অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

1930 ଓ ଏନଏଚଏଆଇର ହେଲ୍ପଲାଇନ ନମ୍ବର 1033ରେ କଲ କରିବାକୁ ପରାମର୍ଶ

1930 ଓ ଏନଏଚଏଆଇର ହେଲ୍ପଲାଇନ ନମ୍ବର 1033ରେ କଲ କରିବାକୁ ପରାମର୍ଶ

ଲକଡାଉନ ସମୟରେ ଦେଶବ୍ୟାପୀ ଆନ୍ତଃରାଜ୍ୟ ଗମନାଗମନ ନିମନ୍ତେ ଖାଲି ଟ୍ରକ ସହିତ ମାଲବାହୀ ଗାଡ଼ିର ଡ୍ରାଇଭର/ଟ୍ରାନ୍ସପୋର୍ଟରମାନଙ୍କ ଅଭିଯୋଗ/ପ୍ରସଙ୍ଗର ସମାଧାନ ଦ୍ରୁତଗତିରେ ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟର ନିୟନ୍ତ୍ରଣ କକ୍ଷର ଉପଯୋଗ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହି ନିୟନ୍ତ୍ରଣ କକ୍ଷରେ ଅଭିଯୋଗ ସମାଧାନ ନିମନ୍ତେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (ଏମଓଆରଟିଏଚ)ର ଅଧିକାରୀମାନଙ୍କୁ ନିୟୋଜିତ କରାଯାଉଛି।

ଲକଡାଉନ ସମୟରେ ଗୃହ ମନ୍ତ୍ରଣାଳୟର ନିୟନ୍ତ୍ରଣ କକ୍ଷ ନମ୍ବର 1930କୁ ଖୋଲାଯାଇଛି। ଲକଡାଉନ ସମୟରେ ଏହି ନମ୍ବରକୁ କଲ କରି ଚାଳକ, ଟ୍ରାନ୍ସପୋର୍ଟରମାନେ ସେମାନଙ୍କ ଅଭିଯୋଗ ଦାଖଲ କରିପାରିବେ। ଏହା ବ୍ୟତୀତ ଏନଏଚଏଆଇ ହେଲ୍ପଲାଇନ ନମ୍ବର 1033ରେ କଲ କରି ଜାତୀୟ ରାଜପଥ ସଂକ୍ରାନ୍ତ ଅଭିଯୋଗ କରାଯାଇପାରିବ। ଏମଓଆରଟିଏଚ, ଏନଏଚଏଆଇ, ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ପରିବହନ ବିଭାଗ ଓ ପରିବହନ ସଂଘ ଆଦି ଡ୍ରାଇଭର, ଟ୍ରାନ୍ସପୋର୍ଟରମାନଙ୍କୁ ଉଚିତ ସୂଚନା ପ୍ରଦାନ କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ଗୃହ ମନ୍ତ୍ରଣାଳୟର ନିୟନ୍ତ୍ରଣ କକ୍ଷରେ ଏମଓଆରଟିଏଚର ଅଧିକାରୀମାନେ ଗୃହ ମନ୍ତ୍ରଣାଳୟର ନିୟନ୍ତ୍ରଣ କକ୍ଷରେ ନିୟୋଜିତ ହେବା ଫଳରେ ସେମାନେ ପରିବହନ କ୍ଷେତ୍ର/ଚାଳକଙ୍କ ସହ ଜଡ଼ିତ ଅଭିଯୋଗ ଲେଖିବା ଓ ସେଗୁଡ଼ିକର ସମାଧାନ କରିବାରେ ସହାୟତା କରିବେ । ଏମଓଆରଟିଏଚର ଅଧିକାରୀମାନେ ଏପରି ଅଭିଯୋଗ ସଂକ୍ରାନ୍ତରେ ଦୈନିକ ରିପୋର୍ଟ ମଧ୍ୟ ସଂଗ୍ରହ କରିବେ ।

ଏହା କୁହାଯାଇପାରେ ଯେ ଲକଡାଉନ ସମୟରେ ଯାତାୟାତକୁ ଗୃହ ମନ୍ତ୍ରଣାଳୟର ଆଦେଶ ଓ ଦିଶାନିର୍ଦ୍ଦେଶ ଅନୁଯାୟୀ ନିୟନ୍ତ୍ରିତ କରାଯାଉଛି ।

ଏଥିରେ ଡ୍ରାଇଭର ଓ ଟ୍ରାନ୍ସପୋର୍ଟରଙ୍କ ଦ୍ଵାରା ଖାଲି ଟ୍ରକ ସହିତ ମାଲବାହୀ ଯାନରେ ନିୟୋଜିତ ଡ୍ରାଇଭର ଓ କ୍ଲିନର ସେମାନଙ୍କ ଘରୁ ଟ୍ରକ ପାର୍କିଂ ଅଞ୍ଚଳ ପର୍ଯ୍ୟନ୍ତ ଯିବା ଏବଂ ଆନ୍ତଃରାଜ୍ୟ ଯାତାୟାତ ସମୟରେ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମାଧାନ କରାଯିବାର ସୁବିଧା ରହିଛି । ଏହି ବ୍ୟବସ୍ଥା ଫଳରେ ଭାରତରେ କୋଭିଡ-19 ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଜାରି ହୋଇଥିବା ଲକଡାଉନ ସମୟରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ସୃଷ୍ଟି ହେଉଥିବା ସମସ୍ୟା ସମାଧାନ ହୋଇପାରିବ ବୋଲି ଆଶା କରାଯାଉଛି।

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate