অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ (ଜଙ୍ଗଲ ଅଧିକାର ସ୍ଵୀକୃତି) ଆଇନ, ୨୦୦୬ ( ଭାଗ - ୨)

ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ (ଜଙ୍ଗଲ ଅଧିକାର ସ୍ଵୀକୃତି) ଆଇନ, ୨୦୦୬ ( ଭାଗ - ୨)

ଜଙ୍ଗଲ ଅଧିକାର ନ୍ୟସ୍ତ କରିବା ପାଇଁ କର୍ତ୍ତୁପକ୍ଷବୃନ୍ଦ ଓ କାର୍ଯ୍ୟବିଧି

  1. ଜଙ୍ଗଲରେ ରହୁଥିବା ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ବ୍ୟକ୍ତିଗତ ଓ ସାମୁହିକ ଜଙ୍ଗଲ ଅଧିକାର ନିର୍ଣ୍ଣୟ ନିର୍ଦ୍ଧାରଣ କରିବାର କ୍ଷମତା କେବଳ ସେହିସ୍ଥାନୀୟ ଓ ପାରମ୍ପରିକ ସୀମା ରୂପେ ବିବେଚିତ ଗ୍ରାମସଭାର ରହିଛି । ଏହି ଆଇନ ଅଧୀନରେ ଗ୍ରାମସଭା ଦାବିଗୁଡିକୁ ଗ୍ରହଣ କରିବ, ଏକତ୍ର କରିବ ଏବଂ ସେଗୁଡିକୁ ଯାଞ୍ଚ କରିବ ଏବଂ ତାହା ପରେ ଉକ୍ତ ଅଧିକାର ଗୁଡିକୁ ନିର୍ଦ୍ଧାରିତ ମତେ ସାବ୍ୟସ୍ତ କରିବା ନିମନ୍ତେ ପ୍ରତ୍ୟେକ ଅନୁମୋଦିତ ଦାବିକୁ ନେଇ ସେ ଅଞ୍ଚଳର ଏକ ନକ୍ସା ପ୍ରସ୍ତୁତ କରିବ ଏବଂ ଏହି ମର୍ମରେ ଏକ ପ୍ରସ୍ତାବ ଗୃହିତ କରି ଏହାର ଏକକିତା ନକଲ ଉପଖଣ୍ଡ ସ୍ତରୀୟ କମିଟିକୁ ପଠାଇବ ।
  2. ଯଦି କୌଣସି ବ୍ୟକ୍ତି ଗ୍ରାମସଭାର ପ୍ରସ୍ତାବରେ ଅସନ୍ତୁଷ୍ଟ ହେଉଥାନ୍ତି , ତେବେ ଉପଧାରା (୩) ଅଧୀନରେ ଗଠିତ ଉପଖଣ୍ଡ ସ୍ତରୀୟ କମିଟି ନିକଟରେ ଏକ  ଆବେଦନ ଦାଖଲ କରିବେ ଏବଂ ଉପଖଣ୍ଡ ସ୍ତରୀୟ କମିଟି ଏହାକୁ ବିଚାର କରିବ ;
  3. ମାତ୍ର ଏଭଳି ଆବେଦନ ଗ୍ରାମସଭା ଦ୍ଵାରା ଗୃହିତ ପ୍ରସ୍ତାବର ୬୦ଦିନ ମଧ୍ୟରେ ପ୍ରଦାନ କରାଯିବା ଜରୁରୀ । ଅସନ୍ତୁଷ୍ଟ ବ୍ୟକ୍ତିଙ୍କ ବିରୁଦ୍ଧରେ ଆବେଦନର ବିଚାର ହେବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ତାଙ୍କ ମାମଲାକୁ ଉପସ୍ଥାପନ କରିବା ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ଦିଆଯିବ ।

  4. ରାଜ୍ୟସରକାର ଏକ ଉପଖଣ୍ଡ ସ୍ତରୀୟ କମିଟି ଗଠନ କରିବେ ଯିଏ ଗ୍ରାମସଭା ଦ୍ଵାରା ଗୃହିତ ପ୍ରସ୍ତାବକୁ ନିରୀକ୍ଷଣ କରିବ ଏବଂ ଜଙ୍ଗଲ ଅଧିକାର ଗୁଡିକର ନଥି ପ୍ରସ୍ତୁତ କରି ଉପଖଣ୍ଡ ଅଧିକାରୀଙ୍କ ମାଧ୍ୟମରେ ଜିଲ୍ଲା ସ୍ତରୀୟ କମିଟିକୁ ଶେଷ ନିଷ୍ପତ୍ତି ନେବାକୁ ପଠାଇବ ।
  5. କୌଣସି ବ୍ୟକ୍ତି ଉପଖଣ୍ଡ ସ୍ତରୀୟ କମିଟିର ନିଷ୍ପତ୍ତିରେ ଅସନ୍ତୁଷ୍ଟ ହେଲେ ଉପଖଣ୍ଡ ସ୍ତରୀୟ କମିଟିର ନିଷ୍ପତ୍ତି ନେବାର ୬୦ ଦିନ ମଧ୍ୟରେ ଜିଲ୍ଲା ସ୍ତରୀୟ ଆବେଦନ କରିପାରିବେ ଏବଂ ଜିଲ୍ଲାସ୍ତରୀୟ କମିଟି ଏହାକୁ ବିଚାର କରିବେ ;
  6. କିନ୍ତୁ କୌଣସି ଆବେଦନ ଉପଖଣ୍ଡ ସ୍ତରୀୟ କମିଟି ଦ୍ଵାରା ବିଚାର ନହୋଇ ସିଧାସଳଖ ଗ୍ରାମସଭାର ଗୃହିତ ପ୍ରସ୍ତାବ ଉପରେ ଜିଲ୍ଲା ସ୍ତରୀୟ କମିଟିକୁ ବିଚାର ପାଇଁ ପଠାଯାଇ ପାରିବ ନାହିଁ ।

    କିନ୍ତୁ ଅସନ୍ତୁଷ୍ଟ ବ୍ୟକ୍ତିଙ୍କ ଆବେଦନ ଉପରେ ବିଚାର କରିବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ତାଙ୍କ ମାମଲାକୁ ଉପସ୍ଥାପନା କରିବା ନିମନ୍ତେ ସୁଯୋଗ ଦିଆଯିବ ।

  7. ଉପଖଣ୍ଡ ସ୍ତରୀୟ କମିଟି ଦ୍ଵାରା ପ୍ରସ୍ତୁତ ଜଙ୍ଗଲ ଅଧିକାର ସମ୍ପର୍କିତ ନଥିପତ୍ରର ଶେଷ ଅନୁମୋଦନ ନିମନ୍ତେ ରାଜ୍ୟ ସରକାର ଏକ ଜିଲ୍ଲାସ୍ତରୀୟ କମିଟି ଗଠନ କରିବେ।
  8. ଜଙ୍ଗଲ ଅଧିକାରର ନଥିରେ ଜିଲ୍ଲା ସ୍ତରୀୟ କମିଟିର ନିଷ୍ପତ୍ତି ଚୁଡାନ୍ତ ଓ ଅପରିବର୍ତ୍ତିତ ରହିବ ।
  9. ଜଙ୍ଗଲ ଅଧିକାରଗୁଡିକର ସ୍ଵିକୃତି ଓ ପ୍ରତ୍ୟାର୍ପଣ ଧାରାର ପର୍ଜ୍ୟାଲୋଚନା ଏବଂ ଏଭଳି ନଥି ଓ ବିବରଣୀ ଗୁଡିକ ନୋଡାଲ ଏଜେନ୍ସି ର ଆବଶ୍ୟକତା ମୁତାବକ ଦାଖଲ ପାଇଁ ରାଜ୍ୟ ସରକାର ଏକ ରାଜ୍ୟ ସ୍ତରୀୟ ପର୍ଜ୍ୟାଲୋଚନା କମିଟି ଗଠନ କରିବେ ।
  10. ସବ-ଡିଭିଜନ ସ୍ତରୀୟ, ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରୀୟ ପର୍ଜ୍ୟାଲୋଚନା କମିଯି ରାଜ୍ୟ ସରକାରଙ୍କର ରାଜସ୍ୱ ବିଭାଗ, ଜଙ୍ଗଲ ଓ ଆଦିବାସୀ ବ୍ୟାପାର ବିଭାଗର ଅଧିକାରୀ ବୃନ୍ଦ ତଥା ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକ ଦ୍ଵାରା ନିଯୁକ୍ତ ଉକ୍ତ ଅନୁଷ୍ଠାନ ଗୁଡିକରୁ ସମୁଚିତ ସ୍ତରରୁ ୩ଜଣ ପ୍ରତିନିଧି, ତନ୍ମଧ୍ୟରୁ ଦୁଇଜଣ ଅନୁସୂଚିତ ଜନଜାତି ଓ ଜଣେ ମହିଳାଙ୍କୁ ନେଇ ଗଠନ କରିବେ ।
  11. ଉପଖଣ୍ଡ ସ୍ତରୀୟ କମିଟି, ଜିଲ୍ଲା ସ୍ତରୀୟ କମିଟି ଓ ରାଜ୍ୟ ସ୍ତରୀୟ ତଦାରଖ କମିଟିର ଗଠନ ଓ କାର୍ଜ୍ୟାବଳିକୁ କାର୍ଯ୍ୟକାରୀ କରିବାର ବିଧି ବା ପ୍ରକ୍ରିୟା ନିର୍ଦ୍ଧାରଣ ମତେ ହେବ ।

ଦୋଷ ଏବଂ ଦଣ୍ଡ ବିଧାନ

  1. ଯେତେବେଳେ କୌଣସି କର୍ତ୍ତୁପକ୍ଷ ବା କମିଟି ଅଥବା କର୍ତ୍ତୁପକ୍ଷ କିମ୍ବା କମିଟିର ଅଧିକାରୀ ବା ସଦସ୍ୟ ଏହି ଆଇନର କୌଣସି ପ୍ରାବଧାନ ବା ଏହା ଅଧୀନରେ ପ୍ରସ୍ତୁତ ଜଙ୍ଗଲ ଅଧିକାର ସ୍ଵିକୃତି ସମ୍ପର୍କିତ କୌଣସି ନିୟମକୁ ଉଲଂଘନ କରିବେ , ତା’ହେଲେ ଏହି ଆଇନ ଅଧୀନରେ ଦୋଷୀ ସାବ୍ୟସ୍ତ ହେବେ ଏବଂ ତାଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଜୋରିମାନା ସହ ଦଣ୍ଡ ବିଧାନ କରାଯିବ ଯାହା ଏକ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇପାରେ ।
  2. ମାତ୍ର ଯଦି ସମ୍ପୃକ୍ତ ସଦସ୍ୟ ବା ଅଧିକାରୀ ପ୍ରମାଣ କରିପାରିବେ ଯେ ଏହି ଅପରାଧ ତାଙ୍କ ଅଜାଣତରେ ହୋଇଛି ବା ଏପରି ତ୍ରୁଟି ନହେବା ପାଇଁ ସେ ସମସ୍ତ ଆବଶ୍ୟକ ଉଦ୍ୟମ କରିଥିଲେ ତା’ ହେଲେ ଏହି ଉପଧାରା ଅଧୀନରେ ସେ ଦୋଷମୁକ୍ତ ହୋଇପାରିବେ ।

  3. ଯଦି କୌଣସି ଜଙ୍ଗଲରେ ରହୁଥିବା ଅନୁସୂଚିତ ଜନଜାତି ବ୍ୟକ୍ତି ଗ୍ରାମସଭାର ପ୍ରସ୍ତାବ ସମ୍ପର୍କିତ ବିବାଦ କିମ୍ବା ଗ୍ରାମସଭା କୌଣସି ଉପରିସ୍ଥ କର୍ମକର୍ତ୍ତାଙ୍କ ବିରୁଦ୍ଧରେ ରାଜ୍ୟ ସ୍ତରୀୟ ତଦାରଖ କମିଟିକୁ ୬୦ ଦିନର ଏକ ନୋଟିସ ଦାଖଲ କରିଥାଏ ଏବଂ ରାଜ୍ୟ ସ୍ତରୀୟ ତଦାରଖ କମିଟି ସମ୍ପୃକ୍ତ କର୍ତ୍ତୁପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥାଏ , ତେବେ ଧାରା-୭ରେ ଥିବା ପ୍ରାବଧାନ ଅନୁଯାୟୀ କୌଣସି ନ୍ୟାୟାଳୟରେ ଏହା ଧର୍ତ୍ତବ୍ୟ ଅପରାଧଭାବେ ଗ୍ରହଣୀୟ ହେବନାହିଁ ।

