?

ଏହି  ଆଇନ ଦ୍ଵାରା  ଆମ  ଜଙ୍ଗଲ  ଓ  ପରିବେଶ  ନଷ୍ଟ  ହେବାର  ବିପଦ  ଅଛି  କି ?

ଆଦୌ  ନୁହେଁ  । ଏଠାରେ  ଆମର  ଅନୁଧ୍ୟାନ  କରିବାର  ଆବଶ୍ୟକତା  ଅଛି   ଯେ  ଜଙ୍ଗଲ  ସଂରକ୍ଷଣ  ଆଇନ୍ ର  ପୂର୍ବ  କାର୍ଯ୍ୟପନ୍ଥା   ଅନୁଯାୟୀ, ପୂର୍ବ  ଜନବସତିଗୁଡିକୁ   ନିୟମିତ  କରିବା  ପାଇଁ   ସେଠାରେ   ସୁବିଧାଦୁଯୋଗ   ଓ ନିୟମ  ରହିଥିଲା    । ପୂର୍ବ  କାର୍ଯ୍ୟପନ୍ଥାରେ  ଜନସାଧାରଣଙ୍କ  ଅଂଶଗ୍ରହଣର  ସୁଯୋଗ   ନଥିଲା   । ବର୍ତ୍ତମାନର  ଧାର୍ଯ୍ୟ  କରିବାର  କର୍ତ୍ତୃପକ୍ଷ   । ପୂର୍ବ  ଧାର୍ଯ୍ୟ  ତାରିଖ  ୨୫.୧୦.୧୯୮୦ ଥିଲା   । ବର୍ତ୍ତମାନ  ତାହା  ୧୩.୧୨.୨୦୦୫ , ଅନୁସୂଚିତ  ଜନଜାତିଙ୍କ  ପାଇଁ  ଓ  ୧୩.୧୨.୧୯୩୦  ଅନ୍ୟାନ୍ୟ  ପାରମ୍ପରିକ  ଜଙ୍ଗଲ   ଅଧିବାସୀଙ୍କ  ପାଇଁ  ଧାର୍ଯ୍ୟ  କରାଯାଇଛି   । ଏହି  ଆଇନ୍ ଟି  କେବଳ  ପ୍ରଚଳିତ  ପେଶାଗୁଡିକୁ  ସ୍ଵିକୃତି  ଦିଏ  । ଏହା  ଜଙ୍ଗଲ  ସଦ୍ୟ  ଅବକ୍ଷୟକୁ  ପ୍ରଶୟ  ଦେଉନାହିଁ   ।  ଏଣୁ  ଏହାଦ୍ଵାରା  ସଦ୍ୟ  ଜଙ୍ଗଲ  କ୍ଷୟର  ଭୟ  ନାହିଁ   । ତେଣୁ  ଏହା  ଦ୍ଵାରା  ବାସ୍ତବରେ   ଜଙ୍ଗଲକୁ   କୌଣସି  ବିପଦ  ନାହିଁ   । ଜଙ୍ଗଲ  କ୍ଷୟ  ଗରିବ  ଲୋକମାନଙ୍କ   ଜୀବନଜୀବିକାର  ଆବଶ୍ୟକତା  ପାଇଁ   ନୁହେଁ  ବରଂ  ବ୍ୟବସାୟିକ  ସ୍ଵାର୍ଥ  ସକାଶେ  ହୋଇଥାଏ   । ଆମର  ଏଠାରେ  ଦେଖିବା  ଉଚିତ, ସାଧାରଣ  ଲୋକମାନେ   ଆଇନତଃ   ଜଙ୍ଗଲରେ  ବାସ  କରିବା   ଦ୍ଵାରା, ଜଙ୍ଗଲ  ବ୍ୟବସ୍ଥା   ଆହୁରି  ଦୃଢ   ହୋଇପାରିବ   । ସେମାନେ  କାଠ  ମାଫିଆମାନଙ୍କ  ଗତିବିଧି  ଓ  କାର୍ଯ୍ୟ  ଉପରେ   ଭଲ  ତଥ୍ୟ   ପାଇବେ   ତେଣୁ   ଏହି  ଆଇନ୍ ର   ନିଷ୍ଠାପର  କାର୍ଯ୍ୟକାରିତା   ଦ୍ଵାରା  ଆମ  ପରିବେଶ  ଓ  ଜଙ୍ଗଲର  ସୁରକ୍ଷା  ହୋଇପାରିବ   ।

କେତେକ  କ୍ଷେତ୍ରରେ  ପଲ୍ଲୀସଭା  ୧୬.୦୩.୨୦୦୮  କିମ୍ବା  ୨୩.୦୩.୨୦୦୮ ରେ  ହୋଇପାରିଲା   ନାହିଁ । ବର୍ତ୍ତମାନ  ତାହା  ହୋଇପାରିବ  କି ଓ  ଜଙ୍ଗଲ  ଅଧିକାର  କମିଟି  ସ୍ଥିର  ଓ  ପ୍ରକ୍ରିୟା  ହୋଇପାରିବ  କି  ?

ହଁ  ନିଶ୍ଚିତରୂପେ   । ଏହି  ଆଇନ ପଲ୍ଲୀସଭା  ବୈଠକ  ପାଇଁ  କୌଣସି  ତାରିଖକୁ  ଅନୁମୋଦନ  କରୁନି  । ଯେତେବେଳେ  ଆବଶ୍ୟକ  ପଡିବ, ତାହା  ହୋଇପାରିବ   । ଏହା  ଅନୁଧ୍ୟାନ  କରାଯିବା  କଥା ଯେ, ନିୟମ  ୧୧ (୧) କ  ଅନୁଯାୟୀ   ପ୍ରାରମ୍ଭିକ   ସମୟ  ଦାବି  ଉପସ୍ଥାପନ  ପାଇଁ  ତିନି  ମାସ  ସମୟ  ଦିଆଯାଇଛି   । କିନ୍ତୁ  ଏହି  ନିୟମ  ମଧ୍ୟ  ବିତାଉଛି  ।ଯେ  ଲିଖିତ   ଅନୁରୋଧ  ଦ୍ଵାରା  ଏହି  ସମୟସୀମା  ବୃଦ୍ଧି  କରାଯାଇପାରିବ   ।

ଉପଖଣ୍ଡସ୍ତରୀୟ  କମିଟି   ନିକଟରେ  ଉପସ୍ଥାପିତ  ସୁପାରିଶ  ଗୁଡିକ  ଅଭିବୃଦ୍ଧିର  ସୂଚନା  ପଲ୍ଲୀସଭା  କିପରି   ପାଇପାରିବ   ?

ଉପଖଣ୍ଡସ୍ତରୀୟ  କମିଟିର   କାର୍ଯ୍ୟଧାରାର  ଗୋଟିଏ  ପ୍ରାମାଣିତ  ନକଲ  ପଲ୍ଲୀସଭା/ଗ୍ରାମସଭାକୁ   ଦିଆଯିବା  ଦରକାର  ଯାହା  ଦ୍ଵାରା  ସେମାନେ  ଉପଖଣ୍ଡସ୍ତରୀୟ  କମିଟିର  ସୁପାରିଶଗୁଡିକ   ବିଷୟରେ  ଜାଣିପାରିବେ  । ଯେହେତୁ   ପଲ୍ଲୀସଭାର  ନିଜସ୍ଵ  ସେକ୍ରେଟାରୀଏଟ  ନାହିଁ , ସଂଶ୍ଳିଷ୍ଟ   ସଂପ୍ରସାରଣ  ଅଧିକାରୀ  ଯିଏ  କି  ପଲ୍ଲୀସଭା  ବୈଠକରେ   ଉପଖଣ୍ଡସ୍ତରୀୟ   କମିଟିରୁ  ହସ୍ତଗତ   ହୋଇଥିବା   ନଥିପତ୍ରଗୁଡିକର  ତର୍ଜମା   କରିପାରିବେ   ।

ଜଙ୍ଗଲ  ଅଧିକାର  ଆଇନ୍  ଅଧିନରେ   ଦାବି  ଉପସ୍ଥାପନ   କରିବା  ସମୟରେ ଜାତି  ସାର୍ଟିଫିକେଟ  ଦେବା  ବାଧ୍ୟତାମୂଳକ  କି  ?

ଅନୁଚ୍ଛେଦ -୧ର  ଥିବା  ଫର୍ମ – (କ) ଅନୁଯାୟୀ  ଅନୁସୂଚିତ  ଜନଜାତିମାନଙ୍କ  ତରଫରୁ   ବ୍ୟକ୍ତିଗତ   ଦାବି   ଉପସ୍ଥାପନ   ନିମନ୍ତେ  ପ୍ରମାଣିତ   ସାର୍ଟିଫିକେଟର  ନକଲ  ସଂଯୁକ୍ତ  କରିବା  ଆବଶ୍ୟକ  । ଏହି  ବିଷୟ  ରାଜ୍ୟସ୍ତରୀୟ  ତଦାରଖ  କମିଟି  ନିକଟରେ  ତା ୨୪.୧୦.୨୦୦୮ ଋଖ  ଦିନ  ଆଲୋଚିତ  ହୋଇଥିଲା  ଏବଂ  ଏହା  ରାଜସ୍ୱ  ବିଭାଗ, ଚିଠି  ସଂଖ୍ୟା  ୪୭୯୨୩,ତା ୧୨.୧୧.୨୦୦୮ ରେ  ପ୍ରଚାରିତ  ହୋଇଥିଲା   । ଦୁଇ  ତୃତୀୟାଂଶ  ସଂଖ୍ୟା  ଉପସ୍ଥାପନ  ବିଶିଷ୍ଟ   ପଲ୍ଲୀସଭା  ଗୋଟିଏ   ରିଜୋଲ୍ୟୁସନ  ଗୃହିତ  କରି  ସାବା  ଡିଭିଜନ ସ୍ତରୀୟ  ଓ  ଜିଲ୍ଲା  ସ୍ତରୀୟ  କମିଟି  ଦ୍ଵାରା   ଅନୁସୂଚିତ   ଜନଜାତିମାନଙ୍କ  ନାମ  ସ୍ଵୀକାର   କରାଯାଇପାରିବ  । ପୁନଶ୍ଚ, ଯଦି  ସବଡିଭିଜନ ସ୍ତରୀୟ  ବା  ଜିଲ୍ଲାସ୍ତରୀୟ  କମିଟି   ପାଖରେ  ଏହାକୁ   ପୁନଃ  ଅନୁଧ୍ୟାନ  କରିବାର  କିଛି  ଆବଶ୍ୟକତା   ଥାଏ, ଏହିପରି  ସନ୍ଦେହଜନକ   ସ୍ଥିତିରେ   ଏହାକୁ  ସଂଶ୍ଳିଷ୍ଟ  ତହସିଲଦାରଙ୍କ   ଦ୍ଵାରା କରାଇପାରିବେ   ।

ଏହି  ଆଇନ୍ ର  କାର୍ଯ୍ୟକାରିତା  ଉପରେ  ମାନ୍ୟବର  ଉଚ୍ଚ  ନ୍ୟାୟାଳୟର  ଏକ  ରହିତାଦେଶ  ରହିଛି  କି ?

ଏହା  ସତ୍ୟ  ଯେ  ଚୁଡାନ୍ତ   ପଟ୍ଟା   ପ୍ରଦାନ   ଏବଂ  ସୁରକ୍ଷିତ  ବର୍ଗର/ସୁରକ୍ଷିତ  ଜଙ୍ଗଲ/ ବନ୍ୟପ୍ରାଣୀ  ଉଦ୍ୟାନରେ  ଗଛ  କାଟିବା   ନେଇ  ମାନ୍ୟବର  ଉଚ୍ଚ  ନ୍ୟାୟାଳୟ  ଏକ  ମଧ୍ୟବର୍ତ୍ତୀକାଳୀନ   ନିର୍ଦ୍ଦେଶ   ପ୍ରଦାନ  କରିଥିଲେ   । ରାଜ୍ୟ  ସରକାର  ଏହି  ମଧ୍ୟବର୍ତ୍ତୀକାଳୀନ  ନିର୍ଦ୍ଦେଶକୁ  ଉଠାଇବା  ପାଇଁ   ଉପଯୁକ୍ତ   ପ୍ରାର୍ଥନା  ଉପସ୍ଥାପନା  ପାଇଁ  ପଦକ୍ଷେପ  ନେଉଛନ୍ତି  । ଯାହାହେଉ , ଏହି  ଆଇନ  ଅନ୍ତର୍ଗତ  ଅନ୍ୟାନ୍ୟ  ସୋପାନଗୁଡିକ  ପାଇଁ   କୌଣସି  ବାରଣ   ନାହିଁ  ଏବଂ   ପ୍ରତ୍ୟକ  କାର୍ଯ୍ୟକାରୀ  ହେବା, ଉଚିତ  । ଏଗୁଡିକ  ହେଲା  ଜଙ୍ଗଲ  ଅଧିକାରୀ  କମିଟି  ବ୍ୟକ୍ତିଗତ ଓ ଗୋଷ୍ଠୀ  ସମୁଦାୟଙ୍କ ଦାବିପତ୍ର  ଗ୍ରହଣ  କରିବା , ଏହାକୁ  ଅନୁଧ୍ୟାନ  କରିବା  ଏବଂ  ପଲ୍ଲିସଭାରେ  ଅନୁମୋଦନ   କରିବା  ପାଇଁ   ପୡ  ସଭାର  ଦେଇତୀୟ  ବୈଠକ  ଆୟୋଜନ  କରିବା   । ଏହି  ସବୁ  ପଦକ୍ଷେପ  ଗୁଡିକ   ଉପରେ  କୌଣସି  ରିହାତିଦେଶ  ନାହିଁ   । ଜିଲ୍ଲାସ୍ତରୀୟ  କମିଟି   ଚୁଡାନ୍ତ   ନିଷ୍ପତ୍ତି  ନେବା  ଉଚିତ  ଯାହା  ଫଳରେ  ଦାବୀଦାର  ମାନଙ୍କୁ  ସେମାନଙ୍କର  ଅଧିକାର  ପ୍ରଦାନ  ନିମନ୍ତେ   ଉପସ୍ଥାପିତ  ନଥିପତ୍ର   ଗୁଡିକ  ଜିଲ୍ଲାସ୍ତରୀୟ  କମିଟି   ଦ୍ଵାରା  ଅନୁମୋଦିତ   ହୋଇ  ଉଚ୍ଚନ୍ୟାୟାଳୟରେ  ବିଚାରାଧିନ   ମୋକଦ୍ଦମାଟିର   ଶୁଣାଣି   ହେବା  ଭିତରେ  ଯେତେ   ଶୀଘ୍ର  ସମ୍ଭବ  ହସ୍ତାନ୍ତର   ହେବା  ଉଚିତ   ।

କୌଣସି  ସରକାରୀ  ଧିକାରୀ  କୋର୍ଟର  ରିହାତିଦେଶ  ପାଇଁ  କାର୍ଯ୍ୟ ଆଗଉ  ନାହିଁ  ବୋଲି ଦର୍ଶାଇ  ପାରିବେ  କି ?

ଯେ କୌଣସି   ବିଭାଗର   ସରକାରୀ  ଅଧିକାରୀଙ୍କ  ତରଫରୁ  କାର୍ଯ୍ୟରେ   ବିଳମ୍ବ  ବା  ଅବହେଳା   ଅର୍ଥ  ଏହି  ଆଇନ୍ ର  ଅବମାନନା   । ଏହା  ହେଲେ  ରାଜ୍ୟ  ସରକାର  ଏହି   ଆଇନ୍ ର  ଧାରା – ୭ (୧୦୦୦ ଟଙ୍କାର  ଜୋରିମାନା  ସହିତ  ଶୃଙ୍ଖଳାଗତ  କାର୍ଯ୍ୟାନୁଷ୍ଠାନ)ର  ପ୍ରୟୋଗ   କରିବାକୁ  କୁଣ୍ଠାବୋଧ   କରିବେ  ନାହିଁ   ।

ଜି.ପି.ଏସ. ସରଞ୍ଜାମ  ସଂଗ୍ରହ  କରିବା  ପାଇଁ  ଏମିତି  ଆଦେଶ  ଦିଆଯାଇଥିଲା – କିପରି  ବିନା  ଜି.ପି.ଏସ.  ସରଞ୍ଜାମରେ  ମାନଚିତ୍ର  ପ୍ରସ୍ତୁତ  କରାଯାଇପାରିବ  ?

ଜି.ପି.ଏସ.  ସରଞ୍ଜାମର  ବ୍ୟବହାର  ସ୍ଵାଗତ  ପଦକ୍ଷେପ  । ଯାହା ଭବିଷ୍ୟତରେ   ରାଜସ୍ୱ  ଜମି  ଓ  ଜଙ୍ଗଲଜମିର  ତ୍ରୁଟିମୁକ୍ତ   ଡିଜିଟାଇଜ  ମାନଚିତ୍ର  ପ୍ରସ୍ତୁତ   କରିବାରେ  ସହଯୋଗ  କରିବ  । ନିଶ୍ଚିତ  ଭାବରେ  ଜି.ପି.ଏସ. ସରଞ୍ଜାମ  ପ୍ରସ୍ତୁତ   ମାନଚିତ୍ରରେ  ନିର୍ଭୁଲତା  ଅଧିକ  ଯାହା  କୌଣସି  ସ୍ଥାନର  ଉଚ୍ଚତା  ଦର୍ଶାଏ  । ଆମେ  ଶତପ୍ରତିଶତ  ସୂକ୍ଷ୍ମତା   ଆବଶ୍ୟକତା   କରୁନାହଁ   । ଯାହାକୁ  କ୍ଷେପଣାସ୍ତ୍ର  ଉତ୍ କ୍ଷେପଣ  ପାଇଁ   ଜରୁରୀ   ଅଟେ   । ଆଇନ୍ ର   କାର୍ଯ୍ୟକାରିତା   ପାଇଁ  ଜି.ପି.ଏସ. ବ୍ୟବହାର  ଜନାର୍ଦ୍ଧିଷ୍ଟ  ନୁହେଁ   ।ନିୟମର  ପରିଶିଷ୍ଟ  ଗ ଓ ଘ ଅନୁସାରେ  ବ୍ୟକ୍ତିଗତ  ଓ  ଗୋଷ୍ଠୀଗତ   ଅଧିକାର  ପାଇଁ  ଜମିର  ସୀମା, ନିର୍ଦ୍ଧାରଣ  ପାଇଁ  ସୁସ୍ପଷ୍ଟ  ଭୂମିଚିହ୍ନଟ  ଯେପରିକି  ଖାତା  ସଂଖ୍ୟା / ପ୍ଳଟ  ସଂଖ୍ୟା  ଆବଶ୍ୟକ  । ତେଣୁ  ଏହି  ଆଇନ  ଅଧିନରେ  ତ୍ରୁଟିମୁକ୍ତ   ଆବଶ୍ୟକ  ନାହିଁ   । ଏପରିକି  ଜମି  ବିବାଦ  ସହିତ  ଯେଉଁ  ମେସିନାରୀ  କାର୍ଯ୍ୟ  କରୁଛନ୍ତି, ଯଦି  ଭବିଷ୍ୟତରେ  କିଛି  ଆବଶ୍ୟକ  ପଡେ  ପାରମ୍ପରିକ  ପନ୍ଥା   ଅବଲମ୍ବନ   କରି   ଆମର  ଯଥାସାଧ୍ୟ  ସାମର୍ଥ୍ୟରେ  ଚେକ  କରିବା   ଦରକାର  ଯେ

  • ଏକ  ନିର୍ଦ୍ଧିଷ୍ଟ  ଜମିରେ   ବ୍ୟକ୍ତିଗତ  ଅଧିକାର  ପାଇଁ  ଏକାଧିକ  ଦାବୀଦାର  ଫର୍ମପୂରଣ   କରିନାହାନ୍ତି  ।
  • ଗ୍ରାମର  ସମସ୍ତ  ବ୍ୟକ୍ତିଗତ ଓ  ଗୋଷ୍ଠୀଗତ  ଜମିର  ପରିଣାମ  ଗ୍ରାମର  ସମୁଦାୟ  ଭୌଗଳିକ  ଅଞ୍ଚଳକୁ  ଯେପରି  ଅତିକ୍ରମ  ନକରେ
  • ତେଣୁ   ଆଇନ୍ ର  କାର୍ଯ୍ୟକାରିତାରେ   କୌଣସି  ବିଳମ୍ବ   ପାଇଁ  ଜି.ପି.ଏସ୍. ଯୋଗାଡର  କ୍ଷମା  ଦର୍ଶାଇଲେ  ଗ୍ରହଣ   କରାଯିବ  ନାହିଁ  ।

ଫିଲ୍ଡସ୍ତରୀୟ  ମାନଚିତ୍ର  ମିଳୁନାହିଁ । କ’ଣ କରାଯାଇପାରିବ  ?

ଯଦି  ରାଜସ୍ୱ  ଭୂମି  ହୋଇଥାଏ, ତା’ହେଲେ   ମାନଚିତ୍ର   ଗୁଡିକ, ରାଜସ୍ୱ  ବୋର୍ଡଙ୍କୁ  ଅବଗତ   କରାଇ   ଯୁଗ୍ମ  ନିର୍ଦ୍ଦେଶକ , ସର୍ଭେ ଓ  ମାନଚିତ୍ର  ପ୍ରକାଶନ, ଜୋବ୍ରା, କଟକ  ଠାରୁ  ପ୍ରାପ୍ତ   କରାଯାଇପାରିବ   । ଆହୁରି  ମଧ୍ୟ, ଏହିପରି  ଭୂମି  ପାଇଁ, ତହସିଲ – ଅଫିସରରେ  ଥିବା   ଚିହ୍ନଟ  ମାନଚିତ୍ର   ପାଇଁ   ପ୍ରଚଳିତ   କାର୍ଯ୍ୟକାରୀ  ନକଲ  ଗୁଡିକ  ଏହି  ଆଇନର  ଉପଖଣ୍ଡସ୍ତରୀୟ   କାର୍ଯ୍ୟ  ପାଇଁ  ପର୍ଯ୍ୟାପ୍ତ   । ଜଙ୍ଗଲ  ଅଞ୍ଚଳ  କ୍ଷେତ୍ରରେ   ମାନଚିତ୍ରର  ସ୍କେଲ  ବହୁତ  କମ୍ ଥାଏ  କାରଣ   ବଡ  ଜଙ୍ଗଲ   ଅଞ୍ଚଳ   ଗୁଡିକୁ   ଦର୍ଶାଯାଇଥାଏ  ଏବଂ  ଛୋଟ  ଜନବସତିଗୁଡିକ  ଏଠାରେ  ନିଆଯାଇ ନଥାଏ   । ଏହିପରି  କ୍ଷେତ୍ରରେ  ଆଇନର  ଆବଶ୍ୟକତାକୁ  ପୂରଣ   କରିବା  ପାଇଁ  ଭୂମି  ସୂଚନା  ଓ  ଅନ୍ୟାନ୍ୟ  ଅତ୍ୟାବଶ୍ୟକ  ତଥ୍ୟକୁ   ନେଇ  ଏକ  ସ୍ଥଳ  ମାନଚିତ୍ର  ପ୍ରସ୍ତୁତି  କରିବା  କଷ୍ଟସାଧ୍ୟ  ନୁହେଁ   । ଜଙ୍ଗଲ  ଅନୁପ୍ରବେଶ  ମାମଲା  ଗୁଡିକ  ନିମନ୍ତେ  ଜଙ୍ଗଲ  କର୍ତ୍ତୃପକ୍ଷ  ଏହିପରି  ସ୍ଥଳ  ମାନଚିତ୍ର  ବ୍ୟବହାର  କରି  ଆସୁଛନ୍ତି   । ସମାନ  ମାନଚିତ୍ର  ଗୁଡିକ  ଏହି  ଆଇନ  ଅନ୍ତର୍ଗତ  ଦାବୀ  ଗୁଡିକୁ  ପରୀକ୍ଷା କରିବାରେ  ବ୍ୟବହୃତ  ହୋଇପାରିବ   । ବୈଧ  ଦାବୀ  ଗୁଡିକୁ  ସ୍ଥଳମାନଚିତ୍ରର  ରୂପ ଦେବାପାଇଁ ଆର.ଆଇ.  ଅମିନମାନଙ୍କ  ଛଡା  ଅବସରପ୍ରାପ୍ତ   ଆର.ଆଇ.  ଓ  ଅମିନ  ମାନଙ୍କ  ସାହାଯ୍ୟ  ନିଆଯାଇପାରିବ   । ଜିଲ୍ଲାପାଳମାନେ  JC  କର୍ମଚାରୀ  ଭାବରେ   ମିଳୁଥିବା  ମାନବ  ସମ୍ବଳକୁ  ତର୍ଜମା  କରିପାରନ୍ତି   । ଯେଉଁମାନେ  କି  ଦୈନିକ  ବେତନ ଭିତରେ  (DLRS) ଗୁଡିକ  ଦ୍ଵାରା  ଜିଲ୍ଲାପାଳମାନଙ୍କ  ସହ  କାର୍ଯ୍ୟ  କରିବେ   ।

କୌଣସି ରାଜସ୍ୱ ଗ୍ରାମ  ମଧ୍ୟରେ ଆସୁନଥିବା ଜଙ୍ଗଲ ବସତି  କ’ଣ ?

୨୦୦୧  ଜନଗଣନା  ଅନୁଯାୟୀ  ରାଜସ୍ୱ  ବିଭାଗ  ସମସ୍ତ  ଜିଲ୍ଲାପାଳମାନଙ୍କୁ   ସମସ୍ତ  ଜଙ୍ଗଲ  ଗ୍ରାମର   ସୂଚନା  ଦେଇଛି  । ଏପରିକି  ପଞ୍ଚାୟତିରାଜ  ବିଭାଗର   ବିଜ୍ଞପ୍ତି  ବ୍ୟତୀତ  ନିୟମର  ଧାରା ୨ (ଛ) ଓ  ୨ (ତ)କୁ  ଏହା  ପୂରଣ  କରୁଛି   ।ତେଣୁ  ଏହି  ବସତିଗୁଡିକର  ହେଉଥିବା  ଗ୍ରାମସଭାର  ପଲ୍ଲୀସଭା  ପରି  ଆଇନ୍ ଗତ  ବିଧିମାନ୍ୟତା  ରହିଛି   । ଏପରିକି, ପଞ୍ଚାୟତିରାଜ  ବିଭାଗ  ଏହି  ବିଷୟରେ  ଏକ  ସମ୍ପୂର୍ଣ୍ଣ  ବିଜ୍ଞପ୍ତି   ଅତିଶୀଘ୍ର   ଜାରି  କରିବାକୁ  ଯାଉଛି   ।

ଜଙ୍ଗଲ  ସଂରକ୍ଷଣ  ନିୟମ  ଅନୁଯାୟୀ  ୧୯୮୦ ପୂର୍ବରୁ  ଥିବା   ବସତିର  ଚିହ୍ନଟକରଣ   ଦ୍ଵିତୀୟ  ପର୍ଯ୍ୟାୟର  କାର୍ଯ୍ୟ  ଚାଲୁ  ରହିବ  କି ?

ସରକାର  ଆବଶ୍ୟକୀୟ   ବଜେଟ  ବ୍ୟବସ୍ଥା  କରିଛନ୍ତି  ଓଟି.ଏନ୍.  ଗୋଦାବର୍ମନ  ମାମଲାରେ   ସରକାର  ସୁପ୍ରିମ  କୋର୍ଟରେ  ଓଡିଶା  ସ୍ପଷ୍ଟୀକରଣ   ପାଇଁ  ଆବଶ୍ୟକୀୟ   ପରିମାଣ  ପାଣ୍ଠି  ଜମା କରିଛନ୍ତି   । ତେଣୁ  କୌଣସି  ବିଳମ୍ବ  ନ କରି  ଏହି  କାର୍ଯ୍ୟ  ଏକ  ଯୁକ୍ତିଯୁକ୍ତ  ଶେଷ  ପର୍ଯ୍ୟାୟରେ  ପହଞ୍ଚିବା   ପର୍ଯ୍ୟନ୍ତ  ଏହା  ଚାଲୁରହିବା  ଉଚିତ  । ଲିଜ୍ ନଥିପତ୍ର ଓ  ଜଙ୍ଗଲ  ସଂରକ୍ଷଣ  ଆଇନ୍ ରେ  ଥିବା  ଅନ୍ୟାନ୍ୟ   ଔପଚାରିକତା, ଏହି  ନିୟମଠାରୁ  ଭିନ୍ନ  ଅଟେ   । ଉକ୍ତ  ନିୟମ  ଉତ୍ତରାଧିକାରୀ  ସୂତ୍ରରେ   ଅଧିକାର  ପାଇବାର  ପ୍ରାବଧାନ  ଅଛି  କିଛି  ମାଲିକାନା  ହସ୍ତାନ୍ତରିତ   କରିବାର  ଅଧିକାର  ଦେଇ  ନାହିଁ   । ଜଙ୍ଗଲ  ଅଧିକାର  ଆଇନ୍ ଅଧିନରେ  ଥିବା  ବିଧାନ  ଭିନ୍ନ  ଅଟେ   ।

ଉପଖଣ୍ଡସ୍ତରୀୟ କମିଟି  କେବଳ ମୌଖିକ ବୟାନକୁ  ଭିତ୍ତିକରି ଦାବୀ  ଗ୍ରହଣ କରିପାରିବ କି ?

ନିୟମଧାରା  ୧୧(୧) ଓ  ଧାରା  ୧୩ରେ   ଥିବା  ୯ ଟି  ବର୍ଗମଧ୍ୟରୁ   ଦୁଇଟି  ପ୍ରମାଣ  ଆବଶ୍ୟକ  କରୁଅଛି  । ନିୟମ  ୧୩ (ଝ) ଦାବୀଦାରମାନଙ୍କ  ବ୍ୟତୀତ ବୟସ୍କ  ବ୍ୟକ୍ତିମାନଙ୍କର   ମୌଖିକ ବୟାନ ଯାହା  ଲିଖିତ  ଆକାରରେ   ହେବା  ବିଷୟରେ  କହୁଅଛି  ଆମ୍ଭମାନଙ୍କର ‘ ଦାବିଦାର  ବ୍ୟତୀତ ’ ଶବ୍ଦକୁ   ବୁଝିବାର  ଅଛି   । ଯେଉଁ  ପ୍ଳଟ  ଉପରେ  ପ୍ରଶ୍ନ  ଉଠିଛି  ତାହାର  ଆଧାରରେ   ବୁଝିବାକୁ   ହେବ   । ଉପଖଣ୍ଡସ୍ତରୀୟ  କମିଟି  କୌଣସି  ବ୍ୟକ୍ତିଗତ  ବା  ଗୋଷ୍ଠୀଗତ  ଦାବୀ  ଗ୍ରହଣ  କରିବ  ନାହିଁ   । ନିୟମ  ୧୪ (ଙ) ଅନୁଯାୟୀ   ଏହା  ଗ୍ରାମସଭାର   ରିଜୋଲ୍ୟୁସନ  ଉପରେ   ବିଚାର  କରି   ଯଥୋଚିତ  ଆଦେଶ   ପାଶ୍  କରିବ, ଆବେଦନକୁ   ଗ୍ରହଣ   କରିପାରେ  ବା  ଖାରଜ   କରିପାରେ, ନିୟମ  ୧୩ ଅନୁଯାୟୀ   ମୌଖିକ  ବୟାନ   ଏକ  ଅନୁମତି  ସୂଚକ   ପ୍ରମାଣ  ଅଟେ   । ଗ୍ରାମସଭା  ଏହା  ଦେଖିବା   ଜରୁରୀ  ଯେ ଅତିକମ୍ ରେ  ଅନ୍ୟ   ପ୍ରମାଣ  ଯଥା  ସ୍ଥାବର  ସମ୍ପତ୍ତି  ଘର, କୁଡିଆଘର, ଜମିର  ସ୍ଥାୟୀ  ଉନ୍ନତି   କାର୍ଯ୍ୟ  ଜମିକୁ  ସମାନ୍ତରିକରଣ, ହୁଡା  ନିର୍ମାଣ, ଜମି  ବଣ୍ଡ, ଜବର  ଦଖଲ  ରସିଦ, ପୁରୁଣାକାଳିଆ   ପାରମ୍ପରିକ ଢାଞ୍ଚାକୁ   ପ୍ରତିପାଦିତ  କରୁଥିବା  ସ୍ମାରକ   ଯଥା – କୂପ,ଶ୍ମଶାନ, ପୂଜାପାର୍ବଣ  ସ୍ଥଳୀ, ପୂର୍ବ  ଜମି  ନଥିପତ୍ରରେ  ଉଲ୍ଲେଖ   ଥିବା  ବ୍ୟକ୍ତିବିଶେଷଙ୍କର  ବିଂଶାବଳୀକୁ   ସୂଚାଉଥିବା  ବଂଶକ୍ରମ  ବିବରଣୀ  କିମ୍ବା  ନିର୍ଦ୍ଧିଷ୍ଟ   ସମୟ  ପୂର୍ବରୁ  ଗ୍ରାମରେ  ସ୍ଥାୟୀଭାବେ   ବସବା  କରୁଥିବା  ଆଇନ୍  ସମ୍ମତ  ପ୍ରମାଣପତ୍ର   ।

ଯେଉଁ  ଅନୁସୂଚିତ  ଜନଜାତିମାନେ  ଅନ୍ୟ  ରାଜ୍ୟକୁ  ଦେଶାନ୍ତରଣ  ହୋଇଛି  ସେମାନଙ୍କ  ପାଇଁ  ୧୯୩୦ ମସିହାରୁ  ରହିଥିବାର ସମୟସୀମା  ଲାଗୁ  ହେବ  କି ?

ଏହି  ନିୟମ  ଗୋଟିଏ   ରାଜ୍ୟ  ଓ  ଅନ୍ୟ ରାଜ୍ୟର  ଆସିଥିବା  ଅନୁସୂଚିତ  ଜନଜାତି  ମଧ୍ୟରେ  ପାର୍ଥକ୍ୟ  ସୃଷ୍ଟି  କରିନାହିଁ   । ତେଣୁ  ସମସ୍ତ  ଅନୁସୂଚିତ  ଜନଜାତି  ପାଇଁ  ୧୩.୧୨.୨୦୦୫  ସମୟସୀମା  ଲାଗୁହେବ   । ଏପରିକି  ନିୟମ  ଅନୁଯାୟୀ  ଗ୍ରାମସଭାର  ବୈଠକରେ  କୋରମ୍  ପାଇଁ  ୬୬ ଦୁଇ  ତୃତୀୟାଂଶ  ସଭ୍ୟ  ନିହାତି  ଆବଶ୍ୟକ   ।

ବନସଂରକ୍ଷଣ ସମିତି  ଓ  ଅନ୍ୟାନ୍ୟ ଅନୁଷ୍ଠାନ ବା  ବ୍ୟକ୍ତିବିଶେଷ  ଯେଉଁମାନେ   ଜଙ୍ଗଲ  ସୁରକ୍ଷା କରି ଆସୁଛନ୍ତି, ସେମାନଙ୍କର  ଭୂମିକା  କ’ଣ ?

ଯୁଗ୍ମ  ଜଙ୍ଗଲ  ପରିଚାଳନା  ନୀତି  ହେଉଛି  ଏକ  କାର୍ଯ୍ୟନିର୍ବାହୀ  ଅଣୁଦେଶ   ଯେଉଁଠାରେ   କି  ବର୍ତ୍ତମାନର   ବ୍ୟବସ୍ଥା  ଗୁଡିକ  ଆଇନ୍ ର  ଏକ  ଅଂଶ  ଅଟେ   । ତେଣୁ  ଭି.ଏସ୍.ଏସ୍. କୁ  ଗ୍ରାମସଭା/ପଲ୍ଲୀସଭାରେ  ଅଂଶଗ୍ରହଣ   କରିବା  ପାଇଁ   ଉତ୍ସାହିତ  କରିବା ଆବଶ୍ୟକ, ଯାହାଦ୍ଵାରା   ସଠିକ୍  ରିଜୋଲ୍ୟୁସନ   ପାଶ୍  ହୋଇପାରିବ   ।

ଜଙ୍ଗଲ  ଅଧିକାରୀ ବା ରାଜସ୍ୱ  ଅଧିକାରୀ  ଗ୍ରାମସଭା/ ପଲ୍ଲୀସଭାରେ  ଯୋଗଦାନ ପାଇଁ  ଇଚ୍ଛା  ଜ୍ଞାପନ   କରୁନାହାନ୍ତି । ଉପଖଣ୍ଡ  ସ୍ତରୀୟ  କମିଟିର   ମକିନିଟରେ  ସେ  ଦସ୍ତଖସ୍ତ  କରିପାରେ  କି  ?

ସମସ୍ତ  ବିଭାଗର  ତୃଣଭୂମି  ସ୍ତରର   କର୍ମଚାରୀମାନେ  ପଲ୍ଲୀସଭାରେ  ଯୋଗଦେବା   କର୍ତ୍ତବ୍ୟ  ଅଟେ   । ପଲ୍ଲୀସଭାର  ପ୍ରଥମ  ବୈଠକ  ପାଇଁ  ଟି.ଭି., ରେଡିଓ, ପ୍ରିଣ୍ଟ ମେଡିଆରେ  ବହୁଳଭାବରେ  ପ୍ରଚାର   କରାଯାଇଥିଲା   । କୌଣସି  ସ୍ଥାନୀୟ  ଅଧିକାରୀ  ପଲ୍ଲୀସଭାର୍ରେ  ଯୋଗଦାନ ପାଇଁ  ମନାକରି  ପାରିବେ  ନାହିଁ  । ଯଦି ଏହା  ଉପଖଣ୍ଡସ୍ତରୀୟ  କମିଟିକୁ  ଜରୁରୀ ମନେ ହୁଏ, ଉପଖଣ୍ଡସ୍ତରୀୟ  କମିଟିର  ସାପ୍ତାହିକ  ବୈଠକ  ଫିଲ୍ଡ  ତଦାରଖ  କରିବା  ପାଇଁ  ସହଯୋଗ  କରିବ  ।

ଉପଖଣ୍ଡସ୍ତରୀୟ କମିଟି  ବୈଠକରେ  ଦେଖାଯାଇଛି  ଯେ  ପଲ୍ଲୀସଭାରେ  ରିଜୋଲ୍ୟୁସନରେ  ଗ୍ରାମର  ୬୬% (ଦୁଇ ତୃତୀୟାଂଶ) ସାବାଳକ  ମାନଙ୍କରେ  ସ୍ଵାକ୍ଷର  ନାହିଁ । ଏହା  ଗ୍ରହଣୀୟ  ହୋଇପାରିବ  କି ?

ଗ୍ରାମପଞ୍ଚାୟତରେ  ସେକ୍ରେଟାରୀ  ବା  କାର୍ଯ୍ୟନିର୍ବାହୀ   ଅଧିକାରୀ  ବା  ସଂପ୍ରସାରଣ  ଅଧିକାରୀ  ହେଉଛନ୍ତି  ପଲ୍ଲୀସଭାର  ସେକ୍ରେଟାରୀ   । ଯଦି  ଜଣେ  କାର୍ଯ୍ୟକର୍ତ୍ତା   ଦସ୍ତଖତ  କରି  ଏକ  ନଥିପତ୍ରକୁ   ପଲ୍ଲୀସଭାର  ରିଜୋଲ୍ୟୁସନ  ସମର୍ଥନ  ଜଣାଯାଇଛି, ଏହା  ତାଙ୍କର  କର୍ତ୍ତବ୍ୟ ଯେ, ମୂଳ  ନଥିପତ୍ର ସହିତ   ଉପସ୍ଥିତ   ଏହିବା  ସଦସ୍ୟମାନଙ୍କର  ଦସ୍ତଖତକୁ   ସେ  ତାଙ୍କ  ରେକର୍ଡରେ  ରଖିବେ   । ଯେତେବେଳେ  ତାଙ୍କ  ଦସ୍ତଖତ  ସହିତ  ଏକ  ନକଲକିତା  ଉପଖଣ୍ଡସ୍ତରୀୟ  କମିଟିକୁ   ପଠାଯାଏ  ତେବେ  ଉପଖଣ୍ଡସ୍ତରୀୟ   କମିଟି  ଏହାକୁ  ପ୍ରାମାଣିକ  ଭାବରେ  ଗ୍ରହଣ  କରିବ   । ଏହା  ସମ୍ବିଧାନରେ  ଆଇନ୍ ଗୃହିତ  ସଦୃଶ   ଅଟେ  । ପ୍ରତ୍ୟକ  ଆଇନ  ବା  ବିଧାନସଭାର  ରିଜୋଲ୍ୟୁସନ, ଉପସ୍ଥିତ  ସମସ୍ତ   ସଦସ୍ୟଙ୍କର  ସ୍ଵାକ୍ଷର  ବହନ  କରେ  ନାହିଁ   । ପ୍ରାଧିକୃତ  ଅଧିକାରୀଙ୍କ   ସ୍ଵାକ୍ଷର  ଯଥାର୍ଥ  ଅଟେ  । ଏ  ସମ୍ବନ୍ଧୀୟ   ଯଦି  କୌଣସି  ଅଭିଯୋଗ   ଗ୍ରହଣ   କରିବା  ପର୍ଯ୍ୟନ୍ତ  ଏହି  ଆଧାରରେ  ଉପଖଣ୍ଡସ୍ତରୀୟ   କମିଟି  ଉକ୍ତ  କାର୍ଯ୍ୟଧାରା  ବିବରଣୀକୁ   ସଠିକ୍  ମାନିନିଏ   । ଏହି  ଯୁକ୍ତି  ମଧ୍ୟ  ଜଙ୍ଗଲ  ଅଧିକାର  କମିଟିକୁ  ଏକ ତୃତୀୟାଂଶ  ଅନୁସୂଚିତ  ଜନଜାତି   ସଦସ୍ୟ   ଉପସ୍ଥିତ  ଅଛନ୍ତି  କି  ନାହିଁ  ଓ  ଏକ  ତୃତୀୟାଂଶ  ମହିଳାଙ୍କ   ଉପସ୍ଥିତି  ଜଙ୍ଗଲ  ଅଧିକାର  କମିଟିରେ  ହୋଇଛି  କି ନାହିଁ  ତାହା  ଗୁରୁତ୍ଵ  ଦିଆଯିବ   । ଜିଲ୍ଲା  ପଞ୍ଚାୟତ  ଅଧିକାରୀ ଓ  ଉପଖଣ୍ଡ  ପଞ୍ଚାୟତ  ଅଧିକାରୀ, ସଂପ୍ରସାରଣ   ଅଧିକାରୀଙ୍କ  ସହାୟତାରେ   ସାମୟିକ   ନିରୀକ୍ଷଣ  କରିବା  ଆବଶ୍ୟକ  ଓ  ସମସ୍ତ  ନଥିପତ୍ରକୁ  ସଠିକ୍  ଭାବରେ  ରଖିବା  ପାଇଁ  ପଲ୍ଲୀସଭାକୁ  ଜଣାଇବା  ଉଚିତ   ।

ସଚେତନ  ସୃଷ୍ଟି  ଓ  ପ୍ରଶିକ୍ଷଣ  ପାଇଁ  ରାଜ୍ୟ  ସରକାର  କିଛି  କାର୍ଯ୍ୟକ୍ରମ   କରିଛନ୍ତି  କି ?

ଉପଖଣ୍ଡସ୍ତରୀୟ  କମିଟି   ତରଫରୁ  କମିଟିର   ସଭ୍ୟ ଓ  ଜଡିତ  ଅଧିକାରୀ  ଓ  କର୍ମକର୍ତ୍ତା   ମାନଙ୍କୁ  ସଚେତନ  କରିବା  ଓ ପ୍ରଶିକ୍ଷଣ  ହେବା  ପାଇଁ  ଆୟୋଜନ  କରାଯାଇଛି   ।ଓଡିଆ ଓ ଇଂରାଜୀ  ଭାଷାରେ  ଆଇନ୍ ଓ  ନିୟମକୁ  ଛପାଯାଇଛି  । ଜିଲ୍ଲାସ୍ତରୀୟ  କମିଟି ଓ  ଉପଖଣ୍ଡସ୍ତରୀୟ  କମିଟି  ଓ ଗ୍ରାମସଭା / ଜଙ୍ଗଲ  ଅଧିକାର  କମିଟି ଓ  ଯେଉଁମାନେ  ଆଇନ୍  କାର୍ଯ୍ୟକାରୀ  କରିବାରେ  ସମ୍ପୃକ୍ତ  ଅଛନ୍ତି  ସେମାନଙ୍କୁ  ବିଚରଣ  କରାଯିବ  ।

କିଏ ‘କ’ ଓ ‘ଖ’  ଦାବୀ ଫର୍ମ ଯୋଗାଇବା ଓ ଏହି  ଫର୍ମ   ପାଇବା  ପାଇଁ  କିଛି  ମୂଲ୍ୟ ଦେବାକୁ  ପଡେ ?

ଅନୁସୂଚିତ  ଜନଜାତି  ଅଞ୍ଚଳରେ  ଥିବା  ସମସ୍ତ  PA, ITDA ଓ ଅନ୍ୟାନ୍ୟ  ଅଞ୍ଚଳରେ  ଥିବା  DWO  ଆବଶ୍ୟକୀୟ   ସଂଖ୍ୟକ   ‘କ’ ଓ ‘ଖ’ ଦାବୀ  ଫର୍ମ  ଛପାଇ   ହିତାଧିକାରୀକୁ  ବିନା  ମୂଲ୍ୟରେ   ବଣ୍ଟନ  କରିବେ   ।

କେଉଁ  ସୂତ୍ରରୁ ଜଙ୍ଗଲ ଅଧିକାର  କମିଟି  ରେଜିଷ୍ଟାର, ଫାଇଲ ଓ  ପେପର  କିଣିବା  ପାଇଁ  ପାଣ୍ଠି  ପାଇବ ?

ସମ୍ବିଧାନର  ଧାରା  ୨୭୫ (ଝ) ଅନୁସାରେ  ସମସ୍ତ  PA, ITDA ଓ  ଆଣ – ତଫସିଲଭୁକ୍ତ  ଥିବା  PD,DRDA  ଆଇନ୍ ର  କାର୍ଯ୍ୟକାରିତାରେ  ସମସ୍ତ  ଖର୍ଚ୍ଚ  ବହନ  ପାଇଁ  ଆବଶ୍ୟକୀୟ  ପାଣ୍ଠି  ମଞ୍ଜୁର  କରିଛି   ।

ଗୋଷ୍ଠୀ ଅଧିକାର ବନାମ  ବ୍ୟକ୍ତିଗତ ଅଧିକାରକୁ   କିଏ  ସ୍ଵିକୃତି  ଦେବ  ଓ  ନ୍ୟସ୍ତ  କରିବ ?

ଗ୍ରାମସଭା  ଏହା  ନିଷ୍ପତ୍ତି  କରିବ  । ବିବାଦୀୟ  ମାମଲାରେ  ଉଚ୍ଚସ୍ତରୀୟ  କମିଟି, ଉପଖଣ୍ଡସ୍ତରୀୟ  ଓ  ଜିଲ୍ଲାସ୍ତରୀୟ  କମିଟି  ଠାରେ   ଅପିଲ୍  କରିବ   ।

ଯେଉଁ  ବିସ୍ଥାପିତ ଆଦିବାସୀମାନେ  ଥଇଥାନ  ହୋଇନାହାଁନ୍ତି   ସେମାନଙ୍କ କ’ଣ  ସ୍ଵତନ୍ତ୍ର  ବ୍ୟବସ୍ଥା  ଅଛି ?

ଧାରା  ୩ (ଡ) ଅନୁଯାୟୀ  ଯେଉଁଠାରେ   ଅନୁସୂଚିତ  ଜନଜାତି  ଏବଂ  ଅନ୍ୟାନ୍ୟ   ପାରମ୍ପରିକ   ବନବାସୀ   ଯେଉଁଠାରେ   ବେଆଇନ  ଭାବେ  କୌଣସି  ଜଙ୍ଗଲ  ଜମିରୁ  ଉଚ୍ଛେଦ  କିମ୍ବା  ସ୍ଥାନାନ୍ତରିତ  ହୋଇଛନ୍ତି କିନ୍ତୁ  ୨୦୦୫ ମସିହା  ଡିସେମ୍ବର  ମାସ  ୧୩ ତାରିଖ  ପୂର୍ବରୁ  କୌଣସି  ଆଇନଗତ  ସ୍ଵତ୍ତାଧିକାରକିମ୍ବା  ପୁନଃ  ଥଇଥାନ  ହୋଇନାହାଁନ୍ତି, ସେମାନଙ୍କୁ  ବିକଳ୍ପ  ଜମି  ସହ  ଜଙ୍ଗଲ  ମଧ୍ୟରେ  ପୁନଃ  ଥଇଥାନର  ଅଧିକାର   । ଯେଉଁ  ବନବାସୀ  ଅନୁସୂଚିତ   ଜନଜାତି  ଏବଂ  ଅନ୍ୟାନ୍ୟ  ପାରମ୍ପରିକ  ବନବାସୀ   ସରକାରଙ୍କର  ବିକାଶମୂଳକ  କାର୍ଯ୍ୟକ୍ରମ  ଦ୍ଵାରା  ନିଜର  ବାସସ୍ଥଳୀ  ଏବଂ  କୃଷି  ଜମିରୁ  କୌଣସି  କ୍ଷତି  ପୂରଣ  ବିନା  ବିସ୍ଥାପିତ   ହୋଇଛନ୍ତି  ଏବଂ  ଯେଉଁ  ଜମି  ଉକ୍ତ  ଉଦ୍ଦେଶ୍ୟ  ପାଇଁ  ଅଧିଗ୍ରହଣ  ହେବାର  ପାଞ୍ଚ  ବର୍ଷ  ମଧ୍ୟରେ  ବ୍ୟବହୃତ  ହୋଇପାରିନାହିଁ  ବୋଲି  ପ୍ରମାଣ  ହୋଇପାରିବ  ସେଠାରେ  ଜମିର  ଅଧିକାର  ଏହି  ଆଇନ  ଅଧିନରେ  ଜଙ୍ଗଲ  ଅଧିକାର  ସ୍ଵିକୃତି  ଏବଂ  ପ୍ରଦାନରେ  ଅନ୍ତର୍ଭୁକ୍ତ   ହେବ  ।

କେଉଁମାନେ ପାରମ୍ପରିକ ବନବାସୀ ଅଟନ୍ତି ?

ଅନ୍ୟାନ୍ୟ   ପାରମ୍ପରିକ ବନବାସୀ  ଅର୍ଥାତ୍  କୌଣସି  ସଦସ୍ୟ   କିମ୍ବା  ସମ୍ପ୍ରଦାୟ  ଯିଏ  ୧୩ ଡିସେମ୍ବର  ୨୦୦୫  ପୂର୍ବରୁ   ତିନି  ପିଢି  ଧରି  ପ୍ରାଥମିକ  ଭାବରେ  ଜଙ୍ଗଲରେ  ରହିଆସିଛନ୍ତି  ଏବଂ  ଯେଉଁମାନେ   ମୁଖ୍ୟତଃ   ଜଙ୍ଗଲ  ଓ  ଜଙ୍ଗଲଜମି  ଉପରେ  ପ୍ରକୃତ   ଭାବରେ  ଜୀବନ – ଜୀବିକା  ପାଇଁ   ନିର୍ଭରଶୀଳ  ଅଟନ୍ତି   ।

ଆଇନ୍ ରେ   ଉଲ୍ଲେଖ  ଥିବା  ଜଙ୍ଗଲଜମି  ସଂଜ୍ଞା କେବଳ  କ’ଣ   ଜଙ୍ଗଲ  ବିଭାଗ  ଅଧିନରେ  ଥିବା  ଜମି  ଉପରେ  ଲାଗୁ  ହେବ  ନା  ରାଜସ୍ୱ  ବିଭାଗ  ଅଧିନରେ  ଥିବା  ଜଙ୍ଗଲଜମି  ମଧ୍ୟ  ଏହି  ଆଇନ୍ ର  ପରିଧିକୁ  ଆସିବ   ।

ଜଙ୍ଗଲଜମି  କହିଲେ  ଅଞ୍ଚଳରେ  ଥିବା  ଯେ  କୌଣସି  ପ୍ରକାରର  ଜମି  ଏବଂ  ଏଥିରେ   କୌଣସି  ଶ୍ରେଣୀଭୁକ୍ତ  ହୋଇନଥିବା  ଜଙ୍ଗଲ, ସୀମା  ଚିହ୍ନଟ  ହୋଇନଥିବା  ଜଙ୍ଗଲ, ସ୍ଥିତିମାନ  ଅବା  ବିବେଚିତ   ଜଙ୍ଗଲ, ସୁରକ୍ଷିତ  ଜଙ୍ଗଲ, ସଂରକ୍ଷିତ  ଜଙ୍ଗଲ, ଅଭୟାରଣ୍ୟ  ଏବଂ  ଜାତୀୟ   ଉଦ୍ୟାନ  ଅନ୍ତର୍ଭୁକ୍ତ  । ତେଣୁ  ଆଇନ୍ ରେ  ଉଲ୍ଲେଖିତ   ଥିବା  ଜଙ୍ଗଲଜମିର   ସଂଜ୍ଞା  ରାଜସ୍ୱ   ନଥିରେ  ଥିବା  ଜଙ୍ଗଲ   କିସମ  ଜମି  ସମେତ   ସମସ୍ତ  ପ୍ରକାରର   ଜଙ୍ଗଲ   ପାଇଁ  ଲାଗୁ  ହେବ   ।

ଆଧାର - ସି. ଏସ୍. ଡି, ଓଡ଼ିଶା



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate