ଭାରତ ସରକାର ସାମାଜିକ ସୁରକ୍ଷା ଯୋଜନା ଯଥା ଆମ ଆଦମି ବୀମା ଯୋଜନା ଓ ଜନଶ୍ରୀ ବୀମା ଯୋଜନାର ବିଲୟର ସ୍ଵୀକୃତି ଦେଇଛନ୍ତି । ଏହି ଏକତ୍ରୀକୃତ ଯୋଜନାକୁ ‘ଆମ ଆଦମି ବୀମା ଯୋଜନା’ ନାମରେ ନାମିତ କରାଯାଇଛି ଏବଂ ଏହା ୦୧/୦୧/୨୦୧୩ ଠାରୁ କାର୍ଯ୍ୟକାରୀ ହେଉଛି । ଯୋଗ୍ୟତା ମାନଦଣ୍ଡ ସଭ୍ୟ ମାନଙ୍କ ବୟସ ୧୮ ରୁ ୫୯ ବର୍ଷ ମଧ୍ୟରେ ହୋଇଥିବ । ସାଧାରଣତଃ ସଭ୍ୟ ଜଣଙ୍କ ପରିବାର ମୁଖ୍ୟ ହୋଇଥିବେ ନଚେତ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ପରିବାରର ରୋଜଗାର କ୍ଷମ ବ୍ୟକ୍ତି ହୋଇଥିବେ । ପ୍ରଧାନ ସଂସ୍ଥା ନିୟମ ଅନୁଯାୟୀ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିଯୁକ୍ତ ହୋଇଥିବା କୌଣସି କେନ୍ଦ୍ରୀୟ ମନ୍ତ୍ରାଳୟର ବିଭାଗ/ ରାଜ୍ୟ ସରକାର/ କେନ୍ଦ୍ର ଶାସିତ ଅଞ୍ଚଳ ସରକାର/ ଅନ୍ୟ କୌଣସି ପ୍ରାଧିକୃତ ସଂସ୍ଥା/ ପଞ୍ଜୀକୃତ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନେ ଏହାର ପ୍ରଧାନ କାର୍ଯ୍ୟକାରୀ ସଂସ୍ଥା । “ଗ୍ରାମୀଣ ଭୂମିହିନ ପରିବାର” କ୍ଷେତ୍ରରେ ରାଜ୍ୟ ସରକାର ଏହାର ପ୍ରଧାନ କାର୍ଯ୍ୟକାରୀ ସଂସ୍ଥା । ବୟସ ପ୍ରମାଣ ପଡିକାର୍ଡ ଜନ୍ମ ପଞ୍ଜୀକରଣର ଉଦ୍ଧରଣ ବିଦ୍ୟାଳୟ ପ୍ରମାଣପତ୍ର ଉଦ୍ଧରଣ ଭୋଟର ପରିଚୟ ପତ୍ର ସରକାରୀ ଦଫ୍ତର/ ନିଯୁକ୍ତିଦାତାଙ୍କ ଦ୍ଵାରା ଜାରି ପରିଚୟ ପତ୍ର ଆଧାର କାର୍ଡ ବୀମା କିସ୍ତି ପ୍ରାରମ୍ଭିକ ଭାବେ ଟ ୩୦,୦୦୦/- ଙ୍କା ର ଏହାର ବାର୍ଷିକ ବୀମା-କିସ୍ତି ଟ ୨୦୦/- ଙ୍କା ରଖାଯାଇଛି ଯେଉଁଥିରୁ ୫୦% ଅନୁବୃତ୍ତି ସାମାଜିକ ସୁରକ୍ଷା ନିଧିରୂ ପ୍ରଦାନ କରାଯିବ । “ଗ୍ରାମୀଣ ଭୂମିହିନ ପରିବାର” କ୍ଷେତ୍ରରେ ରାଜ୍ୟ ସରକାର/ କେନ୍ଦ୍ର ଶାସିତ ଅଞ୍ଚଳ ସରକାର ବଳକା ୫୦% ବହନ କରିବେ । ପ୍ର।କୃତିକ ମୃତ୍ୟୁ ସଭ୍ୟଙ୍କର ବୀମାକୃତ ସମୟ ମଧ୍ୟରେ ପ୍ର।କୃତିକ ମୃତ୍ୟୁ ଘଟିଲେ, ତାଙ୍କର ଉତ୍ତରାଧିକାରୀଙ୍କୁ ନିଶ୍ଚିତରାଶି ଟ ୩୦,୦୦୦/- ଙ୍କା ପ୍ରଦାନ କରାଯିବ । ଦୁର୍ଘଟଣା ଜନିତ ମୃତ୍ୟୁ/ ଅଙ୍ଗ ହରାଇବା ହିତଲାଭ ବୀମାକୃତ ସମୟ ମଧ୍ୟରେ ଦୁର୍ଘଟଣା କ୍ଷେତ୍ରରେ ନିମ୍ନୋକ୍ତ ହିତଲାଭ ପ୍ରଦାନ କରାଯିବ: କ) ଦୁର୍ଘଟଣା ଜନିତ ମୃତ୍ୟୁ: ୭୫,୦୦୦/- ଖ) ଦୁର୍ଘଟଣା ଜନିତ ସ୍ଥାୟୀ ବିକଳାଙ୍ଗତା: ୭୫,୦୦୦/- i) ଦୁର୍ଘଟଣା ଜନିତ ୨ଟି ଆଖି/ ୨ଟି ଅଙ୍ଗ ନଷ୍ଟ; କିମ୍ବା ii) ୧ଟି ଆଖି/ ୧ଟି ଅଙ୍ଗ ନଷ୍ଟ, ଦୁର୍ଘଟଣାରେ ହେଲେ: ଗ) ୧ଟି ଆଖି/ ୧ଟି ଅଙ୍ଗ ନଷ୍ଟ, ଦୁର୍ଘଟଣାରେ ହେଲେ: ୩୭,୫୦୦/- ମେଧାବୃତ୍ତି ହିତଲାଭ: ସଭ୍ୟଙ୍କ ନବମ ଶ୍ରେଣୀ ରୁ ଦ୍ଵାଦଶ ଶ୍ରେଣୀ ମଧ୍ୟରେ ପଢୁଥିବା ୨ ଜଣ ମେଧାବୃତ୍ତିଧାରି ଛାତ୍ର ମାନଙ୍କ ପାଇଁ ଏହା ଏକ ନିଶୁଳ୍କ ବ୍ୟବସ୍ଥା । ଏଥିରେ ପ୍ରତ୍ୟେକ ଛାତ୍ରପାଇଁ ମାସିକ ଟ ୧୦୦/-ଙ୍କା ବୀମାକିସ୍ତି ଦେବାକୁ ପଡିଥାଏ । ଏହି କିସ୍ତି ୬ ମାସକୁ ଥରେ; ୦୧ ଜୁଲାଇ ଏବଂ ୦୧ ଜାନୁୟାରୀ ରେ ପଇଠ କରାଯାଏ । ଦାବି ପ୍ରଣାଳୀ ମୃତ୍ୟୁ କିମ୍ବା ଅଙ୍ଗ ହରାଇବା କ୍ଷେତ୍ର ରେ ହିତାଧିକାରୀଙ୍କ ଦାବି ଜୀବନ ବୀମା ନିଗମର P&GS ଏକକ ଦ୍ଵାରା ନିର୍ଣୟ ହୋଇଥାଏ । ଏହି ରାସୀ ସିଧାସଳଖ ହିତାଧକାରୀଙ୍କୁ NEFT ମାଧ୍ୟମରେ ପ୍ରଦାନ କରାଯାଏ । ଯଦି NEFT ସୁବିଧା ମିଳିନଥାଏ, ତେବେ ଏହି ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଏକାଉଣ୍ଟରେ A/c Payee ଚେକ ଦ୍ଵାରା ପ୍ରଦାନ କରା ଯାଇ ଥାଏ । ଏହା ରାଶି ଅନ୍ୟାନ୍ୟ ଉପାଯରେ ମଧ୍ୟ ଦିଆଯାଇପାରିବା, କିନ୍ତୁ ସେଥିପାଇଁ ପ୍ରାଧିକୃତ ଅଧିକାରୀଙ୍କଠାରୁ ପୂର୍ବ ଅନୁମୋଦନ ଲୋଡା । ହିତାଧିକାରୀଙ୍କ ମୃତ୍ୟୁ କ୍ଷେତ୍ରରେ ତାଙ୍କ ଉତ୍ତରାଧିକାରୀଙ୍କୁ ମୃତ୍ୟୁ ପ୍ରମାଣପତ୍ର ସହ ପ୍ରଧାନ ସଂସ୍ଥାର ପ୍ରାଧିକୃତ ଅଧିକାରୀଙ୍କୁ ଏକ ଦରଖାସ୍ତ କରିବାକୁ ପଡେ । ସେହି ପ୍ରାଧିକୃତ ଅଧିକାରୀଦାବି ପତ୍ର ସହ ମୃତ୍ୟୁ ପ୍ରମାଣପତ୍ର ନଥି କରି ‘ମୃତକ ସଭ୍ୟ ଜଣଙ୍କ ସେହି ପରିବାର ମୁଖ୍ୟ/ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ପରିବାରର ରୋଜଗାର କ୍ଷମ ବ୍ୟକ୍ତି ବୋଲି ଏକ ପ୍ରମାଣପତ୍ର ଦେବେ । ପ୍ରଧାନ ସଂସ୍ଥା ଦରଖାସ୍ତ ସହ ନିମ୍ନୋକ୍ତ କାଗଜପତ୍ର ନଥି କରି ଦେବେ । ସମ୍ପୂର୍ଣ୍ଣ ପୂରଣ ହୋଇଥିବା ଦାବି ପତ୍ର ମୂଳ ମୃତ୍ୟୁ ପ୍ରମାଣପତ୍ର ଦୁର୍ଘଟଣା ଜନିତ ଦାବି ପାଇଁ ନିମ୍ନୋକ୍ତ କାଗଜପତ୍ର ନଥି କରି ଦେବେ । FIR ର ପ୍ରତିଲିପି Post Mortem ବିବରଣୀ ପୁଲିସର ମୃତ୍ୟୁ ସମୀକ୍ଷା ବିବରଣୀ ପୁଲିସର ନିଷ୍କର୍ଷ ବିବରଣୀ/ ପୁଲିସର ଅନ୍ତିମ ବିବରଣୀ ସ୍ଥାୟୀ ପୂର୍ଣ୍ଣ ବିକଳାଙ୍ଗତା ହିତଲାଭ ଦାବିଦାରଙ୍କୁ ଦୁର୍ଘଟଣାର ଦସ୍ତାବେଜି ପ୍ରମାଣ ସହ ସରକାରୀ ଅସ୍ଥି/ ସାଧାରଣ ଶଲ୍ୟ ଚିକିତ୍ସକଙ୍କ ଦ୍ଵାରା ପ୍ରଦତ୍ତ ପ୍ରମାଣପତ୍ର, ଯେଉଁଥିରେ ବୀମାକୃତ ବ୍ୟକ୍ତିଙ୍କ ସ୍ଥାୟୀ ପୂର୍ଣ୍ଣ / ଆଂଶିକ ବିକଳାଙ୍ଗତା ବିଷୟରେ ଉଲ୍ଲେଖ ଥିବ, ତାହା ଦାଖଲ କରିବାକୁ ହେବ । ମୃତ୍ୟୁ ପରେ ରାଶି ସଂଗ୍ରହପାଇଁ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଜଣେ ଉତ୍ତରାଧିକାରୀ ନିଯୁକ୍ତ କରିବେ । ଏହି ଉତ୍ତରାଧିକାରୀ ମନୋନୟନ ପତ୍ର ସଭ୍ୟପଦ ପାଇଁ ଦରଖାସ୍ତର ଏକ ଅଂଶ ଏବଂ ଏଥିରେ ଦାବିଦାର ହେବା ପାଇଁ ମନୋନୀତ ବ୍ୟକ୍ତିଙ୍କ ସମସ୍ତ ବିବରଣୀ ଉପଲବ୍ଧ ହେବା ଦରକାର । ଏହି ମନୋନୟନ ପତ୍ର ପଞ୍ଚାୟତ/ ପ୍ରଧାନ ସଂସ୍ଥା ପାଖରେ ରହିବ ଏବଂ ବୀମାକୃତ ବ୍ୟକ୍ତିଙ୍କ ମୃତ୍ୟୁହେଲେ ଜୀବନ ବୀମା ନିଗମକୁ ଦିଆଯିବ । ମେଧାବୃତ୍ତି ପାଇଁ ଦାବିର ପ୍ରଣାଳୀ ଯେଉଁ ବ୍ୟକ୍ତିଙ୍କର ସନ୍ତାନ ମେଧାବୃତ୍ତି ପାଇଁ ଯୋଗ୍ୟ, ସେମାନେ ୬-ମାସ ଅନ୍ତରାଳରେ ପ୍ରଧାନ ସଂସ୍ଥାକୁ ଏକ ଦରଖାସ୍ତ କରିବେ । ପ୍ରଧାନ ସଂସ୍ଥା ଛାତ୍ରଙ୍କୁ ଚିହ୍ନଟ କରିବେ । ଛାତ୍ରଙ୍କ ନାମ, ବିଦ୍ୟାଳୟ, ଶ୍ରେଣୀ, ସଭ୍ୟଙ୍କ ନାମ, ମାଷ୍ଟର ପଲିସି ନମ୍ବର, ସଭ୍ୟ ନମ୍ବର ଇତ୍ୟାଦି ତଥ୍ୟ ସମ୍ବଳିତ ଏକ ଚିଠା P&GS ଏକକକୁ ସିଧାସଳଖ ରାଶିପ୍ରଦାନ ପାଇଁ ପ୍ରଦାନ କରିବେ । ପ୍ରତ୍ୟେକ ବର୍ଷ ପ୍ରତ୍ୟେକ ୬-ମାସରେ, ୦୧ ଜୁଲାଇ ଓ ୦୧ ଜାନୁୟାରୀ ରେ LIC ଏହି ମେଧାବୃତ୍ତି NEFT ମାଧ୍ୟମରେ ସିଧାସଳଖ ଛାତ୍ରର ବ୍ୟାଙ୍କ ଆକାଉଣ୍ଟ କୁ ପଠାଇଦିଆଯାଏ । ଭବିଷ୍ୟତରେ LIC ର ନିଷ୍ପତ୍ତି ଅନୁଯାୟୀ ଅନ୍ୟକୌଣସି ମାଧ୍ୟମରେ ମେଧାବୃତ୍ତି ରାଶି ପ୍ରଦାନ କରାଯାଇପାରେ । ଅନ୍ତର୍ଭୁକ୍ତ ଧନ୍ଦା/ ପେଷା: କ୍ରମି.ନଂ ଜୀବିକା କ୍ରମି.ନଂ ଜୀବିକା 1 ବିଡି ତିଆରି 25 ଖଣ୍ଡସାରୀ/ ଚିନୀ ଶିଳ୍ପ 2 ଇଟା ତିଆରି 26 ବୟନଶିଳ୍ପ 3 ବଢେଇ 27 କାଠକାମ ଶିଳ୍ପୀ 4 ମୋଚି 28 କାଗଜରୁ ତିଆରି ସାମଗ୍ରୀ 5 ମାଛଧରାଳି 29 ଚମଡା ଶିଳ୍ପ 6 ହମାଲ 30 ଛାପାଖାନା 7 ହସ୍ତଶିଳ୍ପ କାରିଗର 31 ରବର ଏବଂ କୋଇଲା ଶିଳ୍ପ 8 ହସ୍ତତନ୍ତ ବୁଣାକାର 32 ରାସାୟନିକ ଉତ୍ପାଦ ଯଥା ମହମବତ୍ତି 9 ହସ୍ତତନ୍ତ/ ଖଦି ବୁଣାକାର 33 ଖଣିଜ ଉତ୍ପାଦ 10 ମହିଳା ଦରଜି 34 କୃଷି ବିଜ୍ଞାନୀ 11 ଚମଡା କାରିଗର 35 ପରିବହନ ଚାଳକ ସଂଘ 12 “ସେୱା” ସହ ଜଡିତ ପାମ୍ପଡ କାରିଗର 36 ପରିବହନ କର୍ମଚାରୀ 13 ଆତ୍ମନିଯୁକ୍ତ ଦିବ୍ୟାଙ୍ଗ 37 ଗ୍ରାମମେନ ଗରିବ 14 ପ୍ରାଥମିକ ଦୁଗ୍ଧ ଉତ୍ପାଦକ 38 ନିର୍ମାଣ କର୍ମଚାରୀ 15 ରିକ୍ସାବାଲା/ ଅଟୋ ଚାଳକ 39 ବାଣ କର୍ମଚାରୀ 16 ସଫାରି କର୍ମଚାରୀ 40 ନଡିଆ ପ୍ରକ୍ରିୟାକରଣକାରି 17 ଲୁଣ ଚାଷୀ 41 ଆଙ୍ଗନବାଡି କର୍ମୀ 18 କେନ୍ଦୁପତ୍ର ଗୋଟାଳିଆ 42 କୋତୱାଲ 19 ସହରାଞ୍ଚଳର ଗରିବମାନଙ୍କ ପାଇଁ ଯୋଜନା 43 ବୃକ୍ଷରୋପଣ କର୍ମଛରି 20 ଜଙ୍ଗଲ କର୍ମଚାରୀ 44 ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ସଭ୍ୟ 21 ରେଶମ ଉତ୍ପାଦନକାରୀ 45 ମେଣ୍ଢା ପ୍ରଜନକ 22 ତାଡି ବାହାରକଲାବାଲା 46 ସମୁଦ୍ରପାରି ଭାରତୀୟ କର୍ମଚାରୀ 23 ମେସିନତନ୍ତ କର୍ମଚାରୀ 47 ଗ୍ରାମୀଣ ଭୂମିହିନ ପରିବାର 24 ପାହାଡୀ ଅଞ୍ଚଳ ମହିଳା 48 RSBY ରେ ପଞ୍ଜୀକୃତ ଅଣ-ସଂଗଠିତ କର୍ମଚାରୀ ଆଧାର - ଅର୍ଥ ମନ୍ତ୍ରାଳୟ, ଭାରତ ସରକାର