ବିବିଧ

  1. ଏହି ଆଇନର ଚତୁର୍ଥ ପରିଚ୍ଛେଦରେ ସୂଚିତ କର୍ତ୍ତୁପକ୍ଷଙ୍କର ପ୍ରତ୍ୟେକ ସଭ୍ୟ ଅନ୍ୟ ଯେକୌଣସି ପଦାଧିକାରୀ ଏହି ନିୟମ ଅଧୀନରେ କିମ୍ବା ନିଯମରେ ଦିଆଯାଇଥିବା କ୍ଷମତା ଅନୁଯାୟୀ ଉପଭୋଗ କରୁଥିବେ, ସେମାନେ ଭାରତୀୟ ପିଙ୍ଗଳ କୋର୍ଟର (ଆଇ.ପି.ସି) ଧାରା ୨୧ ଅନୁଯାୟୀ ଲୋକମାନଙ୍କର ସେବକ ଭାବରେ ବିବେଚିତ ହେବେ ।
    • କେନ୍ଦ୍ର ସରକାର କିମ୍ବା ରାଜ୍ୟସରକାରଙ୍କର କୌଣସି ଅଧିକାରୀ କିମ୍ବା ଅନ୍ୟାନ୍ୟ କର୍ମଚାରୀ ଯଦି ଏହି ଆଇନ ଅଧୀନରେ କୌଣସି ଭଲ ଉଦ୍ଦେଶ୍ୟ ରଖି ପଦକ୍ଷେପ ନେଇଥାନ୍ତି କିମ୍ବା ନେବାକୁ ଇଚ୍ଛା କରିଥାନ୍ତି ତେବେ ସେମାନଙ୍କର ବିରୁଦ୍ଧରେ କୌଣସି ମକଦ୍ଦମା ବା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ।
    • କେନ୍ଦ୍ର ସରକାର ବା ରାଜ୍ୟ ସରକାରଙ୍କର କୌଣସି ଅଧିକାରୀ କିମ୍ବା ଅନ୍ୟାନ୍ୟ କର୍ମଚାରୀ ଯଦି ଏହି ଆଇନ ଅଧୀନରେ କିମ୍ବା କୌଣସି ଭଲ ଉଦ୍ଦେଶ୍ୟ ରଖି ନେଇଥିବା ପଦକ୍ଷେପ କିମ୍ବା ପଦକ୍ଷେପ ନେବାକୁ ଇଚ୍ଛା କରିଥିବା ଯୋଗୁ ଯଦି କୌଣସି ଖ୍ୟାତି ହୁଏ କିମ୍ବା ଖ୍ୟାତି ହେବାର ସମ୍ଭାବନା ଥାଏ ତେବେ ସେମାନଙ୍କ ବିରୁଦ୍ଧରେ କୌଣସି ମକଦ୍ଦମା ବା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ।
    • ଚତୁର୍ଥ ଅଧ୍ୟାୟ ଅନୁସାରେ ପ୍ରାଧିକରଣର ଅଧ୍ୟକ୍ଷ ସଦସ୍ୟ, ସଦସ୍ୟ ସମ୍ପାଦକ ଅଧିକାରୀ ଓ ଅନ୍ୟ କର୍ମଚାରୀ ଉତ୍ତମ ଉଦ୍ଦେଶ୍ୟ ନେଇ ଯଦି କିଛି ପଦକ୍ଷେପ ନେଇଥାନ୍ତି ତେବେ ତାଙ୍କ ବିରୁଦ୍ଧରେ କୌଣସି ପ୍ରକାର ମକଦ୍ଦମା ବା ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ।
  2. କେନ୍ଦ୍ର ସରକାରଙ୍କର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ କିମ୍ବା କେନ୍ଦ୍ର ସରକାରଙ୍କ ସ୍ଵିକୃତିପ୍ରାପ୍ତ କୌଣସି ଅଧିକାରୀ ଅଥବା କୌଣସି କର୍ମକର୍ତ୍ତା ଏହି ଆଇନର ସର୍ତ୍ତଗୁଡିକୁ ଲାଗୁ କରିବା ନିମନ୍ତେ ନୋଡାଲ ଏଜେନ୍ସି ଭାବେ ପରିଗଣିତ ହେବେ ।
  3. ଏହି ଆଇନ ଅଧୀନରେ ଥିବା କ୍ଷମତା ତଥା ଦାୟିତ୍ଵକୁ ତୁଲାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କର୍ତ୍ତୁପକ୍ଷଙ୍କୁ (୪ର୍ଥ ଅଧ୍ୟାୟ ଅନୁସାରେ ) ସମୟ ସମୟରେ ଲିଖିତ ନିର୍ଦେଶ ଦିଆଯିବ ।
  4. ଏହି ଆଇନ ଏବଂ ପଞ୍ଚାୟତରାଜ ଅଧିନିୟମ , ୧୯୯୬ରେ ଦିଆଯାଇଥିବା ବ୍ୟବସ୍ଥା ଗୁଡିକୁ ବର୍ତ୍ତମାନ ଲାଗୁ ହେଉଥିବା ଅନ୍ୟ କୌଣସି ଆଇନର ବିରୁଦ୍ଧାଚରଣ କରିବ ନାହିଁ, ବରଂ ଏହି ଆଇନ ସହ ଯୁକ୍ତ ହେବେ ।
  5. କେନ୍ଦ୍ର ସରକାର ବିଜ୍ଞପ୍ତି ବା ପୂର୍ବ ପ୍ରକାଶିତ ସର୍ତ୍ତ ଅନୁସାରେ ଏହି ଆଇନର ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରିବାର ନିୟମ ପ୍ରସ୍ତୁତ କରିବେ ।
  6. ପୂର୍ବବର୍ତ୍ତୀ କ୍ଷମତାଗୁଡିକର ବ୍ୟାପକତା ପାଇଁ ପକ୍ଷପାତ ନକରି , ଏଭଳି ନିୟମଗୁଡିକ ନିମ୍ନଲିଖିତ ସମସ୍ତ ଯେକୌଣସି ବିଷୟ ପାଇଁ ପ୍ରଯୁଜ୍ୟ ହେବ ।
    • ଧାରା ୬ରେ ଉଦ୍ଧିଷ୍ଟ ହୋଇଥିବା ପ୍ରକ୍ରିୟାର ପ୍ରୟୋଗ ପାଇଁ ବିସ୍ତ୍ରୁତ କାର୍ଯ୍ୟପଦ୍ଧତି ;
    • ଦାବୀ ଗ୍ରହଣ, ଏକତ୍ରିକରଣ ଓ ଯାଞ୍ଚ ଏବଂ ଧାରା ୬ର ଉପଧାରା (୧) ଅଧୀନରେ ଜଙ୍ଗଲ ଅଧିକାରର ପ୍ରୟୋଗ ପାଇଁ ସୁପାରିସ ହୋଇଥିବା ପ୍ରତ୍ୟେକ ଦାବୀ ଚିହ୍ନିତ ଅଞ୍ଚଳର ମାନଚିତ୍ର ପ୍ରସ୍ତୁତି ପ୍ରକ୍ରିୟା ଏବଂ ଏହି ଧାରାର ଉପଧାରା (୨) ଅଧୀନରେ ଉପଖଣ୍ଡ ସ୍ତରୀୟ କମିଟି ନିକଟରେ ଆବେଦନ ପତ୍ର ଆଗତ କରିବାର ପ୍ରକ୍ରିୟା ;
    • ଧାରା ୬ର ଉପଧାରା ୮ ଅଧୀନରେ ରାଜ୍ୟ ସରକାରଙ୍କ ରାଜସ୍ୱ, ଜଙ୍ଗଲ ତଥା ଆଦିବାସୀ ବ୍ୟାପାର ବିଭାଗର ବିଭିନ୍ନ ସ୍ତରର ଅଧିକାରୀମାନେ ଉପଖଣ୍ଡ ସ୍ତରୀୟ କମିଟି , ଜିଲ୍ଲା ସ୍ତରୀୟ କମିଟି ଓ ରାଜ୍ୟ ସ୍ତରୀୟ ତଦାରଖ କମିଟିରେ ସଦସ୍ୟ ରୂପେ ନିଯୁକ୍ତି ହେବେ ।
    • ଉପଖଣ୍ଡ ସ୍ତରୀୟ କମିଟି , ଜିଲ୍ଲା ସ୍ତରୀୟ କମିଟି ଏବଂ ରାଜ୍ୟସ୍ତରୀୟ ତଦାରଖ କମିଟିର ଗଠନ ଓ କାର୍ଯ୍ୟ ଏବଂ ସେମାନଙ୍କର କାର୍ଯ୍ୟ କରିବା ନିମନ୍ତେ ଦିଆଯାଇଥିବା ପ୍ରଣାଳୀ ଧାରା ୬ର ଉପଧାରା ୯ଅନୁଯାୟୀ ହେବ ।
    • ଅନ୍ୟାନ୍ୟ ବିଷୟ ଯାହା ଆବଶ୍ୟକ ଏବଂ ପ୍ରସ୍ତାବିତ ହୋଇପାରେ ।
  7. ଏହି ଆଇନ ଅଧୀନରେ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରସ୍ତୁତ ପ୍ରତ୍ୟେକ ନିୟମ ଯଥାଶୀଘ୍ର ସମ୍ଭବ ସଂସଦର ଅଧିବେଶନ ଚାଲିଥିବା ବେଳେ ପ୍ରତ୍ୟେକ ଗୃହରେ ଉପସ୍ଥାପନ କରାଯିବ ଯାହା ଗୋଟିଏ ବା ଦୁଇଟି ବା ଅଧିକ ଅଧିବେଶନର ପୁରା ୩୦ଦିନ ମଧ୍ୟରେ କରାଯିବ । ଯଦି ସଂସଦର ଉଭୟ ଗୃହ ଏହି ନିୟମ ଗୁଡିକରେ କୌଣସି ପରିବର୍ତ୍ତନ ପାଇଁ ରାଜି ହୁଅନ୍ତି ତେବେ ଉଭୟ ଗୃହର ନିଷ୍ପତ୍ତି ଅନୁଯାୟୀ ସେହି ନିୟମ ପରିବର୍ତ୍ତିତ ହୋଇ ଲାଗୁ ହେବ ବା ଲାଗୁ ହେବନାହିଁ । ସେ ଯାହା ହେଉ ଏଭଳି କୌଣସି ପରିବର୍ତ୍ତନ ବା ବାତିଲ ସେହି ନିୟମ ଅଧୀନରେ ପୂର୍ବରୁ ହୋଇଥିବା ବିଧି-ମାନ୍ୟତାର ପ୍ରତିକୂଳ ପ୍ରଭାବ ପକାଇବ ନାହିଁ ।

ଆଧାର – ସି. ଏସ୍. ଡି, ଓଡ଼ିଶା

Last Modified : 2/19/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